STORYMIRROR

Shailaja Priyadarshini

Drama Classics Inspirational

3  

Shailaja Priyadarshini

Drama Classics Inspirational

ଖରାର ଦୁଇଟି ସ୍କେଚ୍

ଖରାର ଦୁଇଟି ସ୍କେଚ୍

1 min
115

ଶୋଷ


ଡ଼ହଡ଼ହ ଖରାରେ ରାସ୍ତାର ଏକ ଗଛ ମୂଳରେ ଥକା ମାରି ବସିପଡ଼ିଲେ ଏକ ବୃଦ୍ଧ ଦମ୍ପତ୍ତି। ବୋଧହୁଏ ସେମାନେ ଖୁବ୍ କ୍ଳାନ୍ତ ଓ ତୁଷାର୍ତ୍ତ ଥିଲେ। କିଛି ସମୟ ପରେ ବୃଦ୍ଧା ଜଣକ ଘୁମେଇ ଘୂମେଇ ତଳେ ବସି ପଡିଲେ। ଏହା ଦେଖି ବୃଦ୍ଧ ଜଣକ ତାଙ୍କ ସ୍ତ୍ରୀ ଙ୍କୁ ଡାକିଲେ କିନ୍ତୁ ବୃଦ୍ଧା ଜଣକ କିଛି ପ୍ରତ୍ୟୁତ୍ତର ଦେଲେନାହିଁ। ଏହା ଦେଖି ବୃଦ୍ଧା ଜଣକ ଚାରିପଟେ ଦେଖିବାରେ ଲାଗିଲେ ଓ ଚାରିଆଡ଼େ ଖୋଜିବାରେ ଲାଗିଲେ ଟିକେ ପାଣି ପାଇବା ଆଶାରେ କିନ୍ତୁ କେଉଁଠି ପାଣି ଟୋପେ ଦେଖିପାରୁ ନଥିଲେ।

.......


ଦୂର୍ଭାବନା


ଜ୍ୟେଷ୍ଠ ମାସର ଟାଇଁଟାଇଁ ଖରା। ପ୍ରବଳ ଗୁଳୁଗୁଳି, ତା ସାଙ୍ଗକୁ ଝାଞ୍ଜି ପବନ। ପ୍ରଚଣ୍ଡ ଖରାରେ ବି ଅନେକ ଲୋକ ମୁଣ୍ଡରେ ଓଦା ଗାମୁଛା ଓ ଛତା ନେଇ ନିଜସ୍ଵ କାମରେ ରାସ୍ତାରେ ଯିବା ଆସିବା କରୁଥାନ୍ତି। ରାସ୍ତାକଡ ଫୁଟପାଥ୍ ରେ ଏକ ଗଛମୂଳେ ଏକ ଦୋକାନୀ ଟି ତରଭୁଜ ଓ ଦହି ସର୍ବତ ର ପସରା ମେଲି ଦେଇଥାଏ। ବାଟରେ ଅନେକ ଲୋକ ଯିବା ଆସିବା କରୁଥିବା ଲୋକଙ୍କ ମଧ୍ୟରୁ କିଛି କିଛି ଲୋକ ତା ଦୋକାନରେ ଅଟକି ଯାଇ ତା ଦୋକାନରୁ କିଏ ତରଭୁଜ ଖାଇଥାନ୍ତି ତ କିଏ ଦହି ସର୍ବତ ପିଉଥାନ୍ତି ଆଉ ଆଲୋଚନା କରୁଥାନ୍ତି କି ଓହୋ ଆଜି କି ଖରା ! ଏମିତି ଯଦି କିଛି ଦିନ ଲାଗି ରହିବ ତାହେଲେ ଲୋକମାନଙ୍କର ଘରୁ ବାହାରିବା ମୁସ୍କିଲ ହୋଇଯିବ। ପେଟ ପାଟଣା ପାଇଁ ତ ଏତେ ଖରାରେ ଘରୁ ପଦାକୁ ବାହାରିବାକୁ ହିଁ ପଡ଼ିବ, ନହେଲେ ଆଉ କିଛି ଉପାୟ ନାହିଁ। ଗରାଖ ମାନଙ୍କ ଆଲୋଚନା ଶୁଣି ଦୋକାନୀ ଟି ସ୍ମିତ ହସି ମନେ ମନେ ଭାବୁଥାଏ, ଏମିତି ଆଉ କିଛି ଦିନ ଖରା ହୁଅନ୍ତା କି, ମୋ ବେପାର ଟା ଭଲରେ ଚାଲନ୍ତା ।


Rate this content
Log in

Similar oriya story from Drama