STORYMIRROR

Amarananda Nayak

Tragedy Crime

3  

Amarananda Nayak

Tragedy Crime

ନାତୁଣୀର ପ୍ରଶ୍ନ?

ନାତୁଣୀର ପ୍ରଶ୍ନ?

1 min
117


ସନ୍ଧ୍ଯା ଆଳତୀ, ଘଣ୍ଟି, ଘଣ୍ଟା ଧ୍ବନି ପାଖ ମନ୍ଦିରରୁ ଭାସି ଆସୁଥିଲା। ଶ୍ରୀଯୁକ୍ତ ଦାସ ଧୋତି ଯୋଡ ପିନ୍ଧି, ମନ୍ଦିରକୁ ଯିବା ପାଇଁ ଶ୍ରୀମତୀ ଙ୍କୁ ଅପେକ୍ଷା କରି ବାହାର ଚୌକିରେ ବସିଥିଲେ। ଦଶବର୍ଷର ନାତୁଣୀ ଦୌଡ଼ି ଆସି ଜେଜେଙ୍କ ବେକରେ ଝୁଲି ପଡିଲା। ଜେଜେ ପଚାରିଲେ, କ'ଣ ହେଲା ଗୁଡିଆ? ମନ୍ଦିର ଯିବୁ?। ଗୁଡିଆ କହିଲା ନା   

ଆଛା, ଜେଜେ ତମେ କୁହନା,"ଯେଉଁମାନେ 

ମନ୍ଦିର ଯାଆନ୍ତି, ସେମାନେ ଧର୍ମୀ, ଠାକୁରଙ୍କ ଭକ୍ତ, ଭଲଲୋକ "। ଜେଜେ ଉତ୍ତର ଦେଲେ ହଁ। ଗୁଡିଆ ମୁହଁ ଥମ ଥମ କରି କହିଲା, ଆଜି ସକାଳ ଟିଭି ରେ ଦେଖିଛି, ଶୁଣିଛି, ଗତରାତିରେ ମୋ ବୟସର ଜଣେ ଝିଅ ମନ୍ଦିରରୁ ଆଳତି ଦେଖି ଫେରୁ ଥିଲା। ତା" ପଛେ ପଛେ ମନ୍ଦିରରୁ କିଛି ଲୋକ ଫେରୁଥିଲେ। ହଠାତ୍, ଝିଅଟି କେଉଁ ଆଡେ ଚାଲି ଗଲା। ବାପା ମାଆଓପୁଲିସ ବହୁତ ଖୋଜିଲେ, ଆଜି ସକାଳୁ, ଗୋଟିଏ ବୁଦାରୁ ଝିଅର ମଲା ଦେହ ମିଳିଲା। ଦେହରେ ପୋଷାକ କିଛି ନଥିଲା। ଦେହ ସାରା ରକ୍ତ। 

କହିଲ ଜେଜେ, ମନ୍ଦିରରୁ ଫେରୁଥିବା ସେହି ଧର୍ମୀ ଲୋକମାନଙ୍କୁ, ଠାକୁର କ'ଣ ଏଭଳି କାମ କରିବା ପାଇଁ କହି ଛନ୍ତି? ଶ୍ରୀଯୁକ୍ତ ଦାସ ଙ୍କ ଓଠରେ କିଛି ଭାଷା ନଥିଲା। 

ନାତୁଣୀକୁ ଜାବୁଡ଼ି ଧରିଲେ। ଆଖିରୁ କେଇ ଟୋପା ଲୁହ ଗଡି ଆସୁଥିଲା। ଶ୍ରୀମତୀଙ୍କୁ ଡାକି କହିଲେ। ଥାଉ, ଆଉ ମନ୍ଦିର ଯିବାନି। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy