STORYMIRROR

Chitaranjan Pradhan

Horror

3  

Chitaranjan Pradhan

Horror

ମଶାଣି ପିଲା

ମଶାଣି ପିଲା

1 min
12

ହରିଚନ୍ଦନପୁର ଗାଁ ଆଖ ପାଖ ଅଞ୍ଚଳରେ ସଞ୍ଜ ବୁଡୁଣୁ ସେ ଗାଁ କଥା ଶୁଣିଲେ ଲୋକେ ଘରୁ ବାହାରନ୍ତି ନାହିଁ।ସେହି ଗାଁ ମୁଣ୍ଡରେ ଗୋଟେ ବଡ଼ ବରଗଛ ,ଗଛ ମୂଳରେ କୁଆଡେ ମଶାଣି ଭୂତ ଆସି ରୁହନ୍ତି।ଗାଁ ରେ ହଇଜା ଲାଗିଲେ ଗାଁର ଅଧା ଖାଲି ହୋଇ ଯାଆନ୍ତି।ସେ ସବୁ ମୃତ ଶରୀର ପୋଡ଼ିବା ପାଇଁ କେହି ସମୟ ପାଇଁ ନଥାନ୍ତି।ଗୋଟକୁ ପୋଡ଼ି ଆସି ନଥିବେ ଆଉ ଗୋଟେ ମରି ପଡ଼ିଥିବ।ସେଥି ପାଇଁ ସେହି ସବୁ ମୃତ ଶରୀରକୁ ଗାଁ ମଶାଣି ପାଖ ରେ ଥିବା ବର ଗଛ ମୂଳରେ ପକେଇ ଆସନ୍ତି। ସେ ସବୁ ବିଲୁଆଙ୍କ ଭୋଜନରେ ଲାଗେ।ସଞ୍ଜ ବୁଡ଼ିଲେ ହୁକେ ହୋ ହୁକେ ହୋ ରଡ଼ି ଭୟ ବଢେଇ ଦିଏ।ଝରି ମାଉସୀ କୁଆଡେ ଅଧା ପାଗିଲି।ସେ କିଛି ଜାଣେ ଆଉ କିଛି ଜାଣେନି।ସ୍ବାମୀ ତାର କୁଆଡେ ତାକୁ ଛାଡି ପାଲେଇଚି। ପାଗିଲି ଝରି ମନ ବୁଝିଲେ ତା ଝିଅକୁ ଭାରି ଗେଲ କରେ ମନ ଟିକେ ବିଗିଡି ଗଲେ।ସେ ଖୁବ୍ ମାରେ ।ଝିଅ ତାର ତ୍ରିପଣ୍ଡ କାଳୀ। ଦିନେ ସେ ଜିଦକରି ଖେଳନା ମାଗିଲା ଝରି ଖୁବ୍ ବୁଝେଇଲା ହେଲେ ସେ କାନ୍ଦି କାନ୍ଦି ଖେଳନା ମଗୁଥିଲା।ଖୁବ୍ ପିଟିଲା ଧୀରେ ଧୀରେ ତା ପାଗଳାମି ବଢ଼ିବାରେ ଲାଗିଲା।ଏମିତି କାନ୍ଦିଲେ ମଶାଣିରେ ଶୋଇ ଦେ।ଭେଦରେ ଯିବ ।

ଝରି ମୁଣ୍ଡକୁ କଣ ଜୁଟିଲା ତୁ ତୁନିବୁନ ମଶାଣିରେ ଶୋଇ ଦେବୀ।ଝିଅ ର ଗୋଟେ ଜିଦ୍ ଖେଳନା।ସଞ୍ଜ ହେଲା ବିଲୁଆ ବୁବେଇଲେ,ଝିଅକୁ ନେଇକି ମଶାଣିରେ ଶୋଇ ଦେଇ ଆସିଲା।ମଶାଣି ଭୂତ କୁଆଡେ ତାକୁ ଖାଇବେ।

ଭୂତ ଖାଇବା ଆଗରୁ ବିଲୁଆ ଖାଇ ଯାଇଥିଲା ଆଉ ସେ ଝିଅ ସେଠି ମଶାଣିରେ ରହିଗଲା।ସବୁ ବେଳେ ସଞ୍ଜ ହେଲେ ସେ ବରଗଛ ମୂଳରେ ବସି କାନ୍ଦେ। ପାଗିଲି ଏବେ ଝିଅକୁ ନ ପାଇ ଖାଲି ମଶାଣି ପାଖରେ ରହୁଛି ଦିନସାରା

ପିଲାମାନେ କାନ୍ଦିଲେ କି ନଖାଇଲେ ମଶାଣି ପିଲାକୁ ଡାକିବି କହିଲେ ପିଲା କାନ୍ଦିବା ବନ୍ଦ କରି ଦିଏ।ମଶାଣି ପିଲା କାନ୍ଦିବା ଶୁଣିଲେ ପିଲା ମାନେ ଡରିବେ ।ଆଜିବି କାନ୍ଦୁଚି ମଶାଣି ପିଲା,ମଶାଣି ପିଲା...........


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Chitaranjan Pradhan

Similar oriya story from Horror