ଅନୁତାପ
ଅନୁତାପ
ରାମପୁର ଗାଁ ରେ ପ୍ରତାପ ର ପରିବାର ରହୁଥିଲେ | ପରିବାର କହିଲେ ବୃଦ୍ଧ ବାପା, ମା,ସ୍ତ୍ରୀ, ଓ ଦୁଇ ପୁଅ ଥିଲେ | ପ୍ରତାପ ଭାରି ଅଳସୁଆ ଓ କାମ ଚୋର ସେ କେବଳ ମଦପିଉଥାଏ |ଓ ଗାଁ ରେ ସମସ୍ତ ଲୋକ ଙ୍କ ସହ ଝଗଡା କଲେ | ସେଥିପାଇଁ କୋଣସି ଲୋକ ତାକୁ ଭଲ ପାଉ ନ ଥିଲେ | ତାର ବୃଦ୍ଧ ବାପା ବହୁତ କଷ୍ଟ କରି ଛୋଟ ବ୍ୟବସାୟ କରି ପ୍ରତାପ ର ପରିବାର କୁ ଚଲାଉ ଥାଏ |କିନ୍ତୁ ପ୍ରତାପ ତା ବାପା କୁ ମଧ୍ୟ ବହୁତ ଗଳି କରେ ଓ ସେ ଯାହା ରୋଜଗାର କରି ପଇସା ଆଣିଥାଏ | ତାହା ଠାରୁ ଛଡାଇ ନେଇ ଯାଏ | କେବଳ ସେତିକି ନୁହେଁ ଘର ର ଚାଉଳ ଧାନ କୁ ବିକ୍ରି କରି ମଦ ପିଏ | ପ୍ରତାପ କୋଣସି କାମ କରୁ ନ ଥିବା ରୁ ବାଧ୍ୟ ହୋଇ ତାର ଵୃଦ୍ଧ ବାପା କୁ କାମ କରିବାକୁ ପଡୁ ଥାଏ | ଏମିତି ପାଞ୍ଚ ବର୍ଷ ବିତିଯାଏ | ତାର ବାପା ମାଆ ର ମୃତ୍ୟୁ ହୋଇ ଯାଏ | ମୃତ୍ୟୁ ପରେ ପ୍ରତାପ ର ଅସୁବିଧା କହିଲେ ନ ସରେ | ସେମାନେ ଖାଇବା କୁ ବି ପାଉ ନ ଥିଲେ | ତେଣୁ କରି ପ୍ରତାପ ବାଧ୍ୟ ହୋଇ କାମ କରି ବାକୁ ଗଲା | କିନ୍ତୁ ତାର ପ୍ରକୃତ ଆଣି ଥିବା ରୁ କୋଣସି ବ୍ୟକ୍ତି କାମ ଦେଲେ ନାହିଁ | ଦୁଃଖୀ ରେ ଘର କୁ ଫେରିଲା ତାର ସ୍ତ୍ରୀ କହିଲା ଚାଷ କରିବା ପାଇଁ | ପ୍ରତାପ ବି ମାନିଗଲା କ୍ଷେତ ରେ ଚାଷ କରିବା ପାଇଁ | ଚାଷ କରିବାକୁ ହେଲେ ବି ପଇସା ଦରକାର କିନ୍ତୁ ତାପାଖରେ ପଇସା ନାହିଁ | ସେ ଭାବିଲା କାହାଠାରୁ ଲୁନ ଆଣିବି ବୋଲି ସମସ୍ତଙ୍କର ଦୁଆର କୁ ଗଲା କିଏ ବି ଦେଲେ ନାହିଁ | ତାକୁ ଆଉ କୋଣସି ଉପାୟ ଦିଶିଲା ନାହିଁ | ତାର ଚାରି ଦିଗ ଅନ୍ଧାର ଦିଶୁଥିଲା | ସେ ଭଗବାନ ଙ୍କୁ ଡାକିଲା | କୋଣସି ରାସ୍ତା ଦେଖାଇବା ପାଇଁ | ଦୁଇ ଦିନ ହେଲା ପେଟ ରେ ଗୋଟିଏ ଦାନା ବି ପକାଇ ନାହିଁ ତାର ଦୁଇ ପୁଅ ଓ ସ୍ତ୍ରୀ ପାଣି ପିଇ କି ଶୋଇବାକୁ ଗଲେ | ରାତିରେ ନିଦ ହେଉ ନାହିଁ | ପ୍ରତାପ ସୋଇବା ସମୟ ରେ ଭଗବାନ କୁ ଡାକୁଛି | ବାପା ମା ଥିଲା ସମୟ ରେ କେବେ ମଧ୍ୟ ଭଗବାନ କୁ ଡାକି ନାହିଁ | ଆଜି ଯେ କେତେ ଡାକୁଛି ହେଲେ ତା ଡାକ ଶୁଣୁ ନାହିଁ | ହଠାତ ତାର ବାପା ର ବାକ୍ସ ଉପରେ ଆଖି ପଡିଲା ସେ ଯାଇ ଖୋଲି ଦେଖିଲା ସେଠାରେ କିଛି ପଇସା ତାହା ଦେଖି ତା ଆଖି ରୁ ଲୁହ ଗାଡି ପଡିଲା | ଏପରି ଲୁହ ଗାଡି ପଡିଲା ଯାହା ଆଗରୁ କେବେ ହୋଇ ନ ଥିଲା | ସେ ଲୁହ ରେ କେତେ ଯେ ଦୁଃଖ କେତେ ଯେ ଲଜ୍ୟା ଥିଲା |ଆଖି ରେ ଲୁହ ଛଳ ଛଳ ହୋଇ ଭାବୁଛି ଯେଉଁ ବାପା ମା କୁ ମୁଁ କେତେ ଯେ ଦୁଃଖ କଷ୍ଟ ଦେଲି | କିନ୍ତୁ ସେମାନେ ପରିଶେଷରେ କେବଳ ମୋତେ ସ୍ନହ ହିଁ ସ୍ନେହ ଦେଲେ | ଏ ଦୁନିଆ ଛାଡି ଗଲା ପରେ ମଧ୍ୟ ମୋର ବହୁତ କିଛି କରିଛନ୍ତି |ଆଉ ସେ ଅନୁତାପ କରି କହୁଛି ପ୍ରକୃତି ରେ ବାପା ମାଆ ଏଇ ଦୁଇଟି ଶବ୍ଦ ରେ କେତେ ମଧୁରତା ଅଛି | ତାହା ଆଉ ଦୁନିଆ ର କୋଣସି ଶବ୍ଦ ରେ ନାହିଁ |ଭଗବାନ ଙ୍କୁ ଆମେ ଯଦି କିଛି ମାଗିଥାଉ ତାହା ହେଲେ ଆମକକୁ କେତେ ଯେ ଉପବାସ କେତେ ଯେ ବ୍ରତ କରିବାକୁ ପଡି ଥାଏ | କିନ୍ତୁ ବାପା ମା କୁ କହିବା ରେ ସମୟ ଲାଗିଥାଏ |ଆଉ କେତେ ସମୟ ରେ କହିବା କୁ ମଧ୍ୟ ପଡିନ ଥାଏ |ଆଉ ସମସ୍ତେ ଇଚ୍ଛା ପୂରଣ କରି ଦେଇ ଥାନ୍ତି |ସେ ମାନେ ସବୁ ସମୟ ରେ ଭଗବାନ ଙ୍କୁ ପ୍ରାର୍ଥନା କରୁଥାନ୍ତି ତାହା ବି ନିଜ ପାଇଁ ନୁହଁ ଆମ ପାଇଁ | ଯେତେ ଭୁଲ କଲେ ମଧ୍ୟ କ୍ଷମା କରିଥାନ୍ତି |ସତରେ ଆମେ କେତେ ମୂର୍ଖ ଆମ ଭଗବାନ ଆମ ଘରେ ଥାଇ ଆମେ ଦୁନିଆ ସାରା ଖୋଜି ବୁଲୁଥାଉ........
