Priyabrata Mohanty

Tragedy Inspirational Others

3.2  

Priyabrata Mohanty

Tragedy Inspirational Others

ପାଗଳର ପ୍ରଳାପ

ପାଗଳର ପ୍ରଳାପ

3 mins
243


 ହଁ-ହଁ..........


ମୁଁ ଗୋଟିଏ ପାଗଳ ସାଙ୍ଗ ସାଥି ବନ୍ଧୁ ପରିଜନ ପାଇଁ, ସଭ୍ୟ ସଂଭ୍ରାନ୍ତ ସମାଜରେ ମୁଁ ଗୋଟିଏ ବାଚାଳ ମସ୍ତିଷ୍କ, ଡାକ୍ତରୀ ଭାଷାରେ ମାନସିକ ରୋଗୀ ଓ ପରିବାର ପାଇଁ ଅଦରକାରୀ ଜୀବ। ନାମ ଅନେକ ଅଛି କିନ୍ତୁ ଅର୍ଥ ଏକ "ମୁଁ ଗୋଟିଏ ପାଗଳ" ହା-ହା-ହା..... କଣ ଜାଣିବାକୁ ଚାହିଁବନି କାହିଁକି ଏପରି କହିଲି ? ଜାଣିବାକୁ ଚାହିଁବନି କେବେଠୁ ଏମିତି କହୁଛି ? ଜାଣିବାକୁ ହେବ ବାବୁ ନହେଲେ ....... ହଆଃ-ହଆଃ..... ଖରାପ ଭାବୁଛ ବାବୁ ଏ ପାଗଳ କଥା ଶୁଣି... ପ୍ଲିଜ ବାବୁ ...... ପ୍ଲିଜ..... ଶୁଣ ତାହେଲେ


ଆଜକୁ ଠିକ ୫୦ ବର୍ଷ ତଳର କଥା, ହରିପୁର ଗ୍ରାମରେ ରାମ ବାବୁ ଯିଏ ସଚୋଟ, କର୍ତବ୍ୟ ପରାୟଣ ପୋଲିସ କର୍ମଚାରୀ ସଙ୍ଗେ ସମ୍ମାନିତ ପିତା ଥିଲେ। ତାଙ୍କର ସନ୍ତାନ ଭାବେ ଆମେ ଦୁଇ ପୁଅ (ରାଘବେନ୍ଦ୍ର ଓ ଜିତେନ୍ଦ୍ର) ଓ ଅଲିଅଳି ଗୋଟିଏ ଝିଅ (ରାଧା)। ପରିବାର ବଡ଼ ହିସାବରେ ସବୁଥିରେ ମତେ ଅଧିକ ଭାଗ ମିଳୁ ଥିଲା ସେ ଭଲ ହେଉକି ମନ୍ଦ। ସେହ୍ନ ଆଦର ମମତାର ଛନ୍ଦି ପରିବାରରେ ଖୁସି ହିଁ ଖୁସି ଥିଲା। କୌଣସି କିଛିର ଅସୁବିଧା ନଥିଲା। ଇଂରାଜୀ ମିଡିୟମ ସ୍କୁଲରେ ପାଠ ପଢୁଥିଲୁ, ସବୁ ଜିନିଷ ହାତ ପାନ୍ତରେ ଥିଲା। କିନ୍ତୁ କାହାର ନଜର ଲାଗିଗଲା ବୋଧେ


ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମୁଖୀନ ହେଲେ ବାପା ବୋଉ, ଅନେକ ଚିକିତ୍ସା ପରେବି ଡାକ୍ତର ସାରେ ବଞ୍ଚାଇ ପାରିନଥିଲେ । ତାପରେ ଜୀବନରେ କଳା ବାଦଲ ଘୋଟି ଆସିଲା, ବୁଦ୍ଧି ବାଟ ଦିଶୁ ନଥିଲା; କଣ କରିବି କିଛି ଜାଣି ପାରୁନଥିଲି। ସେତେବେଳେ କୁ ମାତ୍ର ୧୬ ବର୍ଷ ହୋଇ ଥିଲା, ଦୁନିଆଁର ଛନ୍ଦ କପଟ ରୁ ଅନଭିଜ୍ଞ ଥିଲି। ଚକ୍ରାନ୍ତ କରି ଦାଦା ମନେ ସମସ୍ତ ଧନ ସଂପତି ହଡ଼ପି ନେଲେ ଘର ଖଣ୍ଡକୁ ଛାଡ଼ି ଦେଲେ ସମ୍ବଳ କହିଲେ ଆଓ କିଛି ନଥିଲା। ପରିସ୍ଥିତିର ଦାସ ହୋଇ ବଡ଼ ପୁଅ ହିସାବରେ ଘର ଦାୟିତ୍ୱ ନେଇ; ପାଠ ପଢ଼ା ଛାଡିବାକୁ ବାଧ୍ୟ ହେଲି। ଖେଳ କୂଦ ବୟସରେ କୋଦଲ ଧରି ମୂଲିଆ ସାଜିଲି, ସାନ ଭାଇ ଭଉଣୀଙ୍କୁ ପଢା ପାଇଁ ଗଧ ଭଳି ଖଟିବା ଆରମ୍ଭ କଲି, ତାଙ୍କର ଦି ମୁଠା ଖାଇବା ପାଇଁ ନିଜର ଦେହର ଝାଳ ପି ନିଜର ଭୋକ ମେଣ୍ଟେଇଲି। ନିଜର ସ୍ୱପ୍ନ କୁ ହୃଦୟରେ ମାରି ସେମାନଙ୍କର ସପନ ସାକାର କରିବାରେ ଲାଗିଲି। କେତେବେଳେ ହୋଟେଲ କେତେବେଳେ ଗେରେଜ ପୁଣି କେତେବେଳେ ବିଲରେ ଦିନ ମଜୁରିଆ ସାଜି ରାତି ଦିନ କାମ କରିବା ଆରମ୍ଭ କଲି। ସେମାନଙ୍କର ସଫଳତା ମୋର ଛାତିକୁ କୁଣ୍ଡେ ମୋଟ କରିଦେଉଥିଲା। ଅଧିକରୁ ଅଧିକା କାମ କରିବାର ଆଗ୍ରହ ଆଣିଦେଉଥିଲା, ଭୁଲି ଯାଉଥିଲି କଟା ହାତ ପପୁଲିର ଯନ୍ତ୍ରଣା, ପାଦର ଫୋଟକା ବି ମ ଚାଲିକୁ ରୋକି ପାରୁ ନଥିଲା। 

ସମୟ ବଦଳିଲା ସାନ ଭାଇ ଭଉଣୀ ଦୁଇ ଜଣ ସଫଳତାର ଗୋଟେ ପରେ ଗୋଟେ ସିଡ଼ି ଚଢ଼ିବାରେ ଲାଗିଲେ। ଯେମିତି ନିର୍ଦୟୀ ଠାକୁର ତାଙ୍କର କରୁଣାର ଆମ ଉପରେ ଢ଼ାଳି ଦେଉଛନ୍ତି। ସାନ ଭାଇକୁ ସରକାରୀ ଚାକିରୀ ଟିଏ ମିଳିଯାଇଥାଏ, ହାତରେ ଦି ପଇସା ବି ଥାଏ। ବଡ଼ ଧୁମଧାମରେ ବି ଦୁଇ ଜଣଙ୍କର ବାହାଘର କରିଦେଲି। ଯେମିତି ମୋର ସମସ୍ତ ପରିଶ୍ରମ ସାର୍ଥକ ହୋଇ ଗଲା, ଦୁନିଆଁର ସମସ୍ତ ଖୁସି ମୋ ପାଦ ଛୁଇଁଛନ୍ତି। ଦୁଇ ଜଣ ନିଜ ନିଜ ସଂସାର ରେ ଅନେକ ଖୁସିରେ ଥାନ୍ତି, ସମୟ ମିଳୁଥିଲେ ବେଳେ ବେଳେ ବି ମତେ ଦେଖା କରିବାକୁ ଗାଁ କୁ ଆସନ୍ତି।


ସମୟ ବିତି ଚାଲିଥାଏ ଦିନକୁ ଦିନ ମୋ ଶରୀର ଅସୁସ୍ଥ ହେବାରେ ଲାଗିଲା, କାମ ଦାମ କରିବାକୁ ଅସମର୍ଥ ହେଲି, ଗାଁ କବିରାଜି ବି ଆଉ କାମ ଦେଉ ନଥିଲା। ରୋଗ ଦିନକୁ ଦିନ ବଢ଼ିବାରେ ଲାଗିଲା। ଦିନେ ରାଧାକୁ ଫୋନ କଲି କହିବି ବୋଲି କିନ୍ତୁ କହି ପାରିଲିନି ତା ପରିବାର କଥା ଶୁଣି। ଯନ୍ତ୍ରଣା ଯେମିତି ଜୀବନ ନେଇ ଯିବା, ଅସହ୍ୟ ହେଉଥିଲା କଷ୍ଟ। ଶେଷରେ କାହାକୁ କିଛି ନ କହି ଜିତେନ୍ଦ୍ର ପାଖରେ ପହଞ୍ଚି ଗଲି, ସେବି ଲକ୍ଷରେ ଗୋଟେ ଭାଇ। ନିଜ ଅଫିସରୁ ଛୁଟି ନେଇ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସା କରାଇଲା, ସବୁ ପରୀକ୍ଷା କରିବାରୁ ଟିବି ହୋଇଛି ଜଣା ଗଲା।

ମୋ ରୋଗ କଥା ଶୁଣି ତାଙ୍କ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ମାର ପିଟି ଯାଏ କଥା ଗଲା। ଆଉ ଏଦୃଶ୍ୟ ଦେଖି ମୁଁ ସହି ପାରିଲିନି। ମନସ୍ଥ କଲି ଏବଂ ନିଶବ୍ଦ ରାତିରେ ସମସ୍ତେ ଶୋଇ ପଡ଼ିଲା ପରେ ସେମାନଙ୍କ ଘର ଛାଡ଼ି ଚାଲିଲି ଅଜଣା ରାସ୍ତାରେ। ଚାଲୁଥାଏ ବସୁଥାଏ ପୁଣି ଚାଲୁଥାଏ .......

ସକାଳ ହେଲା ରାସ୍ତା କଡ଼ର ବରଗଛ ମୂଳେ ବିଶ୍ରାମ ନେଇ ଭାବିଲି, ଆଉ ନିଜକୁ ପ୍ରଶ୍ନ କଲି ; ନିଜର ସବୁଜ ସ୍ୱପ୍ନ ଜାଳି ପୋଡି ଛାରକର କରି ଦେଇ ଅନ୍ୟର ସପ୍ନକୁ ସାକାର କରିବା କଣ ପାଗଳାମୀ, ନିଜ ପେଟ କାଟି ଅନ୍ୟର ପେଟରେ ଦିମୁଠା ଏହାର ଯୋଗାଇବା କଣ ମାନସିକ ଭାରସାମ୍ୟର ଅସନ୍ତୁଳତା, ନିଜେ ଚିରା ଫଟା କନା ପିନ୍ଧି କୋଲି କାମ କରି ଅନ୍ୟ କୁ ସୁନ୍ଦର ପୋଷାକରେ ସଜେଇବା ବାଚଳତା, ନିଜର ସମସ୍ତ ସଞ୍ଚୟ ବ୍ୟୟ କରି ଅନ୍ୟର ସଂସାର ସଜାଡ଼ିବା କଣ ଋଣ ପରିଶୋଧ କରିବା, ଏମିତି ଅନେକ ...... 


ଆଜି ଏ ସବୁ ପ୍ରଶ୍ନ ମୋ ହୃଦୟକୁ ଅସ୍ଥିର କରୁଛି, ମନକୁ ବ୍ୟାକୁଳ କରୁଛି ଆଉ କୌଣସି ଉତ୍ତର ପାଉନାହିଁ ବୁଦ୍ଧି। 

ଏ ବାବୁ ପ୍ଲିଜ...... ପ୍ଲିଜ ବାବୁ......... କଣ ଆପଣ ଦେଇପାରିବେ ଏହାର ଉତ୍ତର ?


Rate this content
Log in

Similar oriya story from Tragedy