STORYMIRROR

Subham Lipu

Inspirational Children

3  

Subham Lipu

Inspirational Children

ମାଆ

ମାଆ

4 mins
243


      

         ଗୋଟେ ଗ୍ରାମରେ ନରସିଂହ ନାମକ ଏକ ଧନୀ ଲୋକ ଥିଲେ |ତାଙ୍କର ପତ୍ନୀ ଏବଂ ଗୋଟିଏ ପୁତ୍ର ସନ୍ତାନ ଥିଲା | ନରସିଂହ ବାବୁଙ୍କର ନିଧିଆ ବୋଲି ଗୋଟେ ଭଲ ସାଙ୍ଗ ଥିଲା |ସେ ବହୁତ ଗରିବ ଥିଲେ |ସେ ଗରିବ ହେଲେ ବି ତାଙ୍କର ମଣିଷପଣିଆ ଥିଲା | ନିଧିଆର ଦିନେ ପଇସା ଅଭାବ ହେଲା |ସେ ଆସି ନରସିଂହ ବାବୁଙ୍କୁ ପଇସା ମାଗିଲା |ନରସିଂହ ବାବୁ ତାକୁ 'ଦଶହଜାର ' ଟଙ୍କା ଦେଲେ |ସେ ନରସିଂହ ବାବୁଙ୍କ ଠାରୁ ଟଙ୍କା ଆଣି ଘରକୁ ଆସିଲେ |ବହୁତ ଅଭାବ ଅନଟନରେ ରହିଥିବାରୁ ସେ ଆଣିଥିବା ପଇସା ଆଉ ସୁଝି ପାରିଲେନଥିଲା |କିଛି ଦିନ ଗଲା ପରେ ନରସିଂହ ବାବୁଙ୍କ ଦେହାନ୍ତ ହେଲା | ନରସିଂହ ବାବୁଙ୍କର ଅଚଳ ଟଙ୍କା ଥିଲା |ସେହି ପଇସାକୁ ରଖି ନରସିଂହ ବାବୁଙ୍କ ପତ୍ନୀ 'କୁନ୍ତଳା ଦେବୀ' ପୁଅଟିକୁ ଭରଣ ପୋଷଣ କରିକି ବଡ କଲେ |ପୁଅକୁ ଯେତେବେଳ ତେର ବର୍ଷ ହୋଇଥିଲା ତାଙ୍କ ମାଆ କୁନ୍ତଳା ଦେବୀଙ୍କର ଦେହ ଅସୁସ୍ଥ ହୋଇପଡିଲା |ସେ ନରସିଂହ ବାବୁଙ୍କ କଥା ଭାବି ଭାବି ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା |କୁନ୍ତଳା ଦେବୀଙ୍କ ଗୋଡ଼ ପାଖେ ପୁଅ ବସିଥାଏ l

ମାଆ କହୁଛନ୍ତି :ପୁଅରେ ମୁଁ ଆଉ ବଞ୍ଚିବିନିରେ....

ପୁଅ :ମାଆ କଣ ପାଇଁ ଏମିତି କହୁଛୁ |ତୋ ଛଡା ଏ ଦୁନିଆରେ ମୋର ଆଉ କିଏ ଅଛି |ତୁ ଛାଡି ଚାଲି ଯିବୁ ଯଦି ମୁଁ କେମିତି ବଞ୍ଚିବି |

ମାଆ :ଆରେ ତୋ ବାପା ଉପରେ ଥାଇ ମୋତେ ହାତ ଠାରି ଡାକିଲେଣି |ମୁଁ ମରିଗଲେ କଣ ହେଲା |ମୋର ଆଶୀର୍ବାଦ ତୋ ପାଖେ ସଦା ସର୍ବଦା ରହିଥିବ |ମୁଁ ମଲା ପରେ ବି ମୁଁ ତୋ ପାଖେ ପାଖେ ରହିଥିବି | ଆଉ ଗୋଟେ କଥା ମନେରଖିଥା | ଆର ଗାଁରେ ଯେଉଁ ନିଧିଆ ମଉସା ନାହାନ୍ତି ତାଙ୍କ ପାଖରେ ଦାଶହଜାର ଟଙ୍କା ଅଛି | ତୋ ବାପା ତାଙ୍କୁ ଦଶହଜାର ଟଙ୍କା କରଜ ଦେଇଥିଲେ | ତୋର ଯେତେବେଳେ ଟଙ୍କା ଦରକାର ହବ ତାଙ୍କ ପାଖରୁ ଯାଇ ଆଣିବୁ |

    କିଛି ସମୟ ଗଲା କୁନ୍ତଳା ଦେବୀ ପୁଅର ମୁଁହଟିକୁ ଚାହିଁ ଚାହିଁ ଜୀବନ ଚାଲିଗଲା | ତାପରେ ପୁଅ ତା ମାଆର ଶୁଦ୍ଧି କାର୍ଯ୍ୟ କଲା | ଯେତିକି ଧନ ତା ପାଖରେ ଥିଲା ଏବଂ ସାହି ପଡିଶା ଲୋକ କିଛି ସାହାଯ୍ୟ କଲେ | ସେହିଥିରେ ସବୁ କାର୍ଯ୍ୟ ସମାପନ କଲା | କିଛିଦିନ ଗଲା ପରେ ତାର ଟଙ୍କାରେ ଅଭାବ ହେଲା |ସେ ଦିନେ ସକାଳୁ ଉଠି ଗାଧୋଇକି ବାହାରିଲା ଅନ୍ୟ ଗ୍ରାମକୁ ଯିବା ପାଇଁ |ନିଧିଆ ମଉସାଙ୍କ ଠାରୁ ପଇସା ଆଣିବ |ସେ ସକାଳୁ ଗଲା ଦ୍ୱିପ୍ରହରରେ ପହଞ୍ଚିଲା |ତାପରେ ତାଙ୍କ କବାଟ ବାଡେଇଲା |

ଘର ଭିତରୁ ନିଧିଆ ବାହାରିଲା |

ପୁଅ :ମଉସା ପ୍ରଣାମ.......

ନିଧିଆ :ଦୀର୍ଘାୟୁ ଭବ.... ପୁଅ ତମ ପରିଚୟ?

ପୁଅ :ଆଜ୍ଞା ମୁଁ ଆର ଗାଆଁର ନରସିଂହ ନାଥଙ୍କ ପୁଅ |

ନିଧିଆ :ଆରେ ଆ ଆ ଘରକୁ ଆ.... |ତୋ ବାପା ତ ଚାଲିଯାଇଥିଲା, ତୋ ବାପା ଚାଲିଯିବା ଦିନୁ ତମ ଘରକୁ ମୁଁ ଆଉ ଯାଇନି |ତୋ ମାଆ କେମିତି ଅଛନ୍ତି |

ପୁଅ :ସେ ପନ୍ଦର ଦିନ ହେବ ସେ ମୋତେ ଏକା କରି ବାପାଙ୍କ ପାଖକୁ ଚାଲି ଗଲା |

ନିଧିଆ :ଆରେ ତୋ ମାଆ ଚାଲିଗଲେ ବି....

ପୁଅ :ହଁ ମଉସା...

ନିଧିଆ :ମୋ ପାଖରେ କଣ କାମ ଥିଲା?

ପୁଅ :ଆଜ୍ଞା ମଉସା |ମୋ ବାପା ଆପଣଙ୍କୁ ଦଶହଜାର ଟଙ୍କା ଦେଇଥିଲେ |

ନିଧିଆ :ହଁ ରେ ପୁଅ ସେ ପଇସା ମୋ ପାଖରେ ଗଛିତ ହୋଇ ରହିଛି |ରହ ମୁଁ ଆଣୁଛି |

    ନିଧିଆ ଆଣି ତାକୁ ପଇସା ଦେଲା ଏବଂ ଖାଇବାକୁ ଦେଲେ |ସେତେବେଳକୁ ସନ୍ଧ୍ୟା ହେବାକୁ ଲାଗିଲାଣି |

ନିଧିଆ :ଆରେ ପୁଅ ଆଜି ଆମ ଘରେ ରହିଯା କାଲି ଯିବୁ...

ପୁଅ :ନା ମଉସା.. ଘରକୁ ଗଲେ ଗାଈ ଅଛନ୍ତି ତାଙ୍କୁ ଖାଇବା ପାଇଁ ଦେବି |

ନିଧିଆ :ଯିବୁ ଜେ ଦେଖିକି ଯିବୁ |ଏବେ ଚୋର ମାତିଛନ୍ତି |ଯଦି ଅସୁବିଧା କିଛି ହୁଅ ଫେରିଆସିବୁ ମୁଁ ତୋତେ ନେଇ ଛାଡି ଆସିବି |

   ତାପରେ ପୁଅ ସେଠାରୁ ଚାଲି ଆସିଲା |ବାଟରେ ଏକ ନିଛାଟିଆ ଜଙ୍ଗଲ ପଡିଲା |ପୁଅଟି ଚାଲୁଛି.....

ହଠାତ ତା ଆଗକୁ ଏକ ବିଲୁଆ ଚାଲି ଆସିଲା |ବିଲୁଆ "ହୁକେ ହୁ" କହି କହୁଛି ଜାନିରେ ଆଗକୁ ଆଗରେ ଚୋର ମାତିଛନ୍ତି |ତୋ ଠାରୁ ପଇସା ସବୁ ଛଡେଇନେବେ |ଏବଂ ଉପରେ ଏକ ବାଗ ଉଡି ଉଡି କହୁଛି ଆରେ କୁଆଡେ ଗଲ ? ଏ ପିଲା ପଇସା ନେଇକି ଯାଉଛି ତାକୁ ମାରି ତାଆଠୁ ପଇସା ନିଅ l ପୁଅଟି ଦେଖିଲା ବଗ ଉପରେ ଉଡୁଛି ସେ ଯେଉଁ ବାଟେ ଯିବ ମୁଁ ସେଇ ବାଟେ ଯିବି |ବାପା କହୁଥିଲେ ବଗ ଦେଖିଲେ ଶୁଭ ବୋଲି |କିନ୍ତୁ ପ୍ରତ୍ୟେକ ସମୟରେ ବିଲୁଆ ଆଗକୁ ଆସି ଖାଲି କହୁଛି ଯାଆନି ରେ ଆଗରୁ ମୁଁ ଏବେ ଫେରିଛି ସେଠାରେ ଚୋର ମାତିଛନ୍ତି |ପୁଅଟି ବିଲୁଆ କଥା ନବୁଝି ପରି ବଗଟି ଯେଉଁ ବାଟେ ଯାଉଛି ସେ ସେହି ବାଟେ ବାଟେ ଗଲା |ଶେଷରେ ସେ ବିଲୁଆ ହୁକେ ହୁ ଶୁଣି ପୁଅଟି ରାଗିଗଲା |ପୁଅଟି ଗୋଟେ ପଥର ଧରିଲା ମାରିଲା ବିଲୁଆକୁ |ବିଲୁଆର ଗୋଡ଼ କ୍ଷେତ ହୋଇଗଲା ରକ୍ତ ଝର ଝର ହୋଇ ବୋହିଲା |ତଥାପି ବିଲୁଆ ତା ଆଗକୁ ମନା କରୁଥାଏ ଯାଆନି ସେ ବାଟରେ |ପୁଣି ବିଲୁଆ ଉପରେ ରାଗିଗଲା ପୁଣି ଗୋଟେ ପଥର ମାରିଲା |ତା ବେକରେ ବାଜିଲା ଝର ଝର ହୋଇ ରକ୍ତ ବୋହିଗଲା |ତଥାପି ବିଲୁଆ ନମାନି ତା ଆଗକୁ ଛୋଟେଇ ଆସି ମନା କରୁଥାଏ ଯାଆନି ସେ ବାଟରେ |ପୁଅଟି ଯାଉଛି ହଠାତ ଚୋର ଦଳ ଆସି ପହଞ୍ଚି ଗଲେ |ପୁଅଟିକୁ ଘେରିଗଲେ |ଚୋରମାନଙ୍କ ସର୍ଦ୍ଦାର ପଶୁ ପକ୍ଷୀଙ୍କ କଥା ବୁଝିପରେ |

ସର୍ଦ୍ଦାର :ଏଇ ସମସ୍ତେ ରୁହ ତାକୁ ଛାଡ଼....

         ଏ ପୁଅ ଏଠିକି ଆସିଲୁ..

ପୁଅଟି ଗଲା ସର୍ଦ୍ଦାରଙ୍କ ପାଖକୁ |

ସର୍ଦ୍ଦାର :ପୁଅ ଜାଣିଛୁ ଏ ବଗ କିଏ?

ପୁଅ:ନା.....

ସର୍ଦ୍ଦାର :ଆରେ ସେ ଆର ଜନ୍ମରେ ତୋର ଶତ୍ରୁ ଥିଲା |ସେ କଣ କହୁଛି ଜାଣିଛୁ?

ପୁଅ :ନା...

ସର୍ଦ୍ଦାର :ସେ କହୁଛି ଆରେ କିଏ କୁଆଡେ ଗଲ ଏ ପୁଅ ପଇସା ନେଇକି ଯାଉଛି, ଆସ ତାକୁ ମାରି ତାଠାରୁ ପଇସା ଛଡେଇକି ନିଅ |

ସର୍ଦ୍ଦାର :ଏ ବିଲୁଆ କିଏ ଜାଣିଛୁ?

ପୁଅ :ନା.....

ସର୍ଦ୍ଦାର :ଏ ବିଲୁଆ ତୋ ମାଆରେ...

ସେ କହୁଛି ପୁଅ ଆଗକୁ ଯାଆନିରେ ଆଗରେ ଚୋର ମାତିଛନ୍ତି |କିନ୍ତୁ ତୁ ନ ଜାଣି ତାକୁ କେତେ ପଥର ମାରିକି ତା ଦେହରୁ ରକ୍ତ ବାହାର କରିଛୁ |ତଥାପି ସେ ତୋ ଆଗେ ଆଗେ ଆସି ମନା କରୁଛି ଯାଆନି ପୁଅ |

ପୁଅ : କାନ୍ଦି କାନ୍ଦି ବିଲୁଆ ଗୋଡ଼ ତଳେ ପଡ଼ିଗଲା |

ପୁଅ :ମାଆ ମୋର ଭୁଲ ହେଇଯାଇଛି ତୋତେ ମୁଁ ନଜାଣି କେତେ ପଥର ମାରି ତୋ ଦେହକୁ ରକ୍ତାତ କରିଦେଇଛି |ମାଆ ମୋତେ ତୁ କ୍ଷମା କରିଦେ |

ବିଲୁଆଟି ଆଗ ଦୁଇ ଗୋଡକୁ ଉପରକୁ ଟେକି ଦେଇ କହୁଛି ସର୍ଦ୍ଦାର ମୋ ପୁଅକୁ ଛାଡିଦିଅ |

ସର୍ଦ୍ଦାର :ଏ ତାକୁ ଛାଡିଦିଅରେ ତା ମାଆ ତା ପାଖରେ ଅଛି ତାର କିଏ କଣ କରିବ |ମାଆର ପଣତ କାନି ପାଖରେ ଥିଲେ କିଏ ପୁଅର ଅସୁବିଧା କରିବ |ଛାଡ ତାକୁ ସେ ଯାଉ |ତା ମାଆ ତା ପାଖରେ ଅଛି ତାର ଆମେ କିଛି କ୍ଷତି କରି ପାରିବାନି |

ତାପରେ ପୁଅଟି ବିଲୁଆଟିକୁ ପ୍ରଣାମ କଲା ଏବଂ ଚାଲିଗଲା |

                  ••••••••••••ସମାପ୍ତ •••••••••••••••



Rate this content
Log in

More oriya story from Subham Lipu

Similar oriya story from Inspirational