Smrutiprangya Swain

Tragedy Inspirational

3  

Smrutiprangya Swain

Tragedy Inspirational

ଫେରି ଆସିବାର ବେଳ

ଫେରି ଆସିବାର ବେଳ

4 mins
215


ସମୁଦ୍ରର ନୀଳ ଲହରୀ କୂଳ ଲଂଘୁଥାଏ । ପର୍ଯ୍ୟଟକମାନଙ୍କ କୋଳାହଳ ଶବ୍ଦରେ ପ୍ରକମ୍ପିତ ହୋଇଉଠୁଥାଏ ସମୁଦ୍ର ତଟ । କେହି କେହି ସମୁଦ୍ର ପାଣିରେ ଗାଧେଇବାର ମଜା ନେଉଥାନ୍ତି ତ ଆଉ କେହି ସମୁଦ୍ର କୂଳରେ ପଡିଥିବା ଛୋଟ ଛୋଟ ଦୋକାନମାନଙ୍କରୁ ଜିନିଷ କିଣାକିଣି କରୁଥାନ୍ତି । ସେହି କୂଳରେ ନିରାକାର ତାର ଛୋଟିଆ ପସରାଟି ମେଲିଦେଇଥାଏ । କାକୁଡି ମକାରେ ଲୁଣ ଲଙ୍କା ମାରି ଗ୍ରାହକମାନଙ୍କୁ ଭେଟି ଦେଉଥାଏ । ତାର କାକୁଡି, ମକା ସମୁଦ୍ର କୂଳରେ ପ୍ରସିଦ୍ଧ କହିଲେ ଚଳେ । ସେଥିପାଇଁ ତା ପାଖରେ ସବୁଦିନ ଗ୍ରାହକମାନଙ୍କର ଭିଡ । ନିରାକାରର ପରିବାର କହିଲେ ତା ପତ୍ନୀ ରାଧା, ପୁଅ ପ୍ରଶାନ୍ତ ଆଉ ଝିଅ ଶୋଭା । ତାର ଛୋଟିଆ ସଂସାରଟି ଗଢି ଉଠିଥାଏ ସମୁଦ୍ର ନିକଟବର୍ତ୍ତୀ ଏକ ଗ୍ରାମରେ । ନିରାକାରର କେବଳ ଗୋଟିଏ ଚିନ୍ତା ପୁଅ ଝିଅ ଭଲ ମଣିଷ ହେବେ, ସେମାନେ ତାଙ୍କ ସୁଖର ସଂସାର ଗଢିବେ । ସେମାନେ ଭଲରେ ରହିଲେ ଆଉ କଣ ଦୁଃଖ,ତେଣିକି ପିଣ୍ଡରୁ ପ୍ରାଣ ଛାଡ଼ି ଗଲେବି ଆଉ ଚିନ୍ତାନାହିଁ । ପ୍ରଶାନ୍ତ ସେହି ନିକଟବର୍ତ୍ତୀ ଏକ college ରେ ପାଠ ପଢୁଥାଏ । ଏ ବର୍ଷ ସେ ବି.କମ୍. ପାସ କରିଛି । ହେଲେ ଘରର ଆର୍ଥିକ ସମସ୍ୟା ପାଇଁ ତା ପାଠ ପଢ଼ାରେ ଡୋରି ବନ୍ଧହେଇଛି । ସେ ତାର ବାପାଙ୍କୁ ତାଙ୍କର ସେହି ଛୋଟିଆ ବ୍ୟବସାୟରେ ସାହାଯ୍ୟ କରୁଥାଏ ହେଲେ ଏସବୁରେ ତାର ଜମାବି ମନ ଲାଗୁନଥାଏ । ତାର ସବୁ ସାଙ୍ଗ ମାନେ ସହରରେ ରହି ଭଲ ଭଲ ଚାକିରୀ କରୁଛନ୍ତି,ସେ କେବଳ ଗାଆଁରେ ଏକୁଟିଆ ପଡିରହିଛି କଣ କାକୁଡି ମକା ବିକ୍ରି କରିବା ପାଇଁ, ଏଇ କଣ ତାର ସ୍ୱପ୍ନ ,ଏଇ କଣ ତାର ଭବିଷ୍ୟତ । ସେ ବି.କମ୍. ପାସ କରିଥିଲା କଣ ଏଇଆ କରିବା ପାଇଁ । ନାଁ ସେବି ସହରକୁ ଯିବ ଭଲ ଚକିରୀ କରିବ ଅୟ ଆରମରେ ଜୀବନ ବଞ୍ଚିବ । ସହରର ମାୟା ତାର ଚିନ୍ତା ଚେତନାକୁ ଯେମିତି କବଜା କରିସାରିଥିଲା । 

      ସେ ଯାଇ ତାର ବାପାଙ୍କୁ କହିଲା "ବାପା ମୋର 10,000 ଟଙ୍କା ଦରକାର । ମୁଁ କାଲି ରାତି ବସରେ ହିଁ ସହରକୁ ଚାଲିଯିବି । ଆଉ ଏ ଧୂଳି ମଳି ଦୁଃଖ ଜଞ୍ଜାଳ ଭିତରେ ମୋ ଜୀବନ କାଟିପାରିବିନି । "ନିରାକାର ଏକଥା ଶୁଣିବା ମାତ୍ରେ ତାଙ୍କ ଦେହମୁଣ୍ଡ କଣ ହେଇଗଲା, ତାଙ୍କ ପାଦ ଆଡୁ କେମିତି ଝିମଝିମ ହେଇ ଆସିଲା । 

"ତୁ ଏ କଣ କହୁଛୁ ପୁଅ ତୋ ବିନା ଆମର ଆଉ କିଏ ଅଛି, ତୁ ଚାଲିଗଲେ ଏ ବୁଢା ବୟସରେ ଆମର ସାହା ଭରସା ଆଉ କିଏ ହେବ, ଆମେ ବାପା ମାଆ ଦିଟା କେମିତି ଦେହଧରି ବଞ୍ଚିରହିବୁ, ତୁ ଏଇଠି ରହି କିଛି ଗୋଟେ ବବ୍ୟସାୟ ଆରମ୍ଭ କର । ଦେଖ ତୋ ମାଆ କେମିତି ପାଗେଳି ଭଳି କାନ୍ଦୁଛି, ତୋର ବାହାବୟସର ଭଉଣୀଟା ଘରେ ବସିଛି, ତୁ ଚାଲିଗଲେ ଏସବୁ କଥା କିଏ ବୁଝିବ । 

 ସହରର ମାୟା ପ୍ରଶାନ୍ତକୁ କବଳିତ କରି ସାରିଥିଲା ସେ କିଛି ବି ବୁଝିବାକୁ କି ଶୁଣିବାକୁ ଚାହୁଁନଥିଲା । ତାର ଏକା ଜିଦ ସେ ଯେମିତି ହେଲେ ସହରକୁ ଯିବ । ପୁଅର ଜିଦ ଆଗରେ ନିରାକାର ଯେମିତି ଅସହାୟ ହୋଇ ପଡିଲେ ,ହେଲେ ଏତେ ଜଲଦି ଏତେ ଗୁଡିଏ ଟଙ୍କା ଆଣିବେ କୋଉଠୁ ବହୁ କଷ୍ଟରେ ଧାରଉଧାର କରି ପାଞ୍ଚହଜାର ଟଙ୍କା ଆଣି ପ୍ରଶାନ୍ତକୁ ଦେଲେ । ସେହିଦିନ ରାତି ବସରେ ହିଁ ପ୍ରଶାନ୍ତ ବାହାରିଗଲା ସହର ଅଭିମୁଖେ । 

ସହରର ଚକଚାକ୍ୟ ଦେଖି ପ୍ରଶାନ୍ତର ଆଖି ଝଲସି ଉଠୁଥିଲା ସଫା ରାସ୍ତା, ଆଲୋକିତ ରଶ୍ମିମାଳା ପ୍ରଶାନ୍ତ ମନରେ ଆଣିଦେଉଥିଲା ଅପୂର୍ବ ଆନନ୍ଦ । ହେଲେ ତା ପାଖରେ ଏତେ ଟଙ୍କା ନଥିଲା ଯେ ସେ ବେଶିଦିନ ସହରରେ ତିଷ୍ଠି ପାରିବ । ତାକୁ ଯେମିତି ହେଲେ ବି ଗୋଟିଏ ଚକିରୀ ଖୋଜିବାକୁ ପଡିବ । ବହୁ ଖୋଜାଖୋଜି ପରେ ପ୍ରଶାନ୍ତକୁ ଗୋଟିଏ କମ୍ପାନୀରେ ଜବ୍ ମିଳିଗଲା । ଧୀରେ ଧୀରେ ତାର ଦରମା ମଧ୍ୟ ବୃଦ୍ଧି ପାଇବାକୁ ଲାଗିଲା । ସେ ଛୋଟ ଭଡାଘରଟି ଛାଡି ନୂଆ ଫ୍ଲାଟରେ ରହିଲା । ମାର୍ବଲ ଚଟାଣ, ଆରମ ଚୌକି, ବେଡ଼ରୁମର ନରମ ଗଦି ସବୁ ଯେମିତି ପ୍ରଶାନ୍ତ ପାଇଁ ଥିଲା ଏକ ନୂତନ ଅନୁଭୂତି । ମିଛ ସୁଖ ମାୟାର ବାହୁବନ୍ଧରେ ସେ ହୋଇଯାଇଥିଲା ଆବଦ୍ଧ । ନରମ ଗଦି ଉପରେ ଶୋଇ ପ୍ରଶାନ୍ତ ଭୁଲି ଯାଇଥିଲା ଗାଆଁର ମାଟି ଚଟାଣ ଉପରେ ପଡୁଥିବା ସପ ବିଛଣା କଥା, ଭୁଲି ଯାଇଥିଲା ସମୁଦ୍ର କୂଳରେ ବହୁଥିବା ସୁଲୁସୁଲିଆ ପବନ କଥା,ବଉଳର ମହକ କଥା । ନରମ ଶେଯରେ ଶୋଇ ପ୍ରଶାନ୍ତ ସମ୍ପୂର୍ଣ୍ଣ ରୂପେ ଭୁଲିଯାଇଥିଲା ତା ଅତୀତକୁ । 

    ପ୍ରଶାନ୍ତ ଭଲପାଇବସିଲା ଲିଜାକୁ । ଲିଜା ଥିଲା ସେହି ସହରର ଜଣେ ଧନୀବ୍ୟକ୍ତିଙ୍କ କନ୍ୟା । ଲିଜା ଦେଖିବାକୁ ଯେପରି ସୁନ୍ଦରୀ ଥିଲା ସେହି ପରି ଥିଲା ମଡର୍ଣ୍ଣ୍ । ଲିଜାର ରୂପ ଲାବଣ୍ୟରେ ଯେକେହି ପାଗଳ ହେବା ସ୍ୱାଭାବିକ, ପ୍ରଶାନ୍ତ ବା ସେଥିରୁ ମୁକୁଳି ପାରିବ କେମିତି । ସେ ବହୁ ସାହସ ସଞ୍ଚୟ କରି ଲିଜାକୁ ପ୍ରପୋଜ କଲା । ମାତ୍ର ଲିଜା ତାର ପ୍ରପୋଜାଲକୁ ହସରେ ଉଡେଇ ଦେଲା । ଲିଜାକୁ ପାଇବା ସମସ୍ତଙ୍କ ଆଶା । ଏମିତି କେତେ ପ୍ରପୋଜାଲ ଆଗରୁ ଆସିଛି । ଲିଜା ପାଇଁ ଏସବୁ କେବଳ ଏକ ଡ୍ରାମା ମାତ୍ର । ଲିଜା ହସି ହସି କହିଲା, "ଓ ଡିଅର୍ କଣ ଭାବି ତମେ ମତେ ପ୍ରପୋଜ କଲ । ପ୍ରପୋଜ କରିବା ପୂର୍ବରୁ ତମକୁ ତମ ଷ୍ଟାଣ୍ଡାର୍ଡ ଚେକ କରିବାର ଥିଲା ।" ମୋ ବାପା ହେଉଛନ୍ତି ଏସହରର ସବୁଠାରୁ ଧନୀ ବ୍ୟକ୍ତି । ମୁଁ ପିଲା ଦିନୁ ଅୟସ ଆରାମରେ ଜୀବନ ବଞ୍ଚିବା ଶିଖିଛି । ଆଉ ତମେ ଜଣେ ସାମାନ୍ୟ ଏମ୍ପ୍ଲଇ । ତମେ ମୋର ଭରଣ ପୋଷଣ କେମିତି କରିବ । "ତମେ ଦେଇପାରିବ ମତେ ଗୋଟେ ହୀରାର ମୁଦି"???

   ଏସବୁ ଶୁଣି ପ୍ରଶାନ୍ତକୁ ଲଜ୍ଜ୍ୟା ଆସୁଥିଲା ତାର ପାରିଲାପଣିଆ ଉପରେ । ସେ କଣ ଲିଜା ପାଇଁ ଗୋଟେ ହୀରା ମୁଦି ଆଣି ପାରିବିନି??? କଣ ତାର ଔକାତ । ଲିଜାର ଧିକ୍କାର ପ୍ରଶାନ୍ତର ମାନସିକ ସ୍ଥିତିକୁ ଦୋହଲେଇ ଦେଇଥିଲା । 

 ପ୍ରଶାନ୍ତ ଥିଲା କମ୍ପାନୀର ଜଣେ ବିଶ୍ୱସ୍ତ କର୍ମଚାରୀ । ସେହି ବିଶ୍ୱସ୍ତପାଣିଆର ଫାଇଦା ଉଠାଇଥିଲା ପ୍ରଶାନ୍ତ । କମ୍ପାନୀରୁ ଚୋରି କରିଥିଲା ପଚାଶ ଲକ୍ଷ ଟଙ୍କା । ସତଟା କଣ ଜଣା ପଡିବା ପରେ ପ୍ରଶାନ୍ତକୁ ହେଇଯାଇଥିଲା ଜେଲ । 

ଏକଥା ଶୁଣିବା ପରେ ଅଥୟ ହୋଇଉଠିଥିଲେ ପ୍ରଶାନ୍ତର ବାପା ମାଆ । କୋଉ ବାପା ମାଆ ପୁଅର ଏ ଅବସ୍ଥାରେ ଧଯ୍ୟଧରି ରହି ପାରିବେ । ମାଆ ତ କାନ୍ଦିକାନ୍ଦି ନୟାନ୍ତ ହେଇଗଲେଣି । ନିରାକାର ସେହି ରାତିରେ ହିଁ ବସ୍ ଧରି ସହର ଚାଲି ଆସିଲେ । କମ୍ପାନୀ ମାଲିକ ପାଖରେ କ୍ଷମା ମାଗି, ବହୁ କାକୁତିମିନତୀ କରି ଜେଲରୁ ମୁକୁଳେଇ ଆଣିଲେ ପ୍ରଶାନ୍ତକୁ । 

ପ୍ରଶାନ୍ତ ମୁଣ୍ଡରୁ ଖସି ସାରିଥିଲା ଅର୍ଥଲୋଭର ନିଶା, ହଟି ଯାଇଥିଲା ମିଛ ପ୍ରେମର ଆବରଣ । ବାପାଙ୍କ ପାଦଧରି କ୍ଷମା ମାଗିଲା ପ୍ରଶାନ୍ତ । ପିଲାମାନେ ଯେତେ ଭୁଲ କଲେ ବି ବାପା ମାଆଙ୍କ ଆଖିରେ ସେମାନେ ପିଲା । ପିଲାମାନଙ୍କର ସବୁ ଭୁଲକୁ କ୍ଷମା କରିଦିଅନ୍ତି ବାପା ମାଆ । ପ୍ରଶାନ୍ତର ପଶ୍ଚାତାପର ଅଶ୍ରୁ ଦେଖି କୋଳେଇ ନେଇଥିଲେ ନିରାକାର । ବାପାଙ୍କ କୋଳରେ ମୁଣ୍ଡ ରଖି ପ୍ରଶାନ୍ତ ଅନୁଭବ କରୁଥିଲା ଅର୍ଥ ଲୋଭରେ ସେ କେତେବଡ଼ ଭୁଲ କରିଛି । ସହରର ଚାକଚକ୍ୟ ତା ଆଖିରେ ଅନ୍ଧପୁଟୁଳି ବାନ୍ଧିଦେଇଥିଲା । ତା ଆଖିରୁ ଅନ୍ଧପୁଟୁଳି ଫିଟିଯାଇଛି, ସେ ଏବେ ସମ୍ପୂର୍ଣ୍ଣ ଭାବେ ମୁକ୍ତ । ନା ସେ ଫେରିଯିବ ତାର ଗାଆଁକୁ, ବଣ ମୁଲକକୁ, ସମୁଦ୍ର କୂଳକୁ । ଯେଉଁଠି ପାଇଥିଲା ସେ ଆପଣାପଣ, ଯେଉଁଠି ରହିଛି ତାର ହଜାର ହଜାର ସ୍ମୃତି, ଯେଉଁଠି ମିଳିଛି ତାକୁ ଅସରନ୍ତି ଭଲପାଇବା । ବାପାଙ୍କ ଆବାଜରେ ଭାବନମୁକ୍ତ ହୋଇଗଲା ପ୍ରଶାନ୍ତ,ବାସ୍ତବ ଜଗତକୁ ଫେରିଆସିଲା ସେ । "କଣ ଭାବୁଛୁ କିରେ ପ୍ରଶାନ୍ତ ଜଲଦି ଆସେ ବସ୍ ଆସିଲାଣି ପରା, ଆମେ ଏବେ ଫେରିଯିବା ଗାଆଁକୁ ।"  

   



Rate this content
Log in

Similar oriya story from Tragedy