Debashis Prusty

Tragedy Inspirational

4.1  

Debashis Prusty

Tragedy Inspirational

ମସଲା ଗୁପଚୁପ

ମସଲା ଗୁପଚୁପ

4 mins
231


ପିଲାଦିନେ ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି ସେତେବେଳେ ଆମ ସ୍କୁଲରେ ହେମା ମାଉସୀର ମସଲା ଗୁପଚୁପର ଭାରି ଚାହିଦା । ସବୁ ପିଲା ଖାଇବା ଛୁଟିରେ ଘରକୁ ଗଲା ବେଳେ ସାଥିରେ କିଛି ପଇସା ଧରି ଆସନ୍ତି, ଖେଳଛୁଟି ହେଲେ ମାଉସୀ ପାଖରୁ ମସଲା ଗୁପଚୁପ ଖାଇବେ ବୋଲି । ମୁଁ ମଧ୍ୟ ଖାଇବା ଛୁଟିରେ ଘରୁ ପଇସା ନେଇକି ଯାଏ । କେବେ କେବେ ପଇସା ନ ମିଳିଲେ ମୁହଁଟାକୁ ହାଣ୍ଡି କରି ସ୍କୁଲ ଯାଏ ।

ହେମା ମାଉସୀର ବୟସ ସେତେବେଳେ ଷାଠିଏ ପାଖାପାଖି ଥିଲା । ସେ ହେଉଛି ଜଣେ ବିଧବା ମହିଳା । ପିଲାଛୁଆ କେହି ନାହାନ୍ତି ତାର । ସ୍କୁଲ୍ ପାଖରେ ଥିବା ଗୋଟିଏ ଛୋଟ ଚାଳ ଘରେ ସେ ଏକା ରହେ । କିଛି ଗୁପଚୁପ ଛାଣି ସେଥିରେ କଳା ଲୁଣ ଆଉ ଲଙ୍କା ଗୁଣ୍ଡ ପକେଇ ତାକୁ ବିକ୍ରି କରେ । ସତରେ ତା ହାତରେ ଯାଦୁ ଥିଲା । ସେ ଗୁପଚୁପ ସତରେ ବହୁତ୍ ସୁଆଦିଆ । ଏବେ ମୁଁ ଆଉ ସେ ଗୁପଚୁପ କୋଉଠି ବି ପାଉନି।

ମୋର ପଞ୍ଚମ ଶ୍ରେଣୀ ଆରମ୍ଭ ହୋଇ ଥାଏ । ହଠାତ ବାପାଙ୍କ ଦେହ ଖରାପ ହେଲା । ଡାକ୍ତର କହିଲେ ସେ ଆଉ କାମ କରି ପାରିବେନି । ବାପା ସେଦିନଠୁ ଘରେ ବସି ରହିଲେ । ସେଦିନ ଠାରୁ ମାମୁ ଘର ମାସକୁ ମାସ କିଛି ଟଙ୍କା ଦେଇ ପଠାନ୍ତି ଆମେ ତିନି ପ୍ରାଣୀ ଚଳିବା ପାଇଁ । ବୋଉ ମତେ ଦୁଃଖ କଥା କିଛି କୁହେନି । ମୁଁ ଭଲସେ ଦୁନିଆଁ ଦେଖି ନଥିଲି ସିନା କିନ୍ତୁ ଘରର ପରିସ୍ଥିତି ବୁଝି ପାରୁଥିଲି ।

ମୁଁ ବି ସେଦିନ ଠାରୁ ବୋଉକୁ କେତେବେଳେ କିଛି ଅଳି କରି ମଗେନି । ଏମିତି ଦୁଃଖେ ସୁଖେ ଆମ ସଂସାର ଚାଲିଥାଏ । 

ଦିନେ ସ୍କୁଲରେ ଖେଳ ଛୁଟି ହେଇଥାଏ । ମୁଁ ସ୍କୁଲ ପଡ଼ିଆରେ ଖେଳୁଥାଏ । ମତେ ହେମା ମାଉସୀ ପାଖକୁ ଡାକିକି ପଚାରିଲେ ଆଉ କଣ ମୋ ଗୁପଚୁପ ତତେ ଭଲ ଲାଗୁନି କି ଜମା ତ ଆଉ ଖାଉନୁ । ମୁଁ କହିଲି ନାଇଁମ ମାଉସୀ ତମ ଗୁପଚୁପ ତ ବହୁତ୍ ଭଲ ଲାଗେ କିନ୍ତୁ ମୁଁ ଆଉ ସ୍କୁଲକୁ ପଇସା ନେଇ ଆସୁନି । ବାପା ଆଉ କାମକୁ ଯାଉନାହାନ୍ତି ତ ସେଥପାଇଁ । ଅବଶ୍ୟ ବାପାଙ୍କ ଦେହ ଖରାପ୍ କଥା ମାଉସୀ ଜାଣିଥିଲେ । ସେ କହିଲେ ପଇସା କଣ ହବ । ତତେ ମୁଁ ମାଗଣାରେ ଦେବୀ ତୁ ନେ । ମୁଁ ମୁଣ୍ଡ ହଲେଇ ମନା କଲି । ସେ କହିଲେ ନାତି ଟୋକା ତ ତୁ ମୋର ଲାଜ କରନା ନେ । ମୁଁ ପୁଣି ମନା କଲି । ସେ କହିଲେ ତୁ ବଡ଼ ହେଲେ ମୋତେ ସୁଝି ଦବୁ ପଛେ ନେ । ମୁଁ ମନା କରି ସେଠୁ ପଳେଇ ଆସିଲି । ମତେ ମାଗଣାରେ ଆଣିବା ପାଇଁ ଇଚ୍ଛା ନଥିଲା । ତା ପରଦିନ ସେ ମତେ ଆଉଥରେ ଡାକିଲେ ମୁଁ ଟିକେ ଦୂରରୁ ହାତ ହଲେଇ ମନା କଲି, ସେ କହିଲେ ମୁଁ ତତେ ଗୁପଚୁପ ଦବା ପାଇଁ ଡାକୁନି । ମୁଁ ତାଙ୍କ ପାଖକୁ ଯିବାରୁ ସେ କହିଲେ ଟିକେ ଗୁପଚୁପ ଉପରେ ନଜର ରଖିଥା ମୁଁ ଟିକେ ଘରୁ ଗୋଟେ କାମ କରି ଦେଇ ଆସୁଛି । କିଛି ସମୟ ପରେ ସେ ଫେରିଲେ ମୁଁ ପଳେଇ ଆସିବାକୁ ବାହାରିଛି ତ ସେ ମୋତେ କହିଲେ ଶୁଣୁ ଗୁପଚୁପ କିଛି ନେ ଖାଇବୁ । ଆଜି ମାଗଣା ଦଉନି । ତୁ ମୋ ଗୁପଚୁପ ଗୁଡ଼ିକୁ ଜଗିଥିଲୁ ଏଇଟା ହେଉଛି ତୋ ପାଉଣା । ମୁଁ ଟିକେ ହସିଲି ଆଉ ଗୁପଚୁପ ଆଣିଲି । ସ୍କୁଲ୍ ସରିଲା ପର୍ଯ୍ୟନ୍ତ ସେ ମୋତେ ବହୁତ୍ ଥର ଭିନ୍ନ ଭିନ୍ନ ବାହାନା କରି ମାଗଣାରେ ଗୁପଚୁପ ଦେଇଛନ୍ତି । ବେଳେ ବେଳେ ମୁଁ ପଇସା ଦେଲେ ବି ସେ ରଖନ୍ତିନି, ସବୁବେଳେ ଗୋଟେ କଥା କହିବେ ତୁ ବଡ଼ ହେଲେ ଗୋଟେ ବଡ଼ ପଇସା ଦେଇ ଦବୁ ।

ଏମିତି ଏମିତିରେ ମୋ ସ୍କୁଲ୍ ସରିଗଲା । ମୁଁ ମାମୁଁ ଘରକୁ ଚାଲିଗଲି । ସେଠି ରହି ମୁଁ ମୋର ଉଚ୍ଚଶିକ୍ଷା ଆରମ୍ଭ କଲି । ତା ପରଠୁ ମୋର ହେମା ମାଉସୀ ସହ କେବେ ଦେଖା ହେଇନି । 

ଏହା ଭିତରେ ବହୁତ୍ ଦିନ ବିତି ଯାଇଛି । ହେମା ମାଉସୀ ଖଣ୍ଡେ ଘର ତିଆରି କରିବା ପାଇଁ ସରପଞ୍ଚ, ବିଡ଼ିଓ ସମସ୍ତଙ୍କ ପାଖକୁ ଯାଇଛି ହେଲେ ଆଜି ଯାଏଁ ଘର ଖଣ୍ଡେ କରି ପାରିନି । ବ୍ଲକ୍କୁ ଜଣେ ନୂଆ ବାବୁ କିଏ ବଦଳି ହେଇ ଆସିଛନ୍ତି ଶୁଣି ଚାଲି ଚାଲି ବ୍ଲକକୁ ଆସିଛି ହେମା ମାଉସୀ । ଆଶା ଏଇ ବାବୁ ତା କଥା ଟିକେ ଶୁଣିବେ ଆଉ ତାକୁ ଘର ଖଣ୍ଡେ କରେଇ ଦେବେ । ବିଡ଼ିଓ ଙ୍କ ଅଫିସ ଭିତରକୁ ପ୍ରବେଶ କରେ ହେମା ମାଉସୀ ।

ହେମା ମାଉସୀ - ବାବୁ ଜୁହାର 

କଣ୍ଠଟି ମତେ ଚିହ୍ନା ଚିହ୍ନା ଲାଗିଲା । ହଁ ମୁଁ ଥିଲି ସେ ବିଡ଼ିଓ । ମୁଁ ମୁଣ୍ଡ ଟେକି ଚାହିଁଲା ବେଳକୁ ଛିଡ଼ା ହେଇ ଥିଲେ ହେମା ମାଉସୀ ।

ମୁଁ - ମାଉସୀ ନମସ୍କାର, ବସ, କିଛି କାମ ପାଇଁ ଆସିଛ କି, ସେ କହିଲେ ବାବୁ ମୁଁ ଗରିବ ଲୋକ ଘର ଖଣ୍ଡେ ନାହିଁ,ଘର ଖଣ୍ଡେ ପାଇଁ କେତେ ଥର ଏଇ ଅଫିସ କି ଆସିଲିଣି ହେଲେ ମୋ କଥା କେହି ଶୁଣୁ ନାହାନ୍ତି । କଥାଟା ବହୁତ୍ ବାଧିଲା ମତେ । ଯିଏ ମୋତେ ଛୋଟ ବେଳେ ଏତେ ସ୍ନେହ ଦେଇଥିଲା ତା କଥା ମୁଁ ଭୁଲି ଯାଇଥିଲି କେମିତି । ସ୍କୁଲ୍ ସରିବାର ଏତେ ଦିନ ଭିତରେ ମୋର ତା କଥା ମନେ ପଡିନଥିଲା କାହିଁକି । ମୁଁ ନିଜ ଆଖିରେ ନିଜେ ଛୋଟ ହେଇ ଗଲି । ଆଗରୁ ଯଦି ମୁଁ ଏ କଥା ଜାଣି ଥାନ୍ତି ତାହେଲେ ମାଉସୀ ଏତେ ଥର ୟା ତା ପାଖକୁ ଦିଉଡିବାକୁ ପଡି ନଥାନ୍ତା।

ମୁଁ - ମାଉସୀ ତମ ଆଧାର କାର୍ଡର Xeroxଟା ମୋତେ ଦେଇକି ଯାଅ । ମୁଁ ନିଶ୍ଚିତ ତମ ଘର କରେଇ ଦେବି । 

ମାଉସୀ ଗଲା ବେଳେ କହି ଦେଇ ଗଲେ ପୁଅ ଟିକେ ଗରିବ ମାଉସୀକୁ ଅନିଚ୍ଛା କରିବୁ । ମାଉସୀ ସେ ପର୍ଯ୍ୟନ୍ତ ମତେ ଚିହ୍ନି ପାରୁ ନଥିଲେ କି ମୋର ବି ଚିହ୍ନା ଦବାକୁ ସାହସ ନଥିଲା ।

ତା ପରଦିନ ମାଉସୀ ଘର କାମର work order ଧରି ଯାଇ ପହଞ୍ଚିଲି ଗାଆଁ ସରପଞ୍ଚଙ୍କ ପାଖରେ । ଯେତେ ଜଲଦି ହବ ତାଙ୍କ ଘର କାମ ଶେଷ କରିବାକୁ କହିଲି । ମାସେ ଭିତରେ ଘର କାମ ଶେଷ ହୋଇଗଲା । ମାଉସୀ ଘର ପୂଜା ଦିନ ଯିବା ପାଇଁ ମତେ କହିଥିଲା । ପୂଜା ଦିନ ମୁଁ ସେଠିକି ଯାଇଥିଲି । ସେଠି ମତେ ମାଉସୀ ପଚାରିଲା ବାବୁ ଏତେ ଅଫିସର୍ ଦେଖିଛି ହେଲେ ତମ ପରି କେହି ନୁହଁ । ମୋ କାମ ତ କହୁ କହୁ କରିଦେଲ । 

ମୁଁ କହିଲି ମାଉସୀ କରି ନଥାନ୍ତି କେମିତି ତମେ ବି ତ ମତେ ବହୁତ୍ ସାହାଯ୍ୟ କରିଛ । କେତେ ଥର ମାଗଣାରେ ଗୁପଚୁପ ନବାକୁ ମନା କରିଛି କିନ୍ତୁ ତମେ ମତେ ବଡ଼ ହେଲେ ବଡ଼ ପଇସା ଦବୁ କେହି କେତେ ଥର ମାଗଣାରେ ଗୁପଚୁପ ଦେଇଛ । ହେଲେ ମୁଁ ତମକୁ ଏତେ ଜଲଦି କାହିଁକି ଭୁଲି ଯାଇଥିଲି କେଜାଣି । ଏଇ କଥା ଭାବିଲା ବେଳକୁ ମତେ ଖରାପ୍ 

ଲାଗୁଛି । ମାଉସୀ ପ୍ରଥମେ କିଛି ବୁଝି ପାରିଲେନି । ଭାବି ଭାବି ତାର ବି ମନେ ପଡ଼ିଲା । କହିଲା ତୁ ତାହେଲେ ସେଇ ପୁଅ, ଏତିକି କହି ଦୌଡି ଗଲା ଘର ଭିତରକୁ ଆଉ କାଗଜରେ କିଛି ଗୁଡେଇ ଆଣି ମୋ ହାତରେ ଧରେଇ ଦେଲା । ମୁଁ ଦେଖିଲି ସେଥିରେ ଥିଲା କିଛି ମସଲା ଗୁପଚୁପ । ମାଉସୀ ଧୀରେ କହିଲେ ଭଲ ପରା ତୋର । ମୁଁ ଅଳ୍ପ ହସି ଦେଲି ।

ମୁଁ ଗୁପଚୁପ ଖାଇ ଖାଇ ଭାବୁଥାଏ ଆଜି କାଲିର ମଣିଷ ଏତେ ସାହାଯ୍ୟ ପାଇ ସାହାଯ୍ୟ କରିଥିବା ଲୋକକୁ ଭୁଲି ଯାଉଛି କେମିତି।



Rate this content
Log in

Similar oriya story from Tragedy