(( ମାଆ ))
(( ମାଆ ))
ଗୋଟେ ଗ୍ରାମରେ ନରସିଂହ ନାମକ ଏକ ଧନୀ ଲୋକ ଥିଲେ l ତାଙ୍କର ପତ୍ନୀ ଏବଂ ଗୋଟିଏ ପୁତ୍ର ସନ୍ତାନ ଥିଲା l ନରସିଂହ ବାବୁଙ୍କର ନିଧିଆ ବୋଲି ଗୋଟେ ଭଲ ସାଙ୍ଗ ଥିଲା l ସେ ବହୁତ ଗରିବ ଥିଲେ l ସେ ଗରିବ ହେଲେ ବି ତାଙ୍କର ମଣିଷପଣିଆ ଥିଲା l ନିଧିଆର ଦିନେ ପଇସା ଅଭାବ ହେଲା l ସେ ଆସି ନରସିଂହ ବାବୁଙ୍କୁ ପଇସା ମାଗିଲା l ନରସିଂହ ବାବୁ ତାକୁ 'ଦଶହଜାର' ଟଙ୍କା ଦେଲେ l ସେ ନରସିଂହ ବାବୁଙ୍କ ଠାରୁ ଟଙ୍କା ଆଣି ଘରକୁ ଆସିଲେ l ବହୁତ ଅଭାବ ଅନଟନରେ ରହିଥିବାରୁ ସେ ଆଣିଥିବା ପଇସା ଆଉ ସୁଝି ପାରିନଥିଲା l କିଛି ଦିନ ଗଲା ପରେ ନରସିଂହ ବାବୁଙ୍କ ଦେହାନ୍ତ ହେଲା l ନରସିଂହ ବାବୁଙ୍କର ଅଚଳାଚଳ ଟଙ୍କା ଥିଲା l ସେହି ପଇସାକୁ ରଖି ନରସିଂହ ବାବୁଙ୍କ ପତ୍ନୀ 'କୁନ୍ତଳା ଦେବୀ' ପୁଅଟିକୁ ଭରଣ ପୋଷଣ କରିକି ବଡ କଲେ l ପୁଅକୁ ଯେତେବେଳ ତେର ବର୍ଷ ହୋଇଥିଲା ତାଙ୍କ ମାଆ କୁନ୍ତଳା ଦେବୀଙ୍କର ଦେହ ଅସୁସ୍ଥ ହୋଇପଡିଲା l ସେ ନରସିଂହ ବାବୁଙ୍କ କଥା ଭାବି ଭାବି ତାଙ୍କ ଦେହ ଅସୁସ୍ଥ ହୋଇପଡିଥିଲା l କୁନ୍ତଳା ଦେବୀଙ୍କ ଗୋଡ଼ ପାଖେ ପୁଅ ବସିଥାଏ l
ମାଆ କହୁଛନ୍ତି : ପୁଅରେ ମୁଁ ଆଉ ବଞ୍ଚିବିନିରେ....
ପୁଅ : ମାଆ କଣ ପାଇଁ ଏମିତି କହୁଛୁ l ତୋ ଛଡା ଏ ଦୁନିଆରେ ମୋର ଆଉ କିଏ ଅଛି l ତୁ ଛାଡି ଚାଲିଯିବୁ ଯଦି ମୁଁ କେମିତି ବଞ୍ଚିବି l
ମାଆ :ଆରେ ତୋ ବାପା ଉପରେ ଥାଇ ମୋତେ ହାତ ଠାରି ଡାକିଲେଣି l ମୁଁ ମରିଗଲେ କଣ ହେଲା l ମୋର ଆଶୀର୍ବାଦ ତୋ ପାଖେ ସଦା ସର୍ବଦା ରହିଥିବ l ମୁଁ ମଲା ପରେ ବି ମୁଁ ତୋ ପାଖେ ପାଖେ ରହିଥିବି l ଆଉ ଗୋଟେ କଥା ମାନେ ରଖିଥା l ଆର ଗାଁରେ ଯେଉଁ ନିଧିଆ ମଉସା ନାହାନ୍ତି ତାଙ୍କ ପାଖରେ ଦାଶହଜାର ଟଙ୍କା ଅଛି l ତୋ ବାପା ତାଙ୍କୁ ଦଶହଜାର ଟଙ୍କା କରଜ ଦେଇଥିଲେ l ତୋର ଯେତେବେଳେ ଟଙ୍କା ଦରକାର ହବ ତାଙ୍କ ପାଖରୁ ଯାଇ ଆଣିବୁ l
କିଛି ସମୟ ଗଲା କୁନ୍ତଳା ଦେବୀ ପୁଅର ମୁଁହଟିକୁ ଚାହିଁ ଚାହିଁ ଜୀବନ ଚାଲିଗଲା l ତାପରେ ପୁଅ ତା ମାଆର ଶୁଦ୍ଧି କାର୍ଯ୍ୟ କଲା l ଯେତିକି ଧନ ତା ପାଖରେ ଥିଲା ଏବଂ ସହି ପଡିସା ଲୋକ କିଛି ସାହାଯ୍ୟ କଲେ l ସେହିଥିରେ ସବୁ କାର୍ଯ୍ୟ ସମାପନ କଲା l କିଛିଦିନ ଗଲା ପରେ ତାର ଟଙ୍କାରେ ଅଭାବ ହେଲା l ସେ ଦିନେ ସକାଳୁ ଉଠି ଗାଧୋଇକି ବାହାରିଲା ଅନ୍ୟ ଗ୍ରାମକୁ ଯିବା ପାଇଁ l ନିଧିଆ ମଉସାଙ୍କ ଠାରୁ ପଇସା ଆଣିବ l ସେ ସକାଳୁ ଗଲା ଦ୍ୱିପ୍ରହରରେ ପହଞ୍ଚିଲା l ତାପରେ ତାଙ୍କ କବାଟ ବାଡେଇଲା l
ଘର ଭିତରୁ ନିଧିଆ ବାହାରିଲା l
ପୁଅ : ମଉସା ପ୍ରଣାମ.......
ନିଧିଆ :ଦୀର୍ଘାୟୁ ଭାବ.... ପୁଅ ତମ ପରିଚୟ?
ପୁଅ :ଆଜ୍ଞା ମୁଁ ଆର ଗାଆଁର ନରସିଂହ ନାଥଙ୍କ ପୁଅ l
ନିଧିଆ :ଆରେ ଆ ଆ ଘରକୁ ଆ.... l ତୋ ବାପା ତ ଚାଲିଯାଇଥିଲା, ତୋ ବାପା ଚାଲିଯିବା ଦିନୁ ତମ ଘରକୁ ମୁଁ ଆଉ ଯାଇନି l ତୋ ମାଆ କେମିତି ଅଛନ୍ତି l
ପୁଅ :ସେ ପନ୍ଦର ଦିନ ହେବ ସେ ମୋତେ ଏକା କରି ବାପାଙ୍କ ପାଖକୁ ଚାଲିଗଲା l
ନିଧିଆ :ଆରେ ତୋ ମାଆ ଚାଲିଗଲେ ବି....
ପୁଅ :ହଁ ମଉସା...
ନିଧିଆ :ମୋ ପାଖରେ କଣ କାମ ଥିଲା?
ପୁଅ :ଆଜ୍ଞା ମଉସା l ମୋ ବାପା ଆପଣଙ୍କୁ ଦଶହଜାର ଟଙ୍କା ଦେଇଥିଲେ l
ନିଧିଆ :ହଁ ରେ ପୁଅ ସେ ପଇସା ମୋ ପାଖରେ ଗଛିତ ହୋଇ ରହିଛି l ରହ ମୁଁ ଆଣୁଛି l
ନିଧିଆ ଆଣି ତାକୁ ପଇସା ଦେଲା ଏବଂ ଖାଇବାକୁ ଦେଲେ l ସେତେବେଳକୁ ସନ୍ଧ୍ୟା ହେବାକୁ ଲାଗିଲାଣି l
ନିଧିଆ :ଆରେ ପୁଅ ଆଜି ଆମ ଘରେ ରହିଯା କାଲି ଯିବୁ...
ପୁଅ :ନା ମଉସା.. ଘରକୁ ଗଲେ ଗାଈ ଅଛନ୍ତି ତାଙ୍କୁ ଖାଇବା ପାଇଁ ଦେବି l
ନିଧିଆ :ଯିବୁ ଯେ ଦେଖିକି ଯିବୁ l ଏବେ ଚୋର ମାତିଛନ୍ତି l ଯଦି ଅସୁବିଧା କିଛି ହୁଅ ଫେରିଆସିବୁ, ମୁଁ ତୋତେ ନେଇ ଛାଡି ଆସିବି l
ତାପରେ ପୁଅ ସେଠାରୁ ଚାଲି ଆସିଲା l ବାଟରେ ଏକ ନିଛାଟିଆ ଜଙ୍ଗଲ ପଡିଲା l ପୁଅଟି ଚାଲୁଛି.....
ହଠାତ ତା ଆଗକୁ ଏକ ବିଲୁଆ ଚାଲି ଆସିଲା l ବିଲୁଆ "ହୁକେ ହୁ" କହି କହୁଛି ଆଗକୁ ଆଗରେ ଚୋର ମାତିଛନ୍ତି l ତୋ ଠାରୁ ପଇସା ସବୁ ଛଡେଇନେବେ l ଏବଂ ଉପରେ ଏକ ବଗ ଉଡି ଉଡି କହୁଛି ଆସରେ କୁଆଡେ ଗଲ ଏ ପିଲା ପଇସା ନେଇକି ଯାଉଛି ତାକୁ ମାରି ତାଆଠୁ ପଇସା ନିଅ l ପୁଅଟି ଦେଖିଲା ବଗ ଉପରେ ଉଡୁଛି ସେ ଯେଉଁ ବାଟେ ଯିବ ମୁଁ ସେଇ ବାଟେ ଯିବି l ବାପା କହୁଥିଲେ ବଗ ଦେଖିଲେ ଶୁଭ ବୋଲି l କିନ୍ତୁ ପ୍ରତ୍ୟେକ ସମୟରେ ବିଲୁଆ ଆଗକୁ ଆସି ଖାଲି କହୁଛି ଯାଆନିରେ ଆଗରୁ ମୁଁ ଏବେ ଫେରିଛି ସେଠାରେ ଚୋର ମାତିଛନ୍ତି l ପୁଅଟି ବିଲୁଆ କଥା ନବୁଝି ପାରି ବଗଟି ଯେଉଁ ବାଟେ ଯାଉଛି ସେ ସେହି ବାଟେ ବାଟେ ଗଲା l ଶେଷରେ ସେ ବିଲୁଆ ହୁକେ ହୁ ଶୁଣି ପୁଅଟି ରାଗିଗଲା l ପୁଅଟି ଗୋଟେ ପଥର ଧରିଲା ମାରିଲା ବିଲୁଆକୁ ବିଲୁଆର ଗୋଡ଼ କ୍ଷତ ହୋଇଗଲା ରକ୍ତ ଝର ଝର ହୋଇ ବୋହିଲା l ତଥାପି ବିଲୁଆ ତା ଆଗକୁ ମନା କରୁଥାଏ ଯାଆନି ସେ ବାଟରେ l ଫୁଣି ବିଲୁଆ ଉପରେ ରାଗିଗଲା ପୁଣି ଗୋଟେ ପଥର ମାରିଲା l ତା ବେକରେ ବାଜିଲା ଝର ଝର ହୋଇ ରକ୍ତ ବୋହିଗଲା l ତଥାପି ବିଲୁଆ ନମାନି ତା ଆଗକୁ ଛୋଟେଇ ଆସି ମନା କରୁଥାଏ ଯାଆନି ସେ ବାଟରେ l ପୁଅଟି ଯାଉଛି ହଠାତ ଚୋର ଦଳ ଆସି ପହଞ୍ଚିଗଲେ l ପୁଅଟିକୁ ଘେରିଗଲେ l ଚୋରମାନଙ୍କ ସର୍ଦାର ଜେସସ ପଶୁପକ୍ଷୀଙ୍କ କଥା ବୁଝିପରେ l
ସର୍ଦାର :ଏକ ସମସ୍ତେ ରୁହ ତା କୁ ଛାଡ଼....
ଏ ପୁଅ ଏଠିକି ଆସିଲୁ..
ପୁଅଟି ଗଲା ସର୍ଦାରଙ୍କ ପାଖକୁ l
ସର୍ଦାର :ପୁଅ ଜାଣିଛୁ ଏ ବଗ କିଏ?
ପୁଅ:ନା.....
ସର୍ଦାର :ଆରେ ସେ ଆର ଜନ୍ମରେ ତୋର ଶତ୍ରୁ ଥିଲା l ସେ କଣ କହୁଛି ଜାଣିଛୁ?
ପୁଅ :ନା...
ସର୍ଦାର :ସେ କହୁଛି ଆରେ କିଏ କୁଆଡେ ଗଲ ଏ ପୁଅ ପଇସା ନେଇକି ଯାଉଛି ଆସ ତାକୁ ମାରି ତାଠାରୁ ପଇସା ଛଡେଇକି ନିଅ l
ସର୍ଦାର :ଏ ବିଲୁଆ କିଏ ଜାଣିଛୁ?
ପୁଅ :ନା.....
ସର୍ଦାର :ଏ ବିଲୁଆ ତୋ ମାଆରେ ମାତିଛନ୍ତି l ସେ କହୁଛି ପୁଅ ଆଗକୁ ଯାଆନିରେ ଆଗରେ ଚୋର ମାତିଛନ୍ତି l କିନ୍ତୁ ତୁ ନ ଜାଣି ତାକୁ କେତେ ପଥର ମାରିକି ତା ଦେହରୁ ରକ୍ତ ବାହାର କରିଛୁ l ତଥାପି ସେ ତୋ ଆଗେ ଆଗେ ଆସି ମନା କରୁଛି ଯାଆନି ପୁଅ l
ପୁଅ : କାନ୍ଦି କାନ୍ଦି ବିଲୁଆ ଗୋଡ଼ ତଳେ ପଡ଼ିଗଲା l
ପୁଅ :ମାଆ ମୋର ଭୁଲ ହେଇଯାଇଛି ତୋତେ ମୁଁ ନଜାଣି କେତେ ପଥର ମାରି ତୋ ଦେହକୁ ରକ୍ତ ତ କରିଦେଇଛି l ମାଆ ମୋତେ ତୁ କ୍ଷମା କରିଦେ l
ବିଲୁଆଟି ଆଗ ଦୁଇ ଗୋଡକୁ ଉପରକୁ ଟେକି ଦେଇ କହୁଛି ସର୍ଦାର ମୋ ପୁଅକୁ ଛାଡିଦିଅ l
ସର୍ଦାର :ଏ ତାକୁ ଛାଡିଦିଅରେ ତା ମାଆ ତା ପାଖରେ ଅଛି ତାର କିଏ କଣ କରିବ l ମାଆର ପଣତ କାନି ପାଖରେ ଥିଲେ କିଏ ପୁଅର ଅସୁବିଧା କରିବ l ଛାଡ ତାକୁ ସେ ଯାଉ l ତା ମାଆ ତା ପାଖରେ ଅଛି ତାର ଆମେ କିଛି କ୍ଷତି କରି ପାରିବନି l
ତାପରେ ପୁଅଟି ବିଲୁଆଟିକୁ ପ୍ରଣାମ କଲା ଏବଂ ଚାଲିଗଲା l
