STORYMIRROR

ଜ୍ଞାନରଞ୍ଜନ ସାହୁ

Tragedy Others

3  

ଜ୍ଞାନରଞ୍ଜନ ସାହୁ

Tragedy Others

ଈଶ୍ୱରଙ୍କ ନିକଟକୁ ଚିଠି

ଈଶ୍ୱରଙ୍କ ନିକଟକୁ ଚିଠି

2 mins
198

ହେ ପରମପୂଜ୍ୟ ଈଶ୍ୱର 

    ମୋର ଆନ୍ତରିକ ଭକ୍ତିପୂର୍ଣ୍ଣ ନିବେଦନ, ଧନ୍ୟବାଦ ଦେବି କି ତ୍ୱାସ୍ଛଲ୍ୟ କରିବି ମୁଁ ନିଜେ ବି ଜାଣି ପାରୁନି, ଦୁନିଆ ଦାଣ୍ଡରେ ସମସ୍ତେ ଯେତେବେଳେ ତୁମକୁ ଈଶ୍ୱର ବୋଲି କହୁଛନ୍ତି ମୁଁ କାହିଁକି ଅବମାନନା କରିବି, ନଈ କୂଳେ ଘର କରି କୁମ୍ଭୀର ସାଙ୍ଗେ ଶତ୍ରୁତା କରି ଲାଭ କଣ? 

ଦୁନିଆରେ ତୁମେ ଯେତେ ଜୀବ ସୃଷ୍ଟି କରିଛ ସମସ୍ତଙ୍କ ଜୀବନରେ ସୁଖ ଓ ଦୁଃଖ ଲାଗିରହିଛି, ହେଲେ ମୋ ଜୀବନରେ କେବଳ ଦୁଃଖ କାହିଁକି ପ୍ରଭୁ, ପିଲାଟି ଦିନରୁ ପରିବାର ଠାରୁ ଆରମ୍ଭ କରି ସମାଜ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ନିନ୍ଦା ଅପବାଦ ସହି ସହି ମୁଁ ଆଉ ପାରୁନି ପ୍ରଭୁ, ଏଥିରେ ମୋର ଭୁଲ କଣ ପ୍ରଭୁ? ଏଥିପାଇଁ ଦାୟୀ କିଏ ପ୍ରଭୁ? 

ପିଲାଟି ବେଳରୁ ଝିଅପିଲାଙ୍କ ଭଳି ସଜେଇ ହେବା, ଝିଅପିଲାଙ୍କ ଭଳି କଥାକହିବା ମୋର ଅଭ୍ୟାସରେ ପରିଣତ ହେଇଯାଇଥିଲା l ହେଲେ ପ୍ରଭୁ ମୁଁ ତ କହିନଥିଲି ମତେ ତୁମେ ନାରୀର ମନ ଦେଇ ପୁରୁଷର ଦେହ ଦେବାପାଇଁ କାହିଁକି ପ୍ରଭୁ ମୋତେ ଜୀବନର ଦୋଛକିରେ ଏକା ଛାଡି ଦେଲ ଯୋଉଠି ବଂଚିବାର ରାହା ନାହଁ କି ସାହା ନାହଁ ।

ମୁଁ ବଂଶର କଳଙ୍କ କହି ଜେଜେମା ମୋତେ ଘରୁ ବାହାର କରିଦେଲା, ବାପାଙ୍କ ଠାରୁ କେତେ ଗାଳିମାଡ ଖାଇ ମୁଁ ତଥାପି ବଞ୍ଚି ରହିଲି l ସ୍କୁଲରେ ସମସ୍ତେ ମୋତେ ମାଇଚିଆ ବୋଲି କହୁଥିଲେ l କେହି ପୁଅ କି ଝିଅ ମୋ ସାଙ୍ଗ ହେଉନଥିଲେ, ମୁଁ ସବୁବେଳେ ଏକା ଓ ଅଲଗା ବେଞ୍ଚରେ ବସୁଥିଲି l ଛକ ବଜାର ରେ ସମସ୍ତେ ମୋତେ ହେଂଜଡ଼ା କହି ଟେକା ପକାଉଥିଲେ କିଏ ମାଡ଼ ବି ମାରୁଥିଲେ 

ପିଲା ବେଳରୁ ଟିକିଲି ନଇବା ଅଳତା ନାଇବା ଝିଅପିଲାଙ୍କ ସାଙ୍ଗ ହବାକୁ ମୋତେ ଇଛା ହେଉଥିଲା l ଘରେ ଲୁଚିଲୁଚିକି ଶାଢ଼ୀ ପିନ୍ଧି ମାଡ ବି ଖାଇଛି l ହେଲେ ଆତ୍ମା ସବୁବେଳେ ବେଳେ ଗୋଟେ ଝିଅ ହେବାପାଇଁ ଚାହିଁଛି l 

ନା ପ୍ରଭୁ ତୁମେ ମୋତେ ନାରୀ କଲ ନା କଲ ପୁରୁଷ ମୋତେ ତୁମେ ମଝି ନଈ ରେ ଛାଡିଦେଲ ପ୍ରଭୁ ନା ମୁଁ ଭଲରେ ବଞ୍ଚି ପାରୁଛି ନା ମରିପାରୁଛି l ମୋ ସବୁ ପ୍ରଶ୍ନର ଉତ୍ତର ଦିଅ ପ୍ରଭୁ

ମୋ ଚିଠି ପାଇ ଚିଠି ଦେବା ପ୍ରଭୁ ଜାଣିନି ତୁମେ ମୋ ଚିଠି ପାଇବା ବେଳେକୁ ମୁଁ ଏ ଦୁନିଆରେ ଥିବି କି ନଥିବି ତଥାବି ତୁମେ ଚିଠିର ଉତ୍ତର ଦେବ l 

      ଇତି 

  ତୁମର ହିନକପାଳୀ  


Rate this content
Log in

Similar oriya story from Tragedy