STORYMIRROR

Dhirendra Behera

Abstract Inspirational Others

4  

Dhirendra Behera

Abstract Inspirational Others

ନାରଦ କିଏ ???

ନାରଦ କିଏ ???

2 mins
452


ନାରଦ ଶବ୍ଦଟି ଶୁଣିଲା ମାତ୍ରେ ମନ ଭିତରେ କଳିର ସୂଚନା ଭାସି ଉଠେ !ଯଦି କିଏ କିପରି କାହାସହିତ ଝଗଡାରେ ଲାଗି ରୁହେ ତେବେ ସେ ନାରଦ ପଦବାଚ୍ୟ ହୋଇଥାଏ !ଶୁଣାଯାଏ ଯେ ନାରଦ କୁଆଡେ ୟାଙ୍କଘର କଳି ନେଇ ତାଙ୍କଘରେ ମଞ୍ଜି ପୋତନ୍ତି ! କିନ୍ତୁ .....


ଅସଲରେ ନାରଦଙ୍କୁ ଜାଣିଗଲେ ଏସବୁ ଭ୍ରମ ପାଣି ଫୋଟୋକା ପରି ପରକ୍ଷଣରେ ମିଳାଇ ଯାଏ କାରଣ ନାରଦ ହିଁ ଏକ ରାକ୍ଷସ ବଂଶରେ ପ୍ରହଲ୍ଲାଦ ପରି ସନ୍ତାନ ଜନ୍ମ କରାଇବାର ମାର୍ଗଦେଖାନ୍ତି ଓ ସଂସାରରେ ଅଜ୍ଞାନ ସନ୍ତାନ ମାନଙ୍କୁ ଧ୍ରୁବପରି କରିତୋଳନ୍ତି !ଯେଉଁମାନେ ନାରଦଙ୍କୁ କାଳିଆ ବୋଲି କୁହନ୍ତି ସେହିମାନେ ନାରଦଙ୍କୁ, ନା କେବେ ପ୍ରତକ୍ଷ ଦେଖିଛନ୍ତି ନା ସେ ବିବାଦ ସୃଷ୍ଟି କରାଇବା କିଏ ସଠିକ ଜାଣିଛନ୍ତି !ତଥାପି....


ତତ୍ତ୍ୱ ବୁଝି ଗଲେ ନାରଦ ସମସ୍ତଙ୍କ ଗୋଚର ଭିତରେ ଆସିଥାନ୍ତି ଓ ମଙ୍ଗଳ କାରୀ ବୋଲି ବିବେଚିତ ହୁଅନ୍ତି ! ଏବେବି ଦେଶର କୋଣ ଅନୁକୋଣରେ ବ୍ୟକ୍ତି କନ୍ଦଳ ସହ ଗୋଷ୍ଠୀ ସଂଘର୍ଷ ଲାଗି ରହିଛି, ତେବେ କେଉଁ ପ୍ରକାର ନାରଦ ଏ ପ୍ରକାର ବିବାଦ ପାଇଁ ସୂତ୍ର ଧର? ତାହା ଆଗାମୀ ଆଲୋଚନାରେ ସ୍ପଷ୍ଟ ହୁଏ !


ଶାସ୍ତ୍ର ଭିତରେ ନାରଦ ବ୍ରହ୍ମାଙ୍କ ମାନସ ପୁତ୍ର, ପୁଣି ବ୍ରହ୍ମାଙ୍କର ସୃଷ୍ଟି ବ୍ରହ୍ମଙ୍କ ଠାରୁ !ତେଣୁ ବ୍ରହ୍ମାବିଷ୍ଣୁ ଯେପରି ଗୁଣ ବିଶେଷ ଉପାଧି ସେହିପରି ନାରଦ ମଧ୍ୟ ଏକ ଉପାଧି !ବ୍ରହ୍ମା ବିଷ୍ଣୁଙ୍କ ରୂପବର୍ଣ୍ଣନା ଭିତରେ ଯେପରି ଗୁଣର ମହିମା ଥାଏ ଠିକ ସେହିପରି ନାରଦଙ୍କ ରୂପ ଭିତରେ ଗୁଣର ମହତ୍ୱ ନିଆରା !ଯେଉଁ ନାରଦ ସ୍ଥୁଳ ବିଶେଷରେ ବ୍ରହ୍ମାଙ୍କ ମାନସ ପୁତ୍ର ସେହି ନାରଦ ସୁକ୍ଷ୍ମ ବିଶେଷରେ ପ୍ରତ୍ୟେକ ଜୀବର ସୁକ୍ଷ୍ମ ମନ ଅଟେ !ବ୍ରହ୍ମାଙ୍କର କଳ୍ପ ଶେଷ ହେଲେ ଏହି ନାରଦ (ବା ମନ ) ଜୀବ ଉତ୍ପତ୍ତିର ବିହନ ଭଳି ରହିଥାଏ କିନ୍ତୁ..... 


ମନ ସଂକଳ୍ପ ବିକଳ୍ପରୁ ଉର୍ଧ୍ବକୁ ଉଠି ନିର୍ବିକଳ୍ପ ସମାଧି ପ୍ରାପ୍ତି ହୋଇଥିଲେ ବ୍ରହ୍ମାଙ୍କ କଳ୍ପ ପ୍ରଭାବରେ ମଧ୍ୟ ଅପ୍ରଭାବିତ ରୁହେ ଅର୍ଥାତ ବ୍ରହ୍ମାଙ୍କ କଳ୍ପ ପରିବର୍ତ୍ତନ କୌଣସି ପ୍ରଭାବ ପକାଇ ପାରେନା ! ଯେହେତୁ ମନର ଏହି ସୁକ୍ଷ୍ମ ସଂକଳ୍ପ ବିକଳ୍ପ ଶକ୍ତି ବାହାରେ ଦ୍ୱନ୍ଦ୍ୱ, ସଂଘର୍ଷ, ବିବାଦ ଓ ଝଗଡା ଆଦିର ରୂପ ନିଏ ତେଣୁ ମନ ହିଁ ନାରଦ ହୁଏ !


ନାରଦ ବ୍ରହ୍ମଚାରୀ ଏବଂ ମନର ପ୍ରକୃତ ସ୍ଵଭାଵ ଯେହେତୁ ନିର୍ମଳ, ପବିତ୍ର ଓ ବିଶୁଦ୍ଧ ଯୋଗୁ ଅବିକାରୀ ତେଣୁ ମନ ବ୍ରହ୍ମଚାରୀ ଅଟେ !ସପ୍ତ ଚିରଞ୍ଜୀବ ମାନଙ୍କ ପରି ନାରଦ ମଧ୍ଯ ଅନନ୍ଯ ଏବଂ ସବିକଳ୍ପ ମନ ଯେହେତୁ ବ୍ରହ୍ମାଙ୍କ ଠାରେ ବିହନ ସଦୃଶ ରୁହେ ଏବଂ କଳ୍ପାନ୍ତରେ ପୁନଃ ଜୀବର ମନ ହୋଇ ସାଥିରେ ଆସେ ତେଣୁ ମନ ମଧ୍ୟ ଚିରଞ୍ଜୀବ !ତାତ୍ପର୍ଯ୍ୟ.....


ନାରଦ ଓ ବିଶୁଦ୍ଧ ଭାବନାଯୁକ୍ତ ସବିକଳ୍ପମନ ଏକ ଓ ଅଭିନ୍ନ ! ଯାହାଙ୍କ ଭିତରେ ନାରାୟଣଙ୍କ ଅଖଣ୍ଡ ସ୍ମରଣ ଥାଏ, ଯାହାଙ୍କ ମୁଖରୁପି ବୀଣାରୁ ନିରନ୍ତର ନାରାୟଣଙ୍କ ଗୁଣ ସଂକୀର୍ତ୍ତନ ଚାଲିଥାଏ, ଯାହାଙ୍କ ବ୍ରହ୍ମଚର୍ଯ୍ୟର ଶୋଭା ସଦ୍ୟ ପ୍ରସ୍ଫୁଟିତ ଫୁଲହାର ପରି ମସୃଣ, କୋମଳ, ଉଜ୍ବଳ ଓ ସୁଗନ୍ଧରେ ଭରା ଥାଇ କଦାପି ଝାଉଁଲେନା ସେପରି ମନ ରୁପି ଜୀବର ଶରୀରକୁ ନାରଦ ବୋଲି କୁହାଯାଏ ନଚେତ ଏପରି ଗୁଣର ଅଭାବରେ ଜୀବ ସଂକଲ୍ପିତ ମନ ହୁଏ !


ମନକୁ ଜାଣିଲା ପରେ ହିଁ ଜୀବ ମନୁଷ୍ୟ ହୁଏ ନଚେତ ପଶୁ ଆଉ ମନର ଉର୍ଧ୍ଵକୁ ଉଠିଲେ ବ୍ରହ୍ମା ବିଷ୍ଣୁ ନାରଦ ପରି ଦେବ ହୁଏ! ଯେହେତୁ " ମନର ମୂଳେ ଏ ଜଗତ " ତେଣୁ ତୁମେ କେତେବେଳେ ବ୍ରହ୍ମା, କେତେବେଳେ ବିଷ୍ଣୁ ଏବଂ କେତେବେଳେ ତୁମେ ହିଁ ମନ ପୁଣି ତୁମେ ନାରଦ ଓ ସଚରାଚର ଜଗତ ହୁଅ ! ତେଣୁ ସାଧାରଣ ସ୍ତରରେ ନାରଦ କହିଲେ ମନ !! 




  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Dhirendra Behera

Similar oriya story from Abstract