DrPuja Dash

Inspirational

3  

DrPuja Dash

Inspirational

କମଳା ଶାଢ଼ୀ

କମଳା ଶାଢ଼ୀ

4 mins
15.1K


କାଲି ଶାଢୀଟେ ମିଲିଲା ମୋତେ ମୋ ବିବାହ ବାର୍ଷିକୀ ଉପଲକ୍ଷେ | ରାତି ବାରଟା ବେଳକୁ ଇଂରାଜୀ ଷ୍ଟାଇଲି ରେ ମୋ ହାତକୁ ବଢ଼ାଇ ଦେଲେ ଏଇ ଶାଢ଼ୀ ଖଣ୍ଡିକ | ଚିକମିକ କାଗଜ ରେ ବନ୍ଧା ପ୍ୟାକେଟ ଟିକୁ ମୁଁ ଭାରି ଉଛନ୍ନ ହେIଇ ଖୋଲି ପକେଇଲି | ତା ଭିତରେ ଥିଲା କମଳା ରଙ୍ଗରେ ସବୁଜ ଫୁଲ ପକା ହାଣ୍ଡଲୁମ ଶାଢ଼ୀ ଖଣ୍ଡିଏ | ଏଇ ରଙ୍ଗ ମୋତେ ଜମା ପସନ୍ଦ ନୁହେଁ, ସେଥିରେ ପୁଣି ଏ କି ବଡ ବଡ ଫୁଲ | ମନକୁ ଜମା ପାଉନି ମୋର।କଣ ବା କହିବି ୟାଙ୍କୁ। ରାତି ଟାରେ କାହିଁ ମନ ଖରାପ କରିବି ବୋଲି ଭାବି କହିଲି ବହୁତ ରାତି ହେଲାଣି ଚାଲ ଶୋଇବା , କାଲି ସକାଳେ ଆଉ ଯାହା କଥାବାର୍ତ୍ତା | ଯୋଗକୁ ଆଜି ରବିବାର, କୁଆଡେ କିଛି କାମ ନାହିଁ ତାଙ୍କର | ସକାଳୁ ଲାଗିଛନ୍ତି ମୋ ପଛରେ , ଗଣି ଗଣି ଏଇ ଚାରି ଘଣ୍ଟା ଭିତରେ ଆଠ ଥର ପଚାରିସାରିଲେଣି କି କେମିତି ଲାଗିଲା ବୋଲି | ଭଲ ଲାଗୁନି କହିଲେ ମନ ଦୁଃଖ ହେଇଯିବ,ଆଉ ମିଛ କହିଲେ ମୋ ମୁହଁରୁ ଅନୁମାନ କରିନେବେ। ଆଜି ପୁଣି ୟାଙ୍କ ସାନ ଭାଇ ଅଜୁଙ୍କ ତରଫରୁ ରାତ୍ରୀଭୋଜନ ପାଇଁ ନିମନ୍ତ୍ରଣ ମଧ୍ୟ ଅଛି | ମୁଁ ବାହାନା କରି ଠାକୁର ଘର, ରୋଷେଇ ଘର କୁଆଡେ କୁଆଡେ ଲୁଚି ବୁଲୁଛି | ଇୟେ ଏବେ ନିଜର କାମଦାମ ସାରି ଯାଇ ବସିଛନ୍ତି ଟିଭି ସାମ୍ନାରେ | ଯାହା ହଉ ଟିକେ ନିସ୍ତାର ମିଳିଲା ମୋତେ ୟାଙ୍କ ପ୍ରଶ୍ନରୁ | ଯାଏ କିଛି ଗୋଟେ ଭାବିଚିନ୍ତି ବାହାନାଟେ ଖୋଜେ | ଯଦି ଜାଣିବେ ଆଉ କେବେ କିଛି ଭି କିଣିକି ଦେବେନି, ଭାରି ଅଭିମାନୀ ମଣିଷ ଟିଏ | 

ଆରେ ଆମ ପରିଚୟ ତ ଏଯାଏଁ ପାଇଲେନି ଆପଣ ମାନେ ! ନମସ୍କାର | ମୁଁ ପୂଜା, ଗୋଟେ ବ୍ୟାଙ୍କ ରେ ପିଓ, ଆଉ ଇୟେ ହେଲେ ମୋ ସ୍ୱାମୀ ସୁବ୍ରତ ମିଶ୍ର, ହାଲ ରେ ଯନ୍ତ୍ରୀ | ଆମ ବାହାଘର ବେଶୀ ପୁରୁଣା ନୁହେଁ ମ, ଏଥରକୁ ପାଞ୍ଚେ ପୁରିଲା ମାତ୍ର | ଦୁହେଁ ବାଙ୍ଗାଲୋର ରେ ରହୁ , ତାଙ୍କ ଅଫିସ ତରଫରୁ ମିଳିଥିବା କ୍ୱାଟରରେ | ସନ୍ତାନ ସନ୍ତତି ଲାଗି ଏଯାଏଁ ମନ ବଳେଇନୁ, ବାସ କାର୍ଯ୍ୟ ବ୍ୟସ୍ତତା ଆଉ ଦିହେଁ ଦିହିଁ ଙ୍କୁ ଜାଣିବାରେ କେମିତି କଟିଯାଇଛି ଏତେ ଗୁଡ଼େ ଦିନ ଜଣା ଭି ପଡିଲାନି | ଆମ ଦିଜଣଙ୍କର କଥା ଯଦି ପଡେ, ଗୋଟେ ବଡ ଉପନ୍ୟାସ ଟେ ବନିଯିବ | ପରେ କେବେ ସମୟ ସୁଯୋଗ ଦେଖି ଆପଣ ମାନଙ୍କୁ ଶୁଣେଇବି ଆମର ଆଉ କେତେ କଥା | ଚାଲନ୍ତୁ ପୁଣି ଫେରିଯିବା ଆମର ଆଜିର ବିବାହାବର୍ଷିକୀ କାହାଣୀ ଭିତରକୁ |

ଟ୍ରିଙ୍ଗ ଟ୍ରିଙ୍ଗ ...... .... ...

ସୁବ୍ରତ କିଏ କଲିଂ ଵେଲ ମାରୁଛି, ଯାଇକି ଦେଖନା, ମୁଁ ରୋଷେଇ ଘରେ ବାବା | 

ସୁବ୍ରତ: କପିଲ ସୋରେ ଗୋଟେ ଭଲ କମେଡି ଚାଲିଛି ପୂଜା, ତୁମେ ଯାଇକି ଦେଖନା , ପ୍ଲିଜ |

ଟ୍ରିଙ୍ଗ ଟ୍ରିଙ୍ଗ ... .... ..... .... 

ପୂଜା: ହେ, କି ଅଜବ ଲୋକ ମ ତୁମେ, ଯାଉଛି ରୁହ |

ଆରେ ଅମର ଆଉ ସ୍ନିଗ୍ଧା, , what a pleasant surprise ,ପ୍ଲିଜ welcome 

ଅମର ଆଉ ସ୍ନିଗ୍ଧା: Hi ପୂଜା, hey hi ସୁବ୍ରତ , wish you both a very happy marriage anniversary guys 

ପୂଜା ଆଉ ସୁବ୍ରତ: thank you so much 

ସୁବ୍ରତଙ୍କର ଏମାନେ ହେଲେ ଅଫିସ ସାଙ୍ଗ-ଦମ୍ପତି | ଉତ୍ତରପ୍ରଦେଶ ର ବାସିନ୍ଦା | ଖୁବ ଭଲ ପାନ୍ତି ମୋତେ ଆଉ ୟାଙ୍କୁ , ଆଉ ବେଶୀ ମୋ ହାତ ରନ୍ଧା ଓଡ଼ିଆ ଖାଦ୍ୟକୁ | ୟାଙ୍କ ଅଫିସ ଯାକ ମୋ ଖାଇବା କୁ ନେଇ ସବୁବେଳେ ଚର୍ଚ୍ଚା, ପ୍ରାୟତଃ ଲଞ୍ଚ ଟାଇମ ରେ | ଏମିତି ବି ହୁଏ କି, ମୋ ସ୍ୱାମୀଙ୍କୁ ବେଳେ ବେଳେ ତାଙ୍କ ଟିଫିନ ବି ଖାଇବାକୁ ମିଳେନି, ବାଧ୍ୟ ହେଇ ବିଚାର ଦୋସା କି ଉତ୍ତପମ କ୍ୟାଣ୍ଟିନରୁ ମଗେଇକି ଖାନ୍ତି | କେବେ କିଛି ପର୍ବ ପର୍ବାଣୀ କି ଜନ୍ମ ଦିନ ଇତ୍ୟାଦି ହେଲେ, ଅମର ଆଉ ସ୍ନିଗ୍ଧାଙ୍କର ଆମ ଘରକୁ ଆସିବା ଅବା ଆମ ଦୁହିଁଙ୍କୁ ନିମନ୍ତ୍ରଣ କରିବା ଥୟ |

ଅମର: ଆମେ ଭାବିଲୁ କି ଚାଲ ଆଜି ଦୁଇ ଲଭବାର୍ଡ଼ ଙ୍କୁ ଟିକେ ସକାଳୁ ସକାଳୁ ଚମକେଇ ଦେବା |

ସ୍ନିଗ୍ଧା: ଅମର ସକାଳୁ ସକାଳୁ କଣ କହୁଛ ଯେ, ଦିନ ୧୨ ଟା ବାଜିଲାଣି | ପୁରା ଭୁଲକଡ଼ ମଣିଷଟେ ଇୟେ | 

ସୁବ୍ରତ: ହେଲା ହେଲା , ପୁଣି ଦିଜଣ ଏଇ କଥାକୁ ନେଇ ଯୁକ୍ତିତର୍କ କରନି | ଆଉ କଣ ପ୍ଲାନିଂ କରିକି ଆସିଛ କୁହ ଜଲ୍ଦି |

ଅମର: କିଛି ପ୍ଲାନିଂ ନାହିଁ ସେମିତି, ବାସ ତୁମ ଦିଜଣଙ୍କୁ ନେଇକି ଗୋଟେ ଲଞ୍ଚ ଆଉଟିଂ ଲାଗି ଭାବିକି ଆସିଛୁ |

ପୂଜା : ନା ରେ ସ୍ନିଗ୍ଧା, ଆଜି ଆଉ ଲଞ୍ଚ ବାହାରେ ହେଇ ପାରିବନି | ମୁଁ ରୋଷେଇ ଆରମ୍ଭ କରିସାରିଲିଣି, ତାସାଙ୍ଗକୁ ପୁଣି ରାତିରେ ନିମନ୍ତ୍ରଣ ଅଛି ଗୋଟେ | ଆଉ କେବେ ଭାବିବା , ଦୟାକରି ଖରାପ ଭାବନି କି ମନ ଭି ଖରାପ କରନି |

ଅମର ଆଉ ସ୍ନିଗ୍ଧା ଟିକେ ମୁହଁ ସୁଖେଇଦେଲେ |

ସୁବ୍ରତ: ଆଛା, ପୂଜା ଗୋଟେ କାମ କଲେ ହୁଅନ୍ତାନି ? ତୁମେ ଗୋଟେ ବଢିଆ ଲଞ୍ଚ ବନାଅ | ତାପରେ ଆମେ ଆଇସକ୍ରିମ ଖାଇବାକୁ ବାହାରକୁ ଯିବା |

ପୂଜା: ହଁ ତ ଖୁବ ବଢିଆ ହବ , କଣ କହୁଛ ଅମର ଆଉ ସ୍ନିଗ୍ଧା ?

ଅମର ଆଉ ସ୍ନିଗ୍ଧା ଏକ ସ୍ୱରରେ ଖୁବ ବଢିଆ | 

ସ୍ନିଗ୍ଧା: ସତରେ ସୁବ୍ରତ ତୁମ ଉପସ୍ଥିତ ବୁଦ୍ଧିକୁ ମାନିବାକୁ ହବ | କିଛିଟା ଧାର ରେ ଦିଅତ ୟେ ଅମର କୁ |

ଅମର: ହଁ ତୁମେ ଯେମିତି ବୁଦ୍ଧିର ଗଂତାଘର |

ଗପସପ ସହିତ ରୋଷେଇ ସାରିକି ଖାଇ ବସିଲା ବେଳେକୁ ଦିନ ପ୍ରାୟତଃ ଦୁଇଟା | ମାଧ୍ୟାନଃ ଭୋଜନ ଶେଷ | ଏବେ ଆଇସକ୍ରିମ ଖାଇବାକୁ ବାହାରିଗଲୁ ଆମେ ଚାରିଜଣ | ଆଇସକ୍ରିମ ଖାଉ ଖାଉ ସ୍ନିଗ୍ଧା ପଚାରିଲା , ପୂଜା ତୋତେ ଆଜି କଣ ଉପହାର ମିଳିଛି | ମୁଁ କହିଲି, ସେ ଗୋଟେ ଶାଢ଼ୀ ଦେଇଛନ୍ତି | ସୁବ୍ରତ ମୋ ଆଡକୁ ଟିକେ ଅନେଇଲେ , ଆଉ ମୁଁ ଟିକେ ସ୍ମିତ ହାସ୍ୟ ଦେଇ ସ୍ନିଗ୍ଧା ଆଡକୁ ଅନେଇଲି | କଣ ବୁଝିଥିବେ କେଜାଣି, କି ଜାଣିବାକୁ ଚେଷ୍ଟା କରୁଛନ୍ତି ବୋଧେ | ସ୍ନିଗ୍ଧା ପଚାରିଲା ତୁମେ କଣ ଦେଲ ସୁବ୍ରତ କୁ ? ମୋର କିଛି କହିବା ପୂର୍ବରୁ ସୁବ୍ରତ କହିଲେ, ସେ ନିଜେ ମୋ ଜୀବନର ଗୋଟେ ବଡ ଉପହାର | ଉପହାର କଣ କେବେ ଉପହାର ଦିଏ ସ୍ନିଗ୍ଧା ? ମୋ ଆଖୀ ସେତେବେଳକୁ ଛଳଛଳ ଆଉ କଣ୍ଠ ପୁରା ବାଷ୍ପରୁଦ୍ଧ ହେଇସାରିଥାଏ | ମୋ ନିଜ ପ୍ରେମ ଆଉ ଭଲ ପାଇବା ଆଗରେ ମୁଁ ସେଦିନ ନିଜକୁ ଭାରି ଛୋଟ ମନେକଲି, ତୁଛ ଗୋଟେ ଶାଢ଼ୀର ରଙ୍ଗ ପଛରେ ପଡି | ସୁବ୍ରତ ମୋ ଅବସ୍ଥା ବୋଧେ ବୁଝିସାରିଥିଲେ କIଲି ରାତିରୁ, ବାସ ମୋ ମନକୁ ଦୁଃଖ ନହଉ ବୋଲି ଜଣଉ ନଥିଲେ ନିଜ ମନର ଆବେଗକୁ | ମୋ ପାଖରେ ଆସିକି ଛିଡା ହେଲେ ଟିକେ ଲାଗିକି | ଆଉ କାନରେ ଚୁପ କି କହିଲେ , ସେ କମଳା ଶାଢ଼ୀଟା ମୋ ପୂଜାକୁ ଖୁବ ସୁନ୍ଦର ମାନିବ | ଅପେକ୍ଷାରେ ରହିଲି ଦେଖିବାକୁ |

@ Dr Puja Dash


Rate this content
Log in

More oriya story from DrPuja Dash

Similar oriya story from Inspirational