Saraswati Sahu

Tragedy

3.9  

Saraswati Sahu

Tragedy

ଲକ ଡାଉନ

ଲକ ଡାଉନ

3 mins
12K


ମାଆ ! ମାଆ !

କିଛି ଖାଇବାକୁ ଦିଅନ୍ତୁନି? ଭାରି ଭୋକ କଲାଣି l


ରାଜୁର କଥାକୁ ଶୁଣି ବି ନ ଶୁଣିବା ଭଳି ରହିବାକୁ ବାଧ୍ୟ ହେଲା ସେବତୀ l

କଣ ଅଛି ଯେ ଦବ ପିଲାଟାକୁ ଖାଇବାକୁ? 

ଚାରିଣି ଟେ ବି ନାହିଁ ତା ପାଖରେ l ଖାଲି ହାଣ୍ଡିଟା ଗଡୁଛି ଭଙ୍ଗା ରୁଜା ଘର ଟିରେ l ଏଇ ତ ରାତି ହବାକୁ ବସିଲାଣି l ମାଆ ପୁଅ କାହାର ବି ପାଟିରେ ଦାନା ଟିଏ ବି ପଡିନି ସକାଳୁ l ସେବତୀ ସିନା ରହିଯିବ ଭୋକରେ, ହେଲେ ପିଲାଟା ! ଭାବନାର ଖିଅ ଧରିଛି ସିଏ l କି ଗୋଟେ ଭାଇରସ ଆସିଚି କେଜାଣି ! ଭାଇରସ ତ ନୁହେଁ ଯମ ଭଳି ଲାଗୁଚି ! କେତେ ପ୍ରାଣ ନେଲାଣି ! ଦି ମାସ ହେଲାଣି ଲକ ଡାଉନ ଯେ ପୁଣି କେବେ ଖୋଲିବ ଜାଣିନି କେହି ବି l ତା ପାଠ ପଢା ଚାକିରିଆ ବାବୁ ବି ଜାଣି ନାହାନ୍ତି ! ପୋଲିସ ଯେ ଘରୁ ଗୋଡ କଢେଇ ଦଉନି l ଯାହା କିଛି ସଂଚୟ କରି ରଖିଥିଲା ସବୁ ଖର୍ଚ ହୋଇ ସାରିଲାଣି l କଣ କରିବ ସିଏ ଏବେ? କଣ ଜବାବ ଦବ ଛୁଆ ଟିକୁ? ସେଦିନ ଲୁଚି କିରି ବାବୁ ଘରକୁ ଯାଇଥିଲା l ବାବୁ ଗେଟ ପାଖରୁ ହିଁ ଫେରି ଯିବାକୁ କହିଲେ l ପୁଣି କହିଲେ କଣ ନା "ଘରେ ରୁହ ସୁସ୍ଥ ରୁହ" l ସେବତୀ ଭାବିଲା ଭୋକଟା ତ ସବୁଠୁ ବଡ ରୋଗ ! ପେଟଟା ଶୀତଳ ରହିଲେ ଯାଇ ସିନା ସୁସ୍ଥ ରହିବା କଥା ଭାବିବ ! ପିଲାଟା ଖାଇବା ପାଇଁ ଡହଳ ବିକଳ ହଉଚି l ସପ୍ତାହେ ହେଲାଣି ଦିନ ସାରା ଖାଲି ଓଳିଟିଏ ହିଁ ଖାଇ ବାକୁ ଦେଇ ପାରୁଛି ତାକୁ l ରାତିରେ ଖାଲି ପାଣି ଗିଲାସେ ପିଆଇ ଶୁଆଇ ଦଉଛି l କାକୁତି ମିନତୀ କଲାରୁ ବାବୁଆଣୀ ଦୁଇ ଚାରି ଖଣ୍ଡ ରୁଟି ଆଣି ଫିଙ୍ଗି ଦେଇଥିଲେ ତା ଉପରକୁ l ତାଗିଦ କରି କହିଥିଲେ ଆଉ ଜମା ଆସିବୁନି ଏବେ l ଲକ ଡାଉନ ସରିଲେ ଯାଇ ଯେଉଁ କଥା l ବାବୁଆଣୀ ଯେଉଁ ଲୋକ ତାଙ୍କ କଥା ନ ମାନିଲେ ସିଏ ଇନ୍ଦ୍ର ଚନ୍ଦ୍ର ବି ମାନିବେନି l ଆଉ କିଛି ନ କହି ରୁଟିଟାକୁ ଧରି ଫେରି ଆସିଥିଲା ସେବତୀ l ସେତିକିରୁ ଖଣ୍ଡେ ଖଣ୍ଡେ ଖାଇ ଥିଲେ ଦୁଇ ଜଣ ଯାକ ଆଉ ବଳକା ରୁଟିଟେ ରଖିଥିଲା ସିଏ l ତା ବି ସରିଗଲାଣି l ହେଲେ ଏବେ କଣ କରିବ ସେ? ନିଜେ ଚାରି ଦିନ ହେଲା କିଛି ଖାଇନି l ପିଲାଟାର ଅବସ୍ଥା ତା ଠୁ ବି ଖରାପ l କୋଉଠୁ କଣ ମାଗିଯାଚି ଆଣିଲେ ପେଟରେ ଦାନା ଟିଏ ପଡୁଛି ତାର l ଏମିତିରେ କେତେ ଦିନ ବଞ୍ଚିବ ! ବାପ ଛେଉଣ୍ଡ ପିଲାଟା ରାଜୁ l ବଡ କଷ୍ଟରେ ଏଡିକିଟେ କରିଛି ତାକୁ ସେ l ରାଜୁର ବାପ ଥିଲା ବେଳେ କେତେ କଣ ସ୍ବପ୍ନ ଦେଖିଥିଲେ ଦୁହେଁ l ଦିନରାତି କଷ୍ଟ କରିବେ ଦୁହେଁ ମିଶି ଆଉ ପୁଅକୁ ବଡ ହାକିମଟେ କରେଇବେ ବୋଲି ଶପଥ କରିଥିଲେ l ବେଦିରେ ନେଇଥିବା ଶପଥଠୁ ବଡ ଲାଗୁଥିଲା ଏ ଶପଥଟି l ହେଲେ ଯେତେବେଳେ ରାଜୁକୁ ଦୁଇ ବର୍ଷ ସବୁ ସ୍ବପ୍ନ ଚୁରମାର ହେଇଗଲା l ଗୋଟେ ଗାଡିର ଚକା ତଳେ ପଡି ସବୁ ଦିନ ପାଇଁ ଆଖି ବୁଜି ଦେଲା ରାଜୁର ବାପା l ଛାତି ଫଟେଇ କାନ୍ଦିଥିଲା ସେବତୀ l ହେଲେ ପିଲାଟାକୁ ଚାହିଁ ସମ୍ଭାଳି ନେଇଥିଲା ନିଜକୁ l ସିଏ ହିଁ ରାଜୁର ମାଆ ସିଏ ହିଁ ବାପା ପାଲଟି ଯାଇଛି l କିନ୍ତୁ ଆଜି ସମ୍ଭାଳି ପାରୁନି ନିଜକୁ l ପେଟର ଭୋକ ଅପେକ୍ଷା ପିଲାଟାକୁ କିଛି ନ ଖୁଆଇ ପାରିବାର ନିଆଁଟା ଅଧିକ ଜାଳି ପକାଉଛି ତାକୁ l 


ରାଜୁ ମାଆର ମୁହଁଟାକୁ ଚାହିଁ ରହିଲା କିଛି ସମୟ l ଉତ୍ତରର କୌଣସି ଟେର ନ ପାଇ ମାଠିଆରୁ ପାଣି ଗିଲାସେ କାଢି ଢ଼କ ଢ଼କ କରି ପିଇଦେଲା l ବିଛଣାଟା ପାରି ଶୋଇପଡ଼ିଲା l ମାଆ କୁ ବି ଆସି ଶୋଇଯିବାକୁ କହିଲା l 


ରାଜୁ ସକାଳୁ ଉଠେ ତ ଜାଣେ କି ପେଟଟା ଟିକେ ବେଶୀ କାଟୁଛି ଏବେ l କାଲି ଦିନ ସାରା କିଛି ବି ଖାଇନି ସିଏ l ଭୋକଟା ବେଶୀ କଷ୍ଟ ଦଉଚି ଆଜି l ମାଆ କୁ ଖୋଜିଲା ବେଳକୁ, ମାଆ ଆଜି ବି ଠିକ ସେମିତି ବସି ରହିଛି, ଯେମିତି କାଲି ବସି ରହିଥିଲା l ଟିକେ ଛାନିଆ ହେଇ ମାଆ ମାଆ ବୋଲି କେତେଥର ଡାକିବାରୁ ବି ଉତ୍ତର ମିଳିଲାନି l ବୋଧେ ନିଦ ଜୋର ଧରିଛି ମାଆକୁ l ହସ ମାଡିଲା ରାଜୁକୁ l ମାଆ କଣ ପିଲା ହେଇଚି, ଏତେ ସମୟ ଶୋଇଛି ଯେ? ପାଖକୁ ଯାଇ ମାଆକୁ ଟିକେ ଝୁଲେଇ ଉଠେଇବାକୁ ଚେଷ୍ଟା କଲା l ତଥାପି ମାଆ ଉଠୁନି l ଓଃ ! କେତେ ଯେ ନିଦ ମାଆକୁ l ପୁଣି ପାଣି ଟିକେ ଆଣି ଛିଞ୍ଚି ଦେଲା ମାଆର ମୁହଁରେ l ତଥାପି ଉଠିଲାନି ମାଆ l


କଅଁଳ ପ୍ରାଣଟା ଜାଣି ପାରୁନଥିଲା ଯେ ତା ମାଆ ବି ତାକୁ ଛାଡି ଚାଲି ଯାଇଛି ତା ବାପା ପରି l 


ହେଲେ ରାଜୁର ପ୍ରଚେଷ୍ଟା ସରୁ ନଥାଏ l ସେ ଭିନ୍ନ ଭିନ୍ନ ପ୍ରକାରେ ଚେଷ୍ଟା କରୁଥାଏ, ତା ମାଆକୁ ନିଦରୁ ଉଠେଇବା ପାଇଁ l


Rate this content
Log in

More oriya story from Saraswati Sahu

Similar oriya story from Tragedy