ନିଜେ ଜଳୁଥିବା ଦୀପ
ନିଜେ ଜଳୁଥିବା ଦୀପ
ଦୀପଟିଏ ନିଜେ ନିଜେ ଜଳି କରେ ଆଲୋକିତ,
ସମାଜ କୁହେ ଆଲୋକେ ବି କଳଙ୍କିତ।
ସତ୍ୟ ର ଆଗୁନେ ନିଜେ ହେଉ ଦଗ୍ଧ,
ତଥାପି ହସି କହେ — “ମୁଁ ଆଲୋକିତ”।
କଳଙ୍କିତ କୁହେ ଚରିତ୍ର ର ବାର୍ତ୍ତା,
ଦୀପ ଧାରା ଦେଖାଏ ସ୍ବାର୍ଥ ସର୍ତ୍ତା।
ସ୍ବାର୍ଥ ପାଇଁ ସେ ବିବେକ ବିହୀନ,
ରାତ୍ରୀ ମିଥ୍ୟା କରି ଦେଖନ୍ତି ସେ ଦିନ।(୧)
ଦୀପ ର ଚରିତ୍ର ତାର ଆଲୋକ ଯେ ଜାଣେ,
ପବନ ତାର ଥୀରି ଥୀରି ଶୁଣେ।
ଶୁଣି ଯେବେ ପବନ ତା ପାର୍ଶ୍ଵେ ଯାଏ,
ଦୀପ ଆପେ ଆପେ ତାର ଲିଭିଯାଏ।(୨)
ଅନ୍ଧକାରେ ବି ସେ ଉତ୍ତପ୍ତ ର ଅନୁଭବ,
ଚରିତ୍ର ସୁନ୍ଦର ବର୍ଣ୍ଣିତ ନିଜର ସ୍ଵଭାବ।
ଜଳି ଯାଇ ମଧ୍ୟ ଦେଉଥାଏ ଆଲୋକ,
ସେଇ ଦୀପ — ଜୀବନର ଆଦର୍ଶ ନିଶାନ। 🌺(୩)
