STORYMIRROR

Shailaja Priyadarshini

Abstract Inspirational

4  

Shailaja Priyadarshini

Abstract Inspirational

ଜଣେ ଅପରିଚିତ ମଦ୍ୟପ ବ୍ୟକ୍ତି

ଜଣେ ଅପରିଚିତ ମଦ୍ୟପ ବ୍ୟକ୍ତି

3 mins
380

ମୁଁ ଯେତେବେଳେ ଯୁକ୍ତ ଦୁଇ ରେ ପଢ଼ୁଥିଲି ସେ ସମୟର କଥା। ମୋର ଯୁକ୍ତ ଦୁଇ ରେ ଏକ ମହିଳା ମହାବିଦ୍ୟାଳୟ ରେ ଆଡମିଶନ୍ ହେଇଥିଲା। ମୁଁ କୋଚିଙ୍ଗ ଯିବା ସହ କଲେଜ୍ ରେ କ୍ଲାସ ସାରି ଆସୁ ଆସୁ ଦିନ ୧ଟା ପରେ ହେଇଯାଏ। କଲେଜ୍ ପାଖ ଷ୍ଟପେଜ୍ ରେ ବସ ରେ ଉଠିଲେ ଆମ ବଜାର କୁ ନିହାତି ୧୫-୨୦ ମିନିଟ୍ ଲାଗେ। ମୁଁ ମୋର ସାଙ୍ଗ ମାନେ (ଉଭୟ କଳା ଓ ବିଜ୍ଞାନ ବିଭାଗ ର) ସମସ୍ତେ ଆସୁ। ଆମ କଲେଜ ପାଖରେ ଏକ ସରକାରୀ ମେଡ଼ିକାଲ ଅଛି। ପ୍ରାୟ ସମୟ ଆମ କ୍ଲାସ୍ ସରିବା ଟାଇମ୍ ରେ ଆମେ ଯୋଉ ବସ୍ ରେ ଆସୁ ଆମ ସହିତ କଲେଜ ପାଖ ଷ୍ଟପେଜ୍ ରୁ ସେହି ମେଡିକାଲ ର ଜଣେ ଚାକିରିଆ ଲୋକ ବସ୍ ରେ ଉଠନ୍ତି ଘର କୁ ଆସିବା ପାଇଁ। ତାଙ୍କ ଘର ସେଠୁ ଅଳ୍ପ ବାଟ ମାନେ ୩-୪ କି.ମି. ହେବ। ସେ ଲୋକ ଜଣକ ଲଞ୍ଚ ଖାଇବା ପାଇଁ ଘରକୁ ଆସନ୍ତି ଓ ଖାଇଦେଇ ପୁଣି ବସ୍ ରେ ମେଡ଼ିକାଲ ଯାଆନ୍ତି। ସେ ଲୋକ ଜଣକ ସରକାରୀ ମେଡ଼ିକାଲ ରେ ପିଅନ କାମ କରନ୍ତି, ପରମାନେଣ୍ଟ ଚାକିରି। ୨୦,୦୦୦ ହଜାର ପାଖାପାଖି ଦରମା ପାଆନ୍ତି ମାସକୁ। କିନ୍ତୁ ଲୋକ ଜଣକ ମଦ୍ୟପ। ମଦ ପିଇକରି ହିଁ ବସ୍ ରେ ଆସନ୍ତି। ସେ ଲୋକ ଜଣକ ପରିଚୟ ମୋତେ ଏ ପର୍ଯ୍ୟନ୍ତ ଜଣାନାହିଁ। ଲୋକ ଜଣକ ଶିକ୍ଷିତ ଲୋକ କିନ୍ତୁ ପକା ମଦ୍ୟପ। ମୁଁ ଯୁକ୍ତ ଦୁଇ ରୁ ଗ୍ରାଜୁଏସନ୍ ପର୍ଯ୍ୟନ୍ତ ତାଙ୍କୁ ପ୍ରାୟ ସମୟ ବସ୍ ରେ ଦେଖେ। ପ୍ରାୟ ସମୟ ଯେଉଁଦିନ ବି ମୁଁ ସେ ଲୋକ ଜଣକୁ ଦେଖେ ମଦ ନିଶା ରେ ପୁରା ଟଳୁଥାନ୍ତି। ଏମିତି ବି ତାଙ୍କ ବ୍ୟବହାର, ଗୁଣ କିଛି ବି ଭଲ ନୁହେଁ। ପ୍ରାୟ ସମୟ ବସ୍ ରେ ଅନ୍ୟ ସହଯାତ୍ରୀ ଙ୍କ ସହିତ ଖରାପ୍ ବ୍ୟବହାର କରନ୍ତି। ତାଙ୍କ ଉପରେ ସମସ୍ତେ ଚିଡଚିଡ୍ ହୁଅନ୍ତି ତାଙ୍କ ଖରାପ୍ ପ୍ରକୃତି ପାଇଁ। ଥରେ ଅଧେ ଅନ୍ୟ ଲୋକଙ୍କ ଠାରୁ ମାଡ଼ ନିଶ୍ଚୟ ଖାଇଥିବେ। 


ମୁଁ ଗ୍ରାଜୁଏସନ୍ ପଢୁଥିବା ସମୟରେ ମୋର ଜଣେ ସାଙ୍ଗ(ମୋର ଯୁକ୍ତ ଦୁଇ ସମୟର ସାଙ୍ଗ, ଗ୍ରାଜୁଏସନ୍ ରେ honours ଏକା ଓ ଆମେ ଗୋଟେ ଜାଗାକୁ honours ଟିଉସନ୍ ଯାଉଥିଲୁ) ତା ପାଖରୁ ମୁଁ ଜାଣିବାକୁ ପାଇଲି କି ସେ ଲୋକ ଜଣକର ଘର ସେ ଯେଉଁ ଷ୍ଟପେଜ୍ ରେ ବସ୍ ରୁ ଓହ୍ଲାନ୍ତି ସେଇ ପାଖରେ। ତା ପରିବାର ରେ କେବଳ ତା ମାଆ ବ୍ୟତୀତ ଆଉ କେହି ନାହାଁନ୍ତି। ବାପା କେବେଠୁ ପରଲୋକରେ। ତାଙ୍କ ଘର ଚାଳ ଛପର ଘର ପୁଣି ଅଧା ଭଙ୍ଗା। ବର୍ଷା ଦିନେ ସେ ଘରେ ରହିବା ଖୁବ୍ କଷ୍ଟକର। ଲୋକ ଜଣକ ଯାହା ପଇସା ସବୁ ଦରମା ପାଆନ୍ତି ସବୁ ମଦ ପିଇବାରେ ଉଡ଼ାଇଦିଅନ୍ତି। ସବୁ ସାଙ୍ଗ ମାନଙ୍କ ସହିତ ମଦ ପିଅନ୍ତି ସିଏ। ସମସ୍ତେ ତାକୁ ଡାକନ୍ତି ମଦ ପିଇବା ପାଇଁ ତାଙ୍କ ପଇସା ରେ ମଦ ପିଆନ୍ତି। ସେ ଲୋକ ଜଣକ ପୁରା ନିଶା ରେ ଯେତେବେଳେ ଟଳମଳ ହେବାଯାଏ ଓ ସେ ଲୋକ ଜଣକ ବେହୋସ୍ ହେବା ପରେ ତା ପାଖରୁ ସବୁ ପଇସା ନେଇ ଯାଆନ୍ତି। ସବୁ ପଇସା ମଦ ପିଇବା ରେ ଗଲେ ଘର ଖଣ୍ଡେ କରିବା ପାଇଁ ପାଖରେ ପଇସା ଟେ ବି ନଥାଏ। ସେଥିପାଇଁ ସେ ମଦ୍ୟପ ବ୍ୟକ୍ତି ଜଣକର ଜମାବି ଚିନ୍ତା ନଥାଏ। ତା ମାଆ ବହୁତ ଦୁଃଖୀ ତାଙ୍କ ପୁଅ ର ଏ କାମ ପାଇଁ। ବହୁତ ହଇରାଣ ହୁଅନ୍ତି ତାଙ୍କ ପୁଅ ମାନେ ସେ ଲୋକ ଜଣକ ପାଇଁ। ସେ ଲୋକ ଜଣଙ୍କ ନାଁ ମୋତେ ଏ ପର୍ଯ୍ୟନ୍ତ ଜଣା ନାହିଁ। ତାଙ୍କ ମାଆ ଙ୍କ ପାଇଁ ମୋତେ ଦୁଃଖ ଲାଗେ କାହିଁକି ନା ସେ ଲୋକ ଜଣକ ତାଙ୍କର ଗୋଟେ ବୋଲି ପୁଅ। ସେ ପୁଅ ଯଦି ଅବାଟ କୁ ଚାଲିଯାଏ ମାଆ ମନ ତ ଦୁଃଖ ହେବ ହିଁ। ମୋର ଏବେ ଆଉ ସେମିତି ବସ୍ ସେ ଯିବା ଆସିବା ତ ବନ୍ଦ୍ ଆଗ ଭଳି। ଯୁକ୍ତ ଦୁଇ ଓ ତିନି ଯିବା ଆସିବା କରୁଥିଲି। କିନ୍ତୁ ଏବେ କେବେ କେମିତି କାମ ଥିଲେ ବସ୍ ରେ ଯାଏ କିନ୍ତୁ ସେ ମଦ୍ୟପ ଲୋକ ସହିତ କେବେବି ଦେଖା ହେଇନି କି ଜାଣିବାକୁ ଇଚ୍ଛା ବି କରିନି। ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରେ କି ସେ ଲୋକ ଜଣକର ମାଆ ଭଲରେ ଥାଆନ୍ତୁ ଓ ସେ ଲୋକ ଜଣଙ୍କୁ ସଦବୁଦ୍ଧି ଦିଅନ୍ତୁ କି ସେ ଲୋକ ଜଣଙ୍କ ମଦ ପିଇବା ଛାଡି ତାଙ୍କ ମା ଙ୍କୁ ଟିକେ ଶାନ୍ତି ରେ ରଖନ୍ତୁ।



Rate this content
Log in

Similar oriya story from Abstract