STORYMIRROR

Rasmita Badajena

Abstract

4  

Rasmita Badajena

Abstract

ମାତୃତ୍ୱର ସ୍ପର୍ଶ

ମାତୃତ୍ୱର ସ୍ପର୍ଶ

2 mins
311

ମୁଁ ନିଜକୁ ଭଲପାଇବା ଶିଖୁଛି |କାହିଁକି କେଜାଣି ଆଜି ମୋତେ ଭାରି ଖାଲି ଖାଲି ଲାଗୁଛି ଦୀର୍ଘ ଦିନ ପରେ ମୁଁ କଣ କେବେ ଭାବିଥିଲି ମୋ ପାଇଁ ଏ ଖୁସି ସମୟ ପୁଣି ଥରେ ଆସିବ ସେ କଥା ଭାବିଲେ ମୋତେ ଯେମିତି ଲାଗେ ଭଗବାନ କଣ ମୋତେ କିଛି ଜଣାଇବାକୁ ଚାଁହୁଛନ୍ତି?

ପାହାନ୍ତି ବେଳର ସ୍ୱପ୍ନଟା କଣ ସତ ହୋଇଯିବ ମୋ ପାଇଁ?

ହଠାତ ଋତୁପର୍ଣ୍ଣା ର ନିଦ ଭାଙ୍ଗିଗଲା | ସତରେ କଣ ସେ ସ୍ୱପ୍ନ ଥିଲା ନା କିଛି ହରାଇବାର ଇଙ୍ଗିତ | ବିବାହର ମାତ୍ର କେଇଦିନ ହୋଇଛି | ସବୁ କିଛି ପର କରି ରାଜବୀର ସହ ସାରା ଜୀବନ ରହିବାର ଯେଉଁ ସ୍ୱପ୍ନ ଦେଖିଥିଲି ତାହା କଣ????

ଅନେକ ପ୍ରଶ୍ନ ଆଜି ମନରେ ଉଙ୍କି ମାରୁଛି ଅବଶ୍ୟ କିଛି ବି ଡେରି ହୋଇନି | ପାରିବାରିକ ସମସ୍ୟା କୁ ସମ୍ମୁଖୀନ କରିବା ଉଚିତ ହେବ ନା ରାଜବୀର ର ହାତ ଛାଡ଼ିଦେବା ଟା |

କବାଟ ର ଠକ ଠକ ଶବ୍ଦରେ ନିଜକୁ ନିଜେ ପୁଣିଥରେ ଫେରି ଆସିଲା ଭାବନାର ଦୁନିଆଁରୁ | ଶାଶୁ ମା'ଙ୍କୁ ଦେଖି ଟିକେ ଭୟଭୀତ ହୋଇଯାଇଥିଲା |


"ଆରେ ମାଆ କିଛି ଡରିବାର ନାହିଁ | ଆଜି ଦିନଟା ତୋପାଇଁ ବହୁତ ବଡ ଦିନ | ମୁଁ ଭାବୁଛି ତୁ କିଛି ଭୁଲି ଯାଇଛୁ |"


"ମାଆ ଆଜି କଣ କି? ହଁ ମୁଁ କିଛି ଭୁଲିଯାଇଛି ଗୋଟେ ଖରାପ ସ୍ୱପ୍ନ ଟା ମୋ ପିଛା ଛାଡ଼ୁନି |"


"ବେଳେବେଳେ ନିଜକୁ ସମୟ ସହ ଚାଲିବାକୁ ପଡିଥାଏ | ଆମେ ଜଣେ ଜଣେ ନାରୀ ଆମ ଠାରୁ ହିଁ ଗୋଟିଏ ସୁସ୍ଥ ସମାଜର ଆରମ୍ଭ | ଗୋଟିଏ ସନ୍ତାନ କେବଳ ତା ପରିବାରରୁ ହିଁ ସଂସ୍କାର ଶିଖିବା ଆରମ୍ଭ କରେ |ତୁ ମାଆ ହେବାକୁ ଯାଉଛୁ | ତୁ ସ୍ୱପ୍ନ ଦେଖୁନଥିଲୁ ତାହା ସତ୍ୟ ଥିଲା | ଭଲପାଇବାକୁ ତୋର ପୁଣିଥରେ ଯୋଡି ଦେବାକୁ କେହି ଜଣେ ନୂଆ ଅତିଥି ଆସୁଛି |"


ଶାଶୁ କଣ କହିଲେ ଋତୁପର୍ଣ୍ଣା ପାଇଁ ତାହା ଗ୍ରହଣ ଯୋଗ୍ୟ ନଥିଲା | ନିଜକୁ ବିଶ୍ୱାସ ବି କରିପାରୁନଥିଲା ହେଲେ କାହାର ତ ବିଶ୍ୱାସ ଆଜି ନିଜ ଗର୍ଭରେ ବଢୁଛି | ସମୟ ସହ ନିଜକୁ ଭଲପାଇବା ଶିଖିଯାଇଛି |


Rate this content
Log in

Similar oriya story from Abstract