Bharati Lenka

Inspirational Others

4  

Bharati Lenka

Inspirational Others

ପାହାନ୍ତି ସପନ

ପାହାନ୍ତି ସପନ

3 mins
226



ସପନ କଣ ସତରେ ସତ ହୁଏ,l

ହଠାତ ନିଦଟା ଭାଙ୍ଗି ଗଲା,l

ପୁଣି ଥରେ ମନେ ପକାଇ ବାକୁ ଚେଷ୍ଟା କଲି,l

ହଁ ସମୟପ୍ରାୟେ ଚାରିଟା ବାଜି ଲାଣି l

ପ୍ରଭାତ ସପନ କୁଆଡେ ସତ ହୁଏ,l

ଏକଥା ମୁଁ ଶୁଣିଛିlଠିକ ଏ ତିକି ବେଳକୁ ଫୋନ ଟା ରିଙ୍ଗ ହେଲା,l ବୋହୂ ଫୋନ କରିଛି lସେପଟରୁ ନମସ୍କାର ପକାଇ ଲା ବୋହୂ lମୁଁ କହିଲି ହଁ ମାଆ ଏତେ ସଖାଳୁ କଣ ହୋଇଛିl ବୋହୂ କହିଲା ନାହିଁମ ବାପା କାଲି ତୁମ ପୁଅଙ୍କୁ କହୁଥିଲି ବାପା ବହୁତ ଦିନ ହେବ ପୁରି ଯିବାକୁ ମନ କଲେ ଣି lବାପା ତ ଆଉ ଭଲ ଭାବେ ଚଲା ବୁଲା କରି ପାରୁ ନାହାନ୍ତି lତୁମେ ତାଙ୍କୁ ସାଥିରେ ନେଇ ଟିକେ ଜଗନ୍ନାଥ ଦର୍ଶନ କରାଇଆଣ l

ତୁମ ପୁଅ ଆଜି ତୁମକୁ ପୁରି ନେଇ ଜଗନ୍ନାଥ ଙ୍କୁ ଦର୍ଶନ କରାଇ ଆଣିବେ lମୁଁ ସେହି ଖୁସି ଖବରଟା ଜଣାଇବା ପାଇଁ ଫୋନ କରି ଦେଲି lହଁ ବାପା ତୁମେ ନିତି କର୍ମସlରି ବାହାରି ପଡ଼, lତୁମ ପୁଅ ଗାଡି ନେଇ ଯିବେ lତୁମକୁ ସାଥିରେ ନେଇ ପୁରି ବୁଲାଇ ଆଣିବେ lବୋହୂ ଏତିକି କହି ଫୋନ ରଖିଲା lମୋର ଖୁ ସି ରେଗୋଡ଼ ତଳେ ଲାଗୁ ନ ଥାଏ, କାଳିଆ ଠାକୁର ଙ୍କୁ ବାର ବାର ଦଣ୍ଡ ପ୍ରଣାମ ଜଣାଇ ବାହାରି ବାକୁ ରେଡି ହୋଇ ଗଲି, lହେ ପ୍ରଭୁ କଳା ଗୋସେଇଁ ସବୁ ତୋହରି ଲୀଳା,lପୁଅ ଆସିବା ମାତ୍ରେ ସାଥି ହୋଇ ବାହାରି ଗଲୁ, lଶ୍ରୀ ମନ୍ଦିର ଭିତରେ କାଳିଆକୁ ଚାହିଁ ବହୁତ ଦିନରୁ ସାଇତି ରଖି ଥିବା ମନର କଥା ଗୁଡାକ ମନେମନେ କହି ପକାଇଲି,l ଚକା ଆଖିରୁ ଆଖି ଫେରେଇବାକୁ ଜମା ମନ ହେଉ ନ ଥାଏ lଠିକ ଏତିକି ବେଳକୁ ପଣ୍ଡା ଗୋସେଇଁ ଙ୍କ ଡାକରେ ମୁଁ ବୁଲି ପଡି ପଚାରିଲି, ଗୋସେଇଁ ମହାପୁରୁ ମୋତେ କଣ କହିଲେ କି lଗୋସେଇଁ ମହପୁରୁ କହିଲେ ଆସ ଆସ ତୁମ ପାଇଁ ଅଭଡ଼ା ଅଛି ପାଇବ lଆଉ ହେଇ ନିଅ ତୁମ ପୁଅ ଏ ଚିଠି ଟିକୁ ତୁମକୁ ଦେବାକୁକହି ଛନ୍ତି lମୁଁ କହିଲି ମହାପୁରୁ ମୋପୁଅ ଚିଠି ଦେଇ କୁଆଡେ ଗଲା lସେତ ମୋ ତେ ଶ୍ରୀ କ୍ଷେତ୍ର ବୁଲାଇ ଆଣିଛିl ପଣ୍ଡା ଗୋସେଇଁ କହିଲେ ମୁଁ ସେ ସବୁ କିଛି ଜାଣିନି ମୋତେ ଅଭଡlବାବଦରେ ଯାହା ପାଉଣା ଦେବା କଥା ସେ ଦେଇ,କହିଲେ ତୁମକୁ ଏ ଚିଠିଟି ଦେବା ପାଇଁ liମୁଁ କହିଲି ଗୋସେଇଁ ମହାପୁରୁ ମୁଁ ତ ମୁରୁଖ ଲୋକ ଆପଣ ଟିକେ ପଢି ଦିଅନ୍ତେ ନି ଗୋସେଇଁl ମହା ପୁରୁ ବିରକ୍ତି ପ୍ରକାଶ କରି କହିଲେ ଯାଅ ଯାଅ ଆଉ କାହାକୁ କହିବ ମୋର ସମୟ ନାହିଁ l

ଏ ତିକି କହି ଗୋସେଇଁ ମହାପୁରୁ ସେଠାରୁ ଚାଲି ଗଲେ lମୁଁ ଶ୍ରୀ ମନ୍ଦିର ବାହାରକୁ ଆସି ଚାରିଆଡେ ଖୋଜିଲି lଦେହ ହାତ ଝିମି ଝିମି ହୋଇ ଯାଉ ଥାଏ ହଠାତ ଆଖିକୁ ଝାପ୍ସା ଝାପ୍ସା ଦେଖା ଗଲା, ମୁଁ ତଳେ ପଡ଼ିଗଲି ଆଉ କିଛି ମନେ ନାହିଁ ଆଖି ଖୋଲିବା ବେଳକୁ ମୁଁ ଗୋଟିଏ ଖଟିଆରେ ଶୋଇଛି l

ମୋର ମୁଁ ଣ୍ଡ ରେ ପଟି ବନ୍ଧା ହୋଇଛି ହାତ ଆଉ ଗୋଡ଼ରେକିଛି କିଛି ଖଣ୍ଡିଆ ଖାବରା ହୋଇଛି l

ମୋ ପାଖରେ ଛଡା ହୋଇ ଥିବା ଲୋକ ଙ୍କୁ ଖାଲି ଚାହିଁ ଥାଏ lଜଣେ ଲୋକ କହିଲା ମଉସା ତୁମ ଦେହରେ ଗାଡି ବାଜି ତୁମେ ତଳେ ପଡି ଅଚେତ ହୋଇ ଯାଇ ଥିଲ lଆମେ ତୁମକୁ ଡାକ୍ତର ପାଖକୁ ନେଇ ଯାଇ ଥିଲୁ, ସେଠାରେ ତୁମ ହାତ ମୁଠାରେ ଏ ଚିଠି ଟିକୁ ପାଇଲୁ lତୁମ ପୁଅ ଏ ଚିଠିଟି ଲେଖିଛନ୍ତି ବାପା ମୋର ପ୍ରଣାମ ନେବ, ମୋତେ କ୍ଷମା କରି ଦେବ ଜାଣିବ ମୋର ବିଦେଶ ରେ ଗୋଟିଏ କମ୍ପାନି ରେ ଚାକିରୀ ହୋଇ ଯାଇଛିl ମୁଁ ମୋର ପରିବାର ସହିତ ସେହି ଠାରେ ରହିବି lତୁମେ ଆଉ କେତେ ଦିନ ସେ ଗାଁ ଘର ଟାରେ ପଡି ରହି ଥାଆନ୍ତ lମୁଁ ସେ ଘର ଟାକୁ ବିକ୍ରି କରି ଦେଇଛି l

ମୋତେ ଆଉ ଖୋଜିବନୀ,ତୁମର ଯୁଆଡେ ଇଚ୍ଛା ସିଆଡେ ପଳେଇବ lରହୁଛି ବାପା ଇତି ତୁମର ପୁଅ ଭୋଳା, ସବୁ ଶୁଣି ସରିଲା ପରେ କାଳିଆ ଠାକୁର କୁ ଧନ୍ୟବାଦ ନ ଜଣାଇ ରହି ପାରିଲିନି lବାଃ ବାଃ ରେ କାଳିଆ,ଏ ସବୁ ତୋହରି ଲୀଳା ପାହାନ୍ତି ସପନରେ ମୋତେ ଅଭଡ଼ା ଖୋଇ ଲୁ lମୋ ସପନକୁ ସତ୍ୟ ପ୍ରମାଣିତ କରାଇ ବାକୁ ଯାଇ ମୋତେ ଶ୍ରୀ କ୍ଷେତ୍ର ଆଣିଲୁ lଧନ୍ୟ ରେ ଲୀଳା ମୟ ଧନ୍ୟ ତୋର ଲୀଳା ତୁ ମହା ବାହୁ ଅରକ୍ଷ ରକ୍ଷ,ତୋ ମାୟା ତୋତେ ଜଣା ତୋ ଡୋରି ନ ଲଗେଇ ଥିଲେ ମୋ ଜୀବନଟା ଥୁଣ୍ଟା ବର ଗଛ ରେ କାଳିଆ,l ମୋ ଶେଷ ଜୀବନ ତୋ କ୍ଷେତ୍ର ରେ ଯାଉ ଏତିକି ମୋର ତୋ ଚରଣ ରେ ଆଶା ।


Rate this content
Log in

Similar oriya story from Inspirational