Bishwajit nayak

Inspirational

4.0  

Bishwajit nayak

Inspirational

ନେଟ୍ ଶାଢ଼ୀ

ନେଟ୍ ଶାଢ଼ୀ

3 mins
142



 

ଆଧୁନିକ ସମାଜ ଆଉ ଆଧୁନିକ ବାର୍ତ୍ତାବରଣ l ଆମେ ଏକ ମର୍ଡନ ଦୁନିଆରେ ବଞ୍ଚୁଛନ୍ତି l ସେଥିପାଇଁତ ଭୁଲି ଯାଉଛନ୍ତି ଆମ ସଂସ୍କାର, ପରମ୍ପରା, ଚାଲିଚଳନ ଆଉ ବ୍ୟବହାର l ସମାଜ ଦିନକୁ ଦିନ ଉଲଂଗ୍ନ ହେବାକୁ ପସନ୍ଦ କରୁଛି l ସତରେ କଣ ହଜି ଗଲାଣି ଆମ ପରମ୍ପରା l ନୂତନ କରି ଆସିଥିବା ନବ ବଧୂଟି ଆଉ ହାତେ ଲମ୍ବାର ଓଢଣୀ ଦେଉନାହିଁ l ପରିବର୍ତ୍ତନଶିଳ ସମାଜ ଏବେ ଗୋଟିଏ ନୂଆ ରୂପରେ l


"ନେଟଶାଢ଼ୀ କାହାଣୀ ଟି ଏକ ପାରିବାରିକ କାହାଣୀ ଉପରେ ଆଧାରିତ "

ସେଦିନ ଟିକେ ବିଳମ୍ବିତ ରାତ୍ରି ରେ ଘରକୁ ଫେରିଥାଏ l ସବୁଦିନ ପରି ସେଦିନ ମଧ୍ୟ ମୋର ପତ୍ନୀ ମୋ ଫେରିବା ବାଟକୁ ଅପେକ୍ଷl କରି ବସିଥାନ୍ତି l ବେସରକାରୀ ଚାକିରୀ ତ ବେଳେ ବେଳେ ଟିକେ ବିଳମ୍ବ ହୋଇଯାଏ l ସତରେ ପତ୍ନୀ ରୂପରେ ଭଲ ବନ୍ଧୁଟିଏ ପାଇଛି l ଯିଏକି ମୋ ସୁଖରେ ଦୁଃଖରେ ମୋ ସହ ପାଦରେ ପାଦ ମିଶାଇ ଚାଲି ପାରୁଛି l  ହଟାତ, ଧୀର ସ୍ୱରରେ ପ୍ରଶ୍ନ ଟିଏ ପଚାରିଦେଲେ l ଜାଣିଛ ଆଉ ଦୁଇ ଦିନ ପରେ କ'ଣ ?

ମୁଁ କିଛି ସମୟ ନିରବ ହୋଇ ରହିଗଲି l କିଛି ସମୟ ପରେ ମୋର ମନେ ପଡିଗଲାଯେ ଆମର ବିବାହ କୁ ପ୍ରଥମ ବର୍ଷ ପୁରିବ l ଆଜି ଯାଏ କିଛିବି ମୁହଁଖୋଲି ମାଗି ନାହାନ୍ତି l କାମର ବ୍ୟସ୍ତତା ଯୋଗୁ ଭଲକରି ସମୟ ବିତାଇ ପାରିନି ତାଙ୍କ ସହ l ମନେ ମନେ ଭାବୁଛି ଅଫିସ. ରୁ ଏହି ଦୁଇ ଦିନ ଛୁଟି ନେଇ ପତ୍ନୀଙ୍କ ସହ ସମୟ ବିତାଇ ବାକୁ l କିଛି ଦିନ ହେଲା ଦେଖୁଛି ସେ କିଛି କହିବେ କହିବେ ହେଉଛନ୍ତି କିନ୍ତୁ କହି ପାରୁନାହାନ୍ତି l ମୁଁ ମୁହଁ ଖୁଲି ପଚାରି ଦେଲି କିଛି କହିବ ସାଙ୍ଗେ ସାଙ୍ଗେ ଉତ୍ତର ଆସିଲା "ହଁ " ମୁଁ କହିବାକୁ ଲାଗିଲି ଦେଖ ମୁଁ ତମର ସ୍ୱାମୀ ହେବା ସଙ୍ଗେ ସଙ୍ଗେ ଗୋଟିଏ ଭଲ ବନ୍ଧୁ ମଧ୍ୟ୍ୟ ତେଣୁ ମୋ ସହ କିଛି ବି ସେୟାର କରିପାରିବ l ସେ କହିବାକୁ ଲାଗିଲେ ଗୋଟିଏ ଶାଢ଼ୀ କିଣିଥାନ୍ତି l ମୁଁ ହସିଲି ଆରେ ଏଇ କଥା ହଁ କିଣିବା ମୋ ମୁହଁରୁ କଥା ସରିନଥାଏ ଧୀର ସ୍ୱର ରେ ଗୋଟିଏ ଶବ୍ଦ ଭାସି ଆସିଲା

"ନେଟଶାଢ଼ୀ " ମୁଁ କିଛି ସମୟ ସ୍ତବ୍ଧ ହୋଇଗଲି l ମୁଁ କେବେବି ଆଶା କରିନଥିଲି କି ତାଙ୍କ ପାଟିରୁ ଏମିତି ଏକ ଶବ୍ଦଟିଏ ଆସିବ ବୋଲି l ସେ ବାରମ୍ବାର ପଚାରୁଥାନ୍ତି କିଛି କହିଲେନି ଯେ l ମୁଁ ହଁ କିମ୍ବା ନା କହି ପାରୁନଥାଏ l ସେ ଉଦାହରଣ ଦେଇ କହିଲେ ପୋଡ଼ସୀ ଘର ରାଣୀ ଭାଉଜ ପିନ୍ଧି ଥିଲେ ଭାରି ଭଲ ଲାଗୁଥିଲେ l ତାଙ୍କ ମୁହଁରୁ ଏ କଥା ଶୁଣିବା ସାରିବା ପରେ ଧୀର ସ୍ୱର ରେ 'ହଁ ' କହିଦେଲି l କିନ୍ତୁ ସେ ଦିନ ରାତି ସାରା ମୁଁ ସୋଇନଥିଲି କାରଣ ମୋର ବିବେକ ମୋତେ ବାରମ୍ବାର କହୁଥାଏ l ମୁଁ ଜଣେ ଶିକ୍ଷକଙ୍କ ପୁଅ ଏ ସମାଜ ର ଲୋକ ମାନେ ଆଦର୍ଶ ମାନନ୍ତି l ମୋର ପତ୍ନୀ କଣ କିଛି ଜାଣି ପାରୁନାହାନ୍ତି l ଜାଣିବେ ଵା କେମିତି ଏ ସମାଜ ବଦଳୁଛି ବଦଳୁଛି ଚିନ୍ତା ଧାରାl

ଦୁଇ ଦିନ ପରେ ସଖାଳୁ ସଖାଳୁ ବୁଲିବାକୁ ଭାରି ପଡ଼ିଲୁ l ମୋତେ ବହୁତ ଖରାପ ଲାଗୁଥାଏ ତାଙ୍କ ସେଇ ନେଟଶାଢ଼ୀ କୁ ଦେଖି କାରଣ ସ୍ପଷ୍ଟ ଭାବରେ ଦେଖାଯାଉଥାଏ ତାଙ୍କର ଉଦର ଭିତରେ ଥିବା ନାଭିଟି l ତଥାପି ମୁଁ ମନା କରିପାରୁ ନଥାଏ l ବାପା ବିଦ୍ୟାଳୟ କୁ ଚାଲିଯାଇଥାନ୍ତି l ମା ଙ୍କ ପାଖକୁ ଗଲୁ ଆଶ୍ରିବାଦ ପାଇଁ ମୋ ମା ମୋତେ ଖାଲି ଅନାଉଥାନ୍ତି l ମୁଁ ପଢ଼ିପାରେ ତାଙ୍କ ଆଖିରେ ଥିବା ପରିଭାଷାକୁ l ସେ ଆଗ କାଳର ଲୋକ ତାଙ୍କୁ ଏ ସବୁ ଭଲ ଲାଗିବନି l ହେଲେ ମୁଁ ଵା କଣ କରି ପାରିବି l ମା କିଛି କହିବା ଆଗରୁ ଘରୁ ଚାଲି ଆସିଲୁ l ମା ଆଖିକୁ ସିନା କିଛି କହି ପାରିଲି ନାହିଁ କିନ୍ତୁ ରାସ୍ତାରେ ଗଲାବେଳେ ଅନେକ ଙ୍କ ସ୍ମିତ ହାସ୍ୟ ଯେମିତି ମୋତେ ପରିହାସ କରୁଥାଏ l ମୁଁ ଆଉ ଧଯ୍ୟ ଧରି ରହି ପାରିଲିନି l ରାଗିଯାଇ କହିବାକୁ ଲାଗିଲି କଣ ତମେ କିଛି ଜାଣି ପାରୁନ


 ଭୋ ଭୋ ହୋଇ କାନ୍ଦି ଉଠିଲେ ଆଉ କହିବାକୁ ଲାଗିଲେ ମୁଁ ଜାଣି ନଥିଲି କି ଏ ସମାଜ କଳୁଷିତ ହୋଇଯାଇଛି ବୋଲି l ମୋତେ କ୍ଷମା କରିଦିଅ ମୁଁ ଆଉ କେବେବି ଏମିତି କିଛି କରିବିନି ଯାହା ତୁମକୁ ଖରାପ ଲାଗିବ lବାପା ଘରକୁ ନ ଆସିବା ପୂର୍ବରୁ ଆମେ ଘରକୁ ଫେରି ଆସିଲୁ l ସେଇ ଦିନଠୁଁ ମୁଁ ତାଙ୍କୁ ଦେଖିନି କେବେବି ସେ ନେଟଶାଢ଼ୀ ପିନ୍ଧି ବାର l


    



Rate this content
Log in

More oriya story from Bishwajit nayak

Similar oriya story from Inspirational