STORYMIRROR

PRIYANKA SAHOO

Drama

2  

PRIYANKA SAHOO

Drama

ଇର୍ଷା ରେ ପାଦ ଦୁଇଟି

ଇର୍ଷା ରେ ପାଦ ଦୁଇଟି

2 mins
522

ଦାଣ୍ଡରେ ବାଇକ ର ଶବ୍ଦ ଶୁଣୁଶୁଣୁ ରୋଷେଇ ଘରୁ ବୋଉ ଧାଇଁ ଆସିଲା । ବାପା ପଡିଶା ଘର ଦାଦାଙ୍କ ସହ କଥା ହେଇ ଘର ଭିତରକୁ ଆସିବାକୁ ଡେରି ହେବାରୁ ବୋଉ ମତେ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିବା ଆରମ୍ଭ କରିଦେଲା ।କହିଲୁ ଝିଅ ଟା ଦେଖିବାକୁ କେମିତି, ରଙ୍ଗ କେମିତି କା ,ନାକ ବେଶି ଲମ୍ବା ନୁହେଁ ତ , ଗଲାବେଳେ ତତେ କହିଥିଲି ନା ଝିଅ ର କପାଳକୁ ଭଲକି ନିରେଖି ଦେଖିବୁ ,ଉଚ୍ଚଁ କପାଳ ନୁହେଁ ତ? ବୋଉ ର ଏତେ ସବୁ ପ୍ରଶ୍ନ ଶୁଣି ଭାଇ ବି ତା' ରୁମ୍ ରୁ ବାହାରି ଆସି ମୋ ଉତ୍ତର କୁ ଅପେକ୍ଷା କରିଥାଏ ।ଉତ୍ତର ରେ ମୁଁ କହିଲି ବୋଉ ଝିଅ ର ମୁହଁ ନୁହେଁ ତା ପାଦକୁ ମୁଁ ଦେଖୁଥିଲି । ସଙ୍ଗେ ସଙ୍ଗେ ଭାଇ କହି ପକେଇଲା ଧେତ ....ତୁ ତ ନିଜେ ଗୋଟେ ମାଙ୍କିଡି, ତୁ ବା ଝିଅ ଦେଖି କଣ କହିବୁ ,କିଏ ସିନା ମୁହଁ ଦେଖେ ୟେ ପାଦକୁ ଦେଖିକି ଆସିଛି । ତତେ ପଠେଇବା ତ ବୋଉ ର ବଡ଼ ବୋକାମି । ମୁଁ ଟିକେ ଫିଡିକି ଯାଇ କହିଲି ତେବେ ତୁ ନିଜେ ଗଲୁନି ମତେ କାଇଁ ପଠୋଉଥିଲୁ । ବାପା ଭାଇ ଆଡ଼କୁ ଚାହିଁ ଗମ୍ଭୀର ସ୍ବରରେ କହିଲେ ,ଏଣିକି ଘରକୁ ବୋହୂ ଟେ ଆସିବ ତମେ ଦୁହେଁ ଝଗଡା କରିବାର ଅଭ୍ୟାସ ଟା ଯଥା ସମ୍ଭବ ବନ୍ଦ କର । ବାସ୍ ଘରର ମାହୋଲ ଶାନ୍ତ ହେଇଗଲା । କାରଣ ବାପାଙ୍କ ସାମ୍ନାରେ କଥା କହିବାର ଦୁଃସାହସ ବୋଉ ବି କେବେ କରିନି । ବୋଉ ବ୍ୟାଗ୍ ଟା ହାତ କୁ ବଢେଇ ଦେଲା ,ବାପା ବଜାର କୁ ଚାଲିଗଲେ ।

ତା' ପରେ ପୁଣି ବୋଉ ଆରମ୍ଭ ହେଇଗଲା , ଝିଅ ଟା ତୋର ପସନ୍ଦ ହେଲାନା? । ମୁଁ କହିଲି ବୋଉ ସେ ଝିଅ ନୁହେଁ ତ ଲକ୍ଷ୍ମୀ ପ୍ରତିମା ଟେ । ତା'ର କିଁ ଫୁଲିଆ ପାଦ, ଚମ୍ପା କଢି ପରି ଆଙ୍ଗୁଠି ରେ ଗୋଲାପ ଫୁଲ ର ପାଖୁଡା ପରି ନଖ ଗୁଡିକ ତା ସହ ଗାରେ ଅଳତା ଧାରକୁ ହଳେ ପାଉଁଜି ଖୁବ୍ ଆକର୍ଷଣୀୟ ଦିଶୁଥିଲା ତା'ର ପାଦ ଦୁଇଟି । କାସ୍...ସେମିତି ସୁନ୍ଦରିଆ ପାଦ ଦୁଇଟା ମୋର ହୋଇଥାନ୍ତା କି । ଭାଇ ବାପାଙ୍କୁ ନକଲ କରିବା ଆରମ୍ଭ କରି ବୋଉ କୁ ଚାହିଁ କହିଲା , ଏଣିକି ଘରକୁ ନୂଆ ବୋହୂଟେ ଆସିବ ଇଏ ତ ଖାଲି ଇର୍ଷା ରେ ଜଳିକି ମରିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama