Arjun Barik

Inspirational

4.1  

Arjun Barik

Inspirational

ଜୀବନ ସମୀକ୍ଷାର ଦିଗ ଦିଗନ୍ତ

ଜୀବନ ସମୀକ୍ଷାର ଦିଗ ଦିଗନ୍ତ

3 mins
443


ମଣିଷ ଜନ୍ମ କୋଟି ତପସ୍ୟାର ଫଳ ସ୍ଵରୁପ।ପଶୁ କିନ୍ତୁ କୋଟି ପାପ ର ଫଳ। ଚୌରାଶୀ ଲକ୍ଷ୍ୟ ଯୋନି ଗର୍ଭ ଦେଇ ମଣିଷ ଆସିଛି, କୋଟି ପୁଣ୍ଯ ଅବା କୁକର୍ମର ଅନ୍ତ ପରେ । ତେବେ ମୁଁ ତ ମଣିଷ ଅଛି ନିଶ୍ଚିତ କୋଟି ପୁଣ୍ୟ ଫଳ ଅବା କୁକର୍ମର ଅନ୍ତ ପରେ ମଣିଷ ଜନ୍ମ ପାଇଛି । ତେବେ ଆସନ୍ତୁ ନିଜକୁ ପଚାରି ବୁଝିବା - ମୁଁ ଯେଉଁ ମଣିଷ ଜନ୍ମ ପାଇଛି ତାର ପ୍ରଚ୍ଛଦ ପଟେ କିଛି ବିଶେଷତ୍ବ ଅଛିକି କଣ ଆପଣ କହୁଛନ୍ତି? ଏ କଥାରେ ସହମତ କି? ଯଦି ହଁ ତେବେ କାହିଁକି? ଯଦି ନା ତେବେ କାହିଁକି? ଆପଣ ଏ ଦୁଇ କଥାରେ କେତେ ସହମତି ଅଛନ୍ତି? ନିଶ୍ଚିତ ପୂର୍ଣ୍ଣରୂପେ ବା ଆଂଶିକ। ତେବେ ଆପଣ ମୁଁ କିଛି ସମୟ ପାଇଁ ଶ୍ରଷ୍ଠାର କିମ୍ବଦନ୍ତୀ କୁ ଫେରି ଯିବା । ଆଦ୍ୟ ରଚନା କାଳ, ସ୍ରଷ୍ଟା ଆଉ ସ୍ରୁଷ୍ଟି । ବିଧି ଆଉ ବିଧାତା । ଜୀବ ଆଉ ଜୈବି ସଂସ୍ଥିତି। ଚକାୟ ମାନ ଧାରାବାହିକ ବୈଧ ଅବୈଧ ପ୍ରକ୍ରିୟାରେ ପ୍ରତିକୃତି ତ ଅବଧି । ଆଦ୍ୟ ମାନବ ତ ମନୁ। ମନୁଙ୍କ ଠାରୁ ମାନବର କ୍ରିୟମାଣ । ମାନିବା ରୁ ମାନବ। ମାନିଛି ବୋଲି ତ ମାନବ। ମାନିନି ବୋଲି ତ ଦାନବ । ମାନିବା କଣ ଆଡ଼ୁ ମାନିବା ନି କଣ? ବିଧି, ବିଧାତାର ବିଧି । ବିଧାତା କଣ? ବିଶେଷ କରି ସମସ୍ତଙ୍କର ସ୍ଵାମୀ ଯିଏ ସିଏ ତ ବିଧାତା । ସ୍ରଷ୍ଟା ଆଉ ସ୍ରୁଷ୍ଟି ର ସମ୍ପର୍କ ଅତୁଟ,ଅନିର୍ବଚନୀୟ, ଅନନ୍ୟ, ଅବ୍ୟକ୍ତ, ଅବିଭାଜିତ, ଅଖଣ୍ଡ ପ୍ରକ୍ରିୟାଶୀଳ। ମାନିବାରୁ ମାନବ। ପ୍ରକୃତି ସହ ସ୍ଲିଷ୍ଟ, ଯିଏ ମାନିଛି ସିଏ ଜାଣିଛି, ଯିଏ ଜାଣିଛି, ସେ ଜାଣିଛି କିନ୍ତୁ ବ୍ୟତ୍ୟୟର ପରିଭାଷା ରେ ଅଜ୍ଞାତାର ୟୁପ କାଷ୍ଠରେ ନିଶେଷ ହୋଇଛି, ଆକୃତି ଆଉ ପ୍ରକୃତି । ଅନ୍ତଃ ଆଉ ବାହ୍ୟ । ଭିନ୍ନ, ସମ୍ପୂର୍ଣ୍ଣ ଭିନ୍ନ । ଆକୃତି ର ରୂପ ଭେକ ମଣିଷ ପରି କିନ୍ତୁ ପ୍ରକୃତରେ ସେ ଅନ୍ତଃ ପ୍ରକୃତି ଭିତରେ ଭିନ୍ନତା ଲୁକାୟାମାନ । ଦାନବତା କିମ୍ବା ମାନବତା କଣ କିଛି ଭୁଲ୍ କହିଲିକି? ଆପଣ ଯେ ନିର୍ବାକ୍, 'ନିଷ୍ପନ୍ଦ ।ଆଜିର ଏ ବିଷମ ବୈଷମ୍ୟ ବିପର୍ଯ୍ୟର ସୂତ୍ରଧର କଣ ଆଉ କେହି ହୋଇପାରେ? ମୁଁ ନିଜେ ହିଁ ତ ମାନବ କିମ୍ବା ଦାନବର ସ୍ଵୟଂର ସଂଚାଳକ । ତେଣୁ ମାନବ ଜୀବନର ଲାଭ।ଯଦି ଗୋବିନ୍ଦେ କରେ ଭାବ ।ଆଉ ଗୋବିନ୍ଦେ ଭାବ ଯାହାର ନାହିଁ ସଂସାରେ ପଶୁତୁଲ୍ୟ ସେହି ।ଏହି ତ ବିଧିର ବ୍ୟୁହ। ସପ୍ତରଥିର ବ୍ୟୁହଠାରୁ ବ୍ୟତିକ୍ରମ। ଆଉ ଦ୍ରୌପଦୀ ର ଲାଞ୍ଛିତ ପ୍ରତିକ୍ରିୟା ଆଉ ବାଞ୍ଚିତ ବଞ୍ଚା କଳ୍ପତରୁ ର ପ୍ରତିଷେଧୀ। ଏକେ ତ ଶୟତାନି ଆଉ ବିଧାତାର ଅନନ୍ୟଚେତା ପାଣ୍ଡବ କୌରବର ଆଶିଷ୍ଠ ପଶୁବତ ପାଶବିକ କୃତି। ଏହି ଠାରେ ଲୁଚି ଅଛି ଜୀବନର ଉର୍ଦ୍ଧ ଅବା ଅର୍ଦ୍ଧ। ସ୍ଵର୍ଗ ଆଉ ନର୍କ। ଯମ ଆଉ ଧର୍ମ । ଦାନ, ମାନ, ପ୍ରତିଦାନ ଆଉ ପ୍ରତି ଲୁଣ୍ଠନ। ସ୍ନେହ, ପ୍ରେମ, ପ୍ରତୀକ୍ଷା, ତିତିକ୍ଷା ଅଥବା ଉପେକ୍ଷା। ବୈଚାରିକ ଚାରୁ ସୁତ୍ରୀ କିମ୍ଵା ଅବୈଚାରିକ ଦାନବୀ କୃତି। ତେବେ ଆପଣ ଏପରି ଏକ ସନ୍ଧିକ୍ଷଣରେ ପ୍ରଶ୍ନଶୂନ୍ୟ ନା ପ୍ରଶ୍ନଶୀଳ। ବିଶ୍ଳୀଳ ନା ଅନୁଦାର। ଏଇଠି ଦୁର୍ବଳତା ମାନବ ସୃଷ୍ଟିର। ତେଣୁ ଅଧୋଗତି। କାରାଗାରର ଅନ୍ଧକୂପର ଅନ୍ଧ ଯନ୍ତ୍ରଣା ପୁଣି ଗିରି ଗୁହାର ତପସ୍ବୀର ଐଶୀ ଐଜ୍ଜଲୁତା। ତେବେ ଏସବୁ କାହିଁକି? କଣ ପାଇଁ? କର୍ମ ନା ଆଉ କିଛି, ଆପଣ କଣ ଭାବୁଛନ୍ତି? କିଛି କହିଲେନି ତ? ଓଃ, ଆପଣ ବୋଧେ ବ୍ୟସ୍ତ ଅଛନ୍ତି? ମୁଁ ଆପଣ ମାନଙ୍କୁ ବିବ୍ରତ କରୁ ନାହିଁ ତ? ସେ ପରି ଭାବାଳୁତା ନେଇ ଆପଣମାନଙ୍କ ଜୀବନ ବର୍ଗ ଉପରେ ଶିକାର କରୁନାହିଁ। ମୂଲ୍ୟବୋଧ ଖୋଜୁଛି। କେଉଁଠି ଏକ ଫାଙ୍କ ଭିତରେ ଏ ସମସ୍ତ ଆସିଯାନ୍ତି। ହଁ। ଅନ୍ୟ ଏକ କହିବାକୁ ଭୁଲିଯାଇଛି। ସମୟ ବୋଧେ ଖୁବ୍ କମ୍। ଅସଂଖ୍ୟ ବିବ୍ରତତା, ପୁଣି ଆବଶ୍ୟକତା ବି। କସ୍ତୁରୀ ମୃଗ ନଭିରେ କସ୍ତୁରୀ ସୁଗନ୍ଧ। ଭ୍ରମ ଭ୍ରାମ୍ୟରେ ଭ୍ରାମ୍ୟମାଣ। ମୃଗତୃଷ୍ନା। ମରୁ ମରୀଚିକା। ସ୍ପର୍ଷମଣି ଆଉ ସ୍ଵାତୀ ଜଳରେ ସ୍ନାତ ହେବାର ନାହିଁ। ଆଦରେ ଆଦୃତ, ପ୍ରେମର ଗୋଲାପ କିନ୍ତୁ ଡିମିରି ନୁହଁ। ବାୟୁ ନିର୍ଲିପ୍ତ। ଦୁର୍ଗନ୍ଧ, ସୁଗନ୍ଧ ସବୁ ବାୟୁରେ ଆସେ। ଯୋଗ କର୍ମଷୁ କୌଶଳମ୍ । ବିଯୋଗ ହିଁ ବିୟୋଗ। 

ଆକୃତି ଆଜି ବିକୃତି। ଅନୁରାଗ ଆଜି ବିରାଗ। ପ୍ରାଣ ଆଜି ନିଷ୍ପ୍ରାଣ। ଜୀଇଁଛି ଆଜି ମୃତବତ୍। ଚେତନ ସଚେତନର ଅବଗୁଣ୍ଠନତଳେ ଛାପିକରି ବସିଛି। ଏସବୁ କାହିଁକି ହେଉଛି? ସୁପ୍ତ ଜାଗ୍ରତର ବିଷମ ବିବାଦ, କେତେଦିନ ଚାଲିବ। ଆପଣ ଯେ ଭାରାକ୍ରାନ୍ତ। ଦେହ, ମନ, ପ୍ରାଣ ଆଉ ପ୍ରାଣଶକ୍ତି। ଜରା, ବ୍ୟାଧି, ଶ୍ଳଥତାରେ ଅଚଳ ହେବାକୁ ବସିଲାଣି। ଜୀବନ ପ୍ରାଚୁର୍ଯ୍ୟର ଦୁର୍ଗନ୍ଧ ମାୟା ଅଳନ୍ଧୁରେ ଜିବନଟା ଦିକ୍ ଦାର୍ ହେଲାଣି। କଣ 'ପୁନରପି ଜନମମ୍ ପୁନରପି ମରଣମ୍' ପୁନରପି ଜନନୀ ।ମୁକ୍ତ ଆଉ ମୁକ୍ତି ଚାହୁଁନା। ଜୀବନ ମୁକ୍ତ। କେବଳ ମୁକ୍ତି। ଜୀବନ ଯେ ନଳିନୀ ଦଳବତ ଜଳମତି ତରକମ୍। ତଦମିତ ଜୀବନଂ ଚପଳମ୍ ।

କର୍ମ ହିଁ ବନ୍ଧନ ପୁଣି ମୁକ୍ତି ବି। ପ୍ରବୃତ୍ତି ପୁଣି ନିବୃତ୍ତି। ସକାମ ପୁଣି ନିଷ୍କାମ ବି। ଜୟ ପରାଜୟର ପଶାଖେଳ କାହାପାଇଁ ବିଭୂର ଦ୍ଵାର ଉନ୍ମୁକ୍ତ ପୁଣି ନରକର ଅଭିସାର। କ୍ଷେତ୍ର ଆଉ କ୍ଷେତ୍ରଜ୍ଞ। ବିଦ୍ୟା ଆଉ ଅବିଦ୍ୟା। ନିତ୍ୟ ପୁଣି ଅନିତ୍ୟ। ନଶ୍ୱର ଆଉ ଅବିନଶ୍ଵର। ସବୁ ଆତ୍ମ ବିଚାର୍ ଆଉ ବିଶ୍ଲେଷଣର ଏକଂ ଅଦ୍ଵିତୀୟ ର ଶରଣ ନେବା। ତୁମେବ ଶରଣଂ ଗଚ୍ଛ ସର୍ବ ଭାବେନ ଭାରତ୍। ସମର୍ପଣ। କେବଳ ସମର୍ପଣ। ଉଠ, ଜାଗ୍ରତ ଆଉ ଜାଗୃତିରେ ଶକ୍ତହୁଏ। ଶକ୍ତି ସଂଚାର କର। ଅମୃତର ସନ୍ତାନ ତୁହି। ଅମୃତ ଯେ ତୋର ସାର ସର୍ବସ୍ଵ। ଜୀବନ ରସ। ପ୍ରିୟ ପୌରୁଷ ।


Rate this content
Log in

Similar oriya story from Inspirational