STORYMIRROR

Rasmita Badajena

Abstract Action

3  

Rasmita Badajena

Abstract Action

ଅଜଣା ଚିଠି

ଅଜଣା ଚିଠି

2 mins
204

ରୁହିର ବାହାଘର ପାଇଁ ସମସ୍ତେ ବ୍ୟସ୍ତ । କୁଣିଆମୈତ୍ରେ ଧୀରେଧୀରେ ସମସ୍ତେ ଘରକୁ ଆସିଲେଣି କାଲି ବାହାଘର ଆଜି ମଙ୍ଗନ । ମଙ୍ଗନ ହାଣ୍ଡି ଆଜି ମଙ୍ଗୁଳା ହେବ ଏ ପର୍ଯ୍ୟନ୍ତ ଶଙ୍ଖୁଆ କି ବାରିକିଆଣି କାହାର ଦେଖା ଦର୍ଶନ ନାହିଁ । "ମୋ ବୋଉର ଏ ବ୍ୟସ୍ତତା ମୁଁ ଦେଖି ପାରୁନି । ବାବା ଯିବାର ଆଜିକୁ ଦୀର୍ଘ ପାଞ୍ଚ ବର୍ଷ ବିତିଗଲାଣି କିନ୍ତୁ ବୋଉର ସେହି ବ୍ୟତିବ୍ୟସ୍ତ ମୋ ମନକୁ ସବୁବେଳେ କେମିତି ଗୋଟେ ଅଜଣା ଭାବରେ ଇତସ୍ତତ କରିଦିଏ। ରୁହି ପାଇଁ ଅଖିଳେଶ ବାବୁ ସବୁକିଛି କରିଦେଇଛନ୍ତି ବୟସ କୋଡିଏ ଯେବେ ପୁରିଥିଲା ବାପା ଝିଅଙ୍କ ଭଲପାଇବା ଦେଖିଲେ ବେଳେବେଳେ ଈର୍ଷା ଲାଗେ । ଏତେ ଭଲପାଇବା ଯେ ରୁହି ସବୁକିଛି ଜାଣିଥିଲା ତା ବାପାଙ୍କ ବିଷୟରେ ଅବଶ୍ୟ ଦିନେ ମୋତେ କହିଥିଲା ସେ " ବୋଉ ଯଦି କେହି ଆପଣାର ଲୋକ ଆମକୁ ଛାଡି ଚାଲିଯିବ ତେବେ ଆମେ କେମିତି ବଞ୍ଚିବା ତାଙ୍କ ବିନା ପିଲାଙ୍କ କାମ ଭିତରେ ମୁଁ ଯେ ଅଖିଳେଶଙ୍କ କଥା ଭୁଲି ଯାଇଥିଲି । ରୁହି ତା ବିବାହରେ ଖୁସି ଦେଖାଯିବା କଥା ହେଲେ ସକାଳୁ ଏତେ ବଡ ମୁଁହରେ ବସିଛି । କଣ ହୋଇଛି ମୋ ମାଆଟାର ? ଏଇ ପ୍ରଶ୍ନରେ ରୁହି କୋହ ସମ୍ଭାଳି ନପାରି  କାନ୍ଦି କାନ୍ଦି କହିଲା " ତୁ ସବୁ ଜାଣିଥିଲୁ ବୋଉ ହେଲେ ମୁଁ ବାପାଙ୍କ ବିନା ବଞ୍ଚି ପାରିବିନି କି ତାଙ୍କ ଠାରୁ ଦୂରରେ ରହିପାରିବିନି ହେଲେ ତୁ କଣ ପାଇଁ ସବୁ କିଛି ଆଜି କାହିଁକି ଏ ପ୍ରଶ୍ନ କରୁଛି ରୁହି । ସତରେ କଣ ସେ ତା ବାପାଙ୍କର ଚିଠି ପଢି ଦେଇଛି କି? " ଆଜି ଭଳି ଦିନରେ ଏ ସବୁ କଥା ତୋ ଠାରୁ ମୁଁ କିଛି ବି ଶୁଣିବାକୁ ଚାଁହୁନି ରୁହି । ରୁହି ଆଜି ବି ନୀରବରେ ସେ ଅଜଣା ଚିଠିକୁ ସବୁବେଳେ ପଢୁଛି । ନିଜେ ନିଜକୁ ଦୋଷୀ ମନେ କରୁଛି ବାପା କଣ ସତରେ ମୋ ପାଇଁ ଏତେ ବଡ ତ୍ୟାଗ କରିଦେଲେ ନିଜ ଝିଅର ଖୁସି ପାଇଁ ତୁମେ କଣ ସତରେ ବାପା ନିରବୀ ଗଲ ସବୁଦିନ ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract