STORYMIRROR

PRIYANKA SAHOO

Tragedy

4  

PRIYANKA SAHOO

Tragedy

ମେସେଜ୍

ମେସେଜ୍

2 mins
409

ଦର୍ପଣ ଆଗରେ ଠିଆ ହୋଇ ଖୁବ୍ ନିରୀକ୍ଷଣ କରି ଦେଖୁଥାଏ ନିଜକୁ । ହଁ ତାଳରୁ ତଳିପା ଯାଏଁ ପୁରା ପରଫେକ୍ଟ ଲାଗୁଛି ।ସତରେ ଆଜି ମୁଁ ଭାରି ସୁନ୍ଦରୀ ଦିଶୁଛି ।ଓଠରେ ହାଲକା ରଙ୍ଗର ଗୋଲାପୀ ରଙ୍ଗର ଲିପଷ୍ଟିକ୍ ,ଗୋଲାପୀ ଚୁଡି ସାଙ୍ଗକୁ ବୋଉର ସବୁଠୁ ପ୍ରିୟ ପ୍ରିୟ ସେ ଗୋଲାପୀ ରଙ୍ଗର ପାଟ ଶାଢୀ ପିନ୍ଧିଛି । ବାସ୍ ଧାରେ କଜଳ ଗାର ଟାଣି ଦେଇ ନିଜକୁ ବିଶ୍ୱାସ କରି ପାରୁନଥାଏ ,କଳା ରଙ୍ଗର ମହତ୍ତ୍ଵ ବି ଏତେ ବେଶୀ ହେଇଥାଏ ।


ପଛରୁ ବୋଉ ଆସି ପଚାରିଲା ସରିଲା ତୋ ସଜବାଜ । ଟିକେ ଲାଜେଇ ଗଲି , ଲାଜ ଲାଜ କରି ହସିଲି ,ଆଇନାକୁ ଚାହିଁଲି କେମିତି ମୋ ଲାଜୁଆ ଚାହାଣି । ଏମିତି ଗୋଟିଏ ଦିନ ପାଇଁ ଯେମିତି ଯୁଗ ଯୁଗରୁ ପ୍ରତୀକ୍ଷା କରି ରହିଥିଲି ।


ମୁଁ ଭାବନାରେ ହଜି ଯାଇଥାଏ, ପୁଅ କୋଉ ରଙ୍ଗ ର ସାର୍ଟ ପିନ୍ଧିଥିବ , ହେୟାର ଷ୍ଟାଇଲ କେମିତି କରିଥିବ ।

ହାତରୁ କାଚଖଣ୍ଡେ ଖସିପଡି ବିଛେଇ ହେଇ ପଡିଲା ଭଳି ମୋ ଭାବନା ଭାଙ୍ଗି ହୃଦୟ ଖଣ୍ଡ ଖଣ୍ଡ ହୋଇ ବିଛେଇ ହେଇ ପଡିଲା ଯେବେ ବାପା ପଢି ଶୁଣେଇଲେ ତାଙ୍କ ମୋବାଇଲ କୁ ଆସିଥିବା ମେସେଜ୍ ଟି । " କ୍ଷମା କରିବେ ସରୋଜ ବାବୁ ,ମୁଁ ସିନା ଆପଣଙ୍କୁ କଥା ଦେଇ ଆସିଲି କିନ୍ତୁ ଉଗ୍ର ଆଧୁନିକତାରେ ଅନ୍ଧ ହୋଇ ଆଜିକାଲିର ପିଲାମାନେ ବାପା ମାଙ୍କ ପସନ୍ଦକୁ ପସନ୍ଦ କରୁ ନାହାଁନ୍ତି ।ମୋ ଅଜାଣତରେ ମୋ ପୁଅର ପ୍ରେମିକାଟେ ଅଛି । ତେଣୁ ମୁଁ ଆପଣଙ୍କୁ ଦେଇଥିବା ସେଇ କଥାଟି ଭୁଲିଯାନ୍ତୁ ।


ବୋଉ ଛଳ ଛଳ ଆଖିରେ ଥର ଥର କଣ୍ଠରେ କହୁଥାଏ ,ଆମେ କଣ ଆମ ତରଫରୁ କହୁଥିଲୁ ତାଙ୍କ ପରି ବଡ ଘରେ ବନ୍ଧୁ ବାନ୍ଧି ବାକୁ । ସେମାନେ ତ ନିଜେ ଆସି କଥା ଦେଇ ଯାଇଥିଲେ ଆମ ଝିଅକୁ ବୋହୂ କରିବେ ବୋଲି । ତା ଆଗରୁ ପୁଅ ଠାରୁ ବୁଝୁ ନଥିଲେ କାହିଁକି ତାଙ୍କ ପୁଅର ପ୍ରେମିକା ଅଛି କି ନାହିଁ ?


ଆଖିରୁ ଲୁହ ଝରି ଯାଉଥାଏ ।ଘରର କବାଟ ବନ୍ଦ କରି ନିଜକୁ ବୁଝୋଉ ବୁଝୋଉ ରାତି ପାହିଲା ବେଳ ହେଲାଣି ।ଝରକା ଫାଙ୍କରୁ ଯାହା ଦେଖିଲି ତାହା କେବଳ ସକାଳ ଆକାଶର ଜହ୍ନ ଠିକ୍ ମୋ ପରି ଫିକା ଆଉ ରଙ୍ଗହୀନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy