STORYMIRROR

Archana Acharya

Comedy

4  

Archana Acharya

Comedy

କନ୍‌ଫ୍ୟୁଜନରେ ଜେଜେମା

କନ୍‌ଫ୍ୟୁଜନରେ ଜେଜେମା

2 mins
355

ଆମେ ,ମାନେ ମୋ ବାପା ମା ଆଉ ମୋ ଭାଇ ମୁମ୍ବାଇରେ ରହୁ ବାପା ବିବାହ ପୂର୍ବରୁ ଏଇଠାରେ କାର୍ଯ୍ୟରତ । ମୋ ମା ଜଣେ ଗୃହିଣୀ ସାଙ୍ଗକୁ ପାର୍ଲର କୋର୍ସ କରି ଘରେ ଚଳାନ୍ତି । ମୁଁ ସପ୍ତମ ଶ୍ରେଣୀରେ ଓ ମୋ ଭାଇ ଶିବମ୍‌ ତୃତୀୟ ଶ୍ରେଣୀରେ ପାଠ ପଢ଼େ । ଜେଜେ ବେଳେ ବେଳେ ଏଠାକୁ ଆସନ୍ତି ଓ ଅଜା ଆଈମଧ୍ୟ କେତେ ଥର ଆସିଛନ୍ତି, ହେଲେ ମୋ ଜେଜେମା ଦେହରେ ବାହାର ପାଣିପବନ ଚଳେନା।ସେ ସବୁବେଳେ ଆସିବା ଆସିବା କହେ କିନ୍ତୁ ଆସେ ନା,ହେଲେ ଆଜି କିନ୍ତୁ ସେ ଆସୁଛି ।

  ଜେଜେ ମା ଉଡ଼ାଜାହଜରେ ଆସିବାକୁ ମନାକଲାରୁ କାକା ତାକୁ ରେଳରେ ଆଣୁଛନ୍ତି । ସଙ୍ଗେ ସଙ୍ଗେ କାକା ଫୋନ୍‌ ଆସିଗଲା । ମୁଁ ଉଠାଇଲି ,କାକା ଙ୍କୁ ପଚାରିଲି କାକା କେତେବେଳେ ପହଞ୍ଚିବ? କାକା କହିଲେ ଆଉ ପନ୍ଦର ମିନିଟ୍ଅଛି। ଏଠି ମା ମୋ ମୁଣ୍ତ ଟିଣ କଲାଣି ବସିବାକୁ ସିଟ୍ ମିଳିଛି ସେ ଗୋଡ଼ ଲମ୍ବାଇବାକୁ ଝଗଡ଼ା କରୁଛି, ଶୋଇପଡିଲେ ଜାଣି ଜାଣି ଅନ୍ୟକୁ ଠିଆ କରା ଉଛି , ହଉ ତୁମେମାନେ ଆସ।ଏତିକି କହି ମୁଁ ଫୋନ୍ କଟ୍ କଲି । ଭାଇକୁ ସେଇ କଥା କହୁଥାଏ, ବାବା ଶୁଣି ଚିହିଁକି ଉଠି କହିଲେ,ସେ ଗାଁରେ ରହେ ତୁମେ ତାକୁ ନେଇ ଏତେ ଥଟ୍ଟା କରନା । ସଙ୍ଗେ ସଙ୍ଗେ ଜୋରବେଲ୍ ଶବ୍ଦ ଶୁଣି ସେଠାକୁ ସମସ୍ତେ ଦୈଡିଲୁ

ବାବା ଡୋର ଖୋଲିଲେ କହିଲେ ମା କିଛି ଅସୁବିଧା ହେଲା ନିତ ଆସିବାରେ , ଜେଜେମା ଘର ଭିତରକୁ ଗୋଡ଼ ବଢାଇବାକୁ ଉଦ୍ୟତ ହୁଅନ୍ତେ ଭାଇ ମୋର ତା ଉପରକୁ ଝାମ୍ପ ମାରି କହିଲା ଦାଦି ତମେ ଆସି ଗଲ। ତା କଥା ଶୁଣି ଜେଜେମା କହିଲା ତୁ ଟା ବାଇଆଟା ତୋ ଦାଦି ପରା ଏଇଠି ମୋ ପାଖରେ (ମାନେ କକା) l ମତେ ଭାରି ହସ ଲାଗୁଥାଏ କିନ୍ତୁ ବାବାଙ୍କ ଭୟରେ ପୁରା ଚୁପ୍ । ତାପରେ ସମସ୍ତେ ଘରକୁ ଆସିଲୁ ଜେଜେମା ଧୋଇ ବାକୁ ବାଥରୁମକୁ ଗଲା ଆଉ କହିଲା ମା ସୀମା ପାଣି କାଢି ଦେଇ ତୁ ଯା , ଏ ମୋଡ଼ା ଚିପା ଚିପି ମୋ ଦ୍ଵାରା ହେବନି । ଜେଜେ ମା ଧୋଇ ହୋଇ ଆସି ଆରମ୍ଭ କଲା ତାର ଗପପେଡି, ବୁଝିଲୁ ସୀମା ରେଳଗାଡ଼ିରେ ବସିବା ଇଏ ମୋର ପ୍ରଥମ।ମୋତତ ଖାଲି ଝୁଲିଲା ପରି ଲାଗୁଥାଏ , ଭାବିଲି ଯାଉ ଯାଉ ଶୋଇ ପଡିବି ସେ ଅଫିସର ଖଣ୍ଡକ କଣ କମ,ସେ କହୁ କହୁ ତୋ କାକା ପୁରା ମୋ ଉପରେ ତାତି ଗଲା ଆଉ ମା ତାଧିଏରେ ପୁଣି ହିନ୍ଦୀ ଭାଷାରେ ସେ କଣ୍ଡ ଚବର ଚ଼ବର ହଉଥାନ୍ତି ମୁଁ କିଛି ବୁଝି ପାରୁନଥାଏ । ହଠାତ୍ ବଡ଼ା ପା ବଡ଼ା ପା ଡାକ ଶୁଭିଲା କିନ୍ତୁ ଉତ୍ତର କେହି ଦଉ ନାହାନ୍ତି , ମୁଁ ଆମ ଓଡ଼ିଆ ଲୋକ ଭାବି ଦେଖେତ ସେ କଣ ଖାବାର ଧରି ଚାଲିଛନ୍ତି ,କକା କହିଲା ସେଇଟା କାଳେ ଆଳୁ ଚପ ଓ ପାଉଁରୁଟି ଲୋ ମା' ଛିଛି ସେ ଗୁଡ଼ା କଣ ମୋ ପେଟ ଟାଣିବ , ଚା ଟିକେ ପିଇବି ବୋଲି କହିଲି ଯେ ସେ ଯାହା ଦେଲା ପୁରା ଗୋରୁ ମୁତ । ପରିସ୍ରା କରି ଗଲି ଯେ ଜାଗା ପାଇଲିନି ପରିସ୍ରା ଜାଗାରେ ଗଦାଏ ଝାଡ଼ା, ଆସିକି ଅଫିସରକୁ କହିଲି ,ସେ ମୋତେ ଇଧର ଉଧର କଣ କହିଲା ଯେ ମୋ ମୁଣ୍ଡ ଖରାପ ।ସୀମା ତୋ ବୋଉକୁ କହ କଣ ଟିକେ ଦବ । ଜେଜେ ମା ମୁଁ ଆଣୁଛି ମା ପାର୍ଲର କାମରେ ବ୍ୟସ୍ତ ଅଛନ୍ତି । ଆରେ ଦିନୁ ତୋର କ'ଣ ଦରମା କମ୍ କିରେ , ବୋହୂ କଣ ପାଲ କାମ କରୁଛି। ବାପା ହସି ହସି କହିଲେ ,ଆଲୋ ବୋଉ ସିଏ ସଜବାଜ ର କାମ । ପାଲ କାମ ନୁହଁ। ସମସ୍ତେ ହସିବାକୁ ଲାଗିଲେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy