STORYMIRROR

ଅଶୋକ କୁମାର ମହାନ୍ତ l

Abstract Horror Inspirational

3  

ଅଶୋକ କୁମାର ମହାନ୍ତ l

Abstract Horror Inspirational

ଗୋପାଳପୁର ର ଦୃଶ୍ୟ

ଗୋପାଳପୁର ର ଦୃଶ୍ୟ

2 mins
209


ହଠାତ୍ ସେଦିନ ଚହଳ ପଡ଼ିଲା ସେହି ଗୋପାଳପୁର ଗ୍ରାମରେ କ୍ଷୁଦ୍ର କୁଟୀର ଟିରେ । କାହାର ଏ କରୁଣ କ୍ରନ୍ଦନ ଶୂନ୍ୟତାକୁ ଭାଙ୍ଗି ଚାଞ୍ଚଲ୍ୟ ଖେଳାଇ ଦେଲା,ସତେ ଯେପରି ପାଷାଣରୁ ହୃଦୟ ବାରି ପାଲଟି ଯାଉଛି । ସତରେ କଣ ହରି ଭାଇ ଆଉ ନାହାନ୍ତି l ଓହ୍ ! ବିଧାତାଙ୍କ ଏ କଣ ନୀତି ? ପନ୍ଦର ବର୍ଷର ଝିଅଟିକୁ ବିଭାହୋଇ ଆଣି ଆନନ୍ଦର ଫୁଲଟିଏ କୁସୁମିତ କରିଥିଲେ ଏହି ପରିବାର ମଧ୍ୟରେ , କାହା କୋପଦୃଷ୍ଟି ପଡିଗଲା କି ସତେ ଏ ସୁଖର ସଂସାର ଉପରେ ? ବର୍ଷ ପାଞ୍ଚଟା ନଯାଉଣ କୋଳରେ ଦୁଇଟି ସନ୍ତାନ ଦେଇ ବାଟ କାଟିଲେ ହରିବାବୁ l ସେ ଯେଉଁ ସ୍ଥାନକୁ ଯାଇଛନ୍ତି ସେଠାରୁ ଆଉ କେହି ଫେରିନାହାନ୍ତି l ଏ ଦୁଇଟି ସନ୍ତାନର ଭବିଷ୍ୟତ କଣ ? ପୁଣି ବର୍ତ୍ତମାନ !


 ପୁଣି ହରିବାବୁଙ୍କ ବଂଶଧର ମାନେ ସମ୍ପତ୍ତି ଲାଳସାରେ ଏ ଅବଳା ଉପରେ କରିବେନିତ ଅତ୍ୟାଚାର ! ନା ଏହା ସମ୍ଭବ ନୁହେଁ l ଗୋଡ ଆଉ ଆଗକୁ ବଢିଲା ନାହିଁ ଘର ଭିତରକୁ କ୍ଷଣିକ ପାଇଁ ଦୃଷ୍ଟି ପଡିଗଲା ସେଦିନ l ସନ୍ତାନ ଦୁଇଟି କୋଳରେ ଧରି ଧଳା ଲୁଗା ଖଣ୍ଡିକ ଖୁବ୍ ଆସଂଜତ ଭାବରେ ଦେହରେ ଢାଙ୍କି ଦୁଃଖର ଝରଣା ଲୋତକ ମାଧ୍ୟମରେ ବୁହାଇ ଦେଉଛନ୍ତି l ମାତ୍ର ସମୟର ଅଭାବ l ସେ କେବେ କାହାକୁ ଅପେକ୍ଷା କରିନାହିଁ l ପୁଣି ହୃଦୟ ମଧ୍ୟରେ ଧର୍ଯ୍ୟର ଅଭାବ କାଳେ ତାଙ୍କ ସମ୍ମୁଖକୁ ଗଲେ ସେ

ନିଜେ ଧର୍ଯ୍ୟ ଚ୍ୟୁତ ହୋଇ ପଡ଼ିବେ l ଏହାକୁ ମନରେ ହେଜି ଆଖିରେ ଆଖିଏ ଲୁହ ଛାତିରେ ଛାତିଏ କୋହ ଧରି ଆଗକୁ ବଢ଼ିଲେ l ଥରେ ମାତ୍ର ଫେରି ଚାହିଁଥିଲେ ,ଦ୍ୱିତୀୟ ବାର ଫେରିଚାହିଁ ବାକୁ ଆଉ ଧର୍ଯ୍ୟ ନଥିଲା l  


ହଠାତ୍ ଟ୍ରେନଟିି ହର୍ଣ୍ଣ ଦେଲା ,  ନିଜର ମାନସ ପାଟରେ ଆଙ୍କି ହୋଇଥିବା ଛବିଟି କେଉଁ ଅତଳ ଗଭୀର ମଧ୍ୟରେ ବିିଲିନ ହୋଇଗଲା । ଟ୍ରେନଟି ଷ୍ଟେସନରେ ପହଞ୍ଚିଲା । ବୈଶାଖ ମାସ ସମୟ ପ୍ରାୟ ୨ଟା ଟ୍ରେନରୁ ଓହ୍ଲାଇ ଦେଖନ୍ତି ଆଖ ପାଖରେ କେହି କୁଲି  ଦେଖା ଯାଉନାହାନ୍ତିି। ତେଣୁ ନିଜେ ବ୍ୟାଗ ଧରିି ଚାଲିଲେ । ରାସ୍ତାରେ ଆସିଲା ବେଳକୁ କେତେ ଲୋକକୁୁ ଦେଖି ନଦେଖଲା ପରିିଆସୁଛନ୍ତି । ମନରେ କେବଳ ଗୋଟିଏ କଥାକୁ ଧରି ଆସିଛନ୍ତି ସେ ଆଗ ହରିିଭାଉଜକୁ ଦେଖି ଆସିବେ । ଏପରି ଭାବରେ ବୁୁୁଡି ରହିି ଗାାଁ ରେ ପ୍ରବେଶ କରି ସାରିିିଲେଣି ତାଙ୍କ ହେତୁ ନାହିଁ ।


ଆଗରେ ହରି ଭାଉଜଙ୍କ ଘର ମନ ଉଲ୍ଲାସରେ ପ୍ରଫୁଲ୍ଲିିିତ ମାତ୍ର ଘର ସମ୍ମୁଖରେ ପହଞ୍ଚିି ଦେଖିବାକୁ ରୋମ ସିହରି ଉଠିଲା । ଦେଖିିିଲେେ ଗୋଟେ ବଡ ତାଲା ଝୁଲୁଛି ।

ପିିିଲାଙ୍କ ପାଇଁ ଆଣିିଥିବା ଖେଳଣା ହାତରୁ ଖସିପଡିଲା , ନିଜକୁ ସମ୍ଭାଳି ନପାରି ପଡ଼ିଗଲେ ।


Rate this content
Log in

Similar oriya story from Abstract