Banita Pandit

Tragedy

3.3  

Banita Pandit

Tragedy

ବିଶ୍ୱାସ

ବିଶ୍ୱାସ

6 mins
263


 

ଶାନ୍ତ ଅପରାହ୍ଣ ବର୍ଷା ଛାଡ଼ି ଯାଇ ସୂର୍ଯ୍ୟ ର କିରଣ ଟା ବେଶ୍ ମନୋଲୋଭା । ବିଛେଇ ହୋଇ ପଡ଼ିଛି ପାର୍କର ସବୁଜ ଘାସ ଉପରେ । "ପାର୍କ ରେ ଆଜି ନୂଆ ଅତିଥି । ଯେ ପାର୍କକୁ ଭଲ ପାଏନି ତଥାପି ଆସିଛି । ବନ୍ଧୁତା ଟା ପରା ଏକ ମାତ୍ର ବିଶ୍ଵାସ ତା ପାଇଁ । ସେହି ବନ୍ଧୁ ଡାକରେ ଆଜି ସେ ପାର୍କକୁ ଆସିଛି । ଆସିଛି ସତ ହେଲେ ଏତେ ବିରକ୍ତି ଓହୋ ....ଯେପରି ବିଷ ଖାଇଲା ପରି ।."..... ଏପରିି କହି ହସିଉଠେ ପ୍ରତୀକ୍ଷା । ଦିବ୍ୟାକୁ ଚିଡ଼େଇବା ପ୍ରତୀକ୍ଷା ର ଅଭ୍ୟାସ । ଦିବ୍ଯା କିନ୍ତୁ ପ୍ରତୀକ୍ଷା କଥାକୁ ବିଚାରକୁ ନ ନେଇକୁହେ କଣ ପାଇଁ ଡାକିଥିଲୁ।

ପ୍ରତୀକ୍ଷା : ଓହୋ ତୁ ଆଗେ ବସ୍ ତ । 

ଦୀବ୍ୟା : ଆଚ୍ଛା ବସିଲି । ଏବେ କହିବା ହେଉ .......


              ପ୍ରତୀକ୍ଷା ଜାଣିଛି ଦିବ୍ୟା ର ଗୁଣ । ସେ ମଣିଷର ହାବ ଭାବ ଠାଣି ଆଖିର ପାଲକରୁ ଜାଣିଦିଏ ମଣିଷ ଟା କଣ ? ସେଥିପାଇଁ ବୋଧୁଏ ମଣିଷ ଗୁଡାକୁ ଘୃଣ୍ୟ ଚକ୍ଷୁ ରେ ଦେଖିବା ତାର ଅଭ୍ୟାସ । ସ୍ବାର୍ଥ ବିନା ଏ ମଣିଷ ସମାଜରେ ବଞ୍ଚି ପାରେ ନାହିଁ ରେ ତାର ବିଶ୍ୱାସ ।  

ପ୍ରତୀକ୍ଷାକୁହେ ଆଜି କଣ ଉପଦେଶ ଦେବ ବନ୍ଧୁ ? 

ଦିବ୍ୟା:। ଉପଦେଶ ର ଆବଶ୍ୟକ ନାହିଁ । ଆଜି ଠୁ ତୋର ମଣିଷକୁ ଶିକ୍ଷା ଦେବାର ଆବଶ୍ୟକ ଅଛି । ତୁ କିଛି ନକହିଲେ ବି ମୁ ଜାଣିଛି ତୋର ଜୀବନର ପଥ ଟା ଧିରେ ଧିରେ ଅତଡ଼ା ଖସୁଛି ।ସାବଧାନ ........ପ୍ରତୀକ୍ଷା । ଦିବ୍ୟା କହିଲା ବେଳେ ପ୍ରତୀକ୍ଷା ମୁହଁକୁ ଚାହେଁନି । ସେ ଜାଣିଛି କଥା ଟା ଟାଣ ହେଲେବି ଭିତରଟା ରସାଳ ଭବିଷ୍ୟତ ଉଜ୍ଜଳ । ଏପରି କଥା ହେଉ ହେଉ ଦୁହେଁ ପାର୍କ ବାହାରକୁ ଚାଲି ଆସନ୍ତି । ବାଟରେ ବୁଲାକୁକୁର ମାନଙ୍କୁ ଦେଖି ଦିଵ୍ୟାକୁହେ ପ୍ରତୀକ୍ଷା ମୋ ବ୍ୟାଗ ରୁ କିଛି ବିଶ୍କୀଟ୍ ଅଛି ଦେଲୁ ମୋର ପ୍ରିୟ ବିଶ୍ବସ୍ତ ବନ୍ଧୁ ମାନେ ଆସିଗଲେଣି । 

ପ୍ରତୀକ୍ଷା ବ୍ୟାଗ୍ ରୁ ବିସ୍କୁଟ କାଢ଼େ କିନ୍ତୁ ହାତ ଥରିଉଠେ । ମନ ଟା ଭାରି ଚଞ୍ଚଳ ସଙ୍ଗେ ସଙ୍ଗେ କୋଉଠି ନେଇ ଥୋଇଦିଏ ମଣିଷକୁ । ମୁଁ କଣ ଭୁଲ୍ କରିଛି ଭାବି ନିରୂତ୍ତର ହୁଏ ପ୍ରତୀକ୍ଷା । 

ପ୍ରତୀକ୍ଷା ର ସମସ୍ତ ପ୍ରଶ୍ନ ର ଉତ୍ତର ଦିବ୍ୟା ପାଖରେ । ଦିବ୍ୟା ତାର କଣ୍ଠକୁ ବଦଳାଇକୁହେ କଣ ପାଇଁ ଏତେ ଭୟଭୀତ ? ......

 ପ୍ରତୀକ୍ଷା : ଏସବୁ କଣ ଦୀଵ୍ୟା ?

 ଦିବ୍ୟ : ଛାଡେ ସେସବୁ କଥା । ଦେ ପ୍ରଥମେ ବିଶ୍ବାସୀ ଗୁଡକୁ ଖାଇବାକୁ ଦେବା .. ତୁ ବି ନେ ଦେ ବିପଦ ବେଳେ ସେମାନେ ତତେ ସାହାଯ୍ୟ କରିବେ । 

ପ୍ରତୀକ୍ଷା ଠାରୁକୁକୁର ମାନେ ବିସ୍କୁଟ୍ ଖାଇଲେ । ପ୍ରତୀକ୍ଷା ମନ ଓ ଆଖି ଦୁହେଁ ଛଳ ଛଳ । ଏହା ଦେଖି ଦିବ୍ୟାକୁହେ ....ପ୍ରତୀକ୍ଷା ସେ ୩ ଛୁରୀ ଖାସ୍ ତୋ ପାଇଁ । ପ୍ରତୀକ୍ଷା ର ପ୍ରସ୍ନାଳୁ ଆଖି ଦୁଇଟି ଦିବ୍ୟାକୁ ଚାହିଁ ରହେ । 

ଦିବ୍ୟା : ତୁ ଏଥି ପାଇଁ ଭୟଭୀତ ହୋଇ ଏପରି ମତେ ଚାହିଁ ବା । ତୋ ଠାରୁ ମୋର ଆଶା ନଥିଲା । କିନ୍ତୁ ହଁ କହି ରଖୁଛି " ଏ ତିନୋଟି ଛୁରୀର ରହସ୍ୟ । ତୋ ଭଳି ସରଳ ବିଶ୍ବାସୀ ପାଇଁ ଏହାର ଢେର୍ ଆବଶ୍ୟକ ରହିଛି । ......

ପ୍ରତୀକ୍ଷା : କି ଆବଶ୍ୟକ ? 

ଦୀବ୍ୟା: ଗୋଟିଏ ଛୁରୀ ରେ ପିଆଜ କାଟି ଘର ସଂସାର ର ସବୁ ଦୁଃଖକୁ ଲୁହରେ ଭିଜେଇ ଦବୁ । ସବୁ ଅଜାଣତରେ ଢାଳି ଯିବ କେହି ଖବର ପାଇବେନାହି । ବେଶ୍ ଏତିକି ।

ଦ୍ଵିତୀୟ ଛୁରୀ ରେ ରକ୍ତ ବୁହାଇବୁ । ନିଜ ମନକୁ ଦୃଢ କରି ଆଖିକୁ ଲାଲ୍ କରି ସାମ୍ନା ରେ ଥିବା ମଣିଷକୁ ରାକ୍ଷସ ଭାବି । ଆଉ ତୃତୀୟ ଛୁରୀ ନେ ଏଇଟା ଦରକାର ଆସିବ ପକେଟ୍ ରେ ରାଖିଥା । ।ଅଦାଲତ ନ୍ୟାୟ ଦେଉ କି ନଦେଉ ନିଜେ ସେଇଠି ସବୁ କାମ ସାରିଦେଇ ଆସିଲେ କିଛି କ୍ଷତି ହେବ ନାହିଁ । 

ବହୁତ୍ ରାକ୍ଷସ ଆସିଛନ୍ତି ବୋଲି ନ ଡରି । ସଙ୍ଗେ ସଙ୍ଗେ ନିଜର କାର୍ଯ୍ୟ କଳାପ ଜଣକ ଠି ପ୍ରୟୋଗ କରିଦେବୁ ଥରେ ରକ୍ତ ବୋହିଲେ ଆପେ ଜଣିଯିବେ । ହିଁ ଆଉ ଗୋଟେ କଥା .......ଭିରୁ ଭଳି ଜୀବନ ନଥିଲା ସ୍ଥାନରେ ଛୁରୀ ଭୂଷିଲେ କଥା ବିଗିଡି ଯିବ । ଜୀବନ ର ଶେଷ ଯେଉଁଠି ସେଇଠି ସେଇଠି ବାସ୍ ସେଇଠି .....ପ୍ରତୀକ୍ଷା ବିଶ୍ଵାସ ଆସିଲାଣି ମୁ ଯାଉଛି ବାପା ମା ବ୍ୟସ୍ତ ହୋଇଥିବେ । 

ଦିବ୍ୟା ଶେଷରେ କହିଉଠେ " ମୁ ଜାଣିଛି ତୁ ମୋ ଉପରେ ଅଭିମାନ କରିପାରୁ କିନ୍ତୁ ମୋର ଏଇ କଥା ଗୁଡାକ ତୋର ଗଣିତର ସବୁ ସୂତ୍ର ପରି ସ୍ମରଣ ରହିବ । ଖାଲି ମନେ ରଖିଲେ ହବ ତାକୁ କସିବାକୁ ହେବ ଠିକ୍ ଉପାୟରେ । ବେଢଙ୍ଗିଆ କଥା ହେଲେ ବି ଏହା ସତ ବୋଲି ମାନିବାକୁ ପଡେ । ...........

ହିଁ ତେବେ ମୁ ଯାଉଛି ନେ ଏ ବ୍ୟାଗ୍ ତୋର । ସାବଧାନ ରେ ଯିବୁ। । ପ୍ରତୀକ୍ଷା : ନିଜର ଯତ୍ନ ନେବୁ ଦିବ୍ୟତା ।

ପ୍ରତୀକ୍ଷାକୁ ଚାହିଁ ଟିକିଏ ହସି ଦେଇ ବିଶ୍ଵାସକୁ ବିରକ୍ତି ଭାବେ ଚାହିଁ ଦିବ୍ୟା ସେଠାରୁ ଚାଲିଯାଏ ଅନେକ ଦୂର ।...........

ବିଶ୍ଵାସ ଏବେ ପ୍ରତୀକ୍ଷା ପାଖକୁ ଆସନ୍ତି । ଦୁହେଁ ନୀରବ ରାସ୍ତା ରେ ଅନେକ ବୁଲା ବୁଲି ପରେ ପ୍ରତୀକ୍ଷା ମନରେ ଥିବା ବିଶ୍ଵାସ ସ୍ବଳ୍ପ ସମୟ ପାଇଁ ଭାଙ୍ଗି ଯାଇଛି । ସେ ଡରି ଯାଏ ଏବଂକୁହେ ବିଶ୍ଵାସ ଢେର ରାତି ହେଲାଣି ମୁ ଯାଉଛି । 

ବିଶ୍ୱାସ: ଆଚ୍ଛା ତେବେ ତୁମେ ଏଇଠୁ ଚାଲିଯାଅ ଏକାକୀ । 

ପ୍ରତୀକ୍ଷା : ହଁ ମୁଁ ଚାଲିଯିବି । ତୁମେ ବ୍ୟସ୍ତ ହେବ ନାହିଁ ୭.୩୦ ହୋଇଛି । ସେଇଠି ଘର ଦେଖା ଯାଉଛି । 

ପ୍ରତୀକ୍ଷା ଆଜି ସାହସର ସହିତ କିଛି କହିଛି ବିଶ୍ଵାସ ଙ୍କୁ ଏକଥା ବିଶ୍ଵାସ ନିଜେ ଅନୁଭବି ଦିବ୍ୟା ର ଶିକ୍ଷା ବୋଲି ଜାଣି ପାରନ୍ତି । 

କିନ୍ତୁ କଣ ହେବ ପ୍ରେମ ଟା ତ ଅନ୍ଧ । ରବର ଫିତାକୁ ଟାଣି ଜାଣିଲେ ଅନ୍ୟକୁ କାଟେ ଯଦି ଟିକିଏ କାଇଦାରେ ନଭିଡ ତେବେ ନିଜ ଉପରେ ଛିଟିକି ପଡ଼ିବ କଷ୍ଟ ବି ହେବ । ପ୍ରେମ ର ଅର୍ଥ ।


ପ୍ରତୀକ୍ଷା ରାସ୍ତା ର ଆଗକୁ ଦେଖେନି ଦେଖେ ପଛକୁ ଚାହେଁ ବିଶ୍ୱାସ ଙ୍କୁ ତାକୁ ଛାଡି ଚାଲିଗଲେଣି ତ ! ପ୍ରତୀକ୍ଷା ଏବେ ଏକାକୀ। ପଛ ପାଖରୁ ବିଶ୍ଵାସ ଙ୍କ ର ଗାଡି ର ଶବ୍ଦ ସବୁ ବୁଝାଏ । ରାସ୍ତା ଅଳ୍ପ ଥିଲେ ବି ନୀଶବ୍ଦ । ପ୍ରତୀକ୍ଷା ର ହିଲ୍ଲ ର ଠକ୍ ଠକ୍ ଶବ୍ଦ ଠାରୁ ତାର ହୃଦସ୍ପନ୍ଦନ ର ଶବ୍ଦ ଟା ବେଶି । ପୁଣି ଦିବ୍ୟା ର ବାଣୀ ଗୁଡାକ କାନ ପାଖରେ କହିହଉଛି । ଡର ଥିଲେ ବି ସାହସ ଦେଉଛି । ଛାତି ଭିତର ଟା ତରଳି ଯାଉଛି । ଏପରି କେତେ ଭାବନା ଆସୁଛି ଯାଉଛି। ପ୍ରତୀକ୍ଷା ଯେତେବେଳେ ଆଗକୁ ଦେଖେ ତାର ଭାଇ ତା ଆଗରେ ଠିଆ ହୋଇଛି । ଏବେ ସେ ମନ ଭିତରେ ଗୋଟେ ଆଶା ବାନ୍ଧି ପାରିଛି । ....…........

ରାତିରେ ବିଶ୍ଵାସ ଙ୍କ କଲ୍ ଆସେ ପ୍ରତୀକ୍ଷା ର ବିଶ୍ଵାସ ଟା ବେଶି ବଢିଯାଏ ବିଶ୍ୱାସ ଙ୍କ ପ୍ରତି । ପୁଣି ଜହ୍ନ ଟା ଲିଭିଯାଇ ଗୋଟେ ନୂଆ ଅନୁଭୂତି ସୃଷ୍ଟି ହୁଏ ସକାଳର ସୁରୂଜରେ । 

ପ୍ରତ୍ୟୁଷ ଟା ଆଜି ପ୍ରତୀକ୍ଷା ଓ ବିଶ୍ୱାସକୁ ଯେପରି ଅପେକ୍ଷା କରିଥିଲା । କଲେଜ୍ ରୁ ସବୁ କ୍ଲାସ ସାରି ଦୁହେଁ ବାହାରନ୍ତି ନିର୍ଜନ ରାସ୍ତାକୁ । ବିଶ୍ୱାସ ର ବେସ୍ ପ୍ରିୟ ନିର୍ଜନ ରାସ୍ତା । ପ୍ରତୀକ୍ଷା କିନ୍ତୁ ଭୟ କରେ । ତଥାପି ମନରେ ବିଶ୍ୱାସ ପ୍ରତି ଗୋଟେ ଆଶା ଥାଏ । ପ୍ରତୀକ୍ଷା ଅନେକ ଗୋପନ କଥା ବିଶ୍ଵାସ ଆଗରେ ଢାଳି ଦିଏ। ହଠାତ ବିଶ୍ଵାସ ଙ୍କ ଗାଡି ଷ୍ଟାର୍ଟ ହୁଏନି । ସେ ପ୍ରତୀକ୍ଷାକୁ ଭାରି ଦୁଃଖରେକୁହନ୍ତି ତୁମେ ଏଠୁ ଏକାକୀ କେମିତି ଯିବ ? ପ୍ରତୀକ୍ଷାକୁହେ ମୁ ଯାଉଛି ଯଦି କିଛି ଅସୁବିଧା ହୁଏ ତେବେ ମୁ ଫୋନ୍ କରିବି । ନିର୍ଜନ ରାସ୍ତା ଠିକ୍ ସେଦିନ ପରି କିନ୍ତୁ ବୁଲାକୁକୁର ଙ୍କ ଭୋ ଭୋ ଶବ୍ଦ ରେ ରାସ୍ତା ବେଶି ନିର୍ଜନ ଲାଗେ । ପ୍ରତୀକ୍ଷା ବ୍ୟାଗ୍ ରୁ ଫୋନ କାଢ଼ିବାକୁ ଯାଏ କିନ୍ତୁ ଫୋନ ବ୍ୟାଗ୍ ରେ ନାହିଁ । ସଙ୍ଗେ ସଙ୍ଗେ ମନ ଟା ବିଚଳିତ । ମନରେ ଡର ପଶୁ ପଶୁ ପ୍ରତୀକ୍ଷା ବ୍ୟାଗ୍କୁ କିଏ ଛଡାଇ ନୀଏ । Bike ଧରି ଦୁଇଟି ଯୁବକ ଆସି ପ୍ରତୀକ୍ଷାକୁ ଧକ୍କା ମାରନ୍ତି । ପ୍ରତୀକ୍ଷା ତଳେ ପଡି ଯାଇ ଡରରେ ନିରୂପାୟ ଭଳି ମନେ ହେଉଥାଏ। ବ୍ୟାଗ୍ ରେ ଛୁରୀ ସବୁ ରହିଛି କିନ୍ତୁ .... ପ୍ରତୀକ୍ଷା ପାଖକୁ ଗୋଟେ ଟୋକା ଆସେକୁହେ କଣ ଛୁରୀ ଧରି ବୁଲିଲେ ହବ । ଭୂଷି ଜାଣିଲେ ହବ ନା । ଏପରି କହି ଠୋ ଠୋ ହୋଇ ହସି ଉଠନ୍ତି ସେମାନେ । ଠିକ୍ ଏହି ଅନ୍ୟ ମନସ୍କ ର ଫାଇଦା ଉଠାଏ ପ୍ରତୀକ୍ଷା ପକେଟ୍ ରୁ ଛୁରୀ କାଢି ସାହସ ନଥିଲେ ବି ଛାତିକୁ ପଥର କରି ଭୟଭୀତ ଅବସ୍ଥାରେ ଆଖିକୁ ବନ୍ଦ୍ କରି ସେହି ବାଳୁଙ୍ଗା ଲଫଙ୍ଗ ଟୋକା ଗୁଡାକ ଭିତରୁ ଜଣକ ବେକରେ ପ୍ରହାର କରେ । ଏପରି ପରିସ୍ଥିତି ସୃଷ୍ଟି କରି ପ୍ରତୀକ୍ଷା ଅନ୍ୟ ମାନଙ୍କ ମନରେ ଭୟ ସୃଷ୍ଟି କରିଛି ସତ ହେଲେ ନିଜ ଭିତରେ ଥିବା ଅପରାଧୀକୁ ଖୋଜୁଛି । ରକ୍ତାକ୍ତ ଯୁବକ ଟା ତଳେ ପଡି ଛଟ ପଟ ହେଉଛି । ସେପଟେ ତାର ସାଥୀ ମାନେ ସେଠାରୁ ପଳେଇ ଗଲେଣି । ସେ ପୁଣି ବିଶ୍ଵାସ ଗାଡି ର ଶବ୍ଦକୁ ନେଇ । ପ୍ରତୀକ୍ଷା ଦେଖି ନାହିଁ ବିଶ୍ଵାସ ଙ୍କୁ କିପରି ଦେଖିବ ମୁହଁ ସବୁ ଲୁଚା ଯାଇଛି । କିନ୍ତୁ ବେଶ୍ ଅନୁମାନ କରିପାରେ ସେ ଗାଡି ର ଶବ୍ଦକୁ । 

କଣ ସବୁ ଘଟିଗଲା କିଛି କ୍ଷଣ ଭିତରେ ତାର କିଛି ବୁଝା ପଡ଼େ ନାହିଁ।  

ଥକିଲା ସ୍ଵରରେ ବିଶ୍ଵାସ ନାମକୁ ନେଇ ପିଚୁ ରାସ୍ତା ରେ ଆଣ୍ଠୁ ମାଡି ବସି ପଡେ । ଆଖି ମୂଜି ଛାତି ରେ ରଖିଥିବା ସବୁ କୋହ ,ଦୁଃଖ, ଯନ୍ତ୍ରଣାକୁ ପ୍ରାୟ ଅଧଘଣ୍ଟା ର କାନ୍ଦ ରେ ସବୁ ଲିଭାଇବାକୁ ଦିଏ । ଆକାଶ ରେ ଆକାସେ ମେଘ ....ସେଥିରୁ କିଛି ପ୍ରତୀକ୍ଷା ଉପରେ ବର୍ଷି ଯାଏ । .....…...ସ୍ଵାଗତ କରେ ଗୋଟେ ନୂଆ ଦୁନିଆକୁ । 



Rate this content
Log in

Similar oriya story from Tragedy