STORYMIRROR

Deepanjali Nanda

Inspirational Others Children

4.1  

Deepanjali Nanda

Inspirational Others Children

ମୁଁ ଏପରି ଗୋଟେ ଝିଅ

ମୁଁ ଏପରି ଗୋଟେ ଝିଅ

2 mins
224

 ମୁଁ ଏପରି ଏକ ଝିଅ ମତେ ଏକୁଟିଆ ରହିବା ଭାରି ପସନ୍ଦ ଲାଗେ । ମତେ ପସନ୍ଦ ଲାଗେନି ଗହଲିରେ ବସି ପାରଚର୍ଚ୍ଚ। କରିବା କିନ୍ତୁ ଜଣେ ଆପଣ ର ସାଙ୍ଗ ମିଲି ଗଲେ ଗପ ବନ୍ଦ ହୁଏ ନି । ଛୋଟ ଛୋଟ କଥା ରେ ମୁଁ ଖୁସି ହୋଇ ଯାଏ ତ ଛୋଟ ଛୋଟ କଥା ରେ ଦୁଃଖୀ ମଧ୍ଯ ହୋଇ ଯାଏ । ମତେ ମନେଇବା ମଧ୍ଯ ବହୁତ୍ ସହଜ ମୋ ପାଟି ରୁ sorry ଶଦ୍ଦ ବାରମ୍ବାର ଆସି ଥାଏ । କିଏ ମତେ କଟୁ କଥା କହିଲେ ମୁଁ ସାମାନ୍ୟ ହସି ଦିଏ । କିନ୍ତୁ କିଏ ମତେ ଅପମାନ କଲେ ମୁଁ କେବେ ଭୁଲେ ନାହିଁ । କାହାହୁ ପ୍ରତ୍ତି ଉତ୍ତର ଦେବା ଶିଖି ନାହିଁ ।କାହା ହୃଦୟ କୁ ଆଘାତ ଦେବା ମୋର ଅଭ୍ୟାସ ନାହିଁ ସେଥି ପାଇଁ ପ୍ରତି ତି ସମୟରେ ଚୁପ ରୁହେ । ବିଶ୍ଵାସ କରେ ପ୍ରକୃତି ଉପରେ । ସେଥି ପାଇଁ କାହାକୁ କିଛି କହେ ନାହିଁ। ଭାବେ ଆମେ ଯାହା ଦେବା ତାହା ପାଇବା ସେଥି ପାଇଁ ମୁଁ କାହାକୁ କିଛି କୁହେ ନାହିଁ ।କାହାକୁ ବିଶ୍ୱାସ କରିବା ମୁଁ ଶିଖି ନାହିଁ ।ଲୋକେ କୁହନ୍ତି କେତେ ଘମ୍ମନଡି କେତେ ଯେ EGO ଅଛି ମତେ । ମତେ କିଛି ଲାଗି ନଥାଏ କାରଣ ମୁଁ ଭାବେ ସମସ୍ତ ଙ୍କ ର ଆଖି କେବେ ସମ୍ମାନ ଦେଖି ନଥାଏ। ଏକୁଟିଆ ଯାତ୍ରା କରି ବା ବସ ଟ୍ରେନ୍ ରେ ମତେ ବହୁତ୍ ପସନ୍ଦଲାଗେ । ଯେତେ ବେଲେ ଝରକା ପାଖ ସିଟ ରେ ବସେ ବାହାର ଦୃଶ୍ୟ କୁ ଅନାୟୀ ମୁଁ ମୋ ଭିତରେ ହଜି ଯାଏ । ମତେ ବାହା ର କୁ ଆସିବା ପାଇଁ ମନ ହୁଏ ନି ସବୁ ବେଳେ ଇଚ୍ଛା ହୁଏ ଆଉ ଟିକେ ସମୟ ଯାତ୍ରା କରି ବାକୁ ହୁଏ । ମୁଁହ ସଜାଇବା ମୁ ଶିଖି ନାହିଁ ପସନ୍ଦ ମଧ୍ଯ ଲଗେନି କେବଳ ଦୌଉଡି ଥାଏ ସଫଳତା ର ସୁଆଦ ଚାଖିବା ପାଇଁ । କେତେ ଥର ମୁଁ ଗୋଟେ ପରେ ଗୋଟେ ପାହାଚ ଗଲ ପରେ ଏବେ ମୁଁ କେବଳ ଅସଫଳତା ର ସ୍ଵାଦ ଚାଖିବା ବ କୁ ପାଉଛି ।ଦୁଃଖୀ ରେ ଭାଙ୍ଗି ପଡେ ତ ସଫଳତା ର ସ୍ଵାଦ ଚାଖିବା ର ଲାଳସା ରେ ମୁଁ ପୁଣି ଉଠି ପଡେ ।ଯେତେ ଶୀଘ୍ର ମୋ ଓଠ ରେ ହସ ଆସି ଥାଏ ।ସେତେ ଶୀଘ୍ର ଆସୁ ମଧ୍ୟ ଆସି ଥାଏ ..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Deepanjali Nanda

ମୁଁ ଏ...

ମୁଁ ଏ...

2 mins ପଢ଼ନ୍ତୁ

Similar oriya story from Inspirational