Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Bishwaranjan Tripathy

Horror Tragedy Thriller

3  

Bishwaranjan Tripathy

Horror Tragedy Thriller

କଣ୍ଢେଇ

କଣ୍ଢେଇ

5 mins
39


ରାହୁଲ,ରୋହିତ ଓ ରୋହନ ୩ସାଙ୍ଗ ପିଲାଦିନୁ ଏକାଠି ବଡ ହୋଇଛନ୍ତି, ଯେମିତିକି ସ୍କୁଲ, କଲେଜ, ଖେଳିବା, ବୁଲିବା ଇତ୍ୟାଦି ଯାହା ବି କରନ୍ତି ଏକାଠି କରନ୍ତି। କେବଳ ରାତିରେ ଶୋଇବା କୁ ଛାଡିଦେଲେ ଅନ୍ୟ ସବୁବେଳେ ଏକାଠି ଥାନ୍ତି। ସୌଭାଗ୍ୟ ବଶତଃ ସେ ୩ଜଣ ସାଙ୍ଗ ପଢ଼ା ପରେ ଗୋଟିଏ ସହରରେ (ଭୁବନେଶ୍ୱର) ସରକାରୀ ଚାକିରୀ ପାଇଗଲେ। ଏଥିରେ ସେମାନଂକର ଖୁସି ଦୁଇଗୁଣା ହୋଇସାରିଥାଏ,କାହିଁକି ନା ଶୈଶବ ସହିତ ଅବିବାହିତ ଯୌବନ ବି ଏକାଠି କଟିବ ପୁରା ମଜା ମସ୍ତି ସହ। ସେମାନେ ପ୍ରାୟ ସମୟ ମୌକା ପାଇଲେ ଭୋଜି,ଭାତ,ପାର୍ଟି, ନୂଆ ନୂଆ ସ୍ଥାନ ବୁଲିବା ଇତ୍ୟାଦି ରେ ତାଙ୍କର ପୁରା ସମୟ କଟେଇଦିଅନ୍ତି।

ଅଫସି ଲଗାତାର ୫ ଦିନ ଛୁଟି ଥିବାରୁ ୩ ସାଙ୍ଗ ଯୋଜନା କଲେ ଯେ ଗୋଟେ ଲମ୍ବା ରାସ୍ତା ରେ ଗାଡି ଚଳେଇଯିବା ଓ ଯେଉଁଠି ରାତି ହବ ସେଇଠି ରହିବା। ହେଲେ କୁଆଡେ ଯିବେ ସ୍ଥିର ହୋଇପାରୁନଥାଏ। ହଠାତ ରୋହିତ କହିଲା ଭୁବନେଶ୍ୱର ରୁ କୋରାପୁଟ ଗେଲେ କେମିତି ହୁଅନ୍ତା। ସମସ୍ତେ ହଁ ଭରିଲେ କାହିଁକି ନା କୋରାପୁଟ ହେଉଛି ଓଡ଼ିଶାର ସ୍ୱର୍ଗ, ସେଠି କେବଳ ସାଗର କୁ ଛାଡିଦେଲେ ଆଉସବୁ ପାଇଯିବେ। ସ୍ଥିର ହେଲା ଆଜି ସନ୍ଧ୍ୟାରେ ବାହାରିବେ, ରୋହିତ କିଣିଥିବା ନୂଆ ବୋଲେରୋ ରେ। ସବୁ ସରଞ୍ଜାମ ରେଡି କଲେ, ଯେମିତିକି ଶୁଖିଲା ଖାଦ୍ୟ, ପାଣି, ଡିଜେଲ, ନିଜର ନିତ୍ୟ ବ୍ୟବହାର୍ୟ୍ଯ ଜିନିଷପତ୍ର ଇତ୍ୟାଦି।

କଥା ଅନୁଯାୟୀ ସମସ୍ତେ ଆସି ରୋହିତ ଘର ପାଖରେ ଏକାଠି ହେଲେ, ସେତେବେଳକୁ ସମୟ ପ୍ରାୟ ସନ୍ଧ୍ୟା ୫.୦୦ ଟା ହବ। ସେଠି କିଛି ଜଳଖିଆ କରି ବହାରିପଡିଲେ କୋରାପୁଟ ଯାତ୍ରାରେ। ବାହାରିଲା ବେଳକୁ ଘଣ୍ଟାରେ ୭.୦୦ ଟା ବାଜି ସରିଥାଏ,ସମସ୍ତେ କିଛି କିଛି ବାଟ ଡ୍ରାଇଭ କରି ଚାଲିଲେ ଆଗକୁ ଆଗକୁ। ଆଗରୁ ପ୍ଲାନ ହୋଇସାରିଥାଏ ଯେ ଚିଲିକା ଢ଼ାବାରେ ରାତ୍ରି ଭୋଜନ କରିବା ପାଇଁ, ଏହିଭିତରେ ସେମାନେ ଆସି ଚିଲିକା ଢ଼ାବାରେ ପହଂଚି ସାରିଥିଲେ। ସେଠି ସେମାନେ କଙ୍କଡା ଝୋଳ ସହ ନାନ ତା ସହିତ ହାଲକା ଡ୍ରିଂକ୍ସ ବି କରିଲେ, ରୋହିତ କିନ୍ତୁ ଜାଣି ଜାଣି ମଦ ନପିଇ ତଳେ ଅଜାଡ଼ି ଦିଏ ସେମାନଙ୍କ ଅଜାଣତରେ। ଖାଇବା ପିଇବା ଶେଷ କରି ପୁଣି ବାହାରିଲେ ଯାତ୍ରାରେ।

ଗାଡି ଚିଲିକା ଅତିକ୍ରମ କରିସାରିଥାଏ, ହଠାତ ଆକାଶ ରେ କଳା ହାଣ୍ଡିଆ ମେଘ ଘୋଟି ଆସିଲା, ଚାହୁଁ ଚାହୁଁ ବାଦଲ ର ଛାତିକୁ ଚିରି ବର୍ଷା ହେବାରେ ଲାଗିଲା। ସୁନସାନ ରାସ୍ତା, କାଁ ଭାଁ ଗୋଟେ ଗୋଟେ ଗାଡି ଯାଉଥାଏ ଆସୁଥାଏ। ହଠାତ ରୋହନ ଦେଖିଲା ଅଳ୍ପ କିଛି ବାଟ ଆଗରେ ଗୋଟେ ସ୍ତ୍ରୀ ଲୋକଟିଏ ଆଗକୁ ଯିବା ପାଇଁ ହାତ ଠାରି ଲିଫ୍ଟ ମାଗୁଛି। ରୋହନ ସଙ୍ଗେ ସଙ୍ଗେ ରାହୁଲ କୁ କୁହେ କି ସେ ଝିଅକୁ ଲିଫ୍ଟ ଦେବାପାଇଁ କିନ୍ତୁ ରୋହିତ ମନା କରେ, କାହିଁକି ନା ତାଙ୍କର କଥା ହୋଇଥିଲା ଯେ ଯେତେ ଅସୁବିଧା ଆସୁପଛେ ଚତୁର୍ଥ ବ୍ୟକ୍ତି ଙ୍କୁ ଗାଡ଼ିରେ ନବସେଇବା ପାଈଁ ଏହି ଟ୍ରିପ ରେ। ସେ ଯାହା ହଉ ଏମିତି ବହୁତ ତର୍କ ବିତର୍କ ପରେ ନିଷ୍ପତି ହେଲା ଯେ ସେ ଝିଅକୁ ଲିଫ୍ଟ ଦେବା ପାଇଁ।

ଗାଡି ଯାଇ ଅଟକିଲା ସେ ଝିଅ ପାଖରେ। ବର୍ଷାରେ ସେ ଝିଅ ପୁରା ଭିଜିସାରିଥାଏ, ତାର ଭିଜା ବସ୍ତ୍ର ଉପରେ ସବୁକିଛି ଦୃଶ୍ୟମାନ ହେଉଥାଏ,ଏହା ଦେଖି ରୋହନ ମନ ଭିତରେ କାମନା ଭାବ ଜାଗ୍ରତ ହୋଇସାରିଥାଏ। ସେ ଝିଅ ପଚାରିଲା ଆପଣ ମତେ ଟିକେ ବ୍ରହ୍ମପୁର ଯାଏ ଛାଡ଼ିଦେବେ, ହଠାତ ରୋହନ କୁହେ ନିଶ୍ଚିତ ଆସନ୍ତୁ ନା ଗାଡିଭିତରକୁ ଏତିକି କହି ଗାଡିର ଡୋର ଟିକୁ ଖୋଲିଦିଏ। ସେ ଝିଅ ଆସି ଗାଡିର ପଛ ସିଟ ରେ ବସିଯାଏ, ରୋହନ ତାକୁ ଗୋଟେ ତଉଲିଆ ଦିଏ ପୋଛା ପୋଛି ହେବା ପାଇଁ। ପଛ ସିଟ ରେ ବସିଥାନ୍ତି ରୋହନ ଓ ସେ ଝିଅ। ରୋହନ ପଚାରିଲା।

ଆପଣଙ୍କ ନାମ ଟା କଣ?

ଅନାମିକା ପାଣି (ଅନୁ)

ଏତେ ରାତିରେ ଏକୁଟିଆ ସେଠି କଣ କରୁଥିଲେ ଆପଣ?

ଆମ ଗାଡିଟା ଦୁର୍ଘଟଣା ଗ୍ରସ୍ତ ହୋଇଯାଇଛି,ଦୃଭାଗ୍ୟ ବଶତଃ ମୁ ସେ ଖାଇ ତଳକୁ ଖସିପଡ଼ିଲି, ସେଠି ମୁ ଅଚେତ ହୋଇ ପଡିଥାଏ, ଅଳ୍ପ ସମୟ ପରେ କିଛି ଲୋକ ଆସି ମୋ ଝିଅ ଓ ମୋ ସ୍ୱାମୀ ଙ୍କୁ ବ୍ରହ୍ମପୁର ମେଡ଼ିକାଲ କୁ ନେଇଗଲେ ସେତେବେଳକୁ ମୋର ଚେତା ଫେରିଆସିଥିଲା, ମୁ ଯେତେ ଡାକିଲି କେହି ଶୁଣିଲେନି। ବହୁତ କଷ୍ଟରେ ସେ ଖାଇରୁ ଉଠିକି ଆସିଛି ଯାହା ହଉ ଆପଣ ମାନେ ମୋତେ ବହୁତ ସାହାଯ୍ୟ କରିଲେ।

କେତେବେଳେ ଦୁର୍ଘଟଣା ଘଟିଲା? ଆପଣଙ୍କର ତ କାଇଁ କିଛି କ୍ଷତ ବିକ୍ଷତ ହୋଇନି କୋଉଠି?

ସୌଭାଗ୍ୟ ବଶତଃ ମୋର କିଛି ହୋଇନି ଆଜି ସକାଳୁ ସକାଳୁ ଏ ଘନ କୁହୁଡି ପାଇଁ ଏମିତି ହୋଇଛି, ମୁ ଯେତେ ମନା କରିଲି ତାଙ୍କୁ ଜୋରରେ ଗାଡି ଚଳାଓ ନି, କିନ୍ତୁ ସେ ମୋକଥା ଶୁଣିଲେନି।

ଆପଣଙ୍କ ଝିଅ ନାମ, ଆଉ ତାର ବୟସ କେତେ?

ଅନନ୍ୟା ତାର ବୟସ ୬ ବର୍ଷ ମାତ୍ର।

ଆଛା ଆପଣଙ୍କ ଘର ଟା କୋଉଠି?

ଶୁଣନ୍ତୁ ମୁ ମୋ ସ୍ୱାମୀ ଓ ଝିଅ ବିଷୟରେ ପୁରା କହିଦଉଛି। ଆମ ଘର ବାଲେଶ୍ଵର ଜିଲ୍ଲା ରେ ,ମୋ ସ୍ୱାମୀ ବ୍ରହ୍ମପୁର ରେ ଡାକ୍ତର ଅଛନ୍ତି, ତାଙ୍କ ନାମ ଡା.ବିଜୟ ପାଣି ମେଡିସିନ ସ୍ପେସିଆଲିଷ୍ଟ। ହଁ ଏ ଯୋଉ କଣ୍ଢେଇଟିକୁ ଦେଖୁଛନ୍ତି ଅନନ୍ୟା ଏ କଣ୍ଢେଇଟିକୁ ବହୁତ ଭଲ ପାଏ, ସେ ୟାକୁ ବହୁତ ଖୋଜୁଥିବ। ଆମେ ୪ଦିନ ତଳେ ଘରକୁ ଯାଇଥିଲୁ। ଆଜି ସକାଳୁ ଭୁବନେଶ୍ୱର ରୁ ଫେରୁଥିଲୁ ହଠାତ ସେ ଦୁର୍ଘଟଣା କୁ ସାମ୍ନା କରିଲୁ, ମୁ ଦିନସାରା କିଛି ଖାଇନି କି ପିଇନି, ଦୟାକରି କିଛି ଦେବେ ମତେ ଖାଇବା ପାଇଁ।

ତାକୁ ବିସ୍କୁଟ ଓ ପାଣି ଦିଅନ୍ତି, ସେ ସବୁ ଖାଏ, ସେତେବେଳକୁ ରୋହନ ମନରେ ସେ ପାସବିକ ଚିନ୍ତାଧାରା ଆଉ ନଥାଏ ତାର ଦୁଃଖଭରା କାହାଣି ଶୁଣିସାରି। ଏ ଭିତରେ ବ୍ରହ୍ମପୁର ବାଇପାସ ହୋଇସାରିଥାଏ, ରାତି ସେତେବେଳକୁ ପ୍ରାୟ ୧୨.୦୦ ଟା ପରେ ହେବ, ମାନବିକତା ଦୃଷ୍ଟିରୁ ସେମାନେ ଅନୁ କୁ ନେଇ ମେଡ଼ିକାଲ ପାଖରେ ଛାଡିଦିଅନ୍ତି, ଆଉ ନିଷ୍ପତି ନିଅନ୍ତି କି ରାତିରେ ବ୍ରହ୍ମପୁର ରେ କଟେଇ ସକାଳୁ ପୁଣି କୋରାପୁଟ ବାହାରିବେ। ଅନୁକୁ ନେଇ ମେଡ଼ିକାଲ ପାଖରେ ଛାଡିଦିଅନ୍ତି।

ହଠାତ ଅନୁ କୁହେ ଏତେ ତ ସାହାଯ୍ୟ କଲେଣି ଆଉ ଟିକେ ସାହାଯ୍ୟ କରିଦିଅନ୍ତେ ଯଦି ଭଲ ହୁଅନ୍ତା,

ହଉ କୁହନ୍ତୁ ଆଉ କଣ ସାହାଯ୍ୟ କରିପାରୁ।

ଦୟାକରି ଏ କଣ୍ଢେଇ ଟିକୁ ନେଇ ମୋ ଝିଅକୁ ଦେଇ ଆସିବେ। ମୋର ଡ୍ରେସ ଓ ଦେହ ପୁରା ଭିଜି ସାରିଛି, କେମିତି ଯିବି ସେଠି ମତେ ସମସ୍ତେ ଚିନ୍ହିଛନ୍ତି, ଜଣେ ଡାକ୍ତର ର ସ୍ତ୍ରୀ ଯେହେତୁ। ଏ ଭିତରେ ମୁଁ ଯାଇ କ୍ବାଟର ରୁ ଡ୍ରେସ ବଦଳିକି ଆସିଯାଇଥିବି। ଏତିକି କହି କଣ୍ଢେଇଟିକୁ ରୋହନ ହାତକୁ ବଢ଼େଇଦେଇ ସେଠୁ ଉଭାନ ହୋଇଯାଏ ଅନୁ।

ରୋହନ ଯାଏ ସେ କଣ୍ଢେଇଟିକୁ ଧରି, ହେଲେ କୋଉ ୱାର୍ଡ,କେତେ ନଂ ବେଡ଼ କିଛି ଜାଣିନି ରୋହନ। ଅନୁ ବି ସେ ବିଷୟରେ କିଛି କହିନି। ତେଣୁ ସେ ବାଧ୍ୟ ହୋଇ ଡା. ବିଜୟ ପାଣି ଙ୍କ ବିଷୟରେ ପଚାରିଲା ସେ ଗେଟ ପାଖରେ ବସିଥିବା ସିକୁରିଟି ଗାର୍ଡ କୁ। ସିକୁରିଟି ଗାର୍ଡ ବି କହିଦେଲା ଡା. ବିଜୟ ଙ୍କ ଘର ଠିକଣା। ରୋହନ ପଚାରେ ଏବେ ସେ କେତେ ନଂ ବେଡ଼ ରେ ଅଛନ୍ତି? ସିକୁରିଟି କୁହେ କି ସେ ଆଜକୁ ୨ଦିନ ହେଲାଣି ଡିସଚାର୍ଜ ହୋଇ ଘରେ ଅଛନ୍ତି। ଏ ସବୁ ଶୁଣି ଏମାନେ ଆଶ୍ଚର୍ଯ୍ୟ। ଅନୁ କହୁଥିଲା ଆଜି ସକାଳେ ଦୁର୍ଘଟଣା ହୋଇଛି, ଏ କହୁଛି ୨ଦିନ ହେଲା ଡିସଚାର୍ଜ ହୋଇ ଘରେ। ମନରେ ସନ୍ଦେହ ହେବାରୁ ସେ ତିନିଜଣ ଗାଡି ଧରି ବାହାରିଲେ ଡା. ବିଜୟ ଙ୍କ ଘରକୁ। ଯାଇ ଡାକ୍ତର ବିଜୟ ଙ୍କ କଲିଙ୍ଗ ବେଲ ବଜାନ୍ତି, ତାଙ୍କ ଘରର ଚାକର କୁହେ କି ବାବୁ ଙ୍କ ଦେହ ଖରାପ ସେ ରୋଗୀ ଦେଖିପାରିବେନି।

ରୋହନ କୁହେ ଦୟାକରି ଟିକେ କବାଟ ଖୋଲନ୍ତୁ, ସାର ଙ୍କ ସ୍ତ୍ରୀ ଙ୍କୁ ଏବେ ଆଣି ଏଇଠି ଛାଡିଲୁ, ଏତିକି ଶୁଣି ଚାକର କୁହେ, ରାତିଅଧରେ ପାଗଲାମୀ କାଇଁ କରୁଛନ୍ତି, ଦୟାକରି ଏଠୁ ଚାଲି ଯାଆନ୍ତୁ। ରୋହନ ରାଗିଯାଏ ଆଉ ଜୋରରେ କୁହେ ଆମେ ପାଗଳ ନୋହୁଁ। ଏବେ ଆଣି ଅନାମିକା ପାଣି ମାଡାମ ଙ୍କୁ ଏଇଠି ଛାଡିଲୁ ଦୟାକରି ତାଙ୍କୁ ଟିକେ ଡାକିଦିଅନ୍ତୁ, ସେ ଆମକୁ ଦେଖିଲେ ଚିନ୍ହିପାରିବେ।

ମାଡାମ ଙ୍କ ନାମ ଶୁଣି ଚାକର ଆସି କୁହେ କି କାହିଁକି ରାତିଅଧରେ ଥଟ୍ଟା ତାମାଶା ଲାଗେଇଛନ୍ତି, ଆପଣଂକୁ ଆଉ କେହି ମିଳିଲେନି, ଜଲ୍ଦି ଯାଆନ୍ତୁ ଏଠୁ ନହେଲେ ପୋଲିସ ଡାକିବି। ଏଥର କିନ୍ତୁ ରୋହନ ରାଗିଯାଏ ଆଉ ସବୁ ଘଟଣା ବଳି କୁହେ ଓ ସେ କଣ୍ଢେଇଟିକୁ ଦେଖେଇ କୁହେ,ଦେଖ ଏ କଣ୍ଢେଇକୁ ଏଇଟିକୁ ଅନୁ ମାଡାମ ଏବେ ଦେଇଛନ୍ତି ତାଙ୍କ ଝିଅକୁ ଦବା ପାଇଁ, ଆମେ ଯାଇ ଡାକ୍ତରଖାନାରେ ବୁଝୁତ ସେମାନେ ଘରକୁ ଡିସଚାର୍ଜ ହୋଇସାରିଲେଣି, ସେଉଠୁ ବୁଝି ବୁଝି ଆସିଲୁ।

ଏତେ ସବୁ ଶୁଣିବା ପରେ ସେ ଚାକର ର ଟିକେ ବିଶ୍ୱାସ ହେବାରୁ ସେମାନଙ୍କୁ ଘରକୁ ଡାକିଲା ଆଉ ଡାକ୍ତର ଙ୍କ ସହ ଦେଖା କରେଇଲା ଓ ଅନନ୍ୟା କୁ ବି ଦେଖେଇଲେ ତାପରେ ଅନୁ ର ଫୋଟୋ ବି ଦେଖେଇଲେ, ସେଥିରେ ଗୋଟେ ଫୁଲ ମାଳା ଝୁଲୁଥିଲା। ଏ ସବୁ ଦେଖି ସେମାନଙ୍କୁ ଆଉ କିଛି ଅବୁଝା ରହିଲାନି। ଡାକ୍ତର ବାବୁ ସେମାନଙ୍କୁ ପ୍ରକୃତ ଘଟଣା ବିଷୟରେ ସବୁ ସେମାନଙ୍କୁ କହିଲେ। ସେ ସବୁ ଶୁଣିସାରିବା ପରେ ୩ ଜଣ ପୁରା ଚକିତ ହୋଇ ରହିଗଲେ। ଏ ଭିତରେ ଚାକର ୪କପ ଚା ଆଣିଦିଏ ସମସ୍ତଙ୍କୁ। ସେତେବେଳକୁ ସମୟ ପ୍ରାୟ ରାତି ୩.୦୦ ଟା ହବ। ରୋହନ କଣ୍ଢେଇଟିକୁ ନେଇ ଅନନ୍ୟା ମୁଣ୍ଡ ପାଖରେ ରଖିଦିଏ। ସକାଳୁ ସକାଳୁ ସେମାନେ ଆଉ କୋରାପୁଟ ନଯାଇ ଘରକୁ ଫେରିଆସନ୍ତି। ଏମିତି ଗୋଟେ ଅଦ୍ଭୁତ ଘଟଣା ସେମାନଙ୍କ ଜୀବନ ଶୈଳୀ ପୁରା ବଦଳେଇ ଦିଏ।

ଏପଟେ ଡାକ୍ତର ବାବୁ ବି ଆଶ୍ଚର୍ଯ୍ୟ ହୁଅନ୍ତି ଅନୁ ର ମରିବା ପରେ ବି ଝିଅ ପ୍ରତି ଥିବା ମମତା କୁ ଦେଖି। ଓ ସେ କଣ୍ଢେଇଟିକୁ ଧରି ବହୁତ କାନ୍ଦନ୍ତି ତାଙ୍କ ଅନନ୍ୟା କୁ ମନେପକେଇ।



Rate this content
Log in