Bharati Lenka

Tragedy Others

4  

Bharati Lenka

Tragedy Others

ଯୌତୁକ

ଯୌତୁକ

3 mins
352



ଆରେ ପୁଅ ଟିକେ ଶୁଣିବ ହଁ ମଉସା କଣ କୁହ, ସେଠି ଏତେ ଲୋକ ଠିଆ ହୋଇ କଣ କରୁ ଛନ୍ତି, ବୁଝିଲ ମଉସା ଜଣେ ଖ୍ୟlତନାମlଲୋକ ପାଇଁ ଗୋଟେ କୀଡୀନି ଦରକାର ଯିଏ କୀଡୀନି ଦାନ କରିବ ତାକୁ ପଚାଶ ହଜାର ଟଙ୍କା ଦିଆ ଯିବ ଓ ତାର ସମସ୍ତ ଖର୍ଚ୍ଚ ବହନ କରାଯିବ ସେଇ କଥାଟା ସେଇ ବୋଡ଼ ରେ ଲେଖା ଯାଇଛି ତେଣୁ ସେଠି ଲୋକ ମାନେ ଠିଆ ହୋଇ ସେ ଲେଖାକୁ ପଢୁ ଛନ୍ତି ହେଲେ କେହି ନିଜର କୀଡୀନି ଦେବା ପାଇଁ ରାଜି ହେଉ ନାହାନ୍ତି ବୁଢ଼ା ର ଆଖିରେ ଆନନ୍ଦ ର ଅଶ୍ରୁ ନିଗିଡି ପଡିଲା ସେ ଖୁସି ହୋଇ ସେ ପୁଅ କୁ ପଚାରି ଲେ ପୁଅ ମୋତେ ଟିକେ ତାଙ୍କ ପାଖକୁ ନେଇ ଯିବ ମୁଁ କୀଡୀନି ଦାନ କରିବି ବାବା ଲୋକଟି ଆଶ୍ଚର୍ଯ୍ୟ ହୋଇ କହିଁଲା ମଉସା ତୁମର ଏ ବୟସ ରେ ତୁମେ କୀଡୀନି ଦାନ କରିବ ତୁମ ଜୀବନ ଉପରେ ବିପଦ ଅଛି ମଉସା ବୁଢ଼ା ଲୋକ ଟି ଅଳ୍ପ ହସି କହିଲା ମୋ ଜୀବନ ଆଉ ବା କେତେ ଦିନ ମୁଁ ବଞ୍ଚି ରହି କଣ ବା କରିବି ମୋ ଜୀବନବଦଳରେ ଗୋଟିଏ ମୁଲ୍ୟ ବାନ ଜୀବନ ଯଦି ବଞ୍ଚି ଯାଏ ମୁଁ ତାହା ଠାରୁ ଅଧିକ ଖୁସି ହେବି ଆଉ ମୋର ସେ ପଚାଶ ହଜାର ଟଙ୍କା ର ବହୁତ ଆବଶ୍ୟକତା ରହିଛି ଲୋକ ଜଣକ ବୁଢ଼ା କଥାରୁ କିଛି ବୁଝି ପାରୁ ନଥାନ୍ତି ବୁଢ଼ା ର ଜିଦି ଦେଖି ସେ ତାଙ୍କୁ ସାଥିରେ ଧରି କୀଡୀନି ଖୋଜୁ ଥିବା ଲୋକ ନିକଟକୁ ନେଇଗଲେ lବୁଢ଼ା ଲୋକ ରସନମ୍ମତି କ୍ରମେ କୀଡୀନି ଟ୍ରାନ୍ସ ଫର କାମ ହୋଇ ଗଲା,ବୁଢ଼ା ତାର ପଚାଶ ହଜାର ଟଙ୍କା ପାଇ ଜଗନ୍ନାଥଙ୍କୁ ମୁଣ୍ଡିଆ ମାରି ଚାଲି ଚାଲି ଝିଅ ଘରକୁ ବାହାରି ପଡିଲା,କାରଣ ସେ ଯୌତୁକ ବାବଦକୁ ପଚାଶ ହଜାରେ ଟଙ୍କା ଦେଇ ନଥିବାରୁ ଦୁଇ ବରଷ ହେଲାଣି ତା ଝିଅ କୁ ଟିକେ ଦେଖି ପାରୁନି lଯେତେ ବେଳେ ଟିକେ ଦେଖିବା ପାଇଁ ଯାଇଛି ଝିଅ ଘର ଲୋକ ତାକୁ ଦୁର ଦୁର ମାର ମାର କରି ଅପମାନ ଦେଇ ବିଦା କରି ଦେଇଛନ୍ତି lକହିଛନ୍ତି ଯେଉଁ ଦିନ ପଚାଶ ହଜାର ଟଙ୍କା ଧରି ଆସିବ ସେ ଦିନ ଝିଅ ସହ ଭେଟ ହେବ,ଆଜି ବୁଢା ର ଖୁସି କହିଲେ ନ ସରେ ଝିଅ ଘର ପାଖରେ ପହଞ୍ଚି କବାଟରେ ହାତ ବାଡେଇ ଡାକିଲା ସମୁଦୁଣୀ ହେଇ ନିଅ ମୁଁ ପଚାଶ ହଜାର ଟଙ୍କା ଆଣିଛି ମୋ ଝିଅକୁ ଟିକେ ଡାକ ମୁଁ ଦେଖିବି,ଦୁଇ ବରଷ ହେଲାଣି ତାକୁ ଟିକେ ଦେଖିନି ବାପାର ପାଟି ଶୁଣି ଝିଅ ଘର ଭିତରୁ ଦଉଡି ଆସି ବାପାକୁ କୁଣ୍ଢେଇ କାନ୍ଦି ପକେଇଲା ହେଲେ ଇଏ କଣ ମୋ ଝିଅ କୁ ଦେଖା ଯାଉ ନାହିଁ ସେ ଅନ୍ଧ ହୋଇ ଯାଇଛି ଏମିତି କେମିତି ହେଲା କହି ବୁଢ଼ା କଚାଡି ହୋଇ ପଡିଲା ବୁଢାର ଛାତିରେ ଆଘାତ ଲାଗି ବୁଢା ସେହି ଠାରେ ସବୁ ଦିନ ପାଇଁ ଅଖି ବୁଜିଲା,ବୁଢ଼ାର ଶେଷ ଇଚ୍ଛା ଥିଲା ଝିଅକୁ ଦେଖିବ ହେଲେ ଝିଅ ତାକୁ ଦେଖି ପାରୁନି ଜାଣି ବୁଢା ର ସବୁ ଖୁସି ସବୁ ଦିନ ପାଇଁ ମିଳେଇ ଯାଇଥିଲା,ଝିଅ ର କାନ୍ଦ ଶୁଣି ଗାଁ ର ସମସ୍ତ ଲୋକ ଧାଇଁ ଆସିଲେ ଆଉ ପୋଲିସ କୁ ସଙ୍ଗେ ସଙ୍ଗେ ଫୋନ କଲେ ପୋଲିସ ଆସି ବୁଢ଼ା ଗାମୁଛା କାନିରେ ବନ୍ଧା ହୋଇ ଥିବା ଟଙ୍କା ବାହାର କଲା ଓ ଝିଅ ରବୟାନ ଏଇଆ ଥିଲା ତା ସାବତ ଶାଶୁ ଗରମ ପେଜ ତା ମୁହଁରେ ଢାଳି ତାର ଆଖିକୁ ନଷ୍ଟ କରି ଦେଇଛି ଦର୍ଶକ ଓ ପାଠକ ବନ୍ଧୁ ମାନେ ବିଚାର କର ଶାଶୁ କାରା ଦଣ୍ଡ ଭୋଗିଲା ସତ ହେଲେ ବୁଢ଼ାଲୋକ ଜଣକ କଣ ଭୁଲ କରି ଥିଲା ନିଜର କୀଡୀନି ଦେଇ ଅନ୍ୟର ପ୍ରାଣ ବଞ୍ଚେଇ ଶେଷରେ ଜୀବନ ଗଲା ଆଜିର ସମାଜରେ ଏଭଳି ଯୌତୁକ ଲୋଭି ରାକ୍ଷସ ମାନଙ୍କୁଉଚ୍ଚିତ କଠୋର ରୁ କଠୋର ଶାସ୍ତି ପ୍ରଦାନ କରାଗଲେ ସମାଜରେ ଝିଅ ମାନେ ଆଉ ଏପରି ନିର୍ଯ୍ୟାତନା ର ଶିକାର ହେବେ ନାହିଁ କି ସେ ବୁଢ଼ା ଲୋକ ପରି ଅନେକ ଗରିବ ଲୋକ ମାନସିକ ଯନ୍ତ୍ରଣା ସହି ମରିବେନି ରହୁଛି ପାଠକ ବନ୍ଧୁ, ବିଚାର ଆପଣ ମାନଙ୍କ ହାତରେ ।


Rate this content
Log in

Similar oriya story from Tragedy