କାଉ ରାବିଦିଏ କା କା
କାଉ ରାବିଦିଏ କା କା


କୁନା ମୁନା ଏବେ ବଡ଼ ହୋଇ ହଷ୍ଟେଲରେ ପଢୁଛନ୍ତି.। ସ୍ୱାମୀ ତାଙ୍କ ବ୍ୟବସାୟରେ ଅସୀମାଙ୍କୁ ସମୟ ଦେଇପାରନ୍ତି ନାହିଁ ତ ଅସୀମାଙ୍କ ଅଧିକାଂଶ ସମୟ ଛାତ ଉପରେ କଟେ.। ସବୁଦିନ ପକ୍ଷୀମାନଙ୍କ ପାଇଁ ପାଣି ରଖୁଥିବା ଢାଳରୁ କାଉଟିଏ ଆସି ପାଣି ପିଏ.। ଏଣିକି ଚାଉଳ ମୁଠେ ରଖିଦିଅନ୍ତି ଅସୀମା ତ କାଉଟି ଚାଉଳ ଖାଇ ପାଣି ପିଇ ଦେଇ ଉଡିଯାଏ.। କାଉଟିର ପ୍ରତିଦିନର ଏ ଅଭ୍ୟାସ ଭିତରେ ଅସୀମାଙ୍କର ତା ପ୍ରତି ଖୁସି ଓ ଦରଦ ଜାଗେ.। ସେଥର ଅସୀମାଙ୍କୁ ଜ୍ୱର ହେବା ଫଳରେ ଦୁଇ ଚାରିଦିନ ହେଲାଣି ସେ ଛାତକୁ ଯାଇନଥାନ୍ତି.। ସେ ଭିତରେ ସଂକରାନ୍ତି ଓ ବିଶ୍ୱକର୍ମା ପୂଜା ଯାଇ ଗଣେଷ ପୂଜା ଦିନ ଅସୀମା ମନଦୁଃଖରେ ଶୋଇ ପୂଜା ଠିକଠାକ କରିପାରିଲେ ନାହିଁ ଏବର୍ଷ ଭାବି ମନଦୁଃଖ କରୁଥାନ୍ତି ହଠାତ ତାଙ୍କ ଶୋଇବା ଘର ପଛପଟ ପାଚେରୀରେ ବସି କାଉଟିଏ ବୋବାଇବାକୁ ଲାଗିଲା ।. ସ୍ୱାମୀ ଦିପେନ କହିଲେ ତୁମ ଦେହ ଭଲ ନାହିଁ ସେଥିରେ କାଉଟା ଏତେ ଜୋରରେ ବୋବୋଉଛି, ଏହା ଶୁଭ ସୂଚନା ନୁହେଁ. । ଅସୀମା କହୁଥିଲେ ତୁମେ ଜାଣିନ ବିଶ୍ୱାସ, ଅବିଶ୍ୱାସ ଓ ଅନ୍ଧବିଶ୍ୱାସ ଉର୍ଦ୍ଧରେ କାଉଟି ମୋର ଭଲ ସାଙ୍ଗ.। ଦେହ ଖରାପ ଯୋଗୁଁ, ଛାତ ଉପରେ ତା ପାଇଁ ପାଣି ଓ ଚାଉଳ ଥୋଇପାରିନି. ଆଜି ଗଣେଷଙ୍କ ପୂଜାରେ ଭୋଗ କରିନି, ତେଣୁ ସେ ମତେ ଉଠେଇବାକୁ ଆସିଛି. ସତକୁ ସତ କିଛି ସମୟ ପରେ ମନୋବଳରେ ବା ଔଷଧ ପ୍ରଭାବରେ ଉଠିଲେ ଅସୀମା.। ଉଷୁମ ପାଣି କରି ଗାଧୁଆ ପାଧୁଆ କରି ଗଣେଷ ଠାକୁରଙ୍କୁ ପୂଜା କଲେ ଓ ପ୍ରସାଦ ନେଇ ଉପରକୁ ଗଲେ.।
କାଉଟି ସତେ ଯେମିତି ଅପେକ୍ଷା କରିଥିଲେ ତାଙ୍କୁ ପାଣି ପିଇ ଭୋଗ ଖାଇ ପାଖ ବରଗଛ ଡ଼ାଳରେ ବସୁ ବସୁ ହଠାତ ପାଖରେ ଯାଇଥିବା ଇଲେକ୍ଟ୍ରି ତାରରେ ସକ ଖାଇ ଛିଟିକି ପଡିଲା ତଳକୁ.। ହାଁ ହାଁ କହି ଛାତରୁ ଶିଡି ଦେଇ ଦାଣ୍ଡକବାଟ ଖୋଲି ତଳେ ପଡ଼ିଥିବା କାଉଟିକୁ ଉଠାଇ ଆଣି, ହାଁ ହାଁ ହେଉଥିବା ସ୍ୱାମୀଙ୍କୁ କୁଇକ ଫିକ୍ସ ଶୀଘ୍ର ଆଣ କହି ଉପରକୁ ଗଲା ବେଳକୁ ଦେଖିଲେ ବିଚରା ବଞ୍ଚିଛି.। ସତକୁ ସତ ତାର ଡେଣା କଟି ଯାଇଥାଏ.। କୁଇକ ଫିକ୍ସ ଲଗାଇ ରବର ଦ୍ୱାରା ବାନ୍ଧି ଦେଇ ତାକୁ ଆସ୍ତେ ଆସ୍ତେ ଆଉଁସୁ ଥିବାର ଦୃଶ୍ୟ ଦେଖି ସେଦିନ ସ୍ବାମୀ ଚକିତ ହେଲାବେଳେ, ଅସୀମା କହୁଥିଲେ.। ଦେଖିଲ ପକ୍ଷୀଟାର ଆତ୍ମିୟତା. ମୋର ରିଷ୍ଟ ନେଇ ନିଜେ କିଭଳି କଷ୍ଟ ପାଇଲା.। ହେଲେ ତୁମେ କେମିତି ଜାଣିଲ ତା ଡେଣା ଦୁଇଟି ଛିଣ୍ଡିଥିବ ଯେ ମତେ କୁଇକ ଫିକ୍ସ ଆଣିବାକୁ କହିଥିଲ. ଅସୀମା କହିଲେ ସେଇଟା ପ୍ରଭୁ ଗଣେଷଙ୍କ ଆଶୀର୍ବାଦ.। ଆଉ କୁଇକ ଫିକ୍ସରେ ଡେଣା ଯୋଡି ହେବା ତ ମୁଁ ଆମ ପୁଅ ଦୁହିଁଙ୍କଠୁ ଶିଖିଛି.। ତୁମେ ଜାଣ ଆମ କୁନା ମୁନା ପିଲାଦିନେ, ସେ ଦୁହେଁ ତାଙ୍କ କଅଁଳ ହାତରେ ପ୍ରଜାପତିର ଡେଣାରେ କୁଇକ ଫିକ୍ସ ଲଗାଇ ପ୍ରଜାପତିକୁ ଉଡିବାରେ ଯଦି ସକ୍ଷମ କରିପାରିଲେ, ମୁଁ ତାଙ୍କ ମାଆ ହୋଇ ମୋ ବନ୍ଧୁ କଣ, ଆମ ବନ୍ଧୁ ବା ମଣିଷର ବନ୍ଧୁ କାଉର ପକ୍ଷ ଯୋଡି ପାରିବି ନାହିଁ. ଆଉ ବିଶ୍ୱସ୍ତତା ଓ ବିଶ୍ୱାସ ବଳରେ କାଉଟି ମଧ୍ୟ ଦେଖେଇଲା ଏତେ ସବୁ କରିବା ପାଇଁ. ଏ ଭିତରେ କାଉଟି ପାଣି ପିଇ ଟିକେ ସାଷ୍ଟମ ହେଉ ହେଉ ହସି ହସି ଗଣେଷପୂଜା ପାଇଁ ସ୍ୱାମୀ ବାହାରିଗଲେ ହସି ହସି ଆନନ୍ଦରେ. ଅସୀମା ଲାଗିପଡ଼ିଥିଲେ କାଉଟିର ସେବାରେ, ଗଣେଷ ପ୍ରଭୁଙ୍କ ସୁଦୟାରେ.ଅସୀମା ଡାକୁଥିଲେ ଅନ୍ତରରୁ ପ୍ରଭୁହେ ଭଲ କରିଦିଅ କାଉକୁ.।