Debashis Prusty

Drama Romance Fantasy

4.1  

Debashis Prusty

Drama Romance Fantasy

ନୀଳ ଶାଢ଼ୀ

ନୀଳ ଶାଢ଼ୀ

4 mins
342


ରାତି ପ୍ରାୟ 10 ଟା ହବ ଟ୍ରେନ ଚାଲିଥାଏ ଜଙ୍ଗଲ ରାସ୍ତା ଦେଇ । ପୂର୍ଣ୍ଣିମା ର ରାତି । ଜଙ୍ଗଲ ର ଗଛ ଗୁଡ଼ିକ ଜହ୍ନ ଆଲୁଅ ରେ ସୁନ୍ଦର ଲାଗୁଥାନ୍ତି । ଟ୍ରେନ ବଗି ରେ ଖୁବ୍ କମ ଲୋକ ଥାନ୍ତି । ମୁଁ ଝରକା ପାଖକୁ ଆଉଜେଇ ହେଇ ବସିଥାଏ ।ଝରକା ବାହାର ର ରୋମାଣ୍ଟିକ ପରିବେଶ ମତେ ମୋ ପ୍ରଥମ ପ୍ରେମ ର ଅଭୁଲା ସ୍ମୃତି କୁ ସବୁ ମନେ ପକେଇ ଦଉଥାଏ । ଫେରେଇ ନେଉଥାଏ ମତେ ମୋ ଅଫେରା ଯୌବନ କୁ । ଅତୀତ ର ସେଇ କୌତୁକିଆ ପୃଷ୍ଠା ଗୁଡ଼ାକ କ୍ରିକେଟ ମ୍ୟାଚ୍ ର ହାଇଲାଇଟ ପରି ନାଚି ଯାଉଥାଏ ଆଖି ଆଗରେ।

ଆରମ୍ଭ ହେଇଗଲା ହଇଲାଇଟ । କଲେଜ ରେ ଆନୁଆଲ ଫଂକ୍ସନ୍ ଚାଲିଥାଏ। ନାଚ ଗୀତ ଆରମ୍ଭ ହେଇ ଗଲା । ମୋର ବି ଗୋଟେ ଗୀତ ଗାଇବାର ଥିଲା । ମୋ ପାଳି ଆସିଲା । ଚଢ଼ି ଗଲି ଷ୍ଟେଜ୍ ଉପରେ । ଆରମ୍ଭ କଲି ଗୀତ

ଯାହାକୁ ମୁଁ ଏତେ ଭଲ ପାଉଛି ..

ତା ପାଇଁ ଆଜି ଗୀତ ଗାଉଛି..

ସିଏ ଏଠି ବସିଛି , ବସି ଗୀତ ଶୁଣୁଛି

ସେଇ ଝିଅ କିଏକି.....

ଷ୍ଟେଜ ତଳୁ ମୋ ସାଙ୍ଗ ମାନଙ୍କ ର ଗୋଟେ ମିଳିତ ଅବାଜ୍ ଆସିଲା *ଯିଏ ନୀଳ ଶାଢ଼ୀ ପିନ୍ଧିଛି* ମୁଁ ଚାହିଁଲା ବେଳକୁ ସେମାନେ ଖାଲି ଗୀତ ତ ବୋଲୁ ନଥିଲେ ତାଙ୍କ ଆଖି ଆଉ ହାତ ର ଈଶାରା ଥିଲା 1st yr ରେ ପଢୁଥିବା ଗୋଟେ ଝିଅ ପଦ୍ମା ଉପରେ ଯିଏ ପିନ୍ଧିଥିଲା ନୀଳ ଶାଢ଼ୀ ଖାସ ଫଂକ୍ସନ ପାଇଁ । ଏତିକି ରେ ସେ ଝିଅ ଲାଜ ରେ ତଳକୁ ଚାହିଁ ବସିଲା । ତା ଲାଜ ମୁହଁ ରେ ଥିବା ହାଲକା ହସ କୁ ମୁଁ ଦେଖି ଦେଇଥିଲି । ତା ସାଙ୍ଗ ମାନେ ମଧ୍ୟ ତାକୁ ଚିଡେଇବାକୁ ଲାଗିଲେ । ତା ଭିତରେ ଗୀତ ବି ସରିଗଲା । ମୁଁ ତଳକୁ ଆସି ଯେବେ ସାଙ୍ଗ ମାନଙ୍କ ନଜର ରୁ ଲୁଚି ଲୁଚି ତାକୁ ଚାହିଁଲି ଦେଖିଲି ସେ ବି ମତେ ଚାହିଁଛି କିନ୍ତୁ ତା ଚାହାଣି ରେ ଲାଜ, ହସ ଓ ରାଗ 3 ଟା ଯାକ ଅଛି । ଫଙ୍କସନ୍ ସରିବା ପରଠୁ ମୋ ଆଖି ତାକୁ ଦେଖିବା ପାଇଁ ସୁଯୋଗ ଆଉ ବାହାନା ଖୋଜୁଥାଏ । 6 ମାସ ହବ ସେ କଲେଜ୍ ଆସିଲାଣି କେବେ ବି ତାକୁ ଚାହିଁ ନଥିଲି କିନ୍ତୁ କାହିଁକି କେଜାଣି ତା ପ୍ରତି ମୋର ଦୁର୍ବଳତା ବଢ଼ିବାରେ ଲାଗିଲା। ମୋ ସାଙ୍ଗ ମାନେ ମତେ ତା ନା ନେଇ ଚିଡ଼େଇବା ଆରମ୍ଭ କରି ଦେଇଥିଲେ । ପ୍ରତିଦିନ ମୋ ସାଙ୍ଗମାନେ ତା ନା ଆଉ ମୋ ନା ଯୋଡ଼ି କିଛି ନା କିଛି କହିବା ଟା ସତରେ ମତେ ଆସ୍ତେ ଆସ୍ତେ ଭାରି ଭଲ ଲାଗୁଥିଲା। କିନ୍ତୁ ଉପରେ ମୁଁ ଚିଡିଚିଡ଼ି ହଉଥିଲି ।ତା ପ୍ରତି ଥିବା ଦୂର୍ବଳତା କେତେବେଳେ ପ୍ରେମ ରେ ପରିଣତ ହେଇଗଲା ଜାଣି ହେଲାନି ।ଆଉ 6 ମାସ ରେ ମୋ କଲେଜ୍ ଜୀବନ ଶେଷ ହେଇ ଯିବ କାଳେ ପଦ୍ମା ମୋ ଜୀବନ ରୁ ହଜିଯିବ ସେ କଥା ଭାବି ଭାବି ଡର ଲାଗୁଥିଲା । ଭାବୁଥାଏ ତାକୁ ଭଲ ପାଏ ବୋଲି କହିଦେବି କିନ୍ତୁ ଭାବୁ ଥାଏ ସାଙ୍ଗ ମାନଙ୍କ ପାଖରେ ଯୋଉ ମୋର ଇଜତ ଅଛି କି ମୁଁ ଆଜି ଯାଏ କୌଣସି ଝିଅ କୁ ଚାହେଁନି ସେ ଇଜତ୍ ର କଣ ହବ । ସାଙ୍ଗ ଙ୍କ କଥା ଛାଡ଼ , ମୋ ପାଖରେ କଣ ଏତିକି ସାହାସ ଅଛି ଗୋଟେ ଝିଅ ସାମ୍ନା ରେ ଛିଡ଼ା ହେଇ ତାକୁ ମୋ ମନର କଥା କହିଦେବି । ଏଇ କଥା ଭାବିଭାବି ଦିନେ ରାତିରେ ସ୍ଥିର କଲି କାଲି ସକାଳେ ତାକୁ କହିଦେବି । ସକାଳ ହେଲା ମୁଁ ପୁରା ଟିପ ଟପ୍ ହେଇ ବାହାରି ପଡ଼ିଲି କଲେଜ ମୋ ସିଧା ହ୍ୟାଣ୍ଡେଲ ଥିବା hero ସାଇକେଲ ରେ । ଭାଗ୍ୟ ର ବିଡମ୍ବନା କୁ ଦେଖ ସେଦିନ ସେ କଲେଜ ଆସିଲାନି । ମୁଁ ପୁଣି ଭାବିଲି ଆଜି ନହେଲା ନାଇଁ କାଲି କିନ୍ତୁ ନିଶ୍ଚୟ କହିବି । ତା ପରଦିନ ପୁଣି ବାହାରିଗଲି । କିନ୍ତୁ ଏଥର ଜାଗା ଅଲଗା । ମୁଁ ଜଗି ରହିଥିଲି ତା କଲେଜ୍ ଯିବା ବାଟ ରେ । ଦୂର ରୁ ଦେଖିଲି ଆସୁଛି ପଦ୍ମା । ବଢ଼ିଗଲା ହୃଦ୍ ସ୍ପନ୍ଦନ । ତା ସାମ୍ନା ରେ ଛିଡ଼ା ହେଇ ମନ କଥା କହିବାର ସାହସ ଯୁଟାଉଥାଏ । ମନ ରେ କେତେ ପ୍ରଶ୍ନ ସେ ରାଗି ଯିବନି ତ , ସେ ମନା କରି ଦେବନି ତ , ଭାବୁ ଭାବୁ ପାଖରେ ପହଞ୍ଚି ଗଲା ସେ । ମୁଁ ଧିରେ କହିଲି ପଦ୍ମା ଟିକେ ଶୁଣିବ । ସେ ତା ସାଇକେଲ କୁ ରୋକି ଦେଲା । କହିଲା କଣ ହେଲା । ତା ସାଙ୍ଗ ମାନେ ହସା ହସି ହେଇ ଆଗକୁ ଚାଲି ଗଲେ । ମୁଁ ତା ଆଗରେ ମୋ ମନ ର କଥା କୁ ଖୋଲିକି କହିଦେଲି । ଶେଷରେ I Love You କହିଲି । ସେ କିଛି ନ କହି ମୁରୁକି ହସି ଚାଲିଗଲା । ମୁଁ ତାକୁ ପଚାରୁଥାଏ କିଛି କହିଲନି ଯେ । ମୋ ଛାତି ଜୋର୍ ରେ ଧକଧକ କରୁଥାଏ କଣ ସେ କହିବା ହଁ ନା ନାଇଁ । ମୋ ଆଖି ଆଗରେ ମୋ ଅତୀତ ର ପ୍ରେମ କାହାଣୀ ଜୀବନ୍ତ ରୂପ ନେଇ ସାରିଥାଏ । ମୁଁ ପୁରା ଭାବନା ରେ ମଜି ଯାଇଥାଏ । ସେଇ ଟ୍ରେନ ଭିତରେ ମୋ ପାଟି ରୁ ବାହାରି ଗଲା ମୋ I love you ର ଜବାବ ତ ଦିଅ । କାନ ପାଖରେ ଧିରେସେ ଅବାଜ ଆସିଲା I love you too । ଭାବନା ରାଇଜରୁ ମୁଁ ହଟାତ୍ ଫେରି ଆସିଲି ବର୍ତ୍ତମାନ କୁ । ସେ ଆବାଜ୍ ଆଉ କାହାର ନଥିଲା ତାହା ଥିଲା ମୋ ଧର୍ମପତ୍ନୀ ପଦ୍ମା ର । ହଁ ପଦ୍ମା । ଆମେ 2 ବର୍ଷ ହବ ବିବାହ କରି ସାରିଲୁଣି । ମୋର ଚାକିରି ରେ ବଦଳି ହେଇଥିବାରୁ ଟ୍ରେନ ରେ ଯାଉଥିଲୁ । ସ୍ବପ୍ନ ର ନାୟିକା ମୋ କାନ୍ଧ ରେ ମୁଣ୍ଡ ରଖି ହାଲକା ନିଦ ରେ ସୋଇ ପଡ଼ିଥିଲେ । ସେଇଥି ପାଇଁ ତ ଏତେ ରୋମାଣ୍ଟିକ ଲାଗୁଥିଲା ମତେ । ଜହ୍ନ ଆଉ ଜଙ୍ଗଲ ଖାଲି ତ ରୋମାଣ୍ଟିକ ପରିବେଶ କୁ ସଜେଇ ଦଉଥିଲେ ଯାହା ।


Rate this content
Log in

Similar oriya story from Drama