STORYMIRROR

Gayatri Sahoo

Tragedy

3  

Gayatri Sahoo

Tragedy

ମୋ ଅନୁଭୂତିରୁ ପଦେ

ମୋ ଅନୁଭୂତିରୁ ପଦେ

2 mins
168

ସେଦିନ ପୁରା ପରିବାର ସହ ଯାଇଥିଲି ପୁରୀ।ଘରଠୁ ଦୂର ମନର ଅତି ପାଖ ସେଇ ଜଗନ୍ନାଥ ଧାମକୁ।ପୁରୀର ସମୁଦ୍ର କୂଳର ମନଲୋଭା ଦୃଶ୍ୟ ବେଶ୍ ଆନମନା କରିଦେଉଥିଲା ଏଇ ଉତ୍ସୁକ ମନକୁ।ଘୋର ଗର୍ଜନ ସାଙ୍ଗକୁ କଳା ମୁଚୁ ମୂଚୁ ଜଳ ରାଶି।ସତରେ ବେଶ୍ ଆକର୍ଷଣୀୟ ଆଉ ଚିତ୍ତାକର୍ଷକ ମଧ୍ୟ ସେଇ ଅନୁପମ ଦୃଶ୍ୟ।ଆଉ ତାଠୁ ଅଧିକା ସୁନ୍ଦର୍ ସେଇ ଲୋକ ମାନଙ୍କ ମଧ୍ୟରେ ଜଣେ ଜଣଙ୍କୁ ଉପକାର ଆଉ ସାହସ ଦେବାର ଦୃଶ୍ୟ ।ସମସ୍ତେ ସମସ୍ତଙ୍କ ପାଇଁ ଅଜଣା ସେଠି ହେଲେ ଜଣକର ଅସୁବିଧାରେ ଆଉ ଜଣେ ସାହାଯ୍ୟର ହାତ ବଢେ଼ଇବା ବେଶ୍ ମନଛୁଆଁ।କେହି ଜଣକୁ ଜୁଆର ଠେଲି ନେଲେ ଅନ୍ୟ ଜଣେ ଖୁବ୍ ତତ୍ପରତାର ସହିତ ତାକୁ ଛଡେଇ ଆଣୁଥିଲା ସେଇ ଭୟଙ୍କର ଲହରୀର ସ୍ରୋତରୁ।ଆମ ପରିବାର ମଧ୍ୟ ବେଶ୍ ଉପଭୋଗ କରୁଥିଲେ ସେଇ ସବୁ ଦୃଶ୍ୟ। ମୋର ବହୁତ୍ ଆଗ୍ରହ ସେଇ ସମୁଦ୍ର କୂଳରେ ବୁଲୁଥିବା ଘୋଡ଼ା ଆଉ ଓଟ ପିଠିରେ ସବାରି ହେବା ପାଇଁ ।ମାଉସୀ କହିଲା ଜୁଲି ତୁ ବା କହୁଥିଲୁ ଓଟ ପିଠିରେ ବସିବୁ ମୁଁ ହଁ କଲି।ତାପରେ ଗୋଟେ ଓଟ ପାଖକୁ ଗଲି ତା ମାଲିକ କେତେ ଟଙ୍କା କହିଲା ଜଣା ନାଇଁ ।ମାଉସୀ କହିଲା ଯାଉନୁ ଏବେ ବସିବୁ ।

ମୁଁ ଯିବା ବେଳେ ହଠାତ୍ ନଜର ପଡିଗଲା ସେଇ ଓଟ ମୁହଁ ଉପରେ ।ଖୁବ୍ ନିଷ୍ପାପ ନିର୍ଦ୍ଦୋଷ ନିରୀହ। ତା ଆଖି କୋଣରୁ କେଜାଣି କୋଉ ଦୁଃଖର ଲୁହ ସରୁ ଧାରଟିଏ ହୋଇ ବହି ଯାଇ ତା ସମଗ୍ର ମୁହଁକୁ ଓଦା କରିଦେଉଥିଲା।ସେ ତ ପଶୁ ତା ମନର କଥା ଏ ନିର୍ଦ୍ଦୟ ମଣିଷକୁ ବୋଧ୍ ହୁଏ ସେ ବୁଝାଇବାକୁ ଚାହିଁ ମଧ୍ୟ ବୁଝେଇ ପାରେନି। ବାସ୍ ଖାଲି ପରିସ୍ଥିତିର ଦାସ ହୋଇ ମାଲିକର କଥାରେ ବୋଝ ବୋହି ଚାଲେ ଆଜ୍ଞାର ପାଳନ କରି ଚାଲେ।ଜାଣେନି ଏମିତି କଥା କାଇଁ ମୋ ମନକୁ ଆସିଲା ହେଲେ ବହୁତ୍ କଷ୍ଟ ଲାଗିଲା ସେ ଗୋଟେ ପଶୁ ହେଲେ ବି ତାର ବି ଜୀବନ ଅଛି କଷ୍ଟ ତାକୁ ବି ହେଉ ଥିବ।ହେଲେ ସେ ବିଚରା ତାର ପ୍ରତିବାଦ କରି ପାରେନି।ତାକୁ ସଜ କରି କେତେ କେତେ ଓଜନର ଜିନିଷକୁ ଲଦିପକାଏ ତା ଉପରେ।ତାର ସେ ନିରୀହ ମୁହଁର କଷ୍ଟ ମୁଁ ସ୍ପଷ୍ଟ ବାରି ପାରୁଥିଲି,ଏବଂ ମୋ ଇଚ୍ଛାକୁ ମାରି ଚାଲି ଆସିଲି ସେ ଓଟ ପାଖରୁ।ଆଉ ସ୍ଥିର କଲି କି ନା ମୁଁ ଓଟ ସବାରୀ କରିବିନି।ଜାଣେନି ଏସବୁ ଠିକ୍ କି ଭୁଲ୍ ହେଲେ ଗୀତାର ସେଇ ପଦ ଯାହା ମୁଁ ଛୋଟ ବେଳେ ଆମ ଗାଁ ଯଜ୍ଞରେ ଶୁଣିଥିଲି - ଜୀବେ ଦୟା ମନେ ଶ୍ରଦ୍ଧା

ଆଜି ବି ମୋର ମନେ ଅଛି ଆଉ ଯଥା ସମ୍ଭବ ତାକୁ କାର୍ଯ୍ୟରେ ଲଗେଇବାର ପ୍ରୟାସ ବି କରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy