Shibashis Padhee

Tragedy

4.3  

Shibashis Padhee

Tragedy

ଜାରଜ

ଜାରଜ

4 mins
533




ମାଳତି ଯୁଆଡେ ଗଲେ ବି ଲାଗୁଥିଲା ଯେମିତି ଦୁଇଟି ଆଖି ତାର ପିଛା କରୁଛି !ମେଳଣ ପଢିଆ ର ଏ ବିରାଟ ଭିଡ ରେ ଯେତେ ଲୁଚିବାକୁ ଚେଷ୍ଟା କଲେ ବି ସେ ଲୁଚି ପାରୁନି !ଥରେ ଥରେ ସେ ଆଖି ଆଢୁଆଳ କୁ ସେ ଚାଲି ଯାଉଛି କିନ୍ତୁ ପୁଣି ଏକ ସରଳ ରେଖା ରେ ରହି ଯାଉଛି ତା ଆଖି ସହ !ଛାଇ ଆଲୁଅ ର ଏ ଖେଳ ଚାଲିଛି କିଛି ଦିନ ହେବ !ସେ ପାଣି ପାଇଁ ନଳକୂଅ ଯିବା ହେଉ କି ପୋଖରୀ ତୁଠ !ସବୁଠି ତା ପଛେ ପଛେ ପହଂଚି ଯାଉଛି ସେ ଆଖି !ଯେତେବେଳେ ଆଖି ମିଶି ଯାଉଛି ଦେହ ମନ ରେ ଖେଳିଯାଉଛି ଅପୂର୍ବ ଶିହରଣ !ଏଇ ଏଇ ସତର ଡ଼େଉଁଥିବା ତା ମନ ବି ବାରମ୍ବାର ଚାହୁଁଛି ଆଖି ମିସାଇବାକୁ କିନ୍ତୁ ଡର ଲାଗୁଛି ମନ ରେ ସନ୍ଦେହ ଆସୁଛି ଏଇ କଣ ସତ ରେ ପ୍ରେମ ନାଁ ଆଉକିଛି !ଗାଁ ର ପ୍ରତିଷ୍ଠିତ ପରିବାର ର ପୁଅ ନରେନ୍ଦ୍ର କଣ ତା ଭଳି ଗୋଟିଏ ଜାରଜ କୁ ଭଲ ପାଇପାରେ !ବିବାହ କରି ପାରେ ମାଳତି କୁ ଯେ କି ଏକ ଜାରଜ ର ଅପବାଦ ବୋହି ବୋହି ଜାଣି ଯାଇଛି ଯେ  ସ୍ବପ୍ନ ଦେଖିବା ତା ପାଇଁ ଏକ ଅପରାଧ !


"ଜାରଜ "ଏଇ ଶବ୍ଦ ତ ତା ଅଜାଣତ ରେ ତା ସହ ତା ଜନ୍ମ ବେଳୁ ଜଡିତ ରହି ଆସିଛି କିନ୍ତୁ ତାର ଅର୍ଥ ବୁଝୁ ବୁଝୁ ତାକୁ ଲାଗିଥିଲା ବାର ତେର ବର୍ଷ !ଛୋଟ ବେଳୁ ମା କଣ ବାପା କଣ ଜାଣି ନ ଥିବା ମାଳତି ତା ଆଇ କୁ ହିଁ ମା କହି ଆସିଛି !ଆଇ ହିଁ ତା ପାଇଁ ମା, ବାପା ଓ ସବୁକିଛି !ଅଜା ର ଶିରାଳ ଭର୍ତି ହାତ ତାକୁ କେବେ ବାପା ର ସ୍ନେହ ଦେବା ପାଇଁ ଚେଷ୍ଟା କରିନି !ଘରେ ଆଇ ଅଜା ଛଡା ତୃତୀୟ ଲୋକ ସେ ଦେଖିନି ଆଜିଯାଏ !ଘର ଘର ବୁଲି ପୁରାଣ ପଢ଼ି ଭିକ ମାଗୁଥିବା ତା ଅଜା ର ସବୁ ଚିନ୍ତା ଯେ ସେ ଏକଥା ଅଜା ର ଜୁଳୁ ଜୁଳୁ ଚାହୁଁଥିବା ଆଖି କୁ ଦେଖି ଜାଣି ପାରେ ମାଳତି !


ବୟସ ବଢିବା ସହ ସାହି ର ଅନ୍ୟ ମାନଙ୍କ ସହ ମିଶି ସ୍କଲ ଯାଇଥିଲା ସେ !ଟିକିଏ ବଡ଼ ଶ୍ରେଣୀ କୁ ଗଲା ପରେ ସେଠି ନିଜ ନାଁ ବାପା ର ନାଁ ମା ର ନାଁ କହିଲା ବେଳେ ଘରୁ ଘୋଷିକି ଯାଇଥିବା ନାଁ ଗୁଡିକ କହିଲା ବେଳେ ସେ ଚେଷ୍ଟା କରେ ମନେ ପକାଇବା ପାଇଁ ତାଙ୍କ ଚେହେରା !ଆଇ ହିଁ ଶିଖେଇଛି ବାପା ର ନାଁ !ଛୋଟ ବେଳୁ କହି ଆସିଛି !ନାଁ ଫୋଟୋ ଦେଖିଛି ନାଁ ଠିକଣା ଜାଣିଛି କିନ୍ତୁ ମା ର ଫୋଟୋ ଦେଖିଛି !ସାହି ଲୋକ କହନ୍ତି ମାଳତି ଗୋଟା ପଣେ ଉତାରି ଆଣିଛି ମା କୁ !


ମାଟ୍ରିକ ପର୍ଯନ୍ତ ଯାଇ ପାରିଲାନି ମାଳତି !ଆଇ ର କ୍ରମାଗତ ଦେହ ଖରାପ ତାକୁ ବାଧ୍ୟ୍ କଲା ପାଠ ଛାଡିବା ପାଇଁ !ଘରେ ରହି ପାଖ ରେଣୁ ଅପା ଘରେ ଛୋଟ ମୋଟ କାମ କରୁଥିଲା ସେ !ରେଣୁ ଅପା ସହର ରେ ପଢୁଥିଲା !ସେ ଯେତେବେଳେ ଗାଁ କୁ ଆସୁଥିଲା ମାଳତି ସହ ହିଁ ସମୟ କଟୁଥିଲା !

ତାର ପୁରୁଣା ଡ୍ରେସ ସବୁ ଦେଉଥିଲା ମାଳତି କୁ !ସେ ଥିବା ସମୟ ତକ ଭାରି ଭଲ ଲାଗୁଥିଲା ତାକୁ !


ବିଭିନ୍ନ ଉତ୍ସବ ରେ ସାହି ରେ ଯେତେବେଳେ ଗହ ଗହ ରହୁଥିଲା କୁଣିଆ ମଇତ୍ର ଙ୍କ ଭିଡ ଜମୁଥିଲା!ସାଙ୍ଗ ମାନେ ମାମୁଁ ଘର ଯାଉଥିଲେ ! ଭାରି ରାଗ ହେଉଥିଲା ସେ !ଗାଳି ଦେଉଥିଲା ମା କୁ !ତା କଥା ଶୁଣି ଅଜା ବାହାରକୁ ଚାଲି ଯାଉଥିଲେ କିନ୍ତୁ ଛଳ ଛଳ ଆଖି ରେ ଆଇ କହୁଥିଲା ମା କଥା


ଭାରି ସୁନ୍ଦର ଥିଲା ତା ମା ତା ସହ ଭାରି ସାହସ ବି ଥିଲା ତାର !ଯୌବନ ଯେମିତି ଅଜାଡି ହୋଇ ପଡିଥିଲା !ନୂଆ ନୂଆ ବୟସର ପ୍ରଜାପତି ଉଡି ବୁଲୁ ଥିବା ବେଳେ ବସିଗଲା ଏକ ବିଦେଶୀ ଗଛ ରେ !ଗାଁ କୁ ଏକ ସର୍ଭେ କାମ ପାଇଁ ବାହାରୁ ଆସିଥିଲେ ଏକ ଭୂତତ୍ୱବିତ ଙ୍କ ଦଳ !ପ୍ରାୟ ବର୍ଷେ ରହିଲେ !ସେଇଠି ଥିଲେ ସୁକୁମାର ବାବୁ !ଲୁଚାଛପା ପ୍ରେମ କୁ ଜାଣି ପାରିଲେନି କେହି !ବିବାହ ର ପ୍ରତିଶୃତି ରେ ଭାସି ଯାଇ ହିତାହିତ ଜ୍ଞାନ ହରାଇଥିଲା ମା ! ଗର୍ଭବତୀ ହେବା ଖବର ଶୁଣି ନିଜ ଘର କୁ ନେବାର ପ୍ରତିଶୃତି ଦେଇ ଥିବା ସୁକୁମାର ବାବୁ କିନ୍ତୁ ଘର କୁ ଯାଇ ଆଉ ଫେରି ନ ଥିଲେ !ସର୍ଭେ କାମ ବି ସରି ଯାଇଥିଲା !ଦୂର ବଙ୍ଗ ପ୍ରଦେଶ କୁ ଯାଇ ତାଙ୍କୁ ଖୋଜିବା ସେ ସମୟ ରେ ଦୁରୁହ ବ୍ୟାପାର ଥିଲା !ପରିସ୍ଥିତି ବୁଝୁ ବୁଝୁ ଆଉ କିଛି କରିବାର ଯୁ ନ ଥିଲା !ଜନ୍ମ ନେଇଥିଲା ମାଳତି !ତଥାପି ସେ ବଂଚିବାକୁ ଚାହୁଁଥିଲା କିନ୍ତୁ ବଞ୍ଚାଇ ଦେଲା ନି ଏ ସମାଜ !ଯେଉଁ ଦିନ ତା ସାଙ୍ଗ ବାହାଘର ରୁ ତଢା଼ ଖାଇ ଆସିଲା ଆଉ ନିଜକୁ ସମ୍ଭାଳି ପାରିଲାନି !ସକାଳୁ ବାଡ଼ିପଟ ଲିମ୍ବ ଗଛ କୁ କରିନେଲା ତା ଶେଷ ଠିକଣା !


ମାଳତି ସବୁ ଶୁଣେ ଭାବେ ଏ ସବୁ ରେ ତାର ଭୁଲ କେଉଁଠି? !କାହିଁକି ମୁଣ୍ଡ ଉଠାଇ ଚାଲି ପାରେ ନାହିଁ ସେ?? କାହିଁକି ଆଜି ପର୍ଯନ୍ତ ପାଦେ ପାଦେ ଅପମାନ? କାହିଁକି ତା ଚରିତ୍ର ଉପରେ ସମସ୍ତ ଙ୍କ ସନ୍ଦେହ !ସମସ୍ତ ଙ୍କ ଲୋଲୁପ ଦୃଷ୍ଟି ତା ଉପରେ?? ସେ ରେଣୁ ଅପା ଙ୍କ ବଡ଼ ଭାଇ ହେଉ କି ମହାଜନ ପୁଅ ହେଉ ସମସ୍ତେ ତାକୁ ଖାଇ ଗଲା ପରି ନଜର ରେ ଦେଖନ୍ତି କାହିଁକି !


କେବଳ ରଘୁନନ୍ଦନ କୁ ଟିକିଏ ପସନ୍ଦ କରେ ସେ, ଜନ୍ମ ରୁ ମା ନାହିଁ ପାଖରେ ଘର !ବେଳେ ବେଳେ ଅଜା ଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ସାଙ୍ଗରେ ଯାଏ !କେବେକେମିତି ଘରେ ଖାଏ ଓ ବିଶ୍ରାମ ନିଏ !ସୁଯୋଗ ବହୁତ ଆସେ କିନ୍ତୁ କେବେ ଖରାପ ନଜର ପକାଇନି ସେ !କିନ୍ତୁ ମାଳତି ର ରୂପ ଆଗରେ ତାକୁ ବାମନ ସଦୃଶ ଲାଗେ ମାଳତି କୁ !ସେ କିନ୍ତୁ ଜାଣିଛି ଅଜା ର ଇଛା ଅଛି !ରଘୁନନ୍ଦନ ବି ଅନେକ ଥର ଭଲ ପାଉଥିବାର ସଂକେତ ଦେଇଛି କିନ୍ତୁ ମାଳତି ନିରୁତ୍ତର ରହିଛି !


ନରେନ୍ଦ୍ର କୁ କିନ୍ତୁ ଭାରି ଭଲ ପାଇ ବସୁଛି ସେ ତା ଅଜାଣତ ରେ ପ୍ରତିଷ୍ଠିତ ନାୟକ ପରିବାର ର ବାପା ମା ଙ୍କ ଏକମାତ୍ର ପୁତ୍ର !ଦେଖିବାକୁ ରାଜକୁମାର ପରି ଚେହେରା !ତା ପିଛା କରୁଛି ସବୁବେଳେ !ମନେ ମନେ ଖୁସି ହୁଏ ସେ !ଆଖି କୁ ଆଖି ମିଶିଲେ ହସ ବାହାରି ପଢେ !


ସେଦିନ ତାଙ୍କ ଘରେ କାମ କରୁଥିବା ତଥା ଗାଁ ରେ ନିଜ ଚରିତ୍ର ପାଇଁ ବଦନାମ ଥିବା ସରି ନାନୀ କହିଥିଲା

""ତୋତେ ଆମ ବାବୁ ମନ କରିଛି ଲୋ ମାଳ ତୋର ତ ଭାଗ୍ୟ ଫିଟିଲା ""


""ନାନୀ ଏମିତି ମନ କରିଛି କି ବାହା ହେବ ତୋ ବାବୁ '"ଖୁସି ରେ ପଚାରିଥିଲା ମାଳତି

""ତୋତେ ଲାଜ଼ ଲାଗୁନି କିରେ, ଜାରଜ କୁ ବାହାହେବ କି ବାବୁ ତା କଥା ମାନିବୁ ଟଙ୍କା ପଇସା ରେ ପୋତି ଦେବ ତତେ ବାବୁ କହିଛି ହଁ ଯଦି କହିବୁ ମୁଁ ବ୍ୟବସ୍ଥା କରିବି """


ଅପମାନ ରେ କଳାକାଠ ପଡି ଯାଉଥିଲା ମାଳତି !ମନେ ପଡୁଥିଲା ରାଜକୁମାର ଭଳି ନରେନ୍ଦ୍ର ର ଚେହେରା ଆଜି ଲାଗୁଥିଲା ଭୟାବହ ରାକ୍ଷସ ପରି !କହିଲା

""ତୋ ବାବୁ କୁ କହିବୁ ମୁଁ ତ ଜାରଜ ସମସ୍ତେ ଜାଣିଛନ୍ତି କିନ୍ତୁ ଭଦ୍ର ମୁଖା ତଳେ ଛପିଥିବା ଅସଲ ଜାରଜ ହେଉଛି ତୋ ବାବୁ ""


ଘରକୁ ଆସୁଥିଲା ସେ !ଫେରୁଥିଲେ ଅଜା ଓ ରଘୁନନ୍ଦନ ତାକୁ ଆଜି ରଘୁନନ୍ଦନର ରୂପ ସାମ୍ନାରେ ନରେନ୍ଦ୍ର ତୁଛ ଲାଗୁଥିଲା !ଠିକ କରିଥିଲା ସେ ଆଜି ଅଜା କୁ ହଁ କହିଦେବ !!!!!!!!!!!!!!!!


@ଶିବାଶିଷ ପାଢ଼ୀ



Rate this content
Log in

Similar oriya story from Tragedy