Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Narayan chandra Senapati

Tragedy

2.7  

Narayan chandra Senapati

Tragedy

ଜୋତା

ଜୋତା

2 mins
528



ସେଦିନ ସନ୍ଧ୍ୟାର ଏକ ଅନୁପମ ମୁହୂର୍ତ୍ତରେ ଡ୍ରଇଂରୁମରେ ବସିଥାନ୍ତି ବିଶ୍ୱମ୍ଭର ବାବୁ। ହଠାତ୍ ଜୋତା ଷ୍ଟାଣ୍ଡର ଜୋତାକୁ ଦେଖି ଚିନ୍ତାର ଦୁନିଆଁରେ ପଶିଗଲେ। ସତରେ ଏ ଜୋତା ସହ ତାଙ୍କର ବିତିଯାଇଛି କି ଅଭୁଲା ଅଶ୍ରୁଳ ସ୍ମୃତି। ଏକଥା ମନେ ପକାଇଲା ବେଳକୁ ତାଙ୍କ ହୃଦୟର ତନ୍ତ୍ରୀ ଗୁଡାକ କମ୍ପିଉଠୁଥାଏ। ଶିରା ପ୍ରଶିରା ଗୁଡାକ ଭୟରେ ଥରୁଥାନ୍ତି।


 ସେଦିନ ସେ ଥିଲେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ଦଶ ବର୍ଷର ଅବୋଧ ବାଳକ। ବାପା ରଙ୍ଗନାଥ ବାବୁ ଏତେ ଭଲ ପାଉଥିଲେ ଯେ ଯୁଆଡେ ଗଲେ ସାଥିରେ ନେଇ ଯାଉଥିଲେ ତାଙ୍କୁ। ସେ ପ୍ରତ୍ୟହ ଜିଦ୍ କରି କିଛି ନା କିଛି ନୂଆ ଜାଗାକୁ ପରିଭ୍ରମଣ କରିବାକୁ ଭଲ ପାଆନ୍ତି। ସେଦିନ ଜିଦ୍ କଲେ,କହିଲେ ବାପା,ଆଜି ଟିକେ ପାହାଡ଼ ପାଖକୁ ଯାଆନ୍ତେ?ନେଇ ଯିବନି?ବାପା ରଙ୍ଗନାଥ ବାବୁ ନାଁ କୁ ତ ଘୃଣା କରନ୍ତି। ପିଲାଙ୍କର ମନ ଖୁସି ପାଇଁ ସେ ସବୁ କିଛି ତ୍ୟାଗ କରିବାଜୁ ଯେପରି ସଂକଳ୍ପବଦ୍ଧ। ଅସାଧ୍ୟ କାମକୁ ବି ଲମ୍ଫ ଦିଅନ୍ତି ସେ। ଅବଶ୍ୟ ସେଦିନ ସେ ସ୍ଥାନ ଅତି ଜଟିଳ ଥିଲା।


ଶିମିଳିପାଳର ବରେହିପାଣି ଅଞ୍ଚଳ। ଏକ ମସ୍ତବଡ ଘାଟୀ। ଯାହେଉ ନିଜ ନିତିଦିନିଆ ସ୍କୁଟର ଯୋଗେ ତାଙ୍କୁ ନେଇ ଚାଲିଲେ ଭ୍ରମଣ। ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଥାନ୍ତି ସେ ଦୁହେଁ। ସମୟ ଅପରାହ୍ଣ ଚାରିଟା। ବୁଲାବୁଲି କରି ଫେରିଲା ବେଳକୁ ଦେହ ଟିକେ ଉଦାସ ଲାଗୁଥାଏ। ଗାଡି ପଛରେ ବସି ଥଣ୍ଡା ପବନ ହାୱାରେ ଲାଗିଯାଉଥାଏ ତାଙ୍କ ଆଖି। ଏଇମିତି ଢୋଳାଉ ଢୋଳାଉ ଗୋଟିଏ ପାଦର ଜୋତା ପଟେ ପଡିଗଲା ରାସ୍ତାରେ। ଗାଡ଼ି ମିରରରେ ଦେଖି ଗାଡି ଅଟକାଇଲେ। ସେ କିନ୍ତୁ ଟିକେ ଶୋଇ ପଡ଼ିଥିଲେ। ବାପା ଅବଶ୍ୟ ତାଙ୍କର ଭଲ ପାଇଁ ଟିକେ ରାଗିଲେ କାହିଁକି ନା ଯଦି ସେ ପଡି ଯାଇଥାନ୍ତେ ତେବେ କଣ ହୋଇନଥାନ୍ତା। ମୋତେ ଗାଡି ସହ ରାସ୍ତା କଡରେ ଛିଡା କରି ସେ ଗଲେ ଜୋତାପଟକ ଆଣିବା ପାଇଁ। ଘାଟୀ ଜାଗା ଆଉ ଟର୍ଣ୍ଣିଂ ବି। ହଠାତ୍ ଦ୍ରୁତଗତିରେ ମାଡି ଆସୁଥିବା ଏଜ ଦଶ ଚକିଆ ଟ୍ରକ ମାଡିଗଲା ତାଙ୍କ ବାପାଙ୍କ ଉପରେ। ତାଙ୍କ ଆଖି ଆଗରେ ସେ ଦେଖିଲେ ଜୀବନ ଠୁ ଭଲ ପାଉଥିବା ପ୍ରାଣର ବାପାର ନିର୍ଜୀବ ଶରୀର। ସେ ଶରୀର,ସେ ହୃଦୟ ସେ ଆତ୍ମା ସତେ ଯେମିତି ଅଦୃଶ୍ୟ ହୋଇଗଲେ। ପାଗଳ ପରି ରାସ୍ତାରେ ଅଟକାଉଥାନ୍ତି ଗାଡି ଗୁଡାକ। ଏପଟେ ବର୍ଷା ଜଳରେ ବି ସେ ଭିଜି ଯାଉଥାନ୍ତି। ଶେଷରେ ଜନୈକ ସହୃଦୟ ବ୍ୟକ୍ତିଙ୍କ ଗାଡ଼ିରେ ଆସିଲେ ଓ ଆଣିଲେ ବାପାଙ୍କର ଡେଡ଼ ବଡିକୁ।


ବାପା ସିନା ନାହାନ୍ତି,ଯେଉଁ ଜୋତା ବିଷୟରେ ସେ ବର୍ଣ୍ଣନା କରିଥିଲେ,"ଏ ପରା ଯନ୍ତ୍ରଣା ସହି ଆମକୁ ଆରାମ ଦିଏ,ଏ ପରା ନିଜେ ଅପରିଷ୍କାର ରହି ଆମକୁ ପରିଷ୍କାର ରଖେ,ଏ ମଧ୍ୟ ବର୍ଷା,ଶୀତ,ଖରା ସହି ଆମ ପାଦକୁ ନିରାପତ୍ତା ଦିଏ,ହେଲେ ସେଇ ଜୋତା ଶେଷରେ ନେଇଗଲା ତାଙ୍କ ଜୀବନ।


 ଆଖିରୁ ବୋହି ପଡିଲା ଦୁଇଟୋପା ଲୁହ। ଲାଗୁଥିଲା ତାଙ୍କ ବାପା କହୁଥିଲେ, ଆରେ ମୋ ଆଗରେ ତୁ କାନ୍ଦୁଛୁ ?କାନ୍ଦନା ବାପା,ଆଜି ମୁଁ ପାଖରେ ନାହିଁ ବୋଲି ତୁ କଣ ବେସାହାରା ହୋଇଯାଇଛୁ କି?


Rate this content
Log in

More oriya story from Narayan chandra Senapati

Similar oriya story from Tragedy