ଜୀବନ କେବେ କିପରି
ଜୀବନ କେବେ କିପରି


ସତରେ ଏହି ଜୀବନଟା କେଡେ ବିଚିତ୍ର । ଏଠି ସମସ୍ତେ ନିଜର ଭଳି ଲାଗନ୍ତି କିନ୍ତୁ କେଇଟା ମୁହୂର୍ତ୍ତରେ ସମସ୍ତେ ଦୁରେଇ ଯାଆନ୍ତି । ସମୟ ଅନୁସାରେ ସବୁ ବଦଳିଯାଇଛି ଏଠି।
ଗାଆଁ ଏବେ ଖାଁ ଖାଁ ଲାଗୁଛି।ସବୁ ଥାଇ ଭି କିଛି ନଥିଲା ଭଳି ଲାଗୁଛି।ଆଧୁନିକତାର ତାଳେ ତାଳେ ସବୁ କିଛି ବଦଳିଯାଇଛି। ଗାଆଁରେ ଆଉ ଛୁଆ ମାନଙ୍କର ଦାଣ୍ଢରେ ଖେଳିବାର ଶୁଭାଯାଉନି। ଘରଚଟିଆର କିଚିରି ମିଚିରି ଶବ୍ଦ ଆଉ ଶୁଭୁନି। ଗାଇଆଳ ପିଲାର ଗାଇ ଗୋଠ ନେଇଯିବାର ଦେଖାହେଉନି।
ରଜ ଗଲା କିଛି ଜଣାପଡିଲାଣି କାରଣ ଆମେ ସହରରେ ଅଛୁ ଆଉ ରଜ ମଉଜକୁ କେବେଠୁ ଭୁଲିଗଲୁଣି। କେମିତି ନ ଭୁଲିବୁ ବା, ଗାଆଁରେ ପରା ରଘୁଆ, ବିପିନ,ପପୁ, କାଠିଆ କେହି ଆଉ ନାହାନ୍ତି। ସମସ୍ତେ ପେଟ ଚାଖଣ୍ଡଙ୍କ ପାଇଁ ସହରକୁ ଚାଲିଗଲେଣି।
ରଜ ଦୋଳି ଆଉ ହେଉନି।
କାହିଁକି ଦୋଳିରେ ବସି ସମୟ ନଷ୍ଟ କରିବେ କହିଲେ।ସେତିକି ସମୟ ମୋବାଇଲ ରେ ଦେଲେ କେତେ ଶାନ୍ତି ଲାଗୁଛି।ସେ ସମୟ ଥିଲା ସାଥିରେ ବସିବା,ତାସ୍ ଆଉ ଲୁଡୁ ଖେଳିବା। ଏବେ ସମୟ ବଦଳି ଯାଇଛି।ତାସ୍ ପାଲିର ଆଖଡା ନାହିଁ ।
ପ୍ରଥମାଷ୍ଟମୀ ଆଗକୁ ଆସିବ। ଆଉ ପିଠା ହେଉନି। ଏହି ପର୍ବଟା ଧିରେ ଧିରେ ଲୋପ ପାଇ ଆସିଲାଣି।
କୁମାର ପର୍ଣ୍ଣିମା ଆସୁଛି। ହେଲେ ଆଉ ସେ ଫୁଲ ବଉଣ ବେଳୀ ଶୁଣିବାକୁ ମିଳୁନି।ସେଗୁଡା ସବୁ ଗାଇବାକୁ ଆମ ଝିଅମାନଙ୍କୁ ଆଉ ଭଲ ଲାଗୁନି।
ଜୀବନ ଶୈଳି ବଦଳିଯାଇଛି।। ଥୁଣ୍ଟା ବରଗଛ ଭି ଆଜି ଅନାଇବସିଛି ତାର ସେହି ଅତି ପ୍ରିୟ ଲୋକମାନଙ୍କୁ ।
ହସ ଖୁସିର ଜୀବନ ଆଜି ବନ୍ଦୀ ଜୀବନ ପାଲଟିଯାଇଛି। ଏଠି ସ୍ବପ୍ନର ସମାଧୀ ଉପରେ ଗଢିଉଠିଛି କାରୁଣ୍ୟର କେତେ ଇତିହାସ।