Banita Pandit

Abstract Children Stories

4  

Banita Pandit

Abstract Children Stories

ମୟୂର ରଙ୍ଗ ର ଘର

ମୟୂର ରଙ୍ଗ ର ଘର

3 mins
226


ବୟସ ବେଶୀ ନୁହେଁ ମାତ୍ର ୮ ବର୍ଷ ର ଝିଅ ଟିଏତା ମା କୁ ପ୍ରଶ୍ନ କରିଛି .....ମା ଆମ ସାହି ର ଶେଷରେ ଯେଉଁ ରଙ୍ଗର ଘର ଅଛି ସେଥି ଗୋଟିଏ ଝିଅ ଝରକା କୁ ଅନାଇ ବାହାରର ସବୁ ଦୃଶ୍ୟ ଦେଖେ ତାର କଣ ବାହାରକୁ ଆସିବା ମନା ? ଅଶାନ୍ତି ତାର ମା ଶାନ୍ତପ୍ରିୟା କୁ ପ୍ରଶ୍ନ କରିଛି । ଶାନ୍ତିପ୍ରିୟା ଅଶାନ୍ତି ର ପ୍ରଶ୍ନ ର ଉତ୍ତର ଦେବାକୁ ଯାଇ ଗୋଟିଏ ଛୋଟ ଗଳ୍ପ ଆକାରରେ କୋମଳ ମତି ଶିଶୁ କୁ ବୁଝାଇ ତାର ପ୍ରଶ୍ନ ର ଉତ୍ତର ଦେଇଛନ୍ତି । ମୟୂର ରଙ୍ଗର ଘର ....କହି ଶାନ୍ତି ପ୍ରିୟା ଟିକେ ହସି ଆରମ୍ଭ କଲେ ଗପ। ଘର ଟା ମୟୂର ରଙ୍ଗ ମୟୂର ପରୀ ସୁନ୍ଦର୍ ମାତ୍ର ମୟୂର କୁ ଯେମିତି ଚିଡ଼ିଆ ଖାନା ଭିତରେ ରଖାଯାଏ ସେହିପରି ସେହି ଘରେ ଥିବା ଝିଅ ଗୁଡାକ ମଧ୍ୟ ମୟୁର ପରୀ ସୁନ୍ଦର୍ ସେଥିପାଇଁ କାହାର ନଜର ଲାଗିଯାଇଛି ସେ ଘର ଉପରେ ... ଅଶାନ୍ତି ଆକାଶରେ ଉଡିବୁଲୁଥିବା ପକ୍ଷୀଟି ପରୀ ଖୋଲାମନରେ ମା କୁ ପ୍ରଶ୍ନ କରିଛି କାହାର ନଜର ମା ? 

ମା ଉତ୍ତର ଦେଲେ ଅଶିକ୍ଷାର ନଜର । ଅଶିକ୍ଷିତ ଲୋକ ପାଇଁ ଆଜି ତାଙ୍କ ଘରେ ଝିଅ ଗୁଡାକ ବନ୍ଦୀ । ହରିଣର ‌ଛୁଆ କୁ ଦେଖିଲେ ବାଘ ତାକୁ ନଖାଇ ଛାଡ଼ି ପଳାଇ ଯାଏ ମାତ୍ର ଏଠି ମଣିଷ ଗୁଡାକ ଛୋଟ ଛୁଆ କୁ ବି ଛାଡନ୍ତି ନାହିଁ ... କହି ମା ତା କାନିରେ ଆଖିରୁ ଲୁହ ପୋଛି ଅଶାନ୍ତି କି କୁହେ ତୁ କଣ ସହିପାରିବୁ ମା ସେ ଦୁଃଖ ଭରା କାହାଣୀ ..? ଅଶାନ୍ତି ମା କୁ ଚାହିଁ କୁହେ ହଁ ମା ମୁଁ ସହି ପାରିବି ।ବେଶ୍ ବୁଝିପାରିବି ତୁ ଆଗେ କହ; . ମା କହିଲେ ତାଙ୍କ ଘରେ ଗୋଟିଏ ଛୋଟ ଶିଶୁ ଜନ୍ମ ହେଲା ଘରେ ଖୁସିର ଲହରୀ ଖେଳାଇ ଶିଶୁ ଟି ଚାହୁଁ ଚାହୁଁ ୫ ବର୍ଷରେ ପହଞ୍ଚିଲା ଗୋରା ଟହ ଟହ ଶରୀର। କୁନି କୁନି ହାତରେ ସେ ଦୁଇ ପଇସା ଧରି ସାହି ଦୋକାନ କୁ ଯାଇଥିଲା କେହି ସାଙ୍ଗରେ ନଥିଲେ ତାର ରାତି ନିଶୁନ୍ ହୋଇଗଲାଣି । ଘର ଲୋକେ ଖୋଜୁଛନ୍ତି ଝିଅ କୁଆଡେ ଗଲା କହି ସବୁଆଡେ ଖୋଜା ଖୋଜି ହେଲା ହେଲେ ଝିଅ କୋଉଠି ନାହିଁ । ଝିଅ ହାତରେ ଦୁଇ ପଇସା ଦେଇଥିବା ବାପା ନିଜକୁ ଦୋଷୀ ବୋଲି ଭାବି ରାତି ସାରା ନିଜକୁ ପ୍ରଶ୍ନ କରେ .. କାହିଁକି ଏପରି କଲି ମୁଁ ? ପିଲାଟିର ମା କାନ୍ଦି କାନ୍ଦି ଚୁପ୍ ହୋଇଗଲାଣି ।ସମସ୍ତଙ୍କ ସକାଳ ସମାନ ନଥାଏ ସେଦିନ ସକାଳୁ ରାତି ହେଲାଣି ଝିଅ କୁ ଖୋଜି ଖୋଜି ପରିବାର ଲୋକ ଥକି ଗଲେଣି 

ଗାଁ ଟା ସାରା କୋକୁଆ ଭୟ ସୃଷ୍ଟି ହୋଇଗଲାଣି ।ଏମିତି କେତେ ପିଲା ଗାଁ ରୁ ହଜିଗଲେନି କେହି ତା ର ଖୋଜ ଖୋବର୍ ପାଇନାହାନ୍ତି । ସେମାନେ ହେଲେ ଗରିବ ସେ ଅବା କଣ କରିବେ ପିଲାଟି ହଜି ଯାଇଛି ବୋଲି ଗାଁ ସାରା ଖୋଜି ବୁଲିବେ ସେ ତ ଆଉ ମାଟି ତାଡି ପିଲାକୁ ଖୋଜିବେ ନାହିଁ..ତା ଛଡା ଆଉ କିଛି ତ କରିପାରିବେ ନାହିଁ । ଯିଏ ଟିକିଏ ଦୃବାଳ ହୋଇଥିବା ମଣିଷ କାନ୍ଦି କାନ୍ଦି ଲୁହ ଶୁଖାଇ ବା ଛଡା ତା ପାଖରେ ଅଲଗା ଉପାୟ କଣ ? ପାଗଳ ଗୁଡାକ କଥା ଗୁଡାକ ମୁଣ୍ଡକୁ ନେଇ ମୋ ପିଲା ମୋ ପିଲା ହୋଇ ବୁଲନ୍ତି ................

ଅଶାନ୍ତି ମନରେ କେତେ ପ୍ରଶ୍ନ ତା ମନକୁ ଶାନ୍ତି ଦେଇପରିନି ସେ ମା ଙ୍କୁ ପଚାରୁଛି ମା ସେ ଛୋଟ ପିଲା କଣ ହଜିଗଲା .… ମା କହିଲେ - ନା ମା ସେ ପିଲାଟା କୁ କେହି ଦେଖି ନାହିଁ । ତାଙ୍କ ପରିବାର ଲୋକେ କେତେ ଖୋଜିଲେ ତାଙ୍କର ତ ଗରିବ ନୁହେଁ ସେଥିପାଇଁ ବଡ଼ ବଡ଼ ପୋଲିସ୍ ବାବୁ ମାନେ ଆସିଲେ ଖୋଜା

 ଖୋଜି ହେଲା ହେଲେ କିଛି ଲାଭ ହେଲାନାହିଁ । ଶେଷରେ ପୋଲିସ କୁକୁର ସବୁ ଅଣାଗଲା କୁକୁର ଗୁଡାକ ପ୍ରାୟ ଅଧଘଣ୍ଟା ରେ ମାଟି ତାଡି ବାକୁ ଲାଗିଲେ ତାହା ଦେଖି ପୋଲିସ ବାବୁ ମାନେ ବୁଝି ଗଲେ ଯେ ଏଠି କିଛି ଅଛି ସେଥିପାଇଁ ସେମାନେ ଲୋକ ଆଣି ସେ ଜାଗା କୁ ଖୋଳା ଗଲା ଖୋଳୁ ଖୋଳୁ ଗୋଟିଏ ମୁଣ୍ଡ ଦୁଇଟି ହାତ ସେ ପୁଣି ଚାରି ଖଣ୍ଡ ହୋଇଛି ଗୋଡ ଗୁଡାକ ରୁ ରକତ ବୋହି ବୋହି ଶୁଖି ଯାଇଛି ଦୃଗନ୍ଦ ହେଉଛି ... କାହାର ଛୁଆ ବୋଲି କେହି କହିପାରୁନାହାନ୍ତି ହେଲେ ତାର ହାତ ବଳା ଗଣ୍ଠିରେ ଗୋଟେ ରୂପାର ଚୁଡି ଥିଲା ସେ ଚୁଡିରୁ ଜଣା ପଡ଼ିଲା ସେ ମୟୂର ରଙ୍ଗର ଘର ଭିତରେ କାହିଁକି ମୟୁରି ଗୁଡାକ ବାହାରକୁ ବାହାରନ୍ତି ନାହିଁ

 ତାଙ୍କ ପିଲାଟା ଆଉ ଏ ଦୁନିଆରେ ନାହିଁ । ଗୁଣି ଶିଖିବା ପାଇଁ କେହି ଗୋଟେ ଏମିତି କରିଛି । ଗାଁ ସାରା ଲୋକେ ଭାବିଦେଲେ ଅନ୍ୟ ପିଲା ଗୁଡାକ ହଜି ଯାଇଛନ୍ତି ସେଗୁଡିକ ଆଉ ଏପରୀ ....... କାହା ବାରୀ ରେ ମାଟି ତଳେ ପୋତା ହୋଇଥିବେ କେଜାଣି ସେ କଥା କିଏ ଜାଣେ ?


  


Rate this content
Log in

Similar oriya story from Abstract