STORYMIRROR

ଶ୍ଯାମସୁନ୍ଦର କୁମ୍ଭାର

Inspirational

3  

ଶ୍ଯାମସୁନ୍ଦର କୁମ୍ଭାର

Inspirational

ପାଗଳି

ପାଗଳି

3 mins
166

 ରାମବାବୁ ଜଣେ ସମ୍ଭ୍ରାନ୍ତ ବ୍ରାହ୍ମଣ ଲୋକ | ଧନ,ମାନ ,ଜଜମାନୀ ପାଣ୍ଡିତ୍ୟ କୋଉଥିରେ ତାଙ୍କର ଉଣା ନାହି | ତାଙ୍କର ଗୋଟିଏ ମାତ୍ର ଝିଅ ନୀତା | ଗୋଟିଏ ଚାଉଳରେ ଗଢା, ସତେ ଯେପରି ସରଗ ପରୀଟିଏ |ରୂପରେ ଯେମିତି ଗୁଣରେ ସେମିତି |

ରାମବାବୁଙ୍କର ବା କୋଉଥିରେ ଅଭାବ ରହିଛି ତା ଛଡ଼ା ନୀତା ହେଉଛି ତାଙ୍କର ଏକ ମାତ୍ର ଅଲିଅଳି ଝିଅ | ରାମବାବୁ ନୀତାକୁ ତାଙ୍କ ଜୀବନଠୁ ଅଧିକ ଭଲ ପାଆନ୍ତି |ନୀତାର ବାଲ୍ୟ ଜୀବନ ଅତ୍ୟନ୍ତ ହସଖୁସିରେ କଟିଗଲା |ନୀତା BAପର୍ଯ୍ୟନ୍ତ ପଢିଲା |

   ନୀତାର ବିବାହ ବୟସ ହେବାରୁ ସମଜତିର ଗୋଟିଏ ଯୁବକ ସହିତ ମହା ଧୁମଧାମରେ ନୀତାର ବାହାଘର ହେଲା |ମୋଟର ସାଇକେଲ୍ ଠାରୁ ଆରମ୍ଭ କରି TV,କୁଲର୍ ,ଫ୍ରିଜ , ଘର ତଲଣୀ ସାମଗ୍ରୀ ଇତ୍ୟାଦି ଦେଇ ରାମବାବୁ ନୀତାକୁ ବାହା ଦେଲେ | କନ୍ୟା ବିଦାକଲା ସମୟରେ ସଂସାର ରୀତିନୀତି,ସାମାଜିକ ଚଲଣୀ ବିଷୟରେ ବୁଝାଇ ରାମବାବୁ ଝିଅକୁ ବିଦାକଲେ |

   ଚଉଠି ରାତିରେ ନୀତା ମନରେ ଅସରନ୍ତି ସପ୍ନ |ସ୍ୱାମି ସହିତ ହସ ଖୁସିରେ ରହିବ |ତାର କୁନି କୁନି ପୁଅ ଝିଅ ହେବେ |ତାର ପୁଅଝିଅର ଟିକିଟିକି ହାତ ଧରି ତାଲି ଶିଖାଇବ | ଜହ୍ନ ମାମୁଁକୁ ଦେଖାଇ ଦୁଧଭାତ ଖୁଆଇ ଦେବ, ଅଳି କଲେ ନାନାବାୟା ଗୀତ ଗାଇ ଶୁଆଇ ଦେବ | ସମାଜରେ ଗୋଟିଏ ଆଦର୍ଶ ସ୍ତ୍ରୀ ଭାବେ ନିଜକୁ ପ୍ରତିଷ୍ଠିତ କରିବ |

  ମାତାଲ ଅବସ୍ଥାରେ ଢଳିଢଳି ଗୃହକୁ ପ୍ରବେଶ କଲେ ଜିତୁ |ଅତି କର୍କଶ କଣ୍ଠରେ ଡାକଲା ଏ ନୀତା ଭଲ ଅଛୁ | ଚମକି ଉଠିଲା ନୀତା, ହଠାତ୍ ତାର ସ୍ୱପ୍ନରେ ପୂର୍ଣଛେଦ ପଡ଼ିଗଲା | ଏ କଣ ଜିତୁ ?ମୁଁ ଭୁଲ୍ ଦେଖୁନାହିଁତ ? ମୋର ଭବିଷ୍ୟତ କଣ ହେବ ? ଏମିତି ଅନେକ ପ୍ରଶ୍ନ ନୀତାର ହ୍ରୁଦୟକୁ ଆନ୍ଦୋଲିତ କଲା | ତାର ପାଦ ତଳରୁ ପୃଥିବୀ ଖସିଗଲା ପରି ଲାଗିଲା | କଣ କରିବ,କଣ କହିବ କିଛି ଚିନ୍ତା କରିପାରିଲା ନାହିଁ |ଶେଷରେ ସାହସ ସଂଚୟ କରି କହିଲା ତୁମେ ମଦ ପିଇଛ ? ନୀତାର ଜୀବନରେ ଝଡ଼ର ପ୍ରାକ୍ ସୂଚନା ଚଉଠି ରାତିରୁ ହିଁ ଜଣା ପଡ଼଼ିଗଲା | କ୍ଷଣକ ପୂର୍ବରୁ ଦେଖୁଥବା ସ୍ୱପ୍ନ ସଙ୍ଗେସଙ୍ଗେ ଉଭେଇ ଯାଇ ଅନିଶ୍ଚିତ ଭବିଷ୍ୟତ ଅମାଅନ୍ଧକାରର ଚିନ୍ତା ଦେହ ମନକୁ ଅସ୍ଥିର କଲା |ସେ ଜିତୁ ଠାରୁ ଦୂରେଇ ଗଲା | ଜିତୁ କଣ ଛାଡ଼ିବା ଲୋକ, ନୀତାର ଅନିଚ୍ଛା ତଥା ବାରଣ ସତ୍ତ୍ୱେ ଯୋର ଜବରଦସ୍ତ ନୀତାର ଗଚ୍ଛିତ ନାରୀତ୍ୱକୁ ଉପଭୋଗ କଲା | ଜିତୁ ପ୍ରତିଦିନ ଏପରି ମାତାଲ ଅବସ୍ଥାରେ ଘରକୁ ଆସିବାରୁ ବିବାହର ଦୁଇଦିନ ପରେ ନୀତା,ଜିତୁକୁ ମଦ ଛାଡି ଦେବା ପାଇଁ ବୁଝାଇବାକୁ ଚେଷ୍ଟାକଲା |ଜିତୁ କଣ ବୁଝିବାର ବା ମାନିବାର ପିଲା, ତୁ କିଏବେ ମୋତେ ମନା କରିବୁ ,ମୁଁ କଣ ତୋ ବାପାର ଟଙ୍କାରେ ମଦ ପିଉଛି କହି ଜିତୁ ନୀତାକୁ ନିର୍ଧୁମ ପିଟି ପକାଇଲା | ସେହିଦିନ ଠାରୁ ଜିତୁ ନିୟମିତ ମଦପିଇ ସନ୍ଧ୍ୟାରେ ଘରକୁ ଆସେ ଓ ନୀତାକୁ ଅନେକ ପ୍ରକାର ଅଶ୍ଳୀଳ ଭାଷାରେ ଗାଲିଗୁଲଜ କରି ନୀତାକୁ ଖୁବ୍ ଜୋର୍'ରେ ମାଡ଼ଦେବା ଆରମ୍ଭ କରିଦେଲା | ନୀତା ଜଣେ ରକ୍ତ ମାଂସରେ ଗଢା ମହିଲା |ଜିତୁର ଅତ୍ଯାଚାର କେତେବା ସହିବ | ଅତ୍ଯାଚାର ଅସହ୍ଯ ହେବାରୁ ତାର ବାପାଙ୍କୁ ଫୋନ୍ କରି ଜଣାଇଲା | ରାମବାବୁ ଜୋଇଁ ଘରକୁ ଆସି ସବୁ ବୁଝାସୁଝା କଲେ | ଜିତୁ ଆଉ ମଦ ପିଇବି ନାହିଁ ବୋଲି ପ୍ରତିଶ୍ରୁତି ଦେଲା |ରାମବାବୁ ଘରକୁ ଫେରିଗଲେ | 

 ଖାଇଲା ତୁଣ୍ଡ,ବୋହିଲା ମୁଣ୍ଡ | ଜିତୁ କଣ ମଦ ନ ପିଇ ରହିପାରିବ ?ଚୋର ମନ ଗଣ୍ଠିରେ , ସେ ତାର ପୁରୁଣା ଅଭ୍ୟାସ ଛାଡ଼ିଲା ନାହିଁ | ପୂର୍ବରୁ ଦ୍ୱିଗୁଣିତ ଅତ୍ୟାଚାର ଆରମ୍ଭ କରିଦେଲା ଜିତୁ |ତାର ଅତ୍ୟାଚାର କଥା ଦାଣ୍ଡରୁ ଯାଇ ହାଟରେ ଗଡ଼ିଲା |

  ସହିବାର ବି ଗୋଟିଏ ସୀମା ଥାଏ | ଅନେକ ଥର ବୁଝାମଣା ହେଲାପରେ ଶେଷରେ ନୀତା ନିଜେ ଜିତୁଠାରୁ ଛାଡ଼ପତ୍ର ନେଲା |

   ଜିତୁର ଅତ୍ୟାଚାରରେ ଅତିଷ୍ଠ ହୋଇ ନୀତା ଛାଡ଼ପତ୍ର ନେଲା ସତ | କିନ୍ତୁ ତାର ଆଗରେ ଲମ୍ବା ଭବିଷ୍ୟତ | ତାକୁ ଆଜୀବନ ଏକାକୀ ଦିନ କାଟିବାକୁ ପଡ଼ିବ |ନା ପୁଣି ବିବାହ କରିପାରିବ, ପୁଅ ଝିଅ ଜନ୍ମକରି ସଂସାରଟିଏ କରିପାରିବ |

ନୀତାର ମନରେ ପୁଣି କାହା ହାତଧରି ସ୍ୱାମି ସଂସାର କରି ଜୀବନ ବିତାଇବାର କାମନା ବାସନା ଉଙ୍କିମାରେ |ନିଜ ଭାଗ୍ୟକୁ ନିନ୍ଦାକରି ଲୁଚିଲୁଚି କାନ୍ଦେ | ଖାଇବା ,ଶୋଇବା, କାହା ସହିତ ମିଶିବାକୁ ଇଚ୍ଛା ନାହିଁ | ସଂସାର କରିବାକୁ ତାର ଇଚ୍ଛା ଥିଲେ କଣ ହେବ?ସମାଜରେ ପରା ନିୟମ ରହିଛି ଝିଅ ଥରେ ବାହା ହୋଇ ଯଦି ଛାଡ଼ପତ୍ର ହୁଏ ବା ବିଧବା ହୁଏ ,ସେ ଦ୍ବତୀୟ ବିବାହ କରିପାରିବ ନାହିଁ |ସେ ଯୌବନ ଥିଲେ ମଧ୍ଯ ବାକିତକ ଜୀବନ କାମନା ,ବାସନା ରହିତ, ନିରାଡମ୍ବର ,ନିଃସଙ୍ଗ ଜୀବନ ଜୀଇଁବାକୁ ପଡ଼ିବ | ପିଣ୍ଡରେ କେବଲ ଜୀବନ ଟିକେ ଥିବ ,ତାକୁ ମାନସିକ ସ୍ତରରେ ପ୍ରତିଦିନ ମରିବାକୁ ପଡ଼ିବ | ନୀତାକୁ ସମାଜର ଏହି ନିୟମ ଅସହ୍ଯ ହୋଇ ଉଠେ | ତାର ମନେମନେ ସମାଜର ଏହି କଠୋର ନିୟମକୁ ନିନ୍ଦାକରେ | ଏହି ନିୟମ ଉଠାଇ ଦେବାକୁ ସମାଜର ଭଦ୍ର ଲୋକଙ୍କୁ କହିବାକୁ ଚେଷ୍ଟାକରେ | ହେଲେ ଲୋକ ଅପବାଦ ଭୟରେ ମନ କଥା ମନରେ ମାରି ରହିଯାଏ |

    ନୀତା ଚଉଠି ରାତିରେ ଦେଖିଥିବା ସ୍ୱପ୍ନକୁ ମନେ ପକାଏ |ତାର ସାଙ୍ଗସାଥୀ ଝିଅ ମାନଙ୍କ ପୁଅ ଝିଅଙ୍କୁ ଦେଖେ | ଏକ ସୁଖର ସଂସାର ଗଢିବା ବାସନାରୁ ବଞ୍ଚିତ ହୋଇଥିବାରୁ ମାନସିକ ଭାରାକ୍ରାନ୍ତ ହୋଇ ନଖାଇ, ନପିଇ ଦିନ ରାତି ଭାବିଭାବି ନୀତା ଶେଷରେ ପାଗଳି ହୋଇଗଲା | ଯାହାକୁ ଦେଖିଲେ ତାକୁ କହିଲା ,ହେ ମୁଁ ବାହା ହେବି |ମୋର ପୁଅ ହେବ ଝିଅ ହେବ ତାଙ୍କ ହାତଧରି ଚାଲି ଶିଖାଇବି ଜହ୍ନକୁ ଦେଖାଇ ଭାତ ଖୁଆଇବି ଅଝଟ ହେଲେ ନାନାବାୟା ଗୀତ ଗାଇ ଶୁଆଇ ଦେବି |



Rate this content
Log in

More oriya story from ଶ୍ଯାମସୁନ୍ଦର କୁମ୍ଭାର

Similar oriya story from Inspirational