STORYMIRROR

Suchismita Rout

Abstract

3  

Suchismita Rout

Abstract

ମାତୃତ୍ଵ

ମାତୃତ୍ଵ

1 min
214

ଦୀର୍ଘ ନଅ ମାସ କାଳ ଦିନ ଗଣିଗଣି କଟୁଥିଲା । ଆଉ ପ୍ରତିଟି ଦିନ କିଛି ନୂଆ ଅନୁଭୂତି ହୃଦୟରେ ଛାପ ଛାଡି ମାଆ ହେବା ଆଡ଼କୁ ଗୋଟିଏ ଗୋଟିଏ ପାହାଚ ଆଗେଇ ନେଉଥିଲା।ମା ହେବା ପୂର୍ବର ସେଇ ବିଶେଷ ମୁହୂର୍ତ୍ତ ସବୁ ହୃଦୟର କ୍ୟାଲେଣ୍ଡରରେ ଚିହ୍ନଟ ହୋଇ ରହୁଥିଲା। ସେଇ ଥିଲା ପ୍ରଥମ ଦିନ ଯେଉଁ ଦିନ ମୁଁ ପାଇଥିଲି ମୋ ଜୀବନର ସବୁଠୁ ବଡ଼ ଖୁସିର ଖବର,ଆଉ ଆଜିର ଦିନ ଯେବେ ମୁଁ ପାଇଛି ଗୋଟିଏ ଶିଶୁ କନ୍ୟାର ମାଆ ହେବାର ସୌଭାଗ୍ୟ।ଏଇ କୌତୁହଳ ଭରା,ଆଶା ଆକାଂକ୍ଷାରେ ପୂର୍ଣ୍ଣ ନାରୀଟିଏର ଜୀବନ ଯାତ୍ରାରେ ପୂର୍ଣ୍ଣଚ୍ଛେଦ ଲାଗି ଆରମ୍ଭ ହୋଇଛି ଗୋଟିଏ ମାଆର ଯାତ୍ରା।

        ସମସ୍ତେ କୁହନ୍ତି ,'ମାଆ ହେଲା ପରେ ନାରୀ ଜୀବନରେ ପୂର୍ଣ୍ଣତା ଆସିଥାଏ ' । ଏ କଥା ଶୁଣିଥିଲି ସିନା ଡାକ୍ତରଖାନାର ବେଡ୍ ରେ ଶୋଇ ତାର ଗାମ୍ଭିର୍ଯ୍ୟକୁ ହୃଦବୋଧ କରୁଥିଲି ମୁଁ।ଅପରେସନର ଲମ୍ବା ଅବଧି ପରେ କଷ୍ଟ ଯନ୍ତ୍ରଣା ମଧ୍ୟରେ କୁଆଁ କୁଆଁ ରାବ କାନ ଶୁଣି, କୋମଳମତିକୁ ଛାତିରେ ଜାକି ଧରି ସ୍ତନପାନ କରାଇ ଯେଉଁ ପରମ ଆନନ୍ଦ ପ୍ରାପ୍ତି ହେଲା ...ଆହାଃ !   

     ଲାଗିଲା...ସତରେ ଏହାହିଁ ତ ମୋ ନାରୀ ଜନ୍ମର ପୂର୍ଣ୍ଣତା ! ଯେଉଁଠି ମୁଁ ଲାଭ କରିଛି " ମାତୃତ୍ଵ "।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract