Bidyutprabha Gantayat

Inspirational

2  

Bidyutprabha Gantayat

Inspirational

ମୋ ଆତ୍ମାର ଟୋପି

ମୋ ଆତ୍ମାର ଟୋପି

2 mins
7.4K


ମାରିଓ ଡେ ଆନ୍ଦ୍ରାଦେ

.......................

ବ୍ରାଜ଼ିଲିଆନ କବି , ଔପନ୍ୟାସିକ , ସଙ୍ଗୀତଜ୍ଞ , କଳା ସମାଲୋଚକ ଓ ଆଧୁନିକ ବ୍ରାଜିଲିଆନ କବିତାର ସୂତ୍ରଧର ।

ତାଙ୍କ ରଚିତ ଉପନ୍ୟାସ ମକୁନାଇମା( ୧୯୩୮ ) ସାହିତ୍ୟ ଜଗତରେ ବିଶ୍ୱ ବ୍ୟାପି ଚହଳ ପକାଇ ଥିଲା ।

ମୋ ଆତ୍ମାର ଟୋପି

……………………………

ମୁଁ ମୋର ଅବଶିଷ୍ଟ ଆୟୁ ହିସାବ କଲି ,ମୋର ହୃଦବୋଧ ହେଲା ଯେ ମୁଁ ଯେତେଦିନ ବଞ୍ଚିଲିଣି ତା ଠାରୁ ଖୁବ କମ ଦିନ ଆଉ ମୋର ବଞ୍ଚି ବାର ଅଛି । ମୁଁ ନିଜକୁ ଗୋଟେ ଛୋଟ ଛୁଆ ମନେକଲି ଯିଏ ନିଜର ଡବା ଭର୍ତ୍ତି ଚକୋଲେଟରୁ ଗୋଟିଏ ପରେ ଗୋଟିଏ ଖାଇ ଚାଲେ । କିନ୍ତୁ , ଯେତେବେଳେ ଦେଖେ ଯେ ଡିବାକ ଚକୋଲେଟ ସରିବାକୁ ଆଉ ମାତ୍ର ଅଳ୍ପ ବାକି , ସେ ଚକୋଲେଟର ସ୍ୱାଦ ଗଭୀର ଭାବେ ଆସ୍ୱାଦନ କରି ଖାଇ ଚାଲେ । ମୋ ହାତରେ ଆଉ ସମୟ ନାହିଁ ଏ ସବୁ ସଭା ସମିତିର ଲମ୍ବା ତାଲିକା , ଏ ମୂର୍ତ୍ତିବତ ଲୋକମାନେ ଆଇନ କାନୁନ , ଅନୁସୃତ କାର୍ଯ୍ୟକ୍ରମ ,ନିହିତ ନିୟମାବଳୀ ଇତ୍ୟାଦିର ଆଲୋଚନା । ଏ ସବୁ ଶେଷରେ ଯେ କାର୍ଯ୍ୟକାରୀ ହେବ ନାହିଁ ସେ କଥା ଜାଣି ସୁଦ୍ଧା । ମୋର ବି ଧୌର୍ଯ୍ୟ ରହୁନି ଠିଆହୋଇ ରହିବାକୁ , ଉଦ୍ଭଟ ଲୋକମାନେ ,ବୟସ ହେଲାଣି ତଥାପି କେଡେ କଚ୍ଚା ! ମୁଁ ଲୋକଙ୍କ ପାଖେ ପାଖେ ରହିବାକୁ ଚାହେଁ । ସେହି ସଚ୍ଚୋଟ ମଣିଷ ମାନେ ଯେଉଁମାନେ ନିଜର ଭୁଲରେ ମନ ଖୋଲା ହସି ପାରନ୍ତି ଓ ବିଜୟ ଗର୍ବରେ ଉତ୍ଫୁଳିତ ହୁଅନ୍ତି ନାହିଁ । ଯେଉଁମାନେ ନିଜ ଦାୟିତ୍ୱକୁ ନିଜ କର୍ତ୍ତବ୍ୟର ଡାଉଣୀରେ ବାନ୍ଧି ରଖନ୍ତି । ସେଥିପାଇଁ ମଣିଷର ଗରିମା ସୁରକ୍ଷିତ ରହେ ଓ ଆମେ ସଚ୍ଚୋଟତାର ସହ ବଞ୍ଚିପାରୁ । ଏହାହିଁ ଅନିବାର୍ଯ୍ୟ ଜୀବନ ପାଇଁ , ଯାହା ଜୀବନକୁ ଅର୍ଥପୂର୍ଣ୍ଣ କରିଥାଏ । ମୁଁ ସେଇ ଲୋକଙ୍କ ବେଷ୍ଟନୀ ଭିତରେ ରହିବାକୁ ଚାହେଁ , ଯେଉଁମାନେ ଅନ୍ୟର ହୃଦୟକୁ ଛୁଇଁ ପାରିବାର କଳା ଜାଣନ୍ତି , ସେହି ପୀଡିତ ଲୋକଙ୍କ ହୃଦୟ ଯାହାଙ୍କୁ ଜୀବନର ଗୋଟିଏ ଗୋଟିଏ ଆଘାତ ଆତ୍ମାର ମଧୁର ସ୍ପର୍ଶୱ ସହିତ ପରିଚିତ କରିଛି । ହଁ , ମୁଁ ସବୁକିଛି ଶୀଘ୍ର ଚାହେଁ ,ଖୁବ ଶୀଘ୍ର ! ମୁଁ ଜୀବନର ସେହି ସାନ୍ଦ୍ର ଅନୁଭବ ଭିତରେ ବଞ୍ଚିବାକୁ ଚାହେଁ , ଯାହା କେବଳ ପରିପକ୍ୱତା ହିଁ ଦେଇ ପାରେ ।

ମୁଁ ମୋର ବଳକା ମିଠେଇରୁ ଏତେ ଟିକେ ବି ନଷ୍ଟ ହେବାକୁ ଦେବିନି ,କାରଣ ମୁଁ ନିଶ୍ଚିତ ଯେ ଏ ଯାଏଁ ଖିଆ ଯାଇ ଥିବା ସବୁ ମିଠେଇ ଠାରୁ ଏ ମିଠେଇ ଅଧିକ ସ୍ୱାଦିଷ୍ଟ ।

ମୋର ଲକ୍ଷ୍ୟ ମୋ ପରିତୃପ୍ତିର ଶେଷ ସୀମା , ଯାହାକୁ ମୋ ଉଦିତ ଚେତନାର ସ୍ନିଗ୍ଧ କିରଣ ଔଜଲ୍ୟ ରେ ଭରି ଦେବ ।ମୁଁ ମୋ ଆତ୍ମୀୟ ଜନଙ୍କୁ ଶ୍ରଦ୍ଧାର ସହ ନେଇ ସେଠାରେ ଶାନ୍ତିରେ ରହି ପାରିବି । ବାସ୍ତବିକ ଆମର ଦୁଇଟା ଜୀଵନ ,ସେଇ ଦ୍ଵିତୀୟ ଜୀବନଟା ଆରମ୍ଭ ହୁଏ ସେତେବେଳେ ଯେତେବେଳେ ଆମେ ଅନୁଭବ କରୁ ଯେ ଆମର ମାତ୍ର ଗୋଟିଏ ଜୀବନ ।

ସମସ୍ତେ ନିଜ ନିଜର ବନ୍ଧୁମାନଙ୍କୁ ମୋର ଏ ବାର୍ତ୍ତା ନିଶ୍ଚୟ ଦେବେ , ବିଶେଷତଃ ସେଇ ମାନଙ୍କୁ ଯେଉଁମାନେ ନିଜ ଜୀବନର ଚାଳିଶଟି ବସନ୍ତ ପାରି କରି ସାରିଛନ୍ତି ।

………………………..

ଅନୁସୃଜନ :

ଡ ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in

Similar oriya story from Inspirational