STORYMIRROR

Rojalin Behera

Tragedy Inspirational

3  

Rojalin Behera

Tragedy Inspirational

ଧର୍ଷିତା ର କାହଣୀ

ଧର୍ଷିତା ର କାହଣୀ

2 mins
286

ଖୁବ ଜୋରରେ ବର୍ଷା ହେଉଥାଏ । ଆଖ ପାଖରେ ବିଶେଷ କିଛି ଘର କିମ୍ବା ରାତ୍ରିରେ ଆଶ୍ରୟ ନେବା ଭଳି ସ୍ଥାନ ନ ଥାଏ । ତେଣୁ ଅଜୟ ଇତସ୍ତତ ହେଇ ସେଇ ବର୍ଷା ରାତିରେ ଆଶ୍ରୟ ଟିକେ ଖୋଜି ଚାଲି ଥାନ୍ତି । ସେଇ ସମୟରେ ନଜରକୁ ଆସିଲା ଗୋଟିଏ ସୁନ୍ଦର ଘରଟିଏ । କିଛି ନ ଭାବି ବର୍ଷାରୁ ବର୍ତ୍ତିବା ପାଇଁ ଅଜୟ ଗେଟ ଖୋଲି ଭିତରକୁ ପଶିଲେ ଏବଂ ବାରଣ୍ଡା ଉପରେ ଠିଆ ହେଲେ । କିଛି ସମୟ ପରେ ଗୋଟିଏ ସୁନ୍ଦରୀ ଝିଅ ସ୍କୁଟି ନେଇ ଓଦା ହେଇ ସେଇ ଗେଟ ଖୋଲି ଭିତରକୁ ଆସିବା ଦେଖି ହଡବଡେଇ ଗଲେ ଅଜୟ ।


ସ୍କୁଟି ଟି ପୋଟିକ ତଳେ ରଖିଦେଇ ଘର ଭିତରକୁ ପ୍ରବେଶ କରିବା ବେଳେ ଝିଅ ଟିର ନଜର ପଡିଛି ଅଜୟ ଉପରେ । ଅଜୟକୁ ଦେଖିବା କ୍ଷଣି ଝିଅ ଟିର ଆଖି ରାଗରେ ନାଲି ହୋଇଯାଇଛି । ତୁରନ୍ତ ସେଇ ଯାଗା ଛାଡି ଚାଲି ଯିବାକୁ କହିଛି ଅଜୟକୁ । ଅଜୟ କିଛି ବୁଝି ପାରିଲାନି । ଭାବିଲା ଏଇ ଝିଅଟି ସତରେ କେତେ ନିର୍ଦୟ ! ! ଏମିତି ଏକ ବର୍ଷା ରାତିରେ ଜଦି କେହି ଟିକେ ଆଶ୍ରୟ ନେଇଛି ତାକୁ ଏମିତି ତଡି ଦେଉଛି କେମିତି ?


ପାଖଆଖରେ କୌଣସି ଘର ନଥିବା ହେତୁ ଅଜୟର ଏକ ମାତ୍ର ଭରଷା ଥିଲା ସେଇ ଘରଟି। ତେଣୁ ସେ ଝିଅଟିକୁ ଅନୁରୋଧ କଲା ସେଇ ରାତିଟା କେବଳ ତାକୁ ଆଶ୍ରୟ ଦେବା ପାଇଁ । କିନ୍ତୁ ଝିଅଟି ଆହୁରି ଉତକ୍ଷିପ୍ତ ହୋଇଯାଇ କହିଲା, ମୁଁ ବି ସେଦିନ ଏମିତି କେତେ ଅନୁରୋଧ କରିଥିଲି କେତେ ନେହୁରା ହେଇଥିଲି ହେଲେ ତମେ କି ତମ ସାଙ୍ଗ ମାନେ ଶୁଣି ଥିଲ କି ? ଝିଅଟିର କଥା ଶୁଣି ଆଶ୍ଚର୍ଯ୍ୟ ହେଇ ଯାଇଥିଲା ଅଜୟ ଏବଂ ପଚାରିଥିଲା କଣ କହୁଛନ୍ତି ଆପଣ ମୁଁ କିଛି ବି ବୁଝି ପାରୁନି ।


ଝିଅଟି ଆରମ୍ଭ କଲା କହିଲା, ମନେ ପକାଅ ପାଞ୍ଚ ବର୍ଷ ତଳର କଥାକୁ ତମେ ଆଉ ତମ ସାଙ୍ଗ ଦୁଇ ଜଣ ମିଶି ଜଙ୍ଗଲ ଭିତରେ ମଦ ପିଇବାରେ ଲାଗିଥିଲ ଆଉ ମୋର ଏତେ ବଡ ଦୁନିଆଁରେ ଏକମାତ୍ର ସାହା ଭରଷା ଥିବା ମୋ ବାପା ବହୁତ ଅସୁସ୍ଥ ଥିବାରୁ ଜଲଦି ଔଷଧ ନେଇ ପହଁଚିବି ବୋଲି ଜଙ୍ଗଲ ରାସ୍ତା ଦେଇ ଆସୁଥିଲି ଆଉ ଠିକ ସେତିକି ବେଳେ ତମମାନଙ୍କ ଭଳି ନାରୀ ମାଂସ ଲୋଭୀ ରାକ୍ଷସ ମାନଙ୍କର ନଜର ପଡିଥିଲା ମୋ ଉପରେ । ସେଦିନ ଏତେ ନେହୁରା ହେଇ କହିଥିଲି ଛାଡିଦିଅ ମତେ ମୋ ବାପା ମରଣ ସହିତ ଲଢେଇ କରୁଛନ୍ତି ହେଲେ ତମେମାନେ ସେ ଦିନ କିଛି ବି ଶୁଣି ନଥିଲ। ତମ ପାଇଁ ମୋ ନାରୀ ଜୀବନର ସର୍ବସ୍ଵ ତ ହରେଇଥିଲି ତା ସହିତ ମୋ ବାପାଙ୍କୁ ବି । ଆଉ ଆଜି ତମ ଭଳି ଏକ ରାକ୍ଷସକୁ କେମିତି ଆଶ୍ରା ଦେବି ମୋ ଘରେ ? ତମେ ମାନେ ଭାବିଥିଲ ନା ମୁଁ ସେଦିନ ସେଇଠି ମରି ଯାଇଥିବି । ହେଲେ ନା ମୁଁ ମରିନି ମୁଁ ବଞ୍ଚିଛି କେବଳ ତମ ଭଳି ପାପୀ ମାନଙ୍କ ପାପରୁ ଏଇ ଦୁନିଆକୁ ଆସୁଥିବା ଅବୋଧ ଶିଶୁ ମାନଙ୍କୁ ପରିଚୟ ଦେବା ପାଇଁ ।


ସେଇ କ୍ଷଣି ସିକ୍ୟୁରିଟି ଗାର୍ଡକୁ ଡାକି ଝଡ ବର୍ଷା ରାତିରେ ତା ଘରୁ ବହାର କରିଦେଲା ଅଜୟକୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy