Titi Sarangi

Tragedy

2.5  

Titi Sarangi

Tragedy

ନୂଆ ନୂଆ

ନୂଆ ନୂଆ

2 mins
7.7K


ଖାଲି ତାରିଖ ବଦଳି ଯାଏ ନି ନୂଆର ଆକର୍ଷଣ ଭାରି ମତୁଆଲା କରେ ମନକୁ। କଣ ଅଛି ସତରେ ନୂଆରେ !ସେଇ ତ ସମାନ ସକାଳ ଆସେ ସୂର୍ଯ୍ୟର ହାତ ଧରି । ନୂଆଟା ଖାଲି ଯାହା ଶବ୍ବରେ ଥାଏ । ପୁରୁଣା କଥା ଯେ ଦିନେ ମନେ ପଡିବ ଆଉ ସେଥିପାଇଁ ମନ ଝୁରି ହେବ ଏତକ ସେତେବେଳେ ଆଉ ମନକୁ ଆସେନି । ସେଇଥି ପାଇଁ ଏତେ ଉନ୍ମାଦନା ନୂଆ ବର୍ଷ ଆସିଲେ । ହଁ ଆଶା ଟିକକ ତ ଜୀବନର ଅମୂଲ୍ୟ ସମ୍ପତି । ତାରି ସାହାରାରେ ବଞ୍ଚୁଥାଏ ମଣିଷଟିଏ ଆଉ ଆଗକୁ ପାଦ ବଢାଏ । ହଉ କି ନ ହଉ " ହବ" ବୋଲି ପ୍ରତ୍ୟାଶାଟିଏ ନିଶ୍ଚୟ ଆସେ ମନରେ ଆଉ ସେଇ ଶକ୍ତିରେ ଦୂର ହେଇଯାଏ ଅନେକ ହତାଶା ।

ସେଇ ସମାନ କଥା ବି କଣ ଲାଗୁ ହୁଏ ସଂପର୍କ ପାଖରେ ? ନୂଆର ମୋହରେ ତୁଛ ଲାଗେ ପୁରୁଣା ? କେଜାଣି ଭାବନାର ଗୁରୁତ୍ଵ କାହା ପାଇଁ କେମିତି ?ଅଫିସ୍ ର ଶେଷ ଚିଠିଟା ଟାଇପ୍ କରୁକରୁ ସେଦିନ ଏମିତି କିଛି ଭାବୁଥଲା ଲୀନା । ସମସ୍ତେ ଏବେ ଛୁଟୀ କଟେଇବା ମୁଡ୍ ରେ । ଡିସେମ୍ବରର ଶଷ ତାରିଖ । ଯାହା କାମ ପେଣ୍ଡିଙ୍ଗ ଥିଲେ ବି ସବୁଠି ଚର୍ଚ୍ଚା ପିକ୍ ନିକ୍ ଆଉ ଆନୁଆଲ୍ ଗେଟ୍ ଟୁଗେଦରର । ଏଥର କଣ ଗୋଟେ ଡ୍ରାମା ବି କରୁଛନ୍ତି । ସ୍କ୍ରିପ୍ଚ ଲେଖିଛି ଅଫିସ୍ ର ପିଲାଟେ । ଅଫିସ୍ ସାରା ସମସ୍ତେ ପଢିଛନ୍ତି।ସେମିତି ନୂଆ କିଛି ନାଇଁ ଅବଶ୍ୟ ଷ୍ଟୋରୀରେ । ହେଲେ ଉପସ୍ଥାପନା ଶୈଳୀ ସମସ୍ତଙ୍କ ମନକୁ ଛୁଇଁଛି। ହେଲେ ଲୀନା ଏସବୁଠୁ ଦୂରରେ ବୋଲି ଅଫିସର ସମସ୍ତେ ଜାଣିଛନ୍ତି ।ତା"ର ଇଣ୍ଟେରେଷ୍ଟ ଅଛି କି ନାଇଁ ସେଇଟା ଭିନ୍ନ କଥା । କିନ୍ତୁ ତା ହଜ୍ ବ୍ୟାଣ୍ତ ଯେହେତୁ ତା ସାଙ୍ଗେ ରହେନି ସେ ତ ଡେରି ଯାଏ ଅଫିସରେ ରହି ପାରିବନି । ତାର ପୁଣି ଛୁଆ ଦିଟା । ସେଥିପାଇଁ ତା ପ୍ରତି କେମିତି ଗୋଟେ ଆହା ଭାବନା ।

ଦିନେ ହେଡଷ୍ଟ୍ରଙ୍ଗ ବୋଲି ଜଣାଶୁଣା ଥିବା ଲୀନା ନିଜକୁ ନିଜ ଭିତରେ ସଂକୁଚିତ କରିନିଏ । ସତ କଥା । ତା ପଇସା ଲୋଭରେ ଯୋଉ ସଂପର୍କ ଆଜି ଯାଏ ତିଷ୍ଠି ଥିଲା ସେଇଟା ଛିଡିବାକୁ ବେଶୀ ସମୟ ଲାଗିଲାନି । ସେ ବି ସର୍ଭିସ କରୁଛି । କିନ୍ତୁ ସବୁଯାକ ପଇସା ତା ସ୍ଵାମୀର ଦର୍କାର । ପଇସାର ହିସାବ ବି ସେ ମାଗି ପାରିବନି । କରଜ ଭିତରେ ବୁଡି ଯାଉଥିବା ତା ସଂସାରର ହାଲ ଧରିବାକୁ ବାଧ୍ୟ ହେଇ ଲୀନା ମୁହଁ ଖୋଲିଲା । ତା ପଇସା ସେ ରଖିବ କହିଲା । ହେଲେ ସେତିକିରେ ତା ସ୍ଵାମୀ ସବୁ ସଂପର୍କ ତୁଟେଇ ଦବ ଏକଥା ଜାଣି ନଥିଲା । ନୂଆ ବେଳର ସେଇ ଆଦର ଗୁଡାକ ଫିକା ପଡିଗଲା । ତାକୁ ବାହା ହବା ଜୀବନର ଏକ ମସ୍ତବଡ ଭୁଲ୍ ବୋଲି କହି ବୁଲିଲା । ଲୀନା କିନ୍ତୁ ଚିରକାଳ ପଜିଟିଭ୍ । ତା ପିଲା ଦୁଇଟି ତା ଜୀବନର ସାର୍ଥକତା ବୋଲି ଗ୍ରହଣ କରି ନେଲା । ତା ସ୍ଵାମୀ ନିଜ ଜୀବନରେ ନୂତନତା ଖୋଜୁଥିଲା ବେଳେ ସେ ନିଜ ଛୁଆ ଦୁଇଟିଙ୍କ ଜୀବନରେ ନୂତନତା ଭରି ଦେବାରେ ବ୍ରତୀ ରହିଲା । ନୂଆର ଉନ୍ମାଦନା ଚିରକାଳ ଏଇଭଳି ଆଗକୁ ବାଟ ଦେଖାଉ ,କିନ୍ତୁ କାହାକୁ ଉଦ୍ ଭ୍ରାନ୍ତ ନକରୁ ।


Rate this content
Log in

Similar oriya story from Tragedy