STORYMIRROR

Bishnu Mahanand

Tragedy

3  

Bishnu Mahanand

Tragedy

ଶେଷ ଚିଠି

ଶେଷ ଚିଠି

1 min
4.3K


-ବିଷ୍ଣୁ ନାରାୟଣ ମହାନନ୍ଦ

ଜୟ ଇନସାନ ଦିଦି,

ମଣିଷମାନଙ୍କ ଭିତରେ ଭେଦଭାବ,ଘୃଣା ବିଲୋପ ହେଇ ପ୍ରେମର ରଙ୍ଗ ଲାଗିଯାଉ।ମାନବ ଭିତରେ ସୀମା ସରହଦ,ଜାତି,ଧର୍ମ,ବର୍ଣ୍ଣ,ଲିଙ୍ଗର ପ୍ରଭେଦ ନ ରହୁ।

ହାରି ଯିବିନି ତ !!

2018 ରେ ଅନେକ ପାଇଛି,ଅନେକ ହରେଇଛି।ଅନେକ ହାତ ଛାଡି ଦେଲା ବେଲେ,କିଛି ଅନୁଷ୍ଠାନ ବ୍ୟକ୍ତି ବିଶେଷ ବନ୍ଧୁତାର ହାତ ବଢେଇଛନ୍ତି।ସଂପର୍କ କେବଳ ରକ୍ତ ସଂପର୍କରୁ ହୁଏନି,ଭାବନାର ଆଦାନପ୍ରଦାନରେ ସମତାରେ ଦୃଢ ହୁଏ ଯେ କୌଣସି ବ୍ୟକ୍ତି ସହ।

ଜୀବନ ଯୁଦ୍ଧରେ ଯୁଝୁଛି ବଞ୍ଚିବା ପାଇଁ,କିଛି ପରିବର୍ତ୍ତନର ବାସ୍ତବତାକୁ ମନଭରି ଦେଖିବାକୁ।ତଥାପି ଯନ୍ତ୍ରଣାରେ ଛଟପଟ ହେଇ ଜୀବନ ଯୁଦ୍ଧରେ ହାରିଯାଏ,ଜୀବନ ଦୀପ ଲିଭିଯାଏ ପ୍ଳିଜ ମୋ ସାବିତ୍ରୀବାଈ ଫୁଲେକୁ ଫେରେଇ ଆଣି ମୋ ସ୍ବପ୍ନକୁ ପୂରଣ କରିବାର କଷ୍ଟ କରିବ।ପୁଣିଥରେ ମାତୃସତ୍ତା ସମାଜର ପରିକଳ୍ପନାକୁ ସାକାର ରୂପ ଦେବା ପାଇଁ ନିଜ ଚେଷ୍ଟା ଜାରି ରଖିବ,ଅନ୍ତତଃ ମୋ ଇଚ୍ଛା ଅଭିଳାଷ ତ ପୂରଣ ହବ।

ଡାକ୍ତର କିଡନୀ ଷ୍ଟୋନର କଥା କହୁଥିଲେ।confirmation ରିପୋର୍ଟ ମିଲିନି।ଏଇଥି ପାଇଁ କହୁଛି ଯେ ଠିକ ଏଇ ରୋଗରେ ମୋ ସଂପର୍କୀୟ ଭଉଣୀ ନିଜ ଦୁଇ ସନ୍ତାନକୁ ଆଉ ପରିବାରକୁ ଛାଡି ଶେଷ ନିଶ୍ବାସ ନେଇଥିଲା।

ଏଇ କିଛି ଦିନ ହେଲା ପେଟର ଯନ୍ତ୍ରଣା ବଢି ବଢି ଯାଉଛି।କଣ ଅବା ମାଗିଥାନ୍ତି ଏଇ କ୍ଷଣଭଙ୍ଗୁର ଜୀବନରେ ।ଶେଷ ସମୟରେ ମନ ଭିତରେ ବସା ବାନ୍ଧିଥିବା ମନର କଥା କହିଦେଲି। ହଁ ଦିଦି କମ ଦିନର ସଂପର୍କ ଭିତରେ ଆପଣଙ୍କ ଠୁ ଅନେକ କିଛି ଶିଖିଛି।ଆପଣ ତ ମୋ ପାଇଁ ମାର୍ଗଦର୍ଶକ,ଶିକ୍ଷକ,ଭଉଣୀ ଠୁ ଅଧିକା ଭଲପାଇବା ଅଜାଡି ଦେଇଥିବାରୁ ଦିଦି ସମ୍ବୋଧନ କଲି,ଏଇ ସମ୍ବୋଧନ ପାଇଁ କିଛି ଆଘାତ ପାଇଥାଅ ମୁଁ ଆପଣଙ୍କ ଠାରେ କ୍ଷମାପ୍ରାର୍ଥୀ।

ଆପଣଙ୍କ

ସ୍ନେହର ଭାଇ

ଆଭାଷ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy