STORYMIRROR

Gayatri Sahoo

Others

3  

Gayatri Sahoo

Others

ମୋ ଅନୁଭୂତିରୁ କିଛି

ମୋ ଅନୁଭୂତିରୁ କିଛି

1 min
364


ଯେବେ ମୁଁ ଖୁବ ଛୋଟ ହୋଇଥିଲି ବାପାଙ୍କ ସହ ଯୁଆଡେ ବି ଯାଏ ବାଟ ଚିହ୍ନେଇ ଦିଅନ୍ତି ବାପା ମୋର ।ହେଇ ଦେଖ ଜୁଲି ଏଇଟା ପାହାଡ,ଏଇ ଜାଗାଟା ଆମ ଘରଠୁ ଏତିକିଦୂର।ଏଇ ହୋଟେଲ ରେ ବହୁତ ଭଲ ଖାଇବା ,ଏମିତି କେତେ କଣ।ଏମିତିକି ବିଭିନ ପୋଷ୍ଟରର ଇଂରାଜୀ ଶବ୍ଦ ମଧ୍ୟ ପଢି ଶିଖାଇଦିଅନ୍ତି।ଆଜି ହଠାତ ସେଇ ପିଲାଦିନର ସ୍ମୃତି ଭାସିଆସିଥିଲା ମନ ଭିତରକୁ। ୟା ଭିତରେ ମୁଁ ବହୁତ ବଡ ବି ହୋଇଗଲିଣି ହେଲେ ଏମିତି ଲାଗୁଥିଲା ଯେମିତି ଆଜିବି ମୁଁ ମୋ ବାପାଙ୍କର ସେଇ କୁନିଝିଅ ଜୁଲି।କାଲି କଟକ ରୁ ଫେରିବା ବାଟରେ ବାପା ମୋତେ ଦେଖାଉଥାନ୍ତି ମା'ରେ ଦେଖ ଏଇଟା ନରାଜ,ଏଇଟା ମହାନଦୀ ବ୍ରିଜ ଆଉ ହାତ ବଢ଼େଇ କହୁଥାନ୍ତି ଦେଖ ସେପଟେ ମୁଣ୍ଡୁଳି ଅଛି ଯେଉଁଠି ଦନ୍ତାହାତୀଟା ଫସି ଯାଇଛି।ଏମିତି କେତେ କଣ। ମୁଁ ତ ବଡ ହେଲିଣି ଆଉ ଏ ବିଷୟରେ ଯଥେଷ୍ଟ ଜ୍ଞାନ ବି ଅଛି ତଥାପି ମୋ ବାପାଙ୍କର ଏମିତିକଥା ଶୁଣି ମଝିରେମଝିରେ ପିଲାଦିନେ ଯେମିତି ପ୍ରଶ୍ନ ପଚାରି ଦଉଥିଲି ଠିକ୍ ସେମିତି ପଚାରୁଥିଲି ବିଭିନ୍ନ ପିଲାଳିଆମୀ ପ୍ରଶ୍ନ-ତା ଭିତରୁ ଗୋଟେ ଥିଲା କି ବାପା ଯଦି ମୁଁ ଏଇ ମହାନଦୀରେ ପଡିଯିବି ଉଠି କି ଆସିପାରିବିନା। ଆଉ ତା ପରେ ବାପାଙ୍କର ହସ।କହିବାକୁ ଗଲେ ଏସବୁର ଅର୍ଥ କିଛି ନାହଁ।ହେଲେ ଦୁନିଆରେ ବାପାମାଙ୍କର ସ୍ନେହଠାରୁ ବଡ କିଛି ନାଇଁ।ତାଙ୍କ ପିଲା ବୃଦ୍ଧ ହେବା ଯାଏ ବି ତାଙ୍କ ପାଖେ ପିଲା ପରି ଅଳି କରିପାରେ।ଆମେ ଭଲ କଲେ ଖୁସି ହୁଅନ୍ତି ଆଉ ଭୁଲ କଲେ କୋଳେଇ ନିଅନ୍ତି ତାଙ୍କ ସ୍ଥାନରେ ରହି ଚିନ୍ତା କରିବା ମୋ ପକ୍ଷେ ତ ସମ୍ଭବ ନୁହେଁ ଖାଲି ତାଙ୍କ ଆଖିରେ ଯେଉଁ ସ୍ନେହ ଦେଖିଛି ଲେଖିବା ପାଇଁ ଭାଷା ଖୋଜିଲେ ବି ମିଳୁନି ।


Rate this content
Log in