STORYMIRROR

suvendu Meher

Inspirational

3  

suvendu Meher

Inspirational

ଜାତୀୟ ପତାକା**********

ଜାତୀୟ ପତାକା**********

1 min
148

ଲାଠେ ବେଲ୍‌ ଥାଏ ଆରୁ ଠିକ୍‌ ଗାଏ ଢୁକା ବେଲ୍‌ କେ ଆମର୍‌ ଗାଁର ମାଖ୍‌ନୁ ବବା ରାମ୍‌ଲିଲା ମଣ୍ଡପ୍‌ ନେ ଠିଆ ହେଇଛେ।ଖାଁକେ ତାର୍‌ ଝୁଲା ମୁନା ଗୁଟେ ଆରୁ ହାତେ ଧରିଛେ ଜାତୀୟ ପତାକା ଗେଛେ।

   ମୁଇଁ ପଚ୍‌ରାଲି ବବା…! ଇଟା କାହିଁ ବାହାର୍‌ ଲ । ତମର୍‌ ତ ଦୁର୍‌ବଲିଆ ଦିହି ଫେର୍‌ ଇ ପତାକା ଦୁରା ଧରିକରି କେନ୍ ଆଡେ ବିକି ବୁକା ଯାଉଛ କେଁ । ଇ ସରାବନ୍‌ ମାସେ ଯେନ୍‌ ଖରା ହେଉଛେ କେନ୍ ନେ ମୁଡ୍‌ ଫାଏଁ କର୍‌ବା ବଏଲେଁ, ମରିଜିବ ନ ।    ବାବା କହେଲା….! ଇ ପାତାଲି ବସ୍‌ କେ ଟାକିଛେଁ ଗା ବୁଆ, ଯେନ୍‌ ପୁରୀ ଯାଏସି।ହେତି ଚଢିକରି ଭୁବ୍‌ନେଶର୍‌ ଘାଏ ଜିମି। ଇ ପତାକା କାଣା ଭୁବନେଶରେ ବିକ୍‌ବ ? ମୁଇଁ ପଚ୍‌ରାଲି।   ବବା କହେଲା…..ନେଇଁ ରେ ବାବୁ ଇ ଥର ଯେନ୍‌ ଭତ୍ତା ପାଏଲିଁ ହେ ଭତ୍ତା ପାଏସା ନୁ ବଣ୍ଡିଲେ ପତାକା ଘିନିଛେ।କେଁ କରି ବଏଲେଁ,ଇ ଆମର୍‌ ଏମ୍‌ଲେ ମାନ୍‌କୁ ପରେ ଲାଖେ ଟଁକା ଦର୍‌ମା ନେଇଁ ଅଁଟ୍‌ବାର୍‌ । ଯଦିର୍‌ ନେଇଁ ଅଟ୍‌ବାର୍‌ ଗା ବାବୁ, ହେମାନେ ପତାକା କେନୁ ଘିନ୍‌ବେ।ମୁଇଁ ସବ୍‌କୁ ଗୁଟେ ଗୁଟେ ଦେଇଦେମି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational