STORYMIRROR

Binapani Raiguru

Inspirational Others

2  

Binapani Raiguru

Inspirational Others

ମୂର୍ତ୍ତି ୪୨୦

ମୂର୍ତ୍ତି ୪୨୦

2 mins
14.9K


ମନ ସେଦିନ ଭଲ ନଥିଲା ରମେଶର ।ପରୀକ୍ଷାରେ ଫେଲ୍ ହୋଇ ମାଡ଼ ଖାଇଥିଲା ବାପାଙ୍କଠୁ ।ଘରୁ ଲୁଚି ପଳାଇ ଯାଇଥିଲେ ନାଳବନ୍ଧକୁ ।ସେଠି ତା ସାଂଗ ମୁନା ଦେଖାହେଲା ।ତାକୁ କହିଲା,'ତୁ ସହର ଆଡକୁ ଚାଲି ଯା ।ସେଠି ଗୋଟାଏ ବଡ଼ ପାର୍କ ଅଛି ।ସେ ପାର୍କରେ ଅସଂଖ୍ୟ ମୂର୍ତ୍ତି ,ପ୍ରାୟଃ ୪୨୦ ହେବେ ,ନୀରବରେ ଠିଆ ହୋଇ ରହିଛନ୍ତି ।ଦିନ ଯାକ ମୁକ ଥାନ୍ତି ।ସଞ୍ଜ ହେଲେ ଆଖି ଆଉ ରାତି ବେଶି ହେଲେ ମୁହଁ ଖୋଲନ୍ତି ।ନିଜ ଜୀବନୀ ଶୁଣାନ୍ତି ପରସ୍ପରଙ୍କୁ ।ଯା’ ରାକେଶ ତୁ ଶୁଣିଲେ ଖୁସି ହେଇଯିବୁ ।ରାକେଶ ଗଲା ।ସହରରେ ପହଂଚୁ ପହଂଚୁ ସନ୍ଧ୍ୟା ହେଲା ।ସେ ଯେମିତି ଯାଇ ପାର୍କ ଗେଟ ଖୋଲିଛି ୪୨୦ଟା ଯାକ ମୁର୍ତ୍ତି ଆଖି ଖୋଲି ତାକୁ ଚାହିଁଲେ ।କିନ୍ତୁ କିଛି କହିପାରୁ ନ ଥାନ୍ତି ।ରାକେଶ ବଡ଼ ଛାତି ନେଇ ସେ ପାର୍କରେ ପଶିଗଲା କ୍ଷଣି ତା ଦୁଃଖ ସବୁ ପାଣି ଫାଟିଗଲା ।ମୂର୍ତ୍ତି ମାନେ ତାକୁ ଆଖି ମାରି ଚାଲିଲେ,ଆଉ ସେ ମୁର୍ତ୍ତି ମାନଙ୍କୁ ସମ୍ମାନ ଦେଇ ଚାଲିଲା ।ଏମିତି ଲାଗୁଥିଲା ଯେମିତି ମୁର୍ତ୍ତି ମାନେ ତାକୁ ଖୋଜୁଥିଲେ,କିଛି କହିବାପାଇଁ ।ସେମିତି ଲାଗୁଥିଲା ତାକୁ ।ଡର ଭୟ ସବୁ ତ ଆଗରୁ ତା’ଠୁ ଛୁ ମନ୍ତର ହେଇଥିଲା ।ଏବେ ସେ ବି ମୂର୍ତ୍ତିଙ୍କ ସାଙ୍ଗ ହେଇଗଲା।କ୍ରମେ ରାତି ହେଲା,ତାରା ସବୁ ଆଖି ମିଟିକା ମାରିଲେ ।ଜହ୍ନ ଆଲୁଅ ଉଜ୍ଜଳ ହେଲା ।ମୂର୍ତ୍ତି ମାନଙ୍କ ମୁହଁ ଖୋଲିଲା ।ସବୁଯାକ ମୂର୍ତ୍ତି ଏକ କଣ୍ଠରେ କହିଉଠିଲେ'ହେ ବାଳକ ଆମେ ସବୁ ଖରାପ ଲୋକ ।ଜୀବନରେ ଥିବାବେଳେ ବହୁ କୁକର୍ମ କରିଛୁ ।ଝିଅବୋହୁଙ୍କ ଇଜ୍ଜତ ଲୁଟିଛୁ ।ଚୋରୀ କରିଛୁ ।ଏଣୁ ଆମର ଅପମୃତ୍ୟୁ ହେଲା ।ଯମ ଆମକୁ ବାନ୍ଧି ଆଣିଲା ତା କାଳ ଫାଶରେ ।ଏଠି ଆଣି ମୂର୍ତ୍ତି କରିଦେଲା ।କହିଲା,'ତୁମେସବୁ କିଛି କିଛି ଭଲ କାମ କରିଛ ।ସେପାଇଁ ତୁମର ମୁକ୍ତି ଅଛି ।ହେଲେ ୪୨୦ନମ୍ବର ମୂର୍ତ୍ତିର ମୁକ୍ତି ଆଦୌ ନାହିଁ ।କାହିଁକି ନା ସେ ନାରୀ ବଳତ୍କାରୀ ଆଉ ପିତା ମାତାଙ୍କ ହତ୍ୟାକାରୀ ।ସେ ନା ଆଖି ଖୋଲିବ ନା ପାଟି ।ସେମିତି ମୂର୍ତ୍ତ ହୋଇ ଠିଆହୋଇଥିବ ଚିରଦିନ ।ହଁ ବାଳକ ଶୁଣ,ଗୋଟେ ଚମତ୍କାର ସମ୍ପର୍କ ରହିଛି ୪୪ନମ୍ବର ମୂର୍ତ୍ତିଙ୍କ ସହିତ ତୁମର ।ସେ ସମ୍ବନ୍ଧରେ ତୁମ ବାପା ।ତୁମେ ତାଙ୍କର ଏକମାତ୍ର ସନ୍ତାନ ।ତୁମ ଭିନ୍ନ ଆଉ ପାଞ୍ଚ କନ୍ୟା ଜନ୍ମିଥିଲେ ତୁମ ବାପାଙ୍କର ।ସେ ତାଙ୍କ ଗଳା ଟିପି ଏନ୍ତୁଡ଼ି ଶାଳରୁ ମାରିଦେଇଥିଲେ ।ବୋଉ ତୁମର ଆଉ ଏକ ବାପାଙ୍କୁ ଗ୍ରହଣ କଲେ ।ପୁନର୍ବିବାହ କଲେ ତୁମ ବୋଉ ।ସେଇଥି ପାଇଁ ତ ସେ ତୁମକୁ ମାରିଲେ ବୋଉ କିଛି କହିଲେନି ।ୟା ପରେ ତୁମ ବୋଉଙ୍କ ପାଳି ।କେତେ ଯୁଗ ପରେ ଜଣେ ଯେଉଁ ସ୍ତ୍ରୀଲୋକ ମୂର୍ତ୍ତ ହେବାକୁ ଯାଉଛନ୍ତି ,ସେ ତୁମ ବୋଉ ବାଳକ।'ନା ନା ସେମିତି ନ ହେଉ ।ଯେତେ ଯାହା କଲେବି ସେ ମୋ ବୋଉ ।ମତେ ଜନ୍ମ ଦେଇଛି ।ତା ପାଇଁ ମୁଁ ଯମରାଜାଙ୍କୁ ଭୁଲ ମାଗି ନେବି। ନଚିକେତାଙ୍କ ପରି ସ୍ୱର୍ଗକୁ ଯିବି ।ବାପାତ ମୋର ଉଦ୍ଧାର ପାଇଯିବେ ।ଏବେ ମୋ ବୋଉ ର ଉଦ୍ଧାର ମୋ ହାତରେ । ମୁଁ ଯମା ତାକୁ ମୂର୍ତ୍ତି ହବାକୁ ଦେବିନାହିଁ।'ପିଲାଟି ମୂର୍ତ୍ତି ବାପାଙ୍କୁ ପ୍ରଣାମ କରି ରାତାରାତି ସ୍ୱର୍ଗ ମୁଁହା ହୋଇଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational