Rojalin Behera

Inspirational

2  

Rojalin Behera

Inspirational

କବିତା ରୁ ଆରମ୍ଭ

କବିତା ରୁ ଆରମ୍ଭ

2 mins
513


ଶୁଣିଛି ଯେଉଁମାନେ ସମାଜରେ ଗୋଟିଏ ଗୋଟିଏ କବି କିମ୍ବା ଲେଖକ ଭାବରେ ପାଇଛନ୍ତି ସେମାନେ ବାଲ୍ୟ କାଳରୁ ସାହିତ୍ୟ ପ୍ରତି କବିତା ପ୍ରତି କିମ୍ବା ଗଳ୍ପ ପ୍ରତି ଆକର୍ଷିତ ଏବଂ ଛୋଟ ବେଳରୁ ହିଁ ଲେଖିବା ଆରମ୍ଭ କରିଛନ୍ତି ୲ କିନ୍ତୁ ମୁଁ ଛୋଟ ବେଳଠାରୁ ସାହିତ୍ୟ ପ୍ରତି କେବେବି ଆକର୍ଷିତ ହେଇ ନଥିଲି କି କବିତା କି ଗଳ୍ପ ଗୋଟିଏ ରଚନା କରିବା କଥା ସ୍ଵପ୍ନ ରେ କେବେ ଭାବିନଥିଲି ୲

ମୋର ଲକ୍ଷ ଥିଲା ଅଲଗା କିଛି କିନ୍ତୁ ଭଗବାନ ଙ୍କର ଇଚ୍ଛା ଥିଲା ବୋଧହୁଏ ମୋ ଦ୍ଵାରା କିଛି ସାହିତ୍ୟ ସୃଷ୍ଟି ହେଉ ସେଥିପାଇଁ ମୋ ସ୍ଵପ୍ନ ଠାରୁ ଦୂରେଇ ଦେଇ ବାଧ୍ୟ କରିଦେଲେ ମତେ +୨ କଳା ର ଛାତ୍ରୀ ହେବା ପାଇଁ ୲ ସ୍ଵପ୍ନ ଠାରୁ ଦୂରେଇ ଗଲେ ବି ବହୁତ ଖୁସିରେ ଥିଲି ମୁଁ ଏକ ନୁଆ ପରିବେଶ ରେ ନିଜକୁ ସାମିଲ କରି ୲ ଏଥି ମଧ୍ୟରେ +୨ମଧ୍ଯ ଶେଷ ହୋଇଗଲା କିନ୍ତୁ ସାହିତ୍ୟ ସୃଷ୍ଟି କରିବା କଥା ତ ଭାବି ନଥିଲି କିନ୍ତୁ ସାହିତ୍ୟ ପ୍ରତି ଆକର୍ଷଣ ମୋ ମନରେ କିଛି ମାତ୍ରା ରେ ସୃଷ୍ଟି ହୋଇ ଜାଇଥିଲା ଏବଂ ତାହାର ପ୍ରମାଣ ହେଉଛି+୩ ଓଡ଼ିଆ ସନ୍ମାନ ବିଷୟ କୁ ନେଇ ଜୀବନ ଗଢ଼ିବା କଥା ଭାବିଥିଲି ଓ ଓଡ଼ିଆ ସନ୍ ମାନ ନେଇ ପଢିବା ଆରମ୍ଭ ମଧ୍ଯ କରିଥିଲି ୲

ଯେତେବେଳେ ମୁଁ ପ୍ରଥମ ବର୍ଷ ର ଛାତ୍ରୀ ଥିଲି ସେତେବେଳେ ତୃତୀୟ ବର୍ଷ ରେ ପଢୁଥିବା ଜଣେ ଭାଇ ଙ୍କ ସହିତ ପରିଚିତ ହେଲା ସେ ବହୁତ ଭଲ କବିତା ଲେଖୁଥିଲେ ଏବଂ ମତେ ମଧ୍ଯ ବହୁତ ବୁଝାନ୍ତି କବିତା ଲେଖିବାକୁ କିନ୍ତୁ ମୁଁ ତାଙ୍କ କଥାକୁ କିଛି ବି ବୁଝେନି କି ଶୁଣେନି ୲ ଗୋଟେ ଦିନ ମୁଁ ତାଙ୍କ ସହିତ ହ୍ଵାଟ୍ସଆପରେ ରେ ଚାଟିଂ କରୁଥାଏ ସେତେବେଳେ ମତେ ତାଙ୍କ ଲେଖା କବିତା ଗୋଟିଏ ପଠାଇଲେ ପଢିବା ପାଇଁ ୲ ମତେ ବି ତାଙ୍କ କବିତା ସବୁ ବହୁତ ଭଲ ଲାଗିଲା ଏବଂ ମୋର ବି ସେହି ମୁହୁର୍ତ୍ତ ରୁ କବିତା ଲେଖିବାକୁ ଇଚ୍ଛା ହେଲା ୲ ମୁଁ ବି ଲେଖିଲି କବିତା ୲ ମୋର ପ୍ରଥମ କବିତା ର ନାଁ ଥିଲା ' ଗୋଲାପ ଫୁଲ ' ୲ ପ୍ରଥମ କବିତା ଟି ଲେଖି ମୁଁ ଜେତିକି ଖୁସି ହେଇଥିଲି ତା ଠାରୁ ବେଶୀ ଖୁସି ହେଇଥିଲେ ସେ ଭାଇ ଜଣଙ୍କ ୲

ସେହି ଦିନ ଠାରୁ ମୁଁ ବହୁତ କବିତା ଲେଖିଛି ସେଥିମଧ୍ୟରୁ ମୋ ପାଖରେ କିଛି ଅଛି ଆଉ କିଛି ହଜି ମଧ୍ଯ ଜାଇଛି ମାତ୍ର ଜେତେବେଲେ ଯେଉଁ କବିତା ମୁଁ ଲେଖେ ସେ କବିତା ପ୍ରଥମେ ସେ ଭାଇଙ୍କୁ ପଢିବାକୁ ଦିଏ ୲ ସେ ଭାଇଙ୍କ ପ୍ରେରଣା ପାଇ ମୁଁ ଗଳ୍ପ ମଧ୍ଯ ଲେଖିବା ମଧ୍ଯ ଆରମ୍ଭ କଲି ୲ ଗଳ୍ପ ଓ କବିତା ଲେଖିବା ର ବର୍ଷେ ପର୍ଜ୍ୟନ୍ତ ଭାଇଙ୍କ ବ୍ୟତୀତ କେହି ବି ଜାଣିନଥିଲେ ମୁଁ କବିତା ଲେଖୁଛି ବୋଲି ୲ ମତେ ମୋ କବିତା ସବୁ ଭଲ ଲାଗେନି ସେଥିପାଇଁ ମୁଁ କାହାକୁ ପଢିବାକୁ ଦିଏନି ୲

ପ୍ରଥମ ଥର ପାଇଁ କଲେଜ ରେ ଗଳ୍ପ ଓ କବିତା ପ୍ରତିଯୋଗୀତା ରେ ମୁଁ ଭାଗ ନେଲି ଆଉ ପୁରସ୍କାର ବିତରଣ ସମୟରେ କବିତା ରେ ମୁଁ ୩ୟ ସ୍ଥାନ ଏବଂ ଗଳ୍ପ ରେ ପ୍ରଥମ ସ୍ଥାନ ଅଧିକାର କରିଛି ବୋଲି ମୋ ସାଂଗ ମାନେ ଜାଣିବାକୁ ପାଇଥିଲେ ୲ ସେହି ଦିନ ହିଁ ସମସ୍ତେ ଜାଣିଥିଲେ ମୁଁ କବିତା, ଗଳ୍ପ ଲେଖୁଛି ବୋଲି ୲ ଅଧ୍ୟାପକ ଅଧ୍ୟାପିକା ମାନେ ବି ବହୁତ ଖୁସି ହୋଇଥିଲେ ସେଦିନ ୲

ଶେଷ ବର୍ଷ ଆମକୁ ବିଦାୟ ସମ୍ବର୍ଧନା ଉତ୍ସବ ରେ ମୁଁ ଓ ମୋର ଦୁଇ ବନ୍ଧୁ ମିଶି ସବୁ ଅଧ୍ୟାପକ ଅଧ୍ୟାପିକା ମାନଂକ ପାଇଁ ଏକ କବିତା ସଂକଳନ ଟିଏ ପ୍ରସ୍ତୁତ କରିଥିଲୁ ୲ ତାର ନାମ ଥିଲା' ଅତ୍ରୁପ୍ତ ଆତ୍ମୀୟତା ' ୲ ସେଦିନ ସାର୍ ମ୍ୟାଡାମ ବହୁତ ଖୁସି ହେଇଥିଲେ ୲



Rate this content
Log in

Similar oriya story from Inspirational