ପିଠା ଖିଆର୍ ଫଲ୍
ପିଠା ଖିଆର୍ ଫଲ୍
ଚିଥଲ୍ ପୁର୍ ଗାଁନେ ଚିଂଗ୍ରୁର୍ ଘର୍ | ଇ ପରିବାର ଗୁଟେ ଗରିବ୍ ପରିବାର୍ | ତାକର୍ ସଂପତ୍ତି ବଏଲେ କେବଲ୍ ରାସନ୍ କାର୍ଡ଼ ଗୁଟେ |ଦୁଃଖ୍ ଭୁତି କରି ଯାହା କମାସନ୍ ଆର୍ ମାସ୍ ପୁରୁଲେ ଇ ରାସନ୍ କାର୍ଡ଼ଥି ଯାହା ଚଉଲ୍ ପାଏସନ୍ ହେଥି ତାକର୍ ପରିବାର୍ ଚଲ୍ସି | ସତ୍ କହେବାକେ ଗଲେଁ ରେଢ଼ି ନି ଚଲ୍ଲେଁ ତାକର୍ ଠୁଁଡି଼ ନି ଚଲେ | ସେ ଧନୀ ହଉ କି ଗରିବ୍, ପିଲା ଯୁଆନ୍ ହେଲେଁ ବିହାଚୂରା ହେଇକରି ଗୁଟେ ସୁଖି ପରିବାର୍ ଗଢ଼ବାର୍ ସବ୍କର୍ ସପନ୍ |
ଚିଂଗ୍ରୁ ଭି ହେନ୍ତା ସପନ୍ ଦେଖି ଟିକ୍ନୁପାଲିନୁ ତାକର୍ ବାଗିର୍ ଗୁଟେ ଗରିବ୍ ପରିବାରନୁ ରଏବାରିକେ ବିହା ହେଲା | ଭୋକ୍ ଶୋକ୍ ଯାହାବି ଆସ୍ଲେଁ ସବୁକେ ସାମ୍ନା କରି ଦୁହିଝନ ମିଲିମିଶି ଖୁସିରେ ରହେଲେ | କିଛିଦିନ୍ ଗଲା, ରଏବାରି ଦେହେ(Pregnant ) ରହେଲା | ଯେତେବେଳେ ତାର୍ ଦେହେ ରହେବାର୍ ପାଂଚ୍ ମାସ୍ ହେଲା ,ରଏବାରିର୍ ବାପ୍ ଘରର୍ ଲୋକ୍ ପିଠା ଖୁଏଇ ଆଏମୁଁ ବଏଲେ | ଇ କଥା ଶୋର୍ ପାଏଲା ଚିଂଗ୍ରୁର୍ ଅଜା ବୁଢ଼ା ଭଟ୍କୁ |
ଚିଂଗ୍ରୁକେ କହେଲା ହଏରେ ନାତି ପିଠାଖିଆ ନି କର୍ | ଇଟା ଗୁଟେ ଫାଲ୍ତୁ ଖର୍ଚା ଏ,ପିଠାଖିଆଥି ଯେନ୍ ଦୁଇ ପଏସା ଖର୍ଚା କର୍ବୁ ହେଟା ଥିଲେ ଭୂଆସେନ୍ ପିଲାତି ହେଲା ବେଲେ ଲାଗ୍ବା |
ଭଟ୍କୁ ଯେନ୍ତା ଇ ପିଠାଖିଆକେ ମନାକଲା ତାହାକେ ଚିଂଗ୍ରୁ ଆର୍ ରଏବାରି କେତ୍ନିକେତେ ହୁଡ଼ାକୁଦା,ଧୁର୍ଧୁର୍ ମାର୍ମାର କଲେ ,
ଖାଏବାକେ ନି ଦେଲେ ଆର୍ ଘରୁ ଖେଦି ଦେଲେ | ବୁପୁରା ଭଟ୍କୁ ଗାଁନେ ମାଗିଯାଁଚି କରି ଖାଏଲା ଆର୍ ଗାଁର୍ କମିଟୀ ସେଣ୍ଟର୍ ବାରଣ୍ଡା ନେ ଦିନ୍ କାଟ୍ଲା |
ସେଆଡ଼େ ରଏବାରିର୍ ମାଆ ଘରର୍ ଲୋକ୍ ତାକର୍ ଘରେ ଯାହା ସାମାନ୍ ପତର୍ ଥିଲା ଗହନା କଲେ ଆର୍ ପିଠାପନା ତିଆର୍ କଲେ ,ଅନେକ୍ କିସମ୍ ର ମିଠା ଘିନ୍ଲେ | ବୋଲେର୍ ଭଡ଼ା କର୍ବାକେ ପଏସା ନି ପୁର୍ଲା ,ଶେଷେ ତାକର୍ ରାସନ୍ କାର୍ଡ଼ ଗହନା କଲେ |
ଇଆଡ଼େ ଚିଂଗ୍ରୁ ଇଜତ୍ ମହତ୍ କେ ଦେଖିକରି ପିଠା ଖିଆକେ ମନାକରି ନି ପାରି ସିନେ | ଯେନ୍ମାନେ ପିଠା ଖୁଏଇ ଆଏବେ ତାକର୍ ଚର୍ଚା କର୍ବାର ତ ନିହାତି ଦର୍କାର | ଘରେ ସାଜୋବାଜୋ ଯାହାଥିଲା ଆର୍ ରାସନ୍ କାର୍ଡ଼କେ ଗହନା କଲା | କୁନୁଆ ମାନ୍କର୍ ଲାଗି ଭଲ୍ ବୁଢ଼ାସମର୍ ଚଉଲ୍ ଦୁଇ ପକେଟ୍,ଵନେ ଲସ୍ ଲସା ମେଲ୍ଛା ପଟେ ଘିନ୍ଲା | ତାର୍ ଶସୁର୍ ଘର୍ ଲୋକ୍ ପିଠା ଖୁଏଇ ଆଏଲେ, ବଢ଼େ ଧୁମ୍ ଧାମ୍ ରେ ଭୁଜି ହେଲା |
ଏତେଟେ ଖର୍ଚା କରିଦେଲା ସିନେଚିଂଗ୍ରୁ,ରଏବାରି ଖାଏବାକେ କେନ୍ କଁଚା ତୁନ୍ ଶାଗ୍ ଟିକେ ନି ମିଲଲା କି ଭିଟମିନ୍,ପ୍ରୋଟିନ୍ କିଛି ନି ମିଲଲା | ଶେଷ୍କେ ରଏବାରି କମ୍ଜୁରି ହେଇଗଲା |
ଦଶ୍ ମାସ୍ ହେଲାକି ରଏବାରି କେ ପିଲାତି ଦୁଃଖ୍ ଆସ୍ଲା | ୧୦୨ ଆମ୍ବୁଲାନ୍ସଥି ରଏବାରିକେ ଡାକ୍ତର୍ ଖାନା ନେଲା ଚିଂଗ୍ରୁ | ଡାକ୍ତର୍ ରଏବାରିକେ ଯାଂଚ୍ କଲେ ଆର କହେଲେ ରଏବାରିର୍ ହିମୋଗ୍ଲୋବିନ୍ ପାଂଚ୍ ପଏଣ୍ଟ ଅଛେ ,ତାକେ ସିକ୍ଲିଂଗ ଆର୍ ଜଣ୍ଡିସ୍ ହେଇଛେ ଇତାକେ ରକତ୍ ଲାଗ୍ବା ଜଲ୍ଦି ଇ ମେଡ଼ିସିନ୍ ସବୁ ଆନ ଆର୍ ରକତ୍ ଯୁଗାଡ଼ କର ବୋଲି ଗୁଟେ ଚିଠା ଲେଖିକରି ଚିଂଗ୍ରୁକେ ଧରେଇ ଦେଲେ | ଚିଂଗ୍ରୁର୍ ମୁଡ଼େ ଅକାଲ୍ ଚଡ଼କ୍ ପଡ଼୍ଲା ବାଗିର୍ ଲାଗ୍ଲା | ତାର୍ ପାହା ତଲୁ ପୁର୍ଥି ଖଁସ୍ରି ଗଲା ମେତାନ୍ ଲାଗ୍ଲା | ତାର୍ ଯାହା ସାଇପୁଞ୍ଜି ଥିଲା ସବୁତ ପିଠା ଖୁଆଥି ସାରି ଦେଇଛେ,ହାତେଁ କାଁଣିକଉଡ଼ିଟେ ନିନ | ଶେଷେ ତାର୍ ଶଶୁର୍ ଘର୍କେ ଫୁନ୍ କଲା| ସେମାନେ କହେଲେ ଆମର୍ ଯାହାଥିଲା ସବୁତ ପିଠା ଖୁଆଥି ସାର୍ଲୁ ଆର୍ କେହିଁ ପାଏମୁ ଯେ ତମ୍କୁ ଦେଇପାର୍ମୁ |
ଇଆଡ଼େ ବେଲୁ ବେଲ୍କେ ଉଷୋକସା ନି ପାଇକରି ରଏବାରିର୍ ଅବସ୍ଥା ସିରିଏସ୍ | ପିଲାଛୁଆଟେ ଜନମ୍ କଲା ଆର୍ ରଏବାରି ରକତ୍ ଅଭାବେଁ ମରିଗଲା | ଯେନ୍ ଛୁଆଟା ଜନମ୍ ହେଲା ଅପପ୍ରୁଷ୍ଟି ହେଇଥିଲା,କିଛି ସମିଆଁ ଉତ୍ତାରୁ ଛୁଆଭି ମରିଗଲା | ପଏସା ପତର୍ ଅଭାବ୍ ଲାଗି ରଏବାରିର୍ ଚକିତ୍ସା ହେଇ ନି ପାର୍ଲା,ଚିଂଗ୍ରୁର୍ ସଂସାର୍ ଭାସିଗଲା |
ତାର୍ ଅଜାବୁଢ଼ା ଭଟ୍କୁର୍ କଥା ସୋର୍ କଲା ଚିଂଗ୍ରୁ,ବୁଢ଼ାକେ ଯେନ୍ ଦୁଃଖ୍ ଦେଇଛେ ନିଜର୍ ଦୋଷ୍କେ ନିଜେ ବୁଝି ପାର୍ଲା |ବୁଢ଼ାର୍ କଥା ମାନିଥିଲେ ତାର୍ ସଂସାର୍ ନି ଭାଷି ଥିତା ବୋଲି ପସ୍ତେଇ ହେଇ, ତାର୍ କଲା କର୍ମକେ ନିନ୍ଦି, ବୁଢ଼ାର୍ ନିକେ ଗଲା ଆର୍ ବୁଢ଼ାର୍ ଦୁହି ପାହାକେ ଧରି ମୁଡ଼ିଆ ମାରି ଛୁଆକର୍ ବାଗିର୍ ହେକେଇ ହେକେଇ କାନ୍ଦୁଥିଲା |

