STORYMIRROR

Gayatri Sahoo

Others

3  

Gayatri Sahoo

Others

ମୋ ଅନୁଭୂତିରୁ କିଛି

ମୋ ଅନୁଭୂତିରୁ କିଛି

1 min
292

 ସେଦିନ କଟକ ଯାଉଥିଲି l ମୋ ଦେହ ଅସୁସ୍ଥ ଥିଲା ସେଥିପାଇଁ l ସାଙ୍ଗରେ ମୋର ମଉସା ଥିଲେ l ବାଟରେ ମଉସା ବାଇକ ଷ୍ଟାଣ୍ଡ କରି ରହିଲେ ଗୋଟେ ଦୋକାନରେ, ମୁଁ ବାଇକ ପାଖେ ଛିଡା ହୋଇଥାଏ ହଠାତ ଗୋଟେ ଛୋଟ ପିଲା ମୋ ଆଡକୁ ଆସିଲା ବୟସ ୮-୯ ହେବ ଅନୁମାନ ଆଦିବାସୀ ପିଲାଟିଏ।

ତା ହାତକୁ ବଢ଼ାଇ ଦେଲା ମୋ ଆଡକୁ ମୁଁ କହିଲି ଟିକେ ରହ ଦଉଛି।ମୋ ପର୍ସରୁ ଗୋଟେ ୨୦ ଟଙ୍କିଆ ନୋଟ ବାହାର କରି ତା ହାତରେ ଦେଲି, ଆଉ ପାଖରେ ଥିବା ଚକୋଲଟରୁ ୨ ଟା ତା ହାତରେ ଦେଲି ଆଉ ତା ଗାଲରେ ହାତ ମାରି ପଚାରିଲି କିରେ ତୋ ନାଆଁ କଣ ପାଠ ପଢ଼ୁଛୁ ନା ନାଇଁ । ଏମିତି କିଛି ପ୍ରଶ୍ନ । ସେ କହିଲା ବିଶାଲ ମୋ ନାଆଁ ।ମୁଁ ଟିକେ ହସିଦେଇ କହିଲି ବାଃ ଭାରି ବଢିଆ ନାଆଁ ତ, କିଏ ରଖିଲେ ନାଆଁ ତୋର । ଭାରି ଖୁସି ହୋଇ କହିଲା ମୋ ବାପା। ପୁଣି କହିଲା ଦିଦି ଏ ଚକୋଲେଟରୁ ଗୋଟେ ମୁଁ ଖାଇବି ଆଉ ଗୋଟେ ମୋ ଭ‌ଉଣୀକୁ ଦେବି। ଏତିକି କହି ଚାଲି ଯାଉଥିଲା ।ଯାଉ ଯାଉ ହଠାତ ପଛକୁ ବୁଲି ଚାହିଁଲା ମନକୁ କଣ ଆସିଲା କେଜାଣି କହିଲା ଦିଦି ଗୋଟେ କଥା କହିବି, ତୁମେ ନା ବହୁତ ଭଲ ଆଉ ବହୁତ ସୁନ୍ଦର ବି, ମୋତେ ଆଜି ଯାଏ ଏମିତି ସ୍ନେହରେ କେହି କିଛି ପଚାରି ନାହାନ୍ତି ।ତାର ସେହି ନିରୀହ ମୁହଁରୁ ଏଇ ପଦେ କଥା ଯେମିତି କିଛି ସମୟ ପାଇଁ ମୋ ହୃଦୟକୁ ଦୋହଲାଇ ଦେଇଥିଲା ବାସ କିଛି କହିପାରିନଥିଲି ।

ଖାଲି ମନେ ମନେ ଗୋଟେ ଅଦ୍ଭୁତ ଖୁସି ଅନୁଭବ କରିଥିଲି । ସତ କହିବାକୁ ଗଲେ ସେହି ସମୟରେ ସେ ପିଲାର ଖୁସିର ଚେହେରା ଆଗରେ ଦୁନିଆର ସବୁ ରଙ୍ଗ ଯେମିତି ଫିକା ଲାଗୁଥିଲା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍