STORYMIRROR

Bishnu Mahanand

Inspirational Others

3  

Bishnu Mahanand

Inspirational Others

ନିଜ ଆଲୋକ ନିଜେ ହୁଅ

ନିଜ ଆଲୋକ ନିଜେ ହୁଅ

2 mins
187


ତିନି ମାସ ହେଲା ମା ଆଉ ମାଟି ଠୁ ଦୂରରେ ଅଛି। କାଇଁ କେଜାଣି ଆଜି ସକାଳୁ ସକାଳୁ ଗାଁ କଥା ମନେପଡିଲା, ମା ଆଉ ପରିବାରର ସମସ୍ୟା ହୃଦୟକୁ ଆନ୍ଦୋଳିତ କଲା। ପରିବାରର ଆର୍ଥିକ ଓ ସ୍ବାସ୍ଥ୍ୟଗତ ସମସ୍ୟା ମନକୁ ବିବଶ କରିପକଉଥିଲା ଏଇ କିଛି ଦିନ। କ୍ଳାସ ଯିବା ପାଇଁ ମୋଟେ ଇଚ୍ଛା ହେଉନଥିଲା। କିନ୍ତୁ କାନ୍ଥରେ ଘଣ୍ଟାର ସମୟ ୬.୩୦ ଓ ଅବଚେତନ ମନ ସୂଚେଇଦଉଥିଲା କ୍ଳାସ ଯିବା ପାଇଁ। ଯେତେବେଳେ ଫ୍ରେସ୍ ହବା ଉଦ୍ଦେଶ୍ୟରେ ଦର୍ପଣ ସାମ୍ନାରେ ଛିଡା ହୋଇ ପାଉଡର ମୁଁହରେ ବୋଲିବା ସମୟରେ ଅଚାନକ କିଛି ଶବ୍ବ ଗୁଞରିତ ହେଲା, ମୁଁ ଚମକି ପଡିଲି ଆଉ ଡରି ଗଲି ତଥାପି ମନେ ସାହାସ ଜୁଟାଇ ଶୁଣିବାକୁ ଚେଷ୍ଟା କଲି। ଦର୍ପଣରେ ଯୋଉ ଚେ଼ହେରା ଦେଖାଯାଉଥିଲା ସେ କହିଲା, "ଆରେ କାହିଁକି ପଡିଯାଉଛୁ, ପଛଘୁଞ୍ଚା ଦଉଚୁ,

ଉଦାସୀନତା,ବିଭ୍ରାନ୍ତ, ନିରାଶାରେ ଅଛୁ, ନିଜକୁ ଏକୁଟିଆ ଆଉ ଉଦାସ୍ କଣ ପାଇଁ ଭାବୁଛୁ, ମୁଁ ତୋ ସହିତ ଅଛି। ନିଜର ପ୍ରୟାସ ବିନା ଦୁନିଆର କୌଣସି ଶକ୍ତି ବି ତୋତେ ବଦଲେଇ ପାରିବନି। ଯେ କୌଣସି ସମସ୍ୟା ଆସିଲେ ବି ହିମ୍ମତ ହାରିବୁନି, ସାହସର ସହ ମୁକାବିଲା କରିବୁ। ମୋତେ ଦୂର ସମ୍ପର୍କୀୟ ଭାବିବୁନି, ମୁଁ ତୋ ଏକାନ୍ତ ନିଜର।" ଏକ ସ୍ମିତ ହାସ ଦେଇ କ୍ଳାସ ଯିବା ପାଇଁ ଇସାରା କରି ବିଦାୟ ଦେଲା।

   କ୍ଳାସ ଗଲି, ସବୁଦିନ ପରି କ୍ଳାସରୁ ନିଜ ରୁମକୁ ୮ଟାରେ ଫେରିଲି।ରାତ୍ର ଭୋଜନ ପରେ ଶୋଇବାକୁ ଛାତକୁ ଗଲି, ନିଦ ହେଲାନି।ନୀଳ ଗଗନରେ ଚକ୍ ଚକ୍ କରି ସ୍ମିତହାସ ଦଉଥିବା ଚନ୍ଦ୍ରମାକୁ ଦେଖି ମୁଁ ବି ସ୍ମିତହାସ ଦେଲି। ଏମିତି କେତେଥର ସ୍ମିତହାସ ଦେବି ଯେ, ମୁଁ କଣ ପାଗଲ କି ?? ସକାଳର ଘଟଣା ମନେ ନାଚି ଉଠିଲା, ବିଶ୍ଳେଷଣ କରିବାରୁ ତଥାଗତ ଗୌତମ ବୁଦ୍ଧଙ୍କ କିଛି ଉକ୍ତି ମନେ ପଡିଗଲା, " Find your own light", " Be your own light". ଯାହାର ଅର୍ଥ ନିଜ ଆଲୋକ ନିଜ ଖୋଜ, ନିଜ ଆଲୋକ ନିଜେ ହୁଅ।ସତରେ ନିଜକୁ ନିଜେ ହିଁ ବଦଲେଇ ପାରିବା, ଅନ୍ୟ କେହି ନିଜକୁ ବଦଲେଇପାରିବେନି। ଏହାପରେ ମହାରାଷ୍ଟ୍ରର IPS ଅଫିସର ମନୋଜ କୁମାର ଶର୍ମାଙ୍କ ଜୀବନୀ ଉପନ୍ୟାସ " 12th Fail" ୟୁଟ୍ୟୁବରେ ଦେଖୁ ଦେଖୁ କେତେବେଳେ ନିଦ ଲାଗିଲା ଜାଣିପାରିଲିନି। ପୂର୍ବ ଦିଗ୍ ବଳୟରେ ସୂର୍ଯ୍ୟ ଧିରେ ଧିରେ ଉଦୟ ହେଉଥିଲେ, ମୁଁ ବିଛଣାରୁ ଉଠିପଡିଲି ତୋ ମୋବାଇଲ ବିଛଣାରେ ପଡିଥିଲା। ପ୍ରତିଦିନ ପରି ଫ୍ରେସ୍ ହେଇ କ୍ଳାସ ଅଭିମୁଖେ ବାହାରି ପଡିଲି।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational