STORYMIRROR

Dr Padarabinda Rath

Inspirational

2  

Dr Padarabinda Rath

Inspirational

ନନା

ନନା

1 min
3.3K


ଯେତେବେଳେ ଛୋଟ ଥିଲି, ମୁଁ ମୋ ନନା (ପିତା)ଙ୍କୁ ଦୁନିଆର ସବୁଠାରୁ ଧନାଢ୍ୟ ବ୍ୟକ୍ତି ବୋଲି ଭାବୁଥିଲି । କାରଣ, ଆମେ ଭାଇ ଭଉଣୀ ମାନେ ଯେତେବେଳେ ଯାହା କିଛି ବି ଦରକାର କରୁଥିଲୁ କେବେ ବି ସିଏ ଆଣି ଦେବାକୁ ମନା କରୁ ନଥିଲେ । ପାଠ ପଢା ସମ୍ବନ୍ଧିତ କୌଣସି ଜିନିଷ ହୋଇ ଥାଉ କିମ୍ବା ପିକନିକ୍/ଷ୍ଟଡିଟୁର ପାଇଁ ଟଙ୍କା ଦରକାର ହୋଉଥାଉ, ମନା କରିବାର ତ ପ୍ରଶ୍ନ ହିଁ ନଥିଲା । ସେଥିପାଇଁ ଆମେ ଭାବୁଥିଲୁ, ଆମ ନନାଙ୍କ ପାଖରେ ବହୁତ ପଇସା ଅଛି ବୋଲି । ହେଲେ ଆଜି ଯେତେବେଳେ ମୋ ପିଲା ମାନେ ମୋ ପାଇଁ ସେଇକଥା କୁହନ୍ତି, ମୁଁ ନନାଙ୍କୁ ବେଶ୍ ଭଲ ଭାବରେ ଚିହ୍ନି ପାରେ । ସେଦିନର ତାଙ୍କ ଖାଲି ପକେଟ୍ ଉହାଡ଼ରେ ଗୋଟିଏ ବିଶାଳ ହୃଦୟ ମୋ ମନ ଭିତରେ ଉଙ୍କିମାରେ ଏବଂ ବାସ୍ତବରେ ଧନୀପଣିଆର ଅର୍ଥ ମୁଁ ବୁଝି ପାରେ ।


Rate this content
Log in

Similar oriya story from Inspirational