STORYMIRROR

KEDARNATH Raulo

Abstract

2  

KEDARNATH Raulo

Abstract

ମାନବିକତା

ମାନବିକତା

1 min
14.8K


ଜାତୀୟ ରାଜପଥରେ ଯାଉଥିବା ବସ୍ ହଠାତ୍ ଅଟକି ଯାଇଛି। ସମସ୍ତଙ୍କ ମନରେ ଆଶଙ୍କା ଓ ଭୟ। ଏକ ଆସନ୍ନ ଦୁର୍ଘଟଣା ଘଟିବାର ଭୟ। 

କେହି କିଛି ବୁଝିପାରିଲେ ନାହିଁ। ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଡ୍ରାଇଭର ଉପରେ। 

ସେମାନେ ଦେଖିଲେ ଡ୍ରାଇଭର ଜଣକ ଠିଆ ହୋଇଛନ୍ତି। ଡ୍ରାଇଭର ସ୍ଥାନରେ ଜଣେ ଗର୍ଭବତୀ ମହିଳା ବସିଛନ୍ତି। 

ଗାଡି ରୋକିବାର କାରଣ ଡ୍ରାଇଭର ଜଣକ କହିଲେ ସେହି ସ୍ତ୍ରୀ ଲୋକ ଜଣକ ମୋ ପାଖକୁ ଆସି କହିଲେ - ଭାଇନା ଭାରି କଷ୍ଟ ହଉଛି। କେହି ଜଣେ ବି ବସିବାକୁ ଜାଗା ଟିକେ ଦେଉନାହାନ୍ତି। 

ତାଙ୍କ କଥା ଶୁଣି ମୋତେ ଭାରି କଷ୍ଟ ଲାଗିଲା । ସେଥିପାଇଁ ମୋ ଜାଗା ଟିକୁ ତାଙ୍କୁ ଦେଇଦେଲି। ଏବେ ସେ ଆନନ୍ଦରେ ଅଛନ୍ତି। 

ମୋ ପାଇଁ ତାହା ଖୁସିର ବିଷୟ।

ଡ୍ରାଇଭର କଥା ଶୁଣି ସମସ୍ତଙ୍କ ମୁଣ୍ଡ ତଳକୁ ହୋଇଗଲା। 

ମାନବିକତା ଏବେ ବି ବଞ୍ଚିଛି। 

ଲେଖକ

*KEDARNATHH VALMIIKY RAULO+*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from KEDARNATH Raulo

Similar oriya story from Abstract